କୋଭିଡ୍‌-୧୯: ଟୁର ଡି ଫ୍ରାନ୍ସ ସ୍ଥଗିତ

ପ୍ୟାରିସ୍‌,୧୫।୪ (ଏପି): ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଟୁର ଡି ଫ୍ରାନ୍ସ ଆୟୋଜନ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ଶେଷରେ ଏହାକୁ ସ୍ଥଗିତ ରଖାଯାଇଛି। ବିଶ୍ୱର ଏହି ଶ୍ରେଷ୍ଠ ତଥା ସବୁଠାରୁ ଲୋକପ୍ରିୟ ସାଇକେଲ ରେସ୍‌କୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। କୋଭିଡ୍‌-୧୯ ମହାମାରୀର ରୂପ ନେଇଥିବାରୁ ଶେଷରେ ବାଧ୍ୟ ହୋଇ ଆୟୋଜକମାନେ ଏହି ନିଷ୍ପତ୍ତି ନେଇଛନ୍ତି।
୩ ସପ୍ତାହ ଧରି ଆୟୋଜିତ ହୋଇ ଆସୁଥିବା ଏହି ମେଗା ଇଭେଣ୍ଟ ବାତିଲ ହେବ ନାହିଁ ଓ ଚଳିତବର୍ଷ ଆୟୋଜିତ ହେବ ବୋଲି ଫ୍ରେଞ୍ଚ୍‌ ଗଣମାଧ୍ୟମଗୁଡିକ ମଙ୍ଗଳବାର ସୂଚନା ଦେଇଛନ୍ତି। ଆସନ୍ତା ଅଗଷ୍ଟ ମାସ ଶେଷ ଆଡକୁ ନୂଆ ତାରିଖରେ ଏହା ଆୟୋଜନ ହେବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ଏହି ରେସ୍‌ ଏବେ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୨୦ ତାରିଖ ମଧ୍ୟରେ ଆୟୋଜନ କରିବାକୁ ଆୟୋଜକମାନେ ଆଶା ରଖିଛନ୍ତି। ପୂର୍ବରୁ ଏହି ରେସ୍‌ ଜୁନ୍‌ ୨୭ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଏହାର ଆୟୋଜନ ବର୍ତ୍ତମାନ ସମ୍ଭବ ନୁହଁ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଘୋଷଣା କରିଥିଲେ। ରାଷ୍ଟ୍ରକୁ ସମ୍ବୋଧିତ କରୁଥିବା ବେଳେ ବହୁ ସଂଖ୍ୟାରେ ଦର୍ଶକଙ୍କ ସହ ଆୟୋଜିତ ହେଉଥିବା କୌଣସି ପବ୍ଲିକ୍‌ ଇଭେଣ୍ଟ ଜୁଲାଇ ମଧ୍ୟ ଭାଗ ପର୍ଯ୍ୟନ୍ତ ଆୟୋଜନ ହୋଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ। ଉଲ୍ଲେଖଥାଉ କି, ଏହା ପୂର୍ବରୁ ଦ୍ୱିତୀୟ ବିଶ୍ୱଯୁଦ୍ଧରୁ ଫ୍ରାନ୍ସ ମୁକୁଳିବା ପରେ ୧୯୪୬ରେ ଓ ପ୍ରଥମ ବିଶ୍ୱଯୁଦ୍ଧ କାରଣର ଟୁର ଡି ଫ୍ରାନ୍ସ ଆୟୋଜିତ ହୋଇପାରି ନ ଥିଲା। ବିନା ଦର୍ଶକ ଓ ପ୍ରଶଂସକଙ୍କ ଉପସ୍ଥିତିରେ ଏହି ସାଇକେଲ ରେସ୍‌ର ମାନ କିଛି ନାହିଁ ବୋଲି ଆୟୋଜକମାନେ ବିଶ୍ୱାସ କରନ୍ତି। ଏହି ସାଇକେଲ ରେସ୍‌କୁ ଫ୍ରାନ୍ସର ଦର୍ଶକମାନେ ଏକ ଉତ୍ସବ ହିସାବରେ ଗ୍ରହଣ କରିଥାନ୍ତି। ଚଳିତବର୍ଷ ଏହି ଇଭେଣ୍ଟ ୨୧ଟି ଷ୍ଟେଜ୍‌ ତଥା ପର୍ଯ୍ୟାୟରେ ଆୟୋଜନ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆଉ ଗୋଟିଏ ଦେଶ ଉପରେ ଏୟାରଷ୍ଟ୍ରାଇକ୍‌ କଲା ଆମେରିକା: ISISର ଦ୍ୱିତୀୟ ସର୍ବୋଚ୍ଚ କମାଣ୍ଡର ନିହତ

ଓ୍ବାଶିଂଟନ୍‌,୧୬।୫: ଇରାନ ପରେ ପୁଣି ଆଉ ଗୋଟିଏ ଦେଶ ଉପରେ ଆକ୍ରମଣ କରିଛି ଆମେରିକା। ନାଇଜେରିଆ ଉପରେ ଆମେରିକା ଏୟାରଷ୍ଟ୍ରାଇକ୍‌ କରିଥିବା ଜଣାପଡ଼ିଛି। ଅବଶ୍ୟ ଆମେରିକା ଏବଂ…

ମୋ ପୁଅକୁ ବଞ୍ଚାଇଦିଅ….କାଳିଆ ଦୁଆରେ ମା’ବାପା

ପୁରୀ,୧୬ା୫(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ମା’ବାପା ତାଙ୍କ ପୁଅର…

ଏହି ଦିନ ମାହିକା ଶର୍ମାଙ୍କୁ ବିବାହ କରିବେ ହାର୍ଦ୍ଦିକ ପାଣ୍ଡ୍ୟା! ସାମ୍‌ନାକୁ ଆସିଲା ତାରିଖ, IPL ମଝିରେ କରିବେ ଦ୍ୱିତୀୟ ବିବାହ

ମୁମ୍ବାଇ,୧୬।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ମଧ୍ୟରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ରିପୋର୍ଟ ଅନୁଯାୟୀ ହାର୍ଦ୍ଦିକ…

ପୋଲିସ ଡିଜି ଦୌଡ଼ରେ ୧୧ ବରିଷ୍ଠ ଆଇପିଏସ୍‌ ଅଧିକାରୀ, ଶର୍ଟଲିଷ୍ଟ ଦାଖଲ: ଜାଣନ୍ତୁ କିଏ କିଏ ଅଛନ୍ତି…

ଭୁବନେଶ୍ୱର,୧୬ା୫(ତ୍ରିନାଥ ମହାନ୍ତି):ଆସନ୍ତା ଅଗଷ୍ଟ ୩୧ରେ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ଆଗୁଆ ନୂଆ ପୋଲିସ ଡିଜି ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି…

୨୫ରୁ ଅଧିକ ଶ୍ରମିକ ନେଇ ଆସୁଥିବା ପିକଅପ ଭ୍ୟାନ ଓଲଟିଲା, ଆହତ ହସ୍ପିଟାଲରେ ଭର୍ତ୍ତିି

ବାସୁଦେବପୁର,୧୬।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ସଦର ମହକୁମାରୁ ବାସୁଦେବପୁରକୁ ଏକ ଛାତ ଢାଳିବାକୁ ଏକ ପିକଅପରେ ଆସୁଥିବା ୨୫ରୁ ଅଧିକ ଶ୍ରମିକ ଶନିବାର ସଡ଼କ ଦୁର୍ଘଟଣାର…

ମହଙ୍ଗା ହୋଇଯିବ ବିଜୁଳି! ଗ୍ରାହକଙ୍କ ଉପରେ ପଡ଼ିବ ଅତିରିକ୍ତ ଆର୍ଥିକ ବୋଝ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ, ୧୬।୫: ମଧ୍ୟପ୍ରାଚ୍ୟ ସଙ୍କଟ ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରିଛି, ଏବଂ ଭାରତ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ। ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri