କେ. ଝାଲରସିଂକୁ ୭ ଦିନ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲାପାଳ

ଆର.ଉଦୟଗିରି,୮।୭:(ଡି.ଏନ୍‌.ଏ.): ଗଜପତି ଜିଲା ନୂଆଗଡ଼ ବ୍ଲକରେ ଗତ ୨ ଦିନ ମଧ୍ୟରେ ୨୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେ, ଝାଲରସିଂରୁ ୯ , ଲିଅବରୁ ୧, ତୁବୁସିଂରୁ ୧, ତେରେମେଣ୍ଡାରୁ ୧ ଓ କେ. ଝାଲରସିଂ ଛଟଗ୍ରାମରୁ ୯ଜଣ ଅଛନ୍ତି। ଚିହ୍ନଟ କେତେକ ବ୍ୟକ୍ତି ଖଜୁରୀପଦା ଓ ଆର.ଉଦୟଗିରି ବଜାରରେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଇଛି । ଏ ନେଇ ସ୍ଥାନୀୟ ସରପଞ୍ଚ ଗାଇତନ ମଣ୍ଡଳ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ କରିବା ସହ ମଙ୍ଗଳବାର ରାତିରେ ଗଜପତି ଜିଲାପାଳ ଅନୁପମ ସାହା କେ. ଝାଲରସିଂ ଗ୍ରାମକୁ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। କେ. ଝାଲରସିଂ ଗ୍ରାମକୁ ସଂଯୋଗ କରୁଥିବା ଭାଲିଆପଦର, ବୁରୁପଦା ଓ ଖଜୁରୀପଦା ଗ୍ରାମକୁ ପ୍ରଶାସନ ପକ୍ଷରୁ ଯିବାଆସିବା ଉପରେ କଟକଣା ଜାରି କରାଯିବା ସହ ପ୍ର୍ରତ୍ୟେକ ସାହି ରାସ୍ତାକୁ କାଠ ବାଉଁଶ ପୋତି ବନ୍ଦ କରାଯାଇଛି


Enter your email to get our daily news in your inbox.

All Right Reserved By Dharitri.Com

ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଏକାଦଶ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି କଲେ ଗ୍ରାମବାସୀ, ସମସ୍ତେ ଚକିତ

ପାଟଣା,୧୦।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ତହସିଲ ଅର୍ନ୍ତଗତ ଚେମେଣା ଓ ଯମୁନା ପଶି ପଞ୍ଚାୟତର ୧୨ଟି ମୌଜାର ଜମିକୁ ନେଇ ଜେଏସଡବ୍ଲୁ ଓ ପୋସ୍କୋ ପ୍ରସ୍ତାବିତ…

ଭାରତର କ୍ଷତରେ ଲୁଣ ଲଗାଇଲା ଇଂଲଣ୍ଡ, ଅଧିନାୟକ ହ୍ୟାରି ବ୍ରୁକ କହିଲେ, ‘ମୁଁ ଏହାକୁ ପ୍ରକୃତରେ ଉପଭୋଗ କରିଥିଲି…’

ନୂଆଦିଲ୍ଲୀ,୧୦।୭: ବ୍ରିଷ୍ଟଲରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଇଂଲଣ୍ଡ ଭାରତୀୟ କ୍ରିକେଟ ଦଳକୁ ୯ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଇଂଲଣ୍ଡ ୩-୦ରେ ସିରିଜ…

ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ବୀମା ରାଶି ପ୍ରଦାନ

ଛତ୍ରପୁର,୧୦।୭(ଦିଲୀପ ସାମଲ): ୨୦୨୪ ମସିହାରେ କାର୍ଯ୍ୟରତ ଅବସ୍ଥାରେ ଅକସ୍ମାତ ହୃଦ୍ଘାତରେ ପରଲୋକବରଣ କରିଥିବା ଚମାଖଣ୍ଡି ପୋଲିସ ଥାନା କର୍ମଚାରୀ ସଞ୍ଜିତ ସ୍ବାଇଁଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା…

ପ୍ରଧାନମନ୍ତ୍ରୀଙ୍କ ପଛରେ ଠିଆ ହୋଇଥିବା ଝିଅ ଦେଲେ ଏମିତି ସଙ୍କେତ; ପଛକୁ ବୁଲି ଚାହିଁଲେ ମୋଦି, ଆଉ ତାପରେ…

ନୂଆଦିଲ୍ଲୀ,୧୦।୭:ଅଷ୍ଟ୍ରେଲିଆର ମେଲବୋର୍ନର ମାର୍ଭେଲ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରୁଥିବା ସମୟରେ ଏକ ଅନନ୍ୟ ଦୃଶ୍ୟ ଦେଖାଯାଇଥିଲା। ଭାଷଣ ସମୟରେ, ମଞ୍ଚ ଉପରେ ତାଙ୍କ…

ଜିଓ ନେଟୱର୍କ ସେବା ବିପର୍ଯ୍ୟସ୍ତ: ଲୋକେ ହନ୍ତସନ୍ତ

କର୍ଲାମୁଣ୍ଡା,୧୦।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ଗ୍ରାମରେ ଜିଓ ୫ଜି ନେଟୱର୍କ ସେବା ଦୀର୍ଘଦିନ ଧରି ବ୍ୟାହତ ହୋଇଆସୁଛି। ବିଦ୍ୟୁତ ଥିବା ସତ୍ତ୍ୱେ…

ଜିଲାସ୍ତରୀୟ ୭୭ତମ ବନମହୋତ୍ସବ: ୨ ବନ ସଂରକ୍ଷଣ ସମିତିକୁ ମିଳିଲା ଏତିକି ଟଙ୍କାର ପୁରସ୍କାର

ଭବାନୀପାଟଣା,୧୦।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଟାଉନ ହାଇସ୍କୁଲରେ ଗୁରୁବାର ଜିଲାସ୍ତରୀୟ ୭୭ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ତର ବନଖଣ୍ଡ ପକ୍ଷରୁ ଆୟୋଜିତ ଏହି…

ଭକ୍ତଙ୍କ ନାଁରେ ରୋକଠୋକ୍‌ ଏମିତି କହିଦେଲେ ସୋଫିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୦।୭ (ରବିନାରାୟଣ ଜେନା):ରାଜ୍ୟ କଂଗ୍ରେସରେ କିଛି ଠିକ୍‌ଠାକ୍‌ ଚାଲିନାହିଁ ବୋଲି ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି। ବିଧାନସଭାର ସ୍ଥାୟୀ କମିଟି ବୈଠକ ଅବସରରେ ଗୁରୁବାର…

ଧରିତ୍ରୀ ପ୍ରଭାବ: ମରାମତି ହେଲା ବିଜୁ ଏକ୍ସପ୍ରେସ ୱେ

ନୂଆପଡ଼ା,୧୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଘାଟିପଡାଠାରୁ ସିନାପାଲି ଦେଇ କୋରାପୁଟକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ମରଣଯନ୍ତା ପାଲଟିବା ଖବର ଧରିତ୍ରୀରେ ଗୁରୁବାର ପ୍ରକାଶିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri