ଜଗତ୍ସିଂହପୁର ଅଫିସ,୨୧ା୬: ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାର ଗୁରୁତ୍ୱାରୋପ କରୁଥିବା ଡିଣ୍ଡିମ ପିଟୁଛନ୍ତି। କମ ସୁଧରେ କୃଷି ଋଣ ପ୍ରଦାନ କରୁଛନ୍ତି। ଏହାଦ୍ୱାରା ଚାଷୀ ଯେପରି ଅର୍ଥାଭାବ ଜନିତ ସମସ୍ୟାର ସମ୍ମୁଖୀନ ନ ହେବ ତା ଉପରେ ଗୁରୁତ୍ୱ ଦିଆଯାଉଛି। ବାସ୍ତବରେ କିନ୍ତୁ ଚାଷୀଙ୍କ ଅପେକ୍ଷା ଅଧିକାଂଶ ଅଣଚାଷୀ ଏହାର ଭରପୁର ଫାଇଦା ଉଠାଇ ଚାଲିଛନ୍ତି। ଏପରି କି ଜଣେ ଜଣେ ପରିବାରର ୫/୭ ଜଣଙ୍କୁ ଋଣ ଦିଆଯାଉଥିବା ଗୁରୁତର ଅଭିଯୋଗ ହେଉଛି। କେବଳ ଏତିକି ନୁହେଁ, ସୂଚନା ଅଧିକାର ଆଇନ ବଳରେ ଋଣ ନେଇଥିବା ଚାଷୀଙ୍କ ତାଲିକା ମଗାଗଲେ ମଧ୍ୟ ମିଳୁନାହିଁ। ଏହାକୁ ନେଇ ଜଗତ୍ସିଂହପୁର ଜିଲାର ବିଭିନ୍ନ ପ୍ରାନ୍ତରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ଏହି ଜିଲାର ମୁଖ୍ୟ ଚାଷ କହିଲେ ଧାନକୁ ବୁଝାଯାଏ। ଯେହେତୁ ଜିଲାରେ ବିଭିନ୍ନ ସମୟରେ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ହୁଏ ତେଣୁ ଚାଷ କ୍ଷତିଗ୍ରସ୍ତ ହୁଏ। ଚାଷୀ ପରିଶ୍ରମ କରି ଅମଳ କଲାବେଳକୁ ପ୍ରାକୃତିକ ବିପର୍ଯ୍ୟୟ ସବୁ କିଛି ଛାରଖାର କରିଦିଏ। ଏହାଦ୍ୱାରା ଚାଷୀର ମେରୁଦଣ୍ଡ ଭାଙ୍ଗି ପଡେ। କିନ୍ତୁ ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ସରକାରୀ ସହାୟତା ମିଳିପାରେ ନାହିଁ। ଏହାର ମୁଖ୍ୟକାରଣ ହେଲା ହୀନ ରାଜନୀତି। ଚାଷୀ ଯେତେବେଳେ ଅଣ୍ଟା ସଳଖ କରି ପୁଣି ଛିଡା ହେବା ପାଇଁ ଚେଷ୍ଟା କରେ ସେତେବେଳେ ଅନେକ ବାଧାବିଘ୍ନ ଆସେ। ବଡ କଥା ହେଲା ସରକାର ଚାଷୀର ଅର୍ଥାଭାବଜନିତ ସମସ୍ୟା ଦୂର ପାଇଁ ୧% ସୁଧରେ କୃଷି ଋଣ ପ୍ରଦାନ କରୁଛନ୍ତି। ଏଥିରେ ମଧ୍ୟ ପାତରଅନ୍ତର କରାଯାଏ। ଦୁଃଖର କଥା ହେଲା ଅନେକ ଚାଷୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଋଣ ଦିଆଯାଏ ନାହିଁ। ଅଥଚ ଜଣେ ଚାଷୀଙ୍କ ପରିବାରର ୫/୭ ଜଣ ସଦସ୍ୟଙ୍କ ନାଁରେ ନିୟମ ଉଲ୍ଲଙ୍ଘନ କରାଯାଇ ଋଣ ପ୍ରଦାନ କରାଯାଏ। ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ଏହାର ଏକ ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ଜିଲାର ଅନନ୍ତପୁର ସେବା ସମବାୟ ସମିତିରେ। ଏହି ସମିତିର କେତେଜଣ ଚାଷୀଙ୍କୁ ଋଣ ପ୍ରଦାନ କରାଯାଇଛି ଓ କେତେ ଚାଷୀ ଠିକ ସମୟରେ ଏହା ପରିଷୋଧ କରୁଛନ୍ତି ସେ ସମ୍ପର୍କରେ ଜଗତ୍ସିଂହପୁର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଅଫ୍ କୋଅପରେଟିଭ୍ ସୋସାଇଟ୍(ଏଆର୍ସିଏସ୍)ରେ ସୂଚନା ଅଧିକାର ଆଇନ ବଳରେ ସୂଚନା ମଗାଯାଇଥିଲା। ଏହା ଉପରେ ଯେଉଁ ତଥ୍ୟ ମିଳିଛି ତାହା ସମିତିର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିରେ ଦର୍ଶାଯାଇଛି, ୧୧୯୧ ଜଣ ଚାଷୀ ଋଣ ନେଇଛନ୍ତି। କିନ୍ତୁ ସମିତିରେ ମାତ୍ର ୩୯୯ ଜଣଙ୍କ ତାଲିକା ଅଛି। ହେଲେ ଅବଶିଷ୍ଟ ୭୯୨ଜଣଙ୍କ ନାଁ କୁଆଡେ ଗଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବାସ୍ତବରେ ଏହି ତାଲିକା ସମିତିରେ ନାହିଁ, ନା ଏହା ପଛର ରହସ୍ୟ ଆଉ କିଛି ତାକୁ ନେଇ ସନ୍ଦେହ ବଢିବାରେ ଲାଗିଛି। ଏ ସମ୍ପର୍କରେ କେତେଜଣ ଚାଷୀ ପ୍ରତିକ୍ରିୟାରେ କହିଛନ୍ତି, ଯେଉଁ ଚାଷୀ ଋଣ ନେଇଛନ୍ତି ସେମାନଙ୍କ ନାଁ କଟିବା ଅସମ୍ଭବ। ଯେବେ ସମ୍ଭବ ତା ହେଲେ ସେମାନଙ୍କୁ ଦିଆଯାଇଥିବା ଋଣ ରାଶି କଣ ସରକାର ଛାଡ କରିଦେଲେ ବୋଲି ପ୍ରଶ୍ନ କରିଛନ୍ତି। ଏଥିରୁ ସ୍ପଷ୍ଟ, ନାଁ ଦିଆଯାଇ ନ ଥିବା ୭୯୨ ଜଣ ଚାଷୀଙ୍କ ଋଣ ରାଶି ଚଳୁ ହୋଇଛି ଅଥବା ଚଳୁ ପାଇଁ ଷଡଯନ୍ତ୍ର କରାଯାଇଛି। ଅର୍ଥାତ୍ ଅଯୋଗ୍ୟ ବ୍ୟକ୍ତିଙ୍କ ନାମରେ ଜାଲ କାଗଜପତ୍ର ମାଧ୍ୟମରେ ଋଣ ପ୍ରଦାନ କରାଯାଇଛି। ଏହି ଚାଷୀଙ୍କ ନାଁ ପ୍ରଘଟ ହେଲାପରେ ବାସ୍ତବ ଚିତ୍ର ପଦାକୁ ଆସିବ। କୁହାଯାଉଛି ଅଧିକାଂଶ ଚାଷୀଙ୍କ ବ୍ୟାଙ୍କ ପାସ ବୁକ୍ ସେମାନଙ୍କ ପାଖରେ ନ ଥାଏ। ସମିତି ସମ୍ପାଦକମାନେ ଏହାକୁ ରଖିଥାନ୍ତି। ସେମାନଙ୍କ ନାମରେ ମିଥ୍ୟା ଋଣ କରି ଏହି ରାଶି ନିଯେ ହାତେଇଥାନ୍ତି। ପରେ ଏହାକୁ ବ୍ୟବସାୟ ଆଦିରେ ଲଗାଇ ଲାଭବାନ ହୋଇଥାନ୍ତି। କିନ୍ତୁ ପ୍ରତିବର୍ଷ ଋଣ ରାଶି ସୁଝିବା ବ୍ୟବସ୍ଥା କରିଥାନ୍ତି। ଯଦ୍ଦ୍ବାରା ଚାଷୀ ସେମାନଙ୍କ ନାମରେ ଋଣ ଥିବା ଜାଣିପାରେ ନାହିଁ। କେତେକ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ହେବାର ମଧ୍ୟ ନଜିର ରହିଛି। ଏହାକୁ ନେଇ ଅତୀତରେ ଜିଲାସ୍ତରୀୟ ସମୀକ୍ଷା ବୈଠକରେ ତୁମ୍ଭି ତୋଫାନ ମଧ୍ୟ ହୋଇଛି। ଋଣ ନେଇଥିବା ଚାଷୀଙ୍କ ମଧ୍ୟରୁ କେତେକଙ୍କ ପରିବାରର ଏକାଧିକ ସଦସ୍ୟଙ୍କ ନାମରେ ଋଣ ପ୍ରଦାନ କରାଯାଇଛି। ଗୌରାଙ୍ଗ ବିଶ୍ୱାଳଙ୍କ ପରିବାରର ୬ ଜଣଙ୍କ ନାମରେ ଋଣ ମଞ୍ଜୁର ହୋଇଛି। ଏହି ପରିବାରର ସୁକାନ୍ତ ବିଶ୍ୱାଳ, ପ୍ରଶାନ୍ତ ବିଶ୍ୱାଳ ପ୍ରମୁଖ ଅବିବାହିତ ଅଛନ୍ତି। ସେହିପରି ପ୍ରତାପ ସ୍ବାଇଁ ଏବଂ ତାଙ୍କ ସ୍ତ୍ରୀଙ୍କ ନାମରେ ଋଣ ଦିଆଯାଇଛି। ଶ୍ୟାମ ସୁନ୍ଦର ବିଶ୍ୱାଳଙ୍କ ପରିବାରର ୭ ଜଣ ସଦସ୍ୟଙ୍କ ନାମରେ ଚଞ୍ଚକତାପୂର୍ବକ ଋଣ ପ୍ରଦାନ କରାଯାଇ ପାରିଛି। ଏହିଭଳି ଅନେକ ପରିବାର ଅଛନ୍ତି ଯେଉଁମାନଙ୍କୁ ଅନ୍ୟାୟ ଭାବେ କୃଷି ଋଣ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ଅନୁରୂପ ଭାବେ ୨୦୧୮-୧୯ ଖରିଫ ଋତୁରେ ଏହି ସମିତିରେ ୩୪୩ ଜଣ ଚାଷୀଙ୍କୁ ପଞ୍ଜିକୃତ କରାଯାଇଛି। କିନ୍ତୁ ଏହା ଭିତରେ ଧାନ ବିକି ପାରିଛନ୍ତି ୨୫୬ ଜଣ। ଅବଶିଷ୍ଟ କାହିଁକି ଧାନ ବିକ୍ରିରୁ ବଞ୍ଚତ୍ତ ହେଲେ ତାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ଏପରି କି ଜିଲା ଯୋଗାଣ ଅଧିକାରୀ ଓ ଏଆର୍ସିଏସ୍ଙ୍କ କାର୍ଯ୍ୟାଳୟରେ ପ୍ରଫୁଲ ସ୍ବାଇଁ, ଦୁର୍ଗାଦଳ ଗିରି, ଅମରେନ୍ଦ୍ର ଖଣ୍ଡା, ସୁରେନ୍ଦ୍ର ପ୍ରଧାନଙ୍କ ଭଳି ଏକାଧିକ ବଡ ଚାଷୀ ପହଞ୍ଚତ୍ ସେମାନଙ୍କ ଧାନ ବିକ୍ରି ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। ଏଥିମଧ୍ୟରେ ବର୍ଷା ଦିନ ଆସିଗଲାଣି। କିନ୍ତୁ ଧାନ ବିକି ନ ପାରି ଚିନ୍ତାରେ ଅଛନ୍ତି। ତେଣୁ ବାଧ୍ୟ ହୋଇ ବେପାରୀଙ୍କୁ କମ ଦାମରେ ବିକ୍ରି କରିବେ ବୋଲି କହିଛନ୍ତି। କେବଳ ଏହି ଚାଷୀମାନେ ନୁହନ୍ତି ଅନେକ ଚାଷୀ ମଧ୍ୟ ଅନୁରୂପ ସମସ୍ୟାର ସମ୍ମୁଖୀନ ହୋଇ କମ ଦରରେ ବେପାରୀଙ୍କୁ ବିକ୍ରି କରି ସାରିଲେଣି। ଏହିସବୁ ବାବଦରେ ଜିଲାରେ କୃଷି ଋଣ ପ୍ରଦାନରେ ଶତାଧିକ କୋଟି ଟଙ୍କା କେଳେଙ୍କାରୀ ଉପରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଅନନ୍ତପୁର ସେବା ସମବାୟ ସମିତି ସମ୍ପାଦକ ଜୟନ୍ତ ହାତୀଙ୍କୁ ପଚାରିବାରୁ ଗୋଟିଏ ଗୋଟିଏ ପରିବାରର ୫/୭ ଜଣଙ୍କ ନାମରେ କୃଷି ଋଣ ହୋଇଥିବା ସ୍ବୀକାର ସହ ଅସହାୟତା ପ୍ରକାଶ କରିଥିଲେ।
Posted inଜଗତ୍ସିଂହପୁର View All
ପ୍ରଥମେ ପ୍ରେମ, ପରେ ବଳାତ୍କାର କରି ବନ୍ଧାହେଲେ ୨ ଭାଇ, କଲେଜ ଯୁବତୀଙ୍କୁ ଟାର୍ଗେଟ୍ କରି…
ଜଗତ୍ସିଂହପୁର,୧୬ା୫(ପ୍ରମୋଦ କୁମାର ନାୟକ): ଜଗତ୍ସିଂହପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ବଳାତ୍କାର କରି ବ୍ଲାକ ମେଲିଂ କରିବା ଭଳି ସଙ୍ଗିନ ଅଭିଯୋଗ…
ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ଼: ଜଗିଲା ପୋଲିସ
ପାରାଦୀପରେ,୧୪।୫: ଇରାନ-ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ ପାଇଁ ଭାରତ ସମେତ ଅନ୍ୟ କେତେକ ଦେଶରେ ତୈଳ ଓ ରନ୍ଧନ ଗ୍ୟାସ ସଙ୍କଟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ…
ସରକାରୀ ଜମିରେ ଘର କରି ମାଡ଼ି ବସିଥିଲେ: ହଟିଲା ଜବରଦଖଲ
ପାରାଦୀପ,୧୧।୫: ଜଗତସିଂହପୁର ଜିଲା କୁଜଙ୍ଗ ତହସିଲ ନୂଆଗଡ଼ରେ ସୋମବାର ଏକ ବଡ଼ ଧରଣର ଜବରଦଖଲ ଉଚ୍ଛେଦ କରାଯାଇଛି। ସରକାରୀ ଜମିରେ ଘର କରି ମାଡ଼ି ବସିଥିବା ଲୋକଙ୍କୁ…
ଗୋଡ଼ ବନ୍ଧା ହୋଇ ଘରେ ପଡୁଛି ପୁଅ, ଅର୍ଥ ଅଭାବରୁ ଚିକିିତ୍ସା ପାଇଁ ମା-ବାପା…
କୁଜଙ୍ଗ,୬ା୫(ମନୋଜ ପ୍ରଧାନ): ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତ ବାରାକଣା ଗ୍ରାମର ସୁରେଶ ଚନ୍ଦ୍ର ପାଣି (୪୫) ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାଉଥିଲେ। ପରିବାର…
କୁମ୍ଭୀର ନେଇ ଯାଇଥିବା ଗୁଜବ,ସକାଳୁ ଜଣାପଡ଼ିଲା ଅସଲି ସତ…
ପାରାଦୀପ,୨୬।୪(ଶରତ ରାଉତ): ପାରାଦୀପ ଲକଥାନା ଅନ୍ତର୍ଗତ ଚଉମୁହାଣି ନିକଟ ମହାନଦୀରେ ରବିବାର ଭୋରୁ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହକୁ କୁଜଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ମୃତକ…
ନିର୍ବନ୍ଧର ଗୋଟିଏ ଦିନ ପରେ ନିଖୋଜ ହୋଇଯାଇଥିଲେ ସସ୍ମିତା: ପରେ ଘଟିଲା…
ଜଗତ୍ସିଂହପୁର, ୨୨ା୪(ପ୍ରମୋଦ କୁମାର ନାୟକ):ଜଗତ୍ସିଂହପୁର ଥାନା ଅନ୍ତର୍ଗତ କାଠିଆପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁର ପ୍ରମୋଦ ଦାସ ଓ ଲକ୍ଷ୍ମୀପ୍ରିୟା ଦାସଙ୍କ ଝିଅ…
ପାରାଦୀପ, କପିଳଯୋରରେ ମାଛ ମଡକ: ପଚାମାଛ ଗନ୍ଧରେ ସହର…
ପାରାଦୀପ ୧୨।୪(ଶରତ ରାଉତ): ବନ୍ଦର ସହର ପାରାଦୀପ ମଧ୍ୟସ୍ଥଳରେ ଥିବା କପିଳଯୋରରେ ରବିବାର ମାଛ ମଡକ ହୋଇଛି। ସହରର ବଡପଡିଆ ପରିବା ମାର୍କେଟଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ…
କଲେଜ ଫେୟାରଓ୍ବେଲ୍ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…
ଜଗତ୍ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…
Archives

