କିପରି ଉଠାଇବେ ଇପିଏଫ୍‌ ଟଙ୍କା

ନୂଆଦିଲ୍ଲୀ,୧୦।୪: କରୋନା ଜନିତ ଲକ୍‌ଡାଉନ ବେଳେ ଯଦି ଆପଣ ଆର୍ଥତ୍କ ସମସ୍ୟାର ସମ୍ମୁଖୀନ ହେଉଥାନ୍ତି, ତେବେ ଆପଣଙ୍କର କର୍ମଚାରୀ ଭବିଷ୍ୟନିଧି (ଇପିଏଫ୍‌)ରୁ ଟଙ୍କା ଉଠାଇପାରିବେ। ଏଥିପାଇଁ ସରକାର ଗତମାସ ୨୬ ତାରିଖରେ ଘୋଷଣା କରିଥିଲେ। ଏ ନେଇ ଇପିଏଫ୍‌ ଆକାଉଣ୍ଟରୁ ଟଙ୍କା ଉଠାଇବା ନିୟମାବଳୀରେ ସଂଶୋଧନ କରାଯାଇଛି। ବିଜ୍ଞପିତ ହୋଇଥିବା ଏହି ସଂଶୋଧିତ ନିୟମ ଅନୁଯାୟୀ ଜଣେ ଇପିଏଫ୍‌ ସଦସ୍ୟ ତାଙ୍କ ତିନିମାସର ମୂଳ ବେତନ ଓ ମହଙ୍ଗା ଭତ୍ତା ପରିମାଣର ଅର୍ଥ କିମ୍ବା ଆକାଉଣ୍ଟରେ ଜମା ଥିବା ଅର୍ଥର ୭୫ ପ୍ରତିଶତ, ଯେଉଁଟି କମ୍‌ ହେଉଥିବ, ଉଠାଇପାରିବେ। ଉଦାହରଣ ସ୍ବରୂପ ଯଦି ଆପଣଙ୍କର ମାସିକ ମୂଳ ବେତନ ଓ ମହଙ୍ଗା ଭତ୍ତା ମିଶି ୩୦, ୦୦୦ ଟଙ୍କା ହେଉଥିବ ଏବଂ ଆପଣଙ୍କ ଇପିଏଫ୍‌ ଆକାଉଣ୍ଟରେ ୩ ଲକ୍ଷ ଟଙ୍କା ଜମା ରହିଥିବ ତେବେ ୩ ମାସର ବେତନ ୯୦ ହଜାର ଟଙ୍କା ଏବଂ ଇପିଏଫ୍‌ ଜମାର ୭୫ ପ୍ରତିଶତ ୨,୨୫,୦୦୦ ଟଙ୍କା ହେଉଛି। ଏପରିସ୍ଥଳେ ଆପଣ ଇପିଏଫ୍‌ରୁ ୯୦ ହଜାର ଟଙ୍କା ଉଠାଇପାରିବେ। କରୋନା ମହାମାରୀ ବେଳେ ଉଠାଉଥିବା ଏହି ଅର୍ଥ ଆପଣଙ୍କୁ ଭରିବାକୁ ପଡ଼ିବ ନାହିଁ।
ସଂଶୋଧିତ ନିୟମ ଅନୁଯାୟୀ କେବଳ କୋଭିଡ୍‌-୧୯ ନୁହେଁ, ଭବିଷ୍ୟତରେ ଅନ୍ୟ କୌଣସି ମହାମାରୀ ହେଲେ ସମ୍ପୃକ୍ତ ସରକାର କର୍ମଚାରୀମାନଙ୍କୁ ଇପିଏଫ୍‌ରୁ ଏଭଳି ଅଗ୍ରିମ ନେବା ପାଇଁ ଅନୁମତି ଦେବେ। ଇପିଏଫ୍‌ ଆକାଉଣ୍ଟଧାରୀ ଅନ୍‌ଲାଇନରେ ଆବେଦନ କରିପାରିବେ। ଏଥିପାଇଁ ସେମାନଙ୍କୁ ତିନୋଟି ସର୍ତ୍ତ ପୂରଣ କରିବାକୁ ହେବ। ତାହା ହେଲା ଇପିଏଫ୍‌ ସଦସ୍ୟଙ୍କ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (ୟୁଏଏନ୍‌) ଆକ୍ଟିଭେଟେଡ ଥିବ, ଆଧାର ଯାଞ୍ଚ ହୋଇ ୟୁଏଏନ୍‌ରେ ସଂଯୋଗ ହୋଇଥିବ ଏବଂ ୟୁଏଏନ୍‌ ସହ ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଆଇଏପ୍‌ଏସ୍‌ସି କୋଡ୍‌ ଦିଆଯାଇଥିବ।
କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ) ଦ୍ୱାରା ଜାରି ଏଫ୍‌ଏକ୍ୟୁ ଅନୁଯାୟୀ, ଉପରୋକ୍ତ ସୁବିଧା ପାଇବା ପାଇଁ ନିଯୁକ୍ତିଦାତାଙ୍କ ସାର୍ଟିଫିକେଟ କିମ୍ବା ଅନ୍ୟ ଦସ୍ତାବିଜ୍‌ର ଆବଶ୍ୟକତା ନାହିଁ। ତେବେ କର୍ମଚାରୀ ଇପିଏଫ୍‌ ଆକାଉଣ୍ଟରୁ ଅନ୍‌ଲାଇନ ଟଙ୍କା ଉଠାଇବା ପାଇଁ ଆବେଦନ କଲାବେଳେ ଚେକ୍‌ର ଏକ ସ୍କାନ୍‌ କପି ଅପ୍‌ଲୋଡ କରିବାକୁ ହେବ। ଅନଲାଇନ ଆବେଦନ ଲାଗି ଇ-ସେବା ପୋର୍ଟାଲ http://unifiedportal-mem.epfindia.gov.in/memberinterfaceକୁ ଯାଇ ନିଜ ୟୁଏଏନ୍‌ ଏଣ୍ଟର କରି ଆକାଉଣ୍ଟକୁ ଲକ୍‌ଇନ୍‌ କରନ୍ତୁ। ଅନ୍‌ଲାଇନ ସର୍ଭିସେସ୍‌କୁ ଯାଇ କ୍ଲେମ୍‌ (ଫର୍ମ-୩୧, ୧୯, ୧୦ସି ଏବଂ ୧୦ଡି) ମଧ୍ୟରୁ ସିଲେକ୍ଟ କରନ୍ତୁ। ସ୍କ୍ରିନ୍‌ରେ ଏକ ନୂଆ ଓ୍ବେବ୍‌ ପେଜ୍‌ ଦେଖିବେ ଯେଉଁଥିରେ ଆପଣଙ୍କ ନାଁ, ଜନ୍ମତାରିଖ, ଆଧାର ନମ୍ବରର ଶେଷ ୪ ଅଙ୍କ, ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଥିବ। ବ୍ୟାଙ୍କ ଆକାଉଣ୍ଟ ନମ୍ବରର ଶେଷ ୪ ଅଙ୍କ ଏଣ୍ଟର କରି ଭେରିଫାଏରେ କ୍ଲିକ୍‌ କଲେ ସ୍କ୍ରିନ୍‌ରେ ଅଣ୍ଡରଟେକିଂ ସାର୍ଟିଫିକେଟ ମାଗିବ। ଏହାପରେ ‘ପ୍ରୋସିଡ୍‌ ଫର ଅନ୍‌ଲାଇନ କ୍ଲେମ୍‌’ରେ କ୍ଲିକ୍‌ କରିବାକୁ ହେବ। ମେନୁରୁ ପିଏଫ୍‌ ଆଡଭାନ୍ସ (ଫର୍ମ ୩୧) ଚୟନ କରି ଟଙ୍କା ଉଠାଇବାର କାରଣ ସ୍ଥାନରେ କୋଭିଡ୍‌-୧୯ ମହାମାରୀ ବୋଲି ଲେଖିବେ। ଏହାପରେ ଉଠାଇବାକୁ ଥିବା ଟଙ୍କା ପରିମାଣ ଉଲ୍ଲେଖ କରି ଚେକ୍‌ର କପି ଅପ୍‌ଲୋଡ୍‌ କରିବେ ଓ ଠିକଣା ଲେଖିବେ। ଆଧାର ଲିଙ୍କ୍‌ ଥିବା ଆପଣଙ୍କ ମୋବାଇଲ ଫୋନ୍‌କୁ ଓ୍ବାନ୍‌ଟାଇମ୍‌ ପାସ୍‌ଓ୍ବାର୍ଡ (ଓଟିପି) ଆସିବ। ଏହି ଓଟିପି ଏଣ୍ଟର କରିବା ସହ ପୁଣିଥରେ ଅର୍ଥ ପରିମାଣ ଲେଖିବେ। ଏହା ପରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri