କିଡ୍‌ନୀ ରୋଗ ବିଶ୍ୱ ପାଇଁ ଚିନ୍ତାର ବିଷୟ

ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାର ଅର୍ଥାତ ୧୨ତାରିଖରେ ବିଶ୍ୱ କିଡ୍‌ନୀ ଦିବସ ପାଳନ କରାଯାଉଛି। ୨୦୨୦ର ମନ୍ତ୍ର ହେଉଛି,‘କିଡ୍‌ନୀର ସ୍ବାସ୍ଥ୍ୟ ସମସ୍ତଙ୍କ ପାଇଁ ଓ ସବୁ ସ୍ଥାନରେ’। କିଡ୍‌ନୀର ଯନତ୍ କେମତି ନିଆଯାଏ ଏବଂ ଏହି ରୋଗର କାରଣ, ଲକ୍ଷଣ ଓ ପ୍ରତିଷେଧକ ବିଷୟରେ ସମସ୍ତଙ୍କୁ ଏହି ଦିବସରେ ଅବଗତ କରାଯାଏ। ସାଧାରଣ ପରୀକ୍ଷା ମାଧ୍ୟମରେ କିଡ୍‌ନୀ ରୋଗକୁ ଯେମିତି ଜାଣିହେବ , ତାହା ଛୋଟ ଛୋଟ ଡାକ୍ତରଖାନାରେ ଉପଲବ୍ଧ ହେବା ଦରକାର। ଯାହାଦ୍ୱାରା ପ୍ରାଥମିକ ପର୍ଯ୍ୟାୟରୁ ଏହି ରୋଗ ନିରୂପଣ କରିବା ସହଜ ହୋଇପାରିବ।
ସାରା ବିଶ୍ୱରେ ୮୫ କୋଟି ଲୋକ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଭାରତରେ ପ୍ରତି ୧୦ ଲକ୍ଷ ଲୋକସଂଖ୍ୟାରେ ୮୦୦ ଜଣ ଏହି ରୋଗରେ ପୀଡିତ। ଏଥିମଧ୍ୟରୁ ୧୫୦ରୁ ୨୩୦ ଜଣ ଡାଏଲିସିସ୍‌ କିମ୍ବା କିଡ୍‌ନୀ ପ୍ରତିରୋପଣ ଆବଶ୍ୟକ କରୁଛନ୍ତି। ପ୍ରତିବର୍ଷ ୧ ଲକ୍ଷ ଲୋକ ‘ଏଣ୍ଡ ଷ୍ଟେଟ୍‌ କିଡ୍‌ନୀ’ ରୋଗରେ ପୀଡିତ ହେବା ଲକ୍ଷ୍ୟକରାଯାଉଛି, ଯେଉଁମାନଙ୍କ କିଡ୍‌ନୀ ସମ୍ପୂର୍ଣ୍ଣ ଖରାପ ହୋଇଯାଉଛି। ଏଣୁ ସାମ୍ପ୍ରତିକ ସମୟରେ ଏତେ ସଂଖ୍ୟକ ଲୋକ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେବା ବିଶ୍ୱ ପାଇଁ ଚିନ୍ତାର ବିଷୟ।
କିଡ୍‌ନୀ ସମ୍ପୂର୍ଣ୍ଣ ଖରାପ ହୋଇଗଲେ ଏହାର କେବଳ ପ୍ରତିକାର ହେଉଛି ଡାଏଲିସିସ କିମ୍ବା କିଡ୍‌ନୀ ପ୍ରତିରୋପଣ । ଏଣୁ କିଡ୍‌ନୀ ରୋଗ ନ ହେବା ପାଇଁ ପ୍ରତିଷେଧକ କିମ୍ବା ରୋଗ ହେଲେ ତତ୍‌କ୍ଷଣାତ ନିରୂପଣ କରି ଚିକିତ୍ସା କରିବା ଉପରେ ଏହି ଦିବସ ଅବସରରେ ସଚେତନତା ସୃଷ୍ଟି କରାଯାଏ। ଉଚ୍ଚରକ୍ତ ଚାପ , ଡାଇବେଟିସ ୪୦ରୁ ୬୦ ପ୍ରତିଶତ କିଡ୍‌ନୀ ରୋଗର ମୁଖ୍ୟ କାରଣ। ଅନ୍ୟ ରୋଗ ଯଥା,ଗ୍ଲୋମେରୁଲୋନେଫ୍ରାଇଟିସ, କିଡ୍‌ନୀ ଷ୍ଟୋନ୍‌ ଡିଜିଜ, ଏଡିପିକେଡି, ସିକେଡି ଅଫ୍‌ ଅନ୍‌ନୋନ୍‌ ଅରିଜିନ ଆଦି କିଡ୍‌ନୀ ରୋଗର କାରଣ ହୋଇପାରେ। ଗୋଡ଼ ଓ ମୁହଁ ଫୁଲିବା,ପରିସ୍ରାରେ ଫେଣ ହେବା, କମ୍‌ ବ୍ରୟସ୍କ ବ୍ୟକ୍ତିଙ୍କୁ ଉଚ୍ଚରକ୍ତଚାପ, ଅଣନିଃଶ୍ୱାସୀ ଲାଗିବା,ରକ୍ତହୀନତା,ବାନ୍ତି ଲାଗିବା, ବାନ୍ତି ହେବା, ଭୋକ ନ ଲାଗିବା, ଦୁର୍ବଳତା, ଗଣ୍ଠିବ୍ୟଥା, ଦେହ କୁଣ୍ଡାଇ ହେବା ଆଦି ଲକ୍ଷଣ ଏହି ରୋଗର ଲକ୍ଷଣ। କିଡ୍‌ନୀ ରୋଗ ଆରମ୍ଭରେ ରୋଗୀ ପାଖରେ ଲକ୍ଷଣ ପ୍ରାୟ ନ ଥାଏ। ରୋଗୀ ଅନ୍ୟ ରୋଗ ଲାଗି ପରୀକ୍ଷା କରିବା ସମୟରେ କିଡ୍‌ନୀ ଖରାପ ହେବା ଜଣାପଡିଥାଏ। ଏହି କାରଣରୁ ରୋଗ ନିରୂପଣ କରିବାରେ ବିଳମ୍ବ ହୋଇଯାଏ। ଅଧିତ୍କାଂଶ ରୋଗୀଙ୍କର ରୋଗ ନିରୂପଣ ବେଳକୁ ୫୦ ପ୍ରତିଶତ କିଡ୍‌ନୀ ଖରାପ ହୋଇସାରିଥାଏ। ଏଣୁ ଏହି ରୋଗ ପ୍ରତି ସତର୍କ ରହି ପ୍ରୋଟିନ ଟିସ୍ୟୁ,ରକ୍ତରେ ୟୁରିଆ,କ୍ରିଏଟିନିନ୍‌, ଅଲଟ୍ରାସାଉଣ୍ଡ ଆଦି ପରୀକ୍ଷା ମାଧ୍ୟମରେ ଏହାକୁ ନିରୂପଣ କରି ତୁରନ୍ତି ଚିକିତ୍ସା କରିବା ଉଚିତ। ଆମକୁ କିଡ୍‌ନୀକୁ ସୁସ୍ଥ ରଖିବା ଲାଗି ଯନତ୍ବାନ ହେବାକୁ ପଡିବ। ଏଥିପାଇଁ ଓଜନ କମାନ୍ତୁ। ଡାଇବେଟିସ ଥିଲେ ଏଚ୍‌ବିଏ-୧ ସି, ପରିସ୍ରାରେ ମାଇକ୍ରୋ ଆଲବୁମିନ୍‌, ସିରମ୍‌ କ୍ରିଏଟିନିନ୍‌ ଆଦି ବର୍ଷକୁ ଥରେ ପରୀକ୍ଷା କରନ୍ତୁ। କୋଲେଷ୍ଟ୍ରରଲ ନିୟନ୍ତ୍ରଣ କରନ୍ତୁ। ଦିନକୁ ୨-୩ ଲିଟର ପାଣି ପିଅନ୍ତୁ। ସବୁଜ ପରିବା ଖାଆନ୍ତୁ। ଧୂମପାନ ବନ୍ଦ କରନ୍ତୁ। ଅଧିକ ୟୁରିକ ଏସିଡ୍‌ ଥିଲେ କମ୍‌ ପ୍ରୋଟିନଯୁକ୍ତ ଖାଦ୍ୟ ଖାଆନ୍ତୁ ଓ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ମଫଲର ନେଇ ନ୍ୟୁଜିଲାଣ୍ଡ ଯାଇଛନ୍ତି ମୋଦି: ପଛରେ ରହିଛି ରୋଚକ କାହାଣୀ

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ମୋଦି ନ୍ୟୁଜିଲାଣ୍ଡରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଆଜି ୪୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି: କଡ଼ା ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ, SCERT ନିର୍ଦ୍ଦେଶକଙ୍କୁ ଏଫ୍‌ଆଇଆର୍‌ ଦାୟର କରିବାକୁ କହି…

ଭୁବନେଶ୍ୱର,୧୧ା୭(ସୁନିତ୍‌ ମିଶ୍ର): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏ ସମ୍ପର୍କରେ…

E-20 ସହିତ ସାଧାରଣ ପେଟ୍ରୋଲ୍ ମଧ୍ୟ… ଏବେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲର ବିକଳ୍ପ?

ନୂଆଦିଲ୍ଲୀ,୧୧ା୭: E-20 ଇନ୍ଧନ (ଫ୍ୟୁଏଲ୍‌)କୁ ନେଇ ଏବେ ସାରା ଦେଶରେ ହଙ୍ଗାମା ମାତିଛି। ଏଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ (ଏଥାନଲ୍ ମିଶ୍ରିତ ପେଟ୍ରୋଲ୍‌)କୁ ନେଇ ଆଲୋଚନା ଓ ବିବାଦର…

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

କେଜିରୁ ପିଜି ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ଆସିବ ଏସ୍‌ଓପି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୧୧।୭: ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପରେ ନାମଲେଖା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବା…

BCCI ଡାକିଲା ଜରୁରୀ ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା; ରୋହିତ-ବିରାଟ, ଏବଂ ଗମ୍ଭୀର-ଆୟରଙ୍କ ସମ୍ପର୍କରେ ପ୍ରମୁଖ ନିଷ୍ପତ୍ତି ଆଶା କରାଯାଉଛି

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟରେ ସବୁକିଛି ଠିକ ଅଛି କି? ଏହା ବର୍ତ୍ତମାନ ଏକ ପ୍ରମୁଖ ପ୍ରଶ୍ନ ପାଲଟିଛି। ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ…

ବୁଦାରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ : ହତ୍ୟା ସନ୍ଦେହ

ବିନିକା,୧୦।୭: ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଅଇଁଲାସାରି ଗାଁ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

ମିଷ୍ଟ୍ରି ଗର୍ଲଙ୍କ ସହ ଭାଇରାଲ ହେଉଛି ଶୁବମନ ଗିଲଙ୍କ ଫଟୋ, କିଏ ସେହି ରହସ୍ୟମୟୀ ଝିଅ? ସାରା ତେନ୍ଦୁଲକରଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ,୧୧।୭: ଟିମ ଇଣ୍ଡିଆର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲ ୱିମ୍ବଲଡନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ସଚିନ ତେନ୍ଦୁଲକର ଏବଂ ତାଙ୍କ ପରିବାର ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri