Posted inଜାତୀୟ

କିଏ କରିଛି ବାତ୍ୟା ‘ଅମ୍ଫନ’ର ନାମକରଣ

ନୂଆଦିଲ୍ଲୀ,୧୬।୫: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅପପାତ(ଡିପ୍ରେଶନ)ର ରୂପ ନେଇସାରିଛି। ଶନିବାର ସନ୍ଧ୍ୟା ସୁଦ୍ଧା ଏହି ଅବପାତ ଭୟଙ୍କର ସାମୁଦ୍ରିକ ଝଡର ରୂପ ନେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବ ବିଶେଷ ଭାବେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ରହିବ ବୋଲି ଅନୁମାନ କରାଯାଉଛି। ଏହାସହ ପାଖାପାଖି ୮ ରାଜ୍ୟକୁ ସତର୍କ କରିଦିଆଯାଇଛି। ଏବେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ବାତ୍ୟା ଆସିବା ପୂର୍ବରୁ କିଏ କରିଛି ଏହାର ନାମକରଣ। ତେବେ ଏଥର ଏହି ବାତ୍ୟାର ନାମ ଥାଇଲାଣ୍ଡ ଦ୍ୱାରା ବହୁ ପୂର୍ବରୁ କରାଯାଇଛି। ଯେମିତି ଏହା ପୂର୍ବରୁ ଗୁଜରାଟ ଉପକୂଳରେ ଆସିଥିବା ବାତ୍ୟା ‘ବାୟୁ’ର ନାମକରଣ ଭାରତ କରିଥିଲା ସେହିପରି ଏଥର ବାତ୍ୟାର ନାମ ଥାଇଲାଣ୍ଡ ଦ୍ୱାରା କରାଯାଇଛି। ତେବେ ହିନ୍ଦ ମହାସାଗରରେ ଆସୁଥିବା ଘୂର୍ଣ୍ଣିବାତ୍ୟାର ନାମକରଣ ପାଇଁ ଉତ୍ତର ହିନ୍ଦ ମହାସାଗରକୁ ଲାଗି ରହିଥିବା ୮ଟି ଦେଶ ଏହାର ନାମକରଣ କରିଥାଆନ୍ତି। ଏହାପରେ ଏହି ନାମ ଓ୍ବାର୍ଲଡ ମେଟୋରଲଜିକାଲ ଅର୍ଗାନାଇାଜଶନ(ଏବ୍ଲୁଏମ୍‌ଓ)କୁ ପଠାଇ ଦିଆଯାଇଥାଏ। ଆଉ ବାତ୍ୟା ଆସିବା ପରେ ଏହାର ନାମକରଣ କରାଯାଇଥାଏ। ଏହି ୮ ଦେଶ ମଧ୍ୟରେ ରହିଛନ୍ତି ବାଂଲାଦେଶ, ଭାରତ, ମାଲଦ୍ୱୀପ, ମ୍ୟାନମାର, ଓମାନ, ପାକିସ୍ତାନ, ଶ୍ରୀଲଙ୍କା ଓ ଥାଇଲାଣ୍ଡ। ଗତବର୍ଷ ଓଡ଼ିଶାରେ ତାଣ୍ଡବ ରଚିଥିବା ‘ଫନି’ର ନାମକରଣ ବାଂଲାଦେଶ କରିଥିଲା। ସେହିପରି ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ମାଡ ହୋଇଥିବା ‘ତିତଲି’ ବାତ୍ୟାର ନାମକରଣ ପାକିସ୍ତାନ ଦେଇଥିବା ବେଳେ ‘ଓଖି’ର ନାମକରଣ ଥାଇଲାଣ୍ଡ କରିଥିଲା। ‘ଓଖି’ ତାମିଲନାଡୁ ଓ କେରଳରେ ତାଣ୍ଡବ ରଚିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ନୂଆ ପ୍ଲାନ୍! ଆମେରିକାରେ ପଢ଼ି ଚାକିରି କଲେ ଦେବାକୁ ହେବ ଏତେ କୋଟି ଟଙ୍କା

ଓ୍ବାଶିଂଟନ,୩୧ା୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଏକ ନୂଆ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ, ଆମେରିକାର ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଶେଷ…

ଫେରୁଥିଲେ ବ୍ୟବସାୟୀ, ବାଟରେ ଛକିଥିଲା ଯମ: ଘଟିଗଲା ଏମିତି କିଛି…

ଭଞ୍ଜନଗର,୩୧।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ବେଲଗୁଣ୍ଠ ଥାନା ଅନ୍ତର୍ଗତ ନୂଆଗାଁ ବ୍ରିଜ ନିକଟରେ ଡିମିରି ପଲ୍ଲୀ ଛକରେ ଥିବା ବ୍ରିଜ ତଳକୁ ଶୁକ୍ରବାର ସକାଳୁ ଏକ କାର ଓଲଟି…

ପ୍ରକୃତି ରଚିଲା ପ୍ରଳୟ: ଝଡ଼ ଚାଲିଗଲା, ଦୁଃଖ ରହିଗଲା

ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଲୋକେ କେବଳ ବର୍ଷା ବିପତ୍ାତ୍‌ର ସମ୍ମୁଖୀନ ହୋଇଥିଲେ, ତାହା ନୁହେଁ। ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଝଡ଼ ତୋଫାନ ଯୋଗୁ ଜିଲାର ବରଗଡ଼ ବ୍ଲକ…

ବନ୍ୟାରେ ୨୪ ଘଣ୍ଟା ଧରି ତାଳ ଗଛରେ ଆଶ୍ରୟ ନେଇଥିଲେ ଚାଷୀ, ତା’ପରେ ଘଟିଲା…

ଧାମନଗର,୩୧ା୭(ସନ୍ତୋଷ କୁମାର ମହାପାତ୍ର):ବିଲକୁ ଯାଇ ବନ୍ୟାରେ ଘରକୁ ଫେରିପାରିଲେନି। ଭୟଙ୍କର ବନ୍ୟାରେ ନିଜ ଜୀବନ ବଞ୍ଚାଇବାକୁ ଯାଇ ୨୪ ଘଣ୍ଟା ଏକ ତାଳଗଛରେ ଆଶ୍ରୟ ନେଇଥିଲେ ଜଣେ…

ଭୋଜଶାଳା ମାମଲା: ଦରଘା ଜମିରେ ନମାଜ ପାଠ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ, ୩୧।୭: ମଧ୍ୟପ୍ରଦେଶର ଧାର ଜିଲାରେ ଅବସ୍ଥିତ ବିବାଦୀୟ ଭୋଜଶାଳା ପରିସର ସଂଲଗ୍ନ ଦରଘା ପରିସରରେ ମୁସଲମାନ ସମ୍ପ୍ରଦାୟକୁ ଶୁକ୍ରବାର ନାମାଜ ପାଠ କରିବାକୁ ସୁପ୍ରିମକୋର୍ଟ ଅନୁମତି…

E୨୦ ପେଟ୍ରୋଲକୁ ନେଇ ୭ ବଡ଼ ପ୍ରଶ୍ନ, ସଂସଦରେ ତଥ୍ୟ ସହ ଜବାବ ଦେଲେ ସରକାର

ନୂଆଦିଲ୍ଲୀ,୩୧।୭: E୨୦ ପେଟ୍ରୋଲକୁ ନେଇ ସୋସିଆଲ ମିଡିଆ ଓ ବିଭିନ୍ନ ମାଧ୍ୟମରେ ଉଠୁଥିବା ପ୍ରଶ୍ନ ମଧ୍ୟରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସଂସଦରେ ବିସ୍ତୃତ ସ୍ପଷ୍ଟୀକରଣ…

୧୫୦ ବର୍ଷ ପରେ ଲାଇବ୍ରେରିକୁ ଫେରିଲା ବହି: ଜରିମାନା କାଟିଲେ ହେବ ୧୬ ଲକ୍ଷ ଟଙ୍କା, ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଲବୋର୍ନ, ୩୧ା୭ (ଏ.ପି.):ଲାଇବ୍ରେରିରୁ ନେଇଥିବା ବହି ଫେରାଇବାରେ ସପ୍ତାହେ କିମ୍ବା ମାସେ ବିଳମ୍ବ ହେବା ସାଧାରଣ କଥା। ମାତ୍ର ଅଷ୍ଟ୍ରେଲିଆର ଏକ ସାର୍ବଜନୀନ ଲାଇବ୍ରେରିରେ ଏମିତି ଏକ…

ପ୍ରବଳ ଝଡ଼ବର୍ଷା ସମ୍ଭାବନା: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର, ୩୧ା୭ (ବନ୍ଦନା ସେଠୀ):ଗଭୀର ଅବପାତ ଦୁଇଦିନ ହେବ ଛତିଶଗଡ଼ ଉପରେ ଗତି କରୁଛି। ଏହା ଶୁକ୍ରବାର ସୁଦ୍ଧା ପଶ୍ଚିମ ଦିଗକୁ ଅଗ୍ରସର ହୋଇ କ୍ରମଶଃ ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri