Posted inଜାତୀୟ

କଶ୍ମୀର ଫାଇଲ୍ସ ‘ପ୍ରଚାରଧର୍ମୀ, ଅଶ୍ଳୀଳ’

ପଣଜୀ/ନୂଆଦିଲ୍ଲୀ,୩୦ା୧୧: ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ)ର ଅନ୍ତର୍ଜାତୀୟ ପ୍ରତିଯୋଗିତା ବର୍ଗରେ ସାମିଲ ହୋଇଥିବା ୧୫ ଚଳଚ୍ଚିତ୍ର ମଧ୍ୟରୁ ବିବାଦୀୟ ‘ଦି କଶ୍ମୀର ଫାଇଲ୍ସ’କୁ ଏକ ପ୍ରଚାରଧର୍ମୀ, ଅଶ୍ଳୀଳ ସିନେମା ବୋଲି ବିବେଚିତ କରାଯାଇଛି। ୫ ଜଣିଆ ଜୁରି ଏହି ଚଳଚ୍ଚିତ୍ରକୁ ଦେଖିବା ପରେ ବିବ୍ରତ ହୋଇପଡ଼ିଥିଲେ। ସେମାନଙ୍କ ଭାବନାକୁ ବ୍ୟକ୍ତ କରିଛନ୍ତି ମୁଖ୍ୟ ଜୁରି ତଥା ଇସ୍ରାଏଲୀ ପ୍ରଯୋଜକ ନଦାଭ ଲାପିଡ୍‌। ଲାପିଡ୍‌ଙ୍କ ମତରେ ଏହି ଫିଲ୍ମ ଏଭଳି ଏକ ପ୍ରତିଷ୍ଠିତ ଫିଲ୍ମ ମହୋତ୍ସବର କଳାମତ୍କ ବର୍ଗରେ ସାମିଲ ହେବା ପାଇଁ ଉପଯୁକ୍ତ ନୁହେଁ। ଲାପିଡ୍‌ଙ୍କ ଏହି ମନ୍ତବ୍ୟକୁ ନେଇ ଝଡ଼ ସୃଷ୍ଟି ହୋଇଛି।
ସର୍ବୋତ୍ତମ ସିନେମାଗୁଡ଼ିକୁ ଏକ ପ୍ଲାଟ୍‌ଫର୍ମ ଯୋଗାଇ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଡାଇରେକ୍ଟୋରେଟ୍‌ ଅଫ୍‌ ଫିଲ୍ମ ଫେଷ୍ଟିଭାଲ୍ସ ଇନ୍‌ ଏସିଆ ପକ୍ଷରୁ ପ୍ରତିବର୍ଷ ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ଆୟୋଜିତ ହୋଇଥାଏ। ନଭେମ୍ବର ୨୦ରେ ଗୋଆ ରାଜଧାନୀ ପଣଜୀରେ ୫୩ତମ ଚଳଚ୍ଚିତ୍ର ମହୋତ୍ସବକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଉଦ୍‌ଘାଟନ କରିଥିଲେ। ଏହା ଗତ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଆଇଏଫ୍‌ଏଫ୍‌ଆଇ ଅନ୍ତର୍ଜାତୀୟ ପ୍ରତିଯୋଗିତାର ବିଚାରକ ମଣ୍ଡଳୀରେ ଇସ୍ରାଏଲୀ ପ୍ରଯୋଜକ ନଦାଭ ଲାପିଡ୍‌ ଜୁରି ଅଧ୍ୟକ୍ଷ ଥିବାବେଳେ ସଦସ୍ୟ ଭାବେ ଆମେରିକୀୟ ପ୍ରଯୋଜକ ଜିଙ୍କୋ ଗୋଟୋହ, ସ୍ପାନିଶ୍‌ ଡକ୍ୟୁମେଣ୍ଟାରି ଫିଲ୍ମ ମେକର ଜାଭିଅର ଅଙ୍ଗୁଲୋ ବର୍ଟୁରେନ, ଫରାସୀ ଏଡିଟର ପାସ୍କାଲେ ଚଭାନ୍ସ ଏବଂ ଭାରତୀୟ ନିର୍ଦ୍ଦେଶକ ସୁଦୀପ୍ତୋ ସେନ ରହିଥିଲେ। ଉତ୍ସବ ଉଦ୍‌ଯାପନ ଅବସରରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଅନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଲାପିଡ୍‌ କହିଥିଲେ, ସାଧାରଣତଃ ମୁଁ କୌଣସି ଲେଖା ପଢ଼ି କହି ନ ଥାଏ। କିନ୍ତୁ ଆଜି ସମ୍ପୂର୍ଣ୍ଣ ସଂକ୍ଷିପ୍ତ ଓ ସ୍ପଷ୍ଟ ଭାବେ ନିଜ ବକ୍ତବ୍ୟ ରଖିବାକୁ ଚାହେଁ। ଫେଷ୍ଟିଭାଲର ନିର୍ଦ୍ଦେଶକ ଓ ପ୍ରୋଗ୍ରାମିଂ ମୁଖ୍ୟଙ୍କୁ ଏହାର ସିନେମାଟିକ୍‌ (ଚଳଚ୍ଚିତ୍ର ସମ୍ବନ୍ଧୀୟ) ସମୃଦ୍ଧି ଓ ବିବିଧତା ପାଇଁ ଧନ୍ୟବାଦ ଜଣାଉଛି। ଇଣ୍ଟରନ୍ୟାଶନାଲ କମ୍ପିଟିଶନରେ ୧୫ ଫିଲ୍ମ ରହିଥିଲା। ସେଥିରୁ ୧୪ଟି ଫିଲ୍ମର ସିନେମାଟିକ୍‌ ଗୁଣବତ୍ତା ରହିଛି। ଏହି ଫିଲ୍ମଗୁଡ଼ିକ ଏକ ମହତ୍ତ୍ୱପୂର୍ଣ୍ଣ ବିତର୍କ ସୃଷ୍ଟି କରିଛନ୍ତି, ଯାହାକି କଳା ଓ ଜୀବନ ପାଇଁ ଅପରିହାର୍ଯ୍ୟ। କିନ୍ତୁ କଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ଆମେ ସମସ୍ତେ ବିଚଳିତ ଓ ବିସ୍ମିତ। ଆମେ ଏହାକୁ ଏକ ପ୍ରୋପାଗଣ୍ଡା (ପ୍ରଚାର ଅଭିଯାନ) ଅଶ୍ଳୀଳ ଚଳଚ୍ଚିତ୍ର ମନେକରୁଛୁ, ଯାହାକି ଏହି ମର୍ଯ୍ୟାଦାଜନକ ଫିଲ୍ମ ଫେଷ୍ଟିଭାଲର ଏକ କଳାମତ୍କ ପ୍ରତିଯୋଗିତା ବର୍ଗ ପାଇଁ ଅନୁପଯୁକ୍ତ। ଏହି ଭାବନାକୁ ମଞ୍ଚରେ ଉପସ୍ଥିତ ଥିବା ଅତିଥିମାନଙ୍କ ସହ ଶେୟାର କରିବାରେ ମୁଁ କୌଣସି ଦ୍ୱିଧା ଅନୁଭବ କରୁନାହିଁ ବୋଲି ଲାପିଡ୍‌ କହିଥିଲେ।
ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ତଥା ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ ଓ ପଲ୍ଲବୀ ଜୋଷୀଙ୍କ ଅଭିନୀତ କଶ୍ମୀର ଫାଇଲ୍ସକୁ ଗତ ସପ୍ତାହରେ ‘ପାନୋରାମା’ ବର୍ଗରେ ପ୍ରଦର୍ଶନ କରାଯାଇଥିଲା। ୧୯୯୦ ଦଶକରେ କଶ୍ମୀରୀ ପଣ୍ଡିତମାନଙ୍କ ଗଣପଳାୟନ ଓ ସେମାନଙ୍କୁ ଟାର୍ଗେଟ କିଲିଂ କରାଯିବା ପୃଷ୍ଠଭୂମି ଉପରେ ଫିଲ୍ମ ଗତିଶୀଳ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ସମେତ ଭାଜପା ନେତାମାନେ କଶ୍ମୀର ଫାଇଲ୍ସକୁ ଉଚ୍ଚ ପ୍ରଶଂସା କରିଥିଲେ। ଏପରି କି କେତେକ ଭାଜପା ଶାସିତ ରାଜ୍ୟରେ ଫିଲ୍ମକୁ ଟିକସମୁକ୍ତ କରାଯାଇଥିଲା। ଏହା ଚଳିତବର୍ଷ ମୁକ୍ତିଲାଭ କରିଥିବା ହିନ୍ଦୀ ଫିଲ୍ମଗୁଡ଼ିକ ମଧ୍ୟରେ ସର୍ବାଧିକ ଆୟକାରୀ ସିନେମା ଥିଲା। ଗତ ମେ’ରେ ସିଙ୍ଗାପୁର କଶ୍ମୀର ଫାଇଲ୍ସକୁ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ସୃଷ୍ଟିକାରୀ ଦର୍ଶାଇ ଏହା ଉପରେ ନିଷେଧାଦେଶ ଜାରି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri