ଶିକ୍ଷକ ଆନ୍ଦୋଳନ: ଅଡୁଆରେ ସରକାର

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ଶିକ୍ଷକ ଆନ୍ଦୋଳନ ସରକାରଙ୍କ ଅଡୁଆ ବଢ଼ାଇ ଦେଇଛି। ଦାବି ପୂରଣ ନେଇ ସଚିବ ଓ ମୁଖ୍ୟ ଶାସନ ସଚିବ ସ୍ତରରେ ଆଲୋଚନା ଜାରି ରହିଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ପଦ୍ମପୁର ଉପନିର୍ବାଚନ ପାଖେଇ ଆସୁଥିବାବେଳେ ଶିକ୍ଷକଙ୍କ ଆନ୍ଦୋଳନ ସରକାରଙ୍କୁ ହରଡ଼ଘଣାରେ ପକାଇଛି। ଗତ ୩ ଦିନ ହେବ ପ୍ରାଥମିକ ଶିକ୍ଷକମାନେ ଦାବି ପୂରଣ ନେଇ ଗାନ୍ଧୀ ମାର୍ଗକୁ ଅଚଳ କରି ରଖିଛନ୍ତି। ରାତିଦିନ ଧାରଣାରେ ବସି ରହିଛନ୍ତି। ଦାବି ପୂରଣ ନ ହେବାଯାଏ ଆନ୍ଦୋଳନରୁ ନ ଓହରିବାକୁ ଧମକ ଦେଇଛନ୍ତି। ଏଭଳିସ୍ଥଳେ ଶିକ୍ଷକଙ୍କ ପ୍ରସଙ୍ଗକୁ ନେଇ ବିଧାନସଭା ଅଚଳ ହୋଇଛି। ସରକାରଙ୍କୁ ଘେରିବାକୁ ବିରୋଧୀ ଭାଜପା ଏବଂ କଂଗ୍ରେସ ସଦସ୍ୟମାନେ ଶିକ୍ଷକଙ୍କୁ ଅସ୍ତ୍ର କରିଛନ୍ତି। ବିରୋଧୀଙ୍କ ହୋହଲ୍ଲାରେ ବିଧାନସଭା ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା ଉଡ଼ିଯାଇଛି। ଶିକ୍ଷକଙ୍କ ସମସ୍ୟା ସମ୍ପର୍କରେ ସରକାରଙ୍କ ଆଲୋଚନା ବିଷୟରେ ବିଜ୍ଞାନ ଓ କାରିଗରି ମନ୍ତ୍ରୀ ଅଶୋକ ପଣ୍ଡା ଗୃହରେ ବିବୃତି ଦେଇଥିଲେ। ଏହା ସତ୍ତ୍ୱେ ବିରୋଧୀ ଶାନ୍ତ ପଡ଼ିନାହାନ୍ତି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ବିଧାନସଭା ବାରମ୍ବାର ମୁଲତବୀ ହୋଇଛି।
ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ ମିନିଟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହେବାମାତ୍ରେ ଶିକ୍ଷକଙ୍କ ସମସ୍ୟାକୁ ନେଇ ଭାଜପା ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ। ପ୍ରଶ୍ନୋତ୍ତର ବାତିଲ କରି ଶିକ୍ଷକଙ୍କ ସମସ୍ୟା ଉପରେ ସରକାର କି ପଦକ୍ଷେପ ନେଇଛନ୍ତି ତୁରନ୍ତ ଗୃହକୁ ଜଣାନ୍ତୁ ଦାବି କରି ହୋ ହଲ୍ଲା କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନୁରୋଧ କରିଥିଲେ ମଧ୍ୟ ବିରୋଧୀ ସଦସ୍ୟ ମାନି ନ ଥିଲେ। ଫଳରେ ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୦ଟା ୩୩ ମିନିଟରୁ ୧୧ଟା ୩୦ ମିନିଟଯାଏ ମୁଲତବୀ ଘୋଷଣା କରିଥିଲେ। ୧୧ଟା ୩୦ ମିନିଟରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ପୁଣି ହଟ୍ଟଗୋଳ ଆରମ୍ଭ ହୋଇ ଯାଇଥିଲା। ବାଚସ୍ପତି ଅଚଳାବସ୍ଥାକୁ ଦୂର କରିବାକୁ ସର୍ବଦଳୀୟ ବୈଠକ ଡାକିଥିଲେ। ସେଥିପାଇଁ ଗୃହକୁ ୧୧ଟା ୩୧ରୁ ୧୧ଟା ୪୫ ମିନିଟଯାଏ ମୁଲତବୀ ଘୋଷଣା କରିଦେଇଥିଲେ। ପରେ ପୁଣି ୧୦ ମିନଟ ମୁଲତବୀ ଘୋଷଣା କରାଯାଇଥିଲା।
୧୧ଟା ୫୫ ମିନିଟରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ଶିକ୍ଷକଙ୍କ ଆନ୍ଦୋଳନ ବିଷୟରେ ସୋମବାର ଗୃହରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ଶିକ୍ଷକଙ୍କ ସହ ଆଲୋଚନା ପାଇଁ ସରକାରଙ୍କୁ ବାଚସ୍ପତି ନିର୍ଦ୍ଦେଶଦେଲେ। ହେଲେ ବାଚସ୍ପତିଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲା ନାହିଁ। ସ୍କୁଲ ଓ ଗଣଶିକ୍ଷା ସଚିବ କହିଲେ, ମୁଁ ନୂଆ କରି ଆସିଛି, ଦାବି ବିଷୟରେ କିଛି ଜାଣିନି। ଶିକ୍ଷକମାନେ ରାତିସାରା ଆନ୍ଦୋଳନରେ ବସିଛନ୍ତି। ରାଜ୍ୟରେ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ପାଠପଢ଼ା ନ ହେଲେ ଏ ରାଜ୍ୟର ଉନ୍ନତି ହୋଇପାରିବ ନାହିଁ। ଶିକ୍ଷକ ଆନ୍ଦୋଳନ ଯୋଗୁ ସାଧାରଣ ଲୋକ ହଇରାଣ ହେବା ସହ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଯାଇପାରୁ ନାହିଁ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁବାବୁ ବିଧାନସଭାରେ ଉପସ୍ଥିତ ରହୁଥିଲେ। ଲୋକଙ୍କ ସମସ୍ୟା କଥା ଶୁଣୁଥିଲେ। ମାତ୍ର ତାଙ୍କ ନୀତି ଆଦର୍ଶରେ ଚାଲୁଥିବା ଶାସକ ଦଳର ମୁଖ୍ୟମନ୍ତ୍ରୀ ଗୃହକୁ ଆସୁନାହାନ୍ତି। ସବୁ ମନ୍ତ୍ରୀ ପଦ୍ମପୁର ନିର୍ବାଚନରେ ମାତିଛନ୍ତି। ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଶିକ୍ଷା ଏକ ମୌଳିକ ଅଧିକାର। ସରକାର ଶିକ୍ଷକ ନିଯୁକ୍ତି କରିବାକୁ ବାଧ୍ୟ। ସରକାର ଚାହୁଁଛନ୍ତି ଶିକ୍ଷାର ବିକାଶ ନ ହେଉ। ଶିକ୍ଷାର ବିକାଶ ନ ହେଲେ ନିର୍ବାଚନ ଜିତିବା ସହଜ ହେବ। ସରକାର ତୁରନ୍ତ ଆଲୋଚନା କରି ସମସ୍ୟା ସମାଧାନ କରନ୍ତୁ ବୋଲି ନରସିଂହ କହିଛନ୍ତି।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଶିକ୍ଷକମାନେ ଶୀତକାକରରେ ରାଜରାସ୍ତାରେ ପଡ଼ିରହିଛନ୍ତି। ଆମ କ୍ୱାର୍ଟର୍ସରେ ଜାଗା ନାହିଁ। ପରିସ୍ଥିତି ଅସମ୍ଭାଳ ହେଲାଣି। ବାଚସ୍ପତି ରୁଲିଂ ଦେବା ପରେ ଶିକ୍ଷକ ପ୍ରତିନିଧିଙ୍କ ସହ ଯାହା ଆଲୋଚନା ହୋଇଛି, ତାହା ବିଫଳ ହୋଇଛି। ଆମେ କିଛି ଜାଣିପାରୁ ନାହୁଁ। ତୃତୀୟ ଦିନରେ ଆନ୍ଦୋଳନ ପହଞ୍ଚିଲାଣି। ଶିକ୍ଷା ବିଭାଗ ସଚିବ ଦାବି ବିଷୟରେ ଜାଣିନାହାନ୍ତି। ଶିକ୍ଷାମନ୍ତ୍ରୀ ବିଜେଡିକୁ ଜିତାଇବାକୁ ପଦ୍ମପୁରରେ ଡେରା ପକାଇଛନ୍ତି। ଦଳ ଜିତିଲେ ସେ ଟିକେଟ ପାଇବେ। ଟିକେଟ ପାଇଲେ ପୁଣି ଥରେ ମନ୍ତ୍ରୀ ହେବେ। ସେଇ ଚିନ୍ତାରେ ସେ ଅଛନ୍ତି। ଶିକ୍ଷକଙ୍କ କଥା ପଚାରେ କିଏ। ମିଳିତ ପ୍ରାଥମିକ ମହାସଂଘ ବିଭାଗୀୟ ସଚିବ, ୫-ଟି ସଚିବ, ମୁଖ୍ୟ ଶାସନ ସଚିବଙ୍କୁ ଦାବି ବିଷୟରେ ପୂର୍ବରୁ ଜଣାଇଛନ୍ତି। ତଥାପି ସରକାର ସେମାନଙ୍କ ଦାବି ବିଷୟରେ ଜାଣି ପାରୁନାହାନ୍ତି। କ’ଣ ଆଲୋଚନା ହୋଇଛି ଗୃହକୁ ମନ୍ତ୍ରୀ ଜଣାନ୍ତୁ। ନଚେତ୍‌ ଏ ଗୃହ ଚାଲିପାରିବ ନାହିଁ।
ବିଜେଡି ସଭ୍ୟ ଅମର ପ୍ରସାଦ ଶତପଥୀ କହିଲେ, ରାଜ୍ୟ ସରକାରଙ୍କ ଗଣଶିକ୍ଷା ସଚିବ ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି। ଆନ୍ଦୋଳନରୁ ରାଜନୈତିକ ଫାଇଦା ଉଠାଇବାକୁ ଉଦ୍ୟମ କରାଯାଉଛି। କେନ୍ଦ୍ର ସରକାର ସର୍ବଶିକ୍ଷା ଅଭିଯାନ ଅନୁଦାନକୁ ବନ୍ଦ କରିଦେଇଛନ୍ତି। ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ଶିକ୍ଷକମାନଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେଉଛନ୍ତି। ଆଲୋଚନା ଶେଷ ହୋଇନାହିଁ। ସରକାରଙ୍କ ଦ୍ୱାର ଖୋଲା ରହିଛି। ଆଲୋଚନା ଜରିଆରେ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯାଉଛି।
କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଛନ୍ତି, କେବଳ ଶିକ୍ଷକ ନୁହନ୍ତି, ନର୍ସ, ଅଙ୍ଗନଓ୍ବାଡି କର୍ମୀ, ଆଶାକର୍ମୀ ଧାରଣାରେ ବସିଛନ୍ତି। ସମସ୍ତଙ୍କ ସହ ସରକାର ଆଲୋଚନା କରନ୍ତୁ। ଶୀତଦିନରେ ମା’ ଭଉଣୀମାନେ ରାଜରାସ୍ତାରେ ଶୋଇଛନ୍ତି। ସେମାନଙ୍କ ସମସ୍ୟା ସମାଧାନ କରା ନ ଗଲେ ଏ ଗୃହ ଚାଲିପାରିବ ନାହିଁ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଲେ, ଶିକ୍ଷା କ୍ଷେତ୍ରରେ ରାଜ୍ୟ ୨୦ ନମ୍ବର ସ୍ଥାନରେ ରହିଛି। କେରଳରେ ୯୬ ପ୍ରତିଶତ ସାକ୍ଷରତା ହାର ଥିବା ବେଳେ ଓଡ଼ିଶାରେ ୭୨ ପ୍ରତିଶତ ରହିଛି। ବିଜେଡି ସଦସ୍ୟମାନେ ଶିକ୍ଷକଙ୍କ କଥା କିଛି କହିବେନି, କାରଣ ତାଙ୍କର ଟିକେଟ କଟିଯିବ। ପଦ୍ମପୁରରେ ଶିକ୍ଷାମନ୍ତ୍ରୀ ନିର୍ବାଚନ ପ୍ରଚାର କରୁଛନ୍ତି। ସେଠାରେ ନିର୍ବାଚନ ପକ୍କା ହାରିବେ। ସରକାର ଶିକ୍ଷକଙ୍କ ଦାବି ମାନି ନିଅନ୍ତୁ।
ଭାଜପା ସଭ୍ୟ ଭାସ୍କର ମଢ଼ାଇ କହିଲେ, ଶିକ୍ଷକମାନଙ୍କର ୩ ଦଫା ଦାବି ସରକାର ତୁରନ୍ତ ପୂରଣ କରନ୍ତୁ। ଏହି ସମୟରେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପାଟିତୁଣ୍ଡ କଲେ। ବାଚସ୍ପତି କହିଲେ, ଶିକ୍ଷକଙ୍କ ସମସ୍ୟା ଉପରେ ସ୍ବତନ୍ତ୍ର ଭାବେ ଆଲୋଚନା କରିବାକୁ ସୋମବାର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଲୋଚନା ସମ୍ପର୍କରେ ବିଜ୍ଞାନ ଓ କାରିଗରି ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା କହିବେ ବୋଲି କହିଥିଲେ। ମନ୍ତ୍ରୀ କହିଲେ, ସ୍କୁଲ ଓ ଗଣଶିକ୍ଷା ସଚିବ ୪୫ ମିନିଟ ଧରି ଶିକ୍ଷକ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଦାବିର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ବିଭାଗୀୟ ସଚିବ ଦାବି ବିଷୟରେ ଅବଗତ ଅଛନ୍ତି। ଆଲୋଚନା ପାଇଁ ସରକାରଙ୍କ ଦ୍ୱାର ଖୋଲା ରହିଛି। ରାଜ୍ୟର ଆର୍ଥିକ ଅବସ୍ଥାକୁ ଦେଖି ସରକାର ପଦକ୍ଷେପ ନେବେ। ଆଜି ମୁଖ୍ୟ ଶାସନ ସଚିବଙ୍କ ସହ ଦାବି ସମ୍ପର୍କରେ ଆଲୋଚନା ହେବ। ଏହା କହିବା ବେଳେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସି ପ୍ରବଳ ପାଟିତୁଣ୍ଡ କଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ବାଚସ୍ପତି ଗୃହକୁ ୧୨ଟା ୩୬ରୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ତେବେ ଅପରାହ୍ନରେ ମଧ୍ୟ ବିରୋଧୀ ପୁଣି ହଟ୍ଟଗୋଳ କରିଥିଲେ। ପାଟିତୁଣ୍ଡ ଭିତରେ ବିଧାନସଭାରେ ଓଡ଼ିଶା ଜିଲା ଯୋଜନା କମିଟି (ସଂଶୋଧନ) ବିଲ୍‌-୨୦୨୨ ପାରିତ ହୋଇଥିଲା। ପରିସ୍ଥିତିରେ ସୁଧାର ନ ହେବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ୧୩ ମିନିଟରୁ ବୁଧବାର ପୂର୍ବାହ୍ନ ୧୦ଟା ୩୦ ମିନିଟଯାଏ ଗୃହ ମୁଲତବୀ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?