କଳା, ସଂସ୍କୃତି, ପରମ୍ପରାର ପ୍ରତୀକ ‘ଝୋଟିଚିତା’: ଜାତୀୟସ୍ତରୀୟ ଝୋଟି ମହୋତ୍ସବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ,୨୦।୧୨-ବାଲେଶ୍ୱର ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଉତ୍କଳୀୟ ଝୋଟି ପ୍ରତିଷ୍ଠାନ ତରଫରୁ ଗୁରୁବାର ଦିବାରାତ୍ର ଜାତୀୟସ୍ତରୀୟ ଝୋଟି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ରାଜ୍ୟରୁ ୧୬୫ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ପ୍ରତିଯୋଗୀମାନଙ୍କ ଦ୍ୱାରା ଅଙ୍କନ କରାଯାଇଥିବା ଝୋଟିଚିତାକୁ ବୁଲି ଦେଖିବା ସହ ଝୋଟି ଚିତା ଉତ୍କଳର କଳା, ସଂସ୍କୃତି ଓ ପରମ୍ପରାର ପ୍ରତୀକ ବୋଲି କହିଥିଲେ।
ପ୍ରତିଷ୍ଠାନ ଅଧ୍ୟକ୍ଷା ସମାଜସେବୀ ସୁବାସିନୀ ଜେନା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅପରାହ୍ନ ୩ଟାରୁ ୪ଟା ପର୍ଯ୍ୟନ୍ତ ୧ଘଣ୍ଟା ଧରି ଦୁଇଟି ବିଭାଗରେ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଥମ ବିଭାଗରେ ୧୫ବର୍ଷରୁ ଊର୍ଦ୍ଧ୍ୱ ମହିଳାପୁରୁଷ ଏବଂ ଦ୍ୱିତୀୟ ବିଭାଗରେ ବିଗତ ବର୍ଷରେ ବିଜେତା ଝୋଟିଶିଳ୍ପୀମାନେ ଅଂଶଗ୍ରହଣ ନେଇଥିଲେ। ୪ଟାରେ ଝୋଟିଶିଳ୍ପୀ ମିଳନ ଓ ଆଲୋଚନା, ୫ଟାରେ ସାଂସ୍କୃତିକ କାଯର୍‌ୟକ୍ରମ ଆୟୋଜନ କରାଯିବା ସହ ସନ୍ଧ୍ୟା ୬ଟାରେ ଉଦ୍‌ଯାପନୀ ଉତ୍ସବ ଆୟୋଜିତ ହୋଇଥିଲା। ଶିଳ୍ପପତି ତଥା କବି ଅଞ୍ଜଳି ପଣ୍ଡା ସଭାପତିତ୍ୱ କରିଥିବା ବେଳେ ଆବାହକ ଶିଳ୍ପୀ କେଶୁ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ମଧୁମିତା ଦାସ ଯୋଗଦେଇ ଉତ୍କଳୀୟ ଝୋଟିର ସ୍ଥାନ ସ୍ବତନ୍ତ୍ର। ଏହାକୁ ଉଜ୍ଜୀବିତ ରଖିବା ସହ ଏହାର ବିକାଶ ପାଇଁ ଅନୁଷ୍ଠାନକୁ ପ୍ରଶଂସା କରିଥିଲେ। ସମ୍ପାଦିକା ଅର୍ଚ୍ଚନା ନନ୍ଦୀ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନା କରିଥିଲେ। ଉପସଭାପତି ଗିରିଜା ମିଶ୍ରଙ୍କ ପ୍ରସ୍ତାବକ୍ରମେ ଓଡ଼ିଆ ଅକ୍ଷର ବା ବର୍ଣ୍ଣମାଳାକୁ ଅଧିକ ମହତ୍ତ୍ୱ ପ୍ରଦାନ କରି ଝୋଟିର ଅସ୍ମିତାକୁ ବଢ଼ାଇବା ପାଇଁ ଓଡ଼ିଶାରେ ପ୍ରଥମଥର ଓଡ଼ିଆ ଅକ୍ଷରଝୋଟି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଭବାନୀପାଟଣାର ବିଶିଷ୍ଟ ଝୋଟିଶିଳ୍ପୀ ଓ ଲେଖିକା ଦେବହୂତି କରଙ୍କୁ ଚଳିତବର୍ଷ ସୁଶୀଳା ଦାସ ଝୋଟିରାଣୀ ମହାସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ରାଜେଶ୍ୱରୀ ଦେଙ୍କୁ ଅଖିଳ ଚନ୍ଦ୍ର ବେହେରା ସ୍ମୃତିରେ ଝୋଟିଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରଥମ ବିଭାଗରେ ୨୦ଜଣଙ୍କୁ ଓ ଦ୍ୱିତୀୟ ବିଭାଗରେ କେବଳ ଜଣଙ୍କୁ ପୁରସ୍କୃତ କରାଯାଇଛି। ବିଚାରକ ଭାବେ ସୋରର ରାଜବଲ୍ଲଭ ସାହୁ, ଭଦ୍ରକର ସୁଶାନ୍ତ ନାୟକ, ଭୁବନେଶ୍ୱରର ମଞ୍ଜୁଲତା ମିଶ୍ର, ଭୁବନେଶ୍ୱରର ଚିନ୍ତାମଣି ବିଶ୍ୱାଳ ଓ ମୟୂରଭଞ୍ଜର ସରିତା ସିଂ ଯୋଗଦେଇଥିଲେ। ଅନ୍ୟତମ ଉପସଭାପତି ହେମଲତା ଦାସ, ରୋଜି ପଟ୍ଟନାୟକ, କଲ୍ୟାଣୀ ନନ୍ଦ, ସୁନାମଣି ଜେନା, ଶ୍ରଦ୍ଧାଞ୍ଜଳି ରାୟ, ସତ୍ୟଭାମା ମୁଦୁଲି, ଜୟଶ୍ରୀ ସାହୁ, ଲିନା ପାଣିଗ୍ରାହୀ, ଶ୍ରୀରୂପା ମରୀ ସେନ, ଶୈଳବାଳା ବେହେରା, କବିତା ଦତ୍ତ, ଅରୁଣ ବାରିକ, ସୁଧାକର ସେଠି, ଦେବାଶିଷ ପତି, ବିଜୟ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥଲେ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

କେସିଙ୍ଗା ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ: ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅନ୍ୟତମ ସରକାରୀ ଅଗ୍ରଣୀ ଶିକ୍ଷନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟ ପରିସର ମଧ୍ୟରେ ଯୁବ ରେଡକ୍ରସ (YRC) ଓ ରାଷ୍ଟ୍ରୀୟ ସେବା ଯୋଜନା (NSS)…

କୁଲାଡ ରଥଯାତ୍ରା ପାଇଁ ସମୀକ୍ଷା: ପୂର୍ତ୍ତ ବିଭାଗ ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ରଥଯାତ୍ରା ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି। ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ଯାତ୍ରା…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

କ୍ରୀଡ଼ାରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା: ବିଭିନ୍ନ ବର୍ଗରେ ମିଳିଲା ପଦକ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଭୁବନେଶ୍ୱରରେ ଅନୁଷ୍ଟିତ ରିଜିଓନାଲ ଡାଇରେକ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା ୨୦୨୬-୨୦୨୭ରେ ସଫଳତା ହାସଲ କରିଛନ୍ତି। ଆୟୁଷ୍ମାନ ନାୟକ ଅଣ୍ଡର…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri