Posted inଖେଳ

୭ ମିନିଟ୍‌ରେ ହୋଇଥିଲେ କୋଚ୍‌

ନୂଆଦିଲ୍ଲୀ,୧୫ା୬ (ପି.ଟି.)-ଗ୍ୟାରୀ କର୍ଷ୍ଟେନଙ୍କର କୋଚ୍‌ ହେବାଲାଗି ଆଦୌ ଆଗ୍ରହ ନ ଥିଲା। ଏହି ପଦବୀ ପାଇଁ ସେ କେବେ ଆବେଦନ ମଧ୍ୟ କରି ନ ଥିଲେ। ମାତ୍ର କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କରଙ୍କ ଉଦ୍ୟମ ଯୋଗୁ ତାଙ୍କୁ ୭ ମିନିଟ୍‌ରେ ହାଇପ୍ରୋଫାଇଲ ଭାରତୀୟ କ୍ରିକେଟ ଦଳର କୋଚ ପଦବୀରେ ନିଯୁକ୍ତି ମିଳିଯାଇଥିଲା। ‘କ୍ରିକେଟ କଲେକ୍ଟିଭ୍‌’ ଶୀର୍ଷକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପୂର୍ବକ ତାଙ୍କ ଜୀବନର କେତେକ ସ୍ମରଣୀୟ କଥା ଉପସ୍ଥାପନ ବେଳେ କର୍ଷ୍ଟେନ ଏକଥା ପ୍ରକାଶ କରିଛନ୍ତି। ଗାଭାସ୍କର ଥିଲେ କୋଚ୍‌ ସିଲେକ୍ସନ ପ୍ୟାନେଲର ଅଂଶବିଶେଷ। ସାକ୍ଷାତ୍‌କାର ପାଇଁ ଇମେଲ ଜରିଆରେ ତାଙ୍କଠାରୁ ଯେତେବେଳେ ଆମନ୍ତ୍ରଣ ପତ୍ର ପାଇଲି ମୁଁ ବିଶ୍ୱାସ କରିପାରିଲି ନାହିଁ। ଭାବିଲି ଏହା ଏକ ପ୍ରକାର ଜୋକ୍‌। ତେଣୁ ମୁଁ ଜବାବ ଦେଲି ନାହିଁ। ଗାଭାସ୍କର ମୋ ପାଖକୁ ଆଉ ଥରେ ଇ-ମେଲ କରିଥିଲେ। ଆପଣ ସାକ୍ଷାତ୍‌କାରକୁ ଆସୁଛନ୍ତି କି ନା ବୋଲି ପ୍ରଶ୍ନ କରିଥିଲେ। ଇ-ମେଲଟିକୁ ମୁ ମୋ ସ୍ତ୍ରୀଙ୍କୁ ଦେଖାଇଲି। ସେ କହିଥିଲେ ବୋଧହୁଏ ସେମାନେ ଭୁଲ୍‌ରେ ତୁମ ନିକଟକୁ ଏହି ଇମେଲ ପଠାଇଦେଇଛନ୍ତି। ସେତେବେଳକୁ ମୋର କୌଣସି କୋଚିଂ ଅଭିଜ୍ଞତା ନ ଥିବାରୁ ମୁଁ ସାକ୍ଷାତ୍‌କାରକୁ ଯିବି କି ନା ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲି। ତଥାପି ମୁଁ ଭାରତ ଯାଇଥିଲି। ସେଠାରେ ତତ୍‌କାଳୀନ ଭାରତ ଅଧିନାୟକ ଅନିଲ କୁମ୍ବଲେଙ୍କ ସହିତ ମୋର ଭେଟ ହୋଇଥିଲା। କୁମ୍ବଲେ ମୋତେ ହସି ହସି ପଚାରିଥିଲେ ଆପଣଙ୍କର ଏଠାରେ କି କାମ ଅଛି। ଜବାବରେ ମୁଁ କହିଥିଲି ତୁମ କୋଚ୍‌ ହେବା ଲାଗି ଏକ ସାକ୍ଷାତ୍‌କାରରେ ଭାଗ ନେବାଲାଗି ଆସିଛି। ଏହା ଏକ ପ୍ରକାର ଜୋକ୍‌ ଥିଲା। ଆମେ ଉଭୟେ ହସି ପକାଇଥିଲୁ। ମାତ୍ର ୭ମିନିଟ୍‌ ସାକ୍ଷାତ୍‌କାରରେ ମୋତେ କୋଚ୍‌ ପଦବୀ ମଳିଯାଇଥିଲା। କର୍ଷ୍ଟେନଙ୍କର ଯଦିଓ କୌଣସି କୋଚିଂ ଅଭିଜ୍ଞତା ନ ଥିଲା, ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭାରତ ୨୦୦୯ରେ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନକୁ ଉଠିବା ସହ ଏହାର ଦୁଇ ବର୍ଷ ପରେ ବିଶ୍ୱକପ୍‌ ଟାଇଟଲ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟକାୟ ଗଛ ପଡ଼ି ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଅନ୍ଧାରରେ ଗାଁ

ଦାରିଙ୍ଗବାଡ଼ି,୨୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରୁ ଲଘୁଚାପ ଜନିତ ବର୍ଷା ଜାରି ରହିଛି ଏଥିପାଇଁ ଅଞ୍ଚଳର ଦୁର୍ଗମ ଗ୍ରାମଗଡ଼ିକ ଅଧିକ…

ଡ୍ରେନ୍‌ ସଫେଇ ପରେ ରାସ୍ତାକଡ଼ରେ ସ୍ଲାବ୍‌, ବଢୁଛି ଟ୍ରାଫିକ୍‌ ଜାମ୍‌

ତିହିଡ଼ି,୨୬ା୭(କାଳନ୍ଦୀ ବେହେରା): ଭଦ୍ରକ-ଆରଡ଼ି ମୁଖ୍ୟ ରାସ୍ତାର ଆରଡ଼ି ଛକ ନିକଟରେ ଡ୍ରେନ୍‌ ସଫେଇ କରାଯିବା ପରେ ଡ୍ରେନ୍‌ ଉପରେ ଥିବା ସ୍ଲାବ୍‌ଗୁଡ଼ିକୁ ରାସ୍ତାପାର୍ଶ୍ୱରେ ରଖି ଦିଆଯାଇଥିବାରୁ ଯାତାୟାତରେ…

ଧର୍ମେନ୍ଦ୍ର ପ୍ରଧାନ ନିଜେ ଦୁଇଥର ଦେଇଥିଲେ ଇସ୍ତଫା ପ୍ରସ୍ତାବ? ହେଲେ ସରକାର…ସାଂଘାତିକ ଖୁଲାସା

ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଶନିବାର ଇସ୍ତଫା ଦେଇଥିବା ଧର୍ମେନ୍ଦ୍ର ପ୍ରଧାନ କଥିତ ଭାବରେ NEET ପେପର ଲିକ୍‌ ବିବାଦ ଏବଂ ଛାତ୍ରମାନଙ୍କ ପ୍ରତିବାଦ ସମୟରେ…

ନୂଆ ପିଢ଼ି, ନୂଆ ଆଭିମୁଖ୍ୟ: କୌଣସି ପଞ୍ଜିକୃତ ଦଳ ନାହିଁ, କୌଣସି ତୃଣମୂଳ ସ୍ତରର ଆଧାର ନାହିଁ, ତଥାପି ଏକାଠି ହେଲେ ଯୁବପିଢ଼ି, ଦୋହଲିଗଲା…

ନୂଆଦିଲ୍ଲୀ,୨୬।୭: ‘କକ୍ରୋଚ ଜନତା ପାର୍ଟି’ (CJP), ଯୁବପିଢ଼ିଙ୍କ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ‘କକ୍ରୋଚ’ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଜନ୍ମିତ – ମାତ୍ର ୩୬ ଦିନର ଆନ୍ଦୋଳନ…

ହଜିଥିବା ମୋବାଇଲ ହିତାଧିକାରୀଙ୍କୁ ହସ୍ତାନ୍ତର: ୬ ମାସରେ ମିଳିଲାଣି ୧୬୫ ମୋବାଇଲ

ଭଞ୍ଜନଗର,୨୬ା୭(ବାବୁଲା ପ୍ରଧାନ): ଦିନ ଥିଲା ମୋବାଇଲ ହଜିଲେ ଏବଂ ଚୋରି ହେଲେ ହିତାଧିକାରୀଙ୍କ ଚିନ୍ତା ବଢ଼ିଯାଉଥିଲା। କିନ୍ତୁ ସମୟ ବଦଳିବା ସହ ବୈଜ୍ଞାନିକମାନଙ୍କ ନୂଆ ନୂଆ ବୈଷୟିକ…

Dharmendra Pradhan Resignation: ଇସ୍ତଫା ପରେ କେନ୍ଦ୍ରମନ୍ତ୍ରୀଙ୍କୁ କେତେ ମିଳେ ପେନସନ୍? ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୬ା୭:ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌କୁ ନେଇ ଚାପ ବଢ଼ିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଛନ୍ତି। ଧର୍ମେନ୍ଦ୍ରଙ୍କ ଇସ୍ତଫା କକ୍‌ରୋଚ ଜନତା ପାର୍ଟି (ସିଜେପି)…

ବାର୍‌ହା ଆକ୍ରମଣରେ ଜଣଙ୍କ ଜୀବନ ଗଲା, ୧୦ରୁ ଅଧିକ ଆହତ

ଢେଙ୍କାନାଳ,୨୬ା୭(ରତନ ନାୟାର): ଢେଙ୍କାନାଳ ଜିଲା ଇନ୍ଦିପୁର ଗାଁରେ ବାର୍‌ହା ଆତଙ୍କ। ବାର୍‌ହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୃତକ ହେଲେ ଇନ୍ଦିପୁର…

ସମୁଦ୍ର ନୁହେଁ, ମରୁଭୂମିରୁ ମିଳିଲା ୫୦୦ ବର୍ଷ ପୁରୁଣା ଜାହାଜ; ଭିତରୁ ବାହାରିଲା କୋଟି କୋଟି ଟଙ୍କାର ଖଜଣା

ନୂଆଦିଲ୍ଲୀ,୨୬ା୭: କଳ୍ପନା କରନ୍ତୁ, ଯେଉଁଠି ଚାରିଆଡ଼େ କେବଳ ବାଲି ହିଁ ବାଲି, ସେଠାରେ ଅଚାନକ ଏକ ପୁରୁଣା ଜାହାଜ ମିଳିଗଲେ କେମିତି ଲାଗିବ? ଏପରି ହିଁ ଘଟିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri