କରୋନା ଯୋଦ୍ଧା ଦିନକୁ ୧୮୬ ଟଙ୍କା ପାରିଶ୍ରମିକରେ ଲଗାଉଛନ୍ତି ଜୀବନକୁ ବାଜି

ଭୋପାଳ,୨୩।୪: କରୋନା ଭାଇରସ ସାରା ଦେଶର ଚିନ୍ତାକୁ ବଢାଇ ଚାଲିଥିବା ବେଳେ ଏବେ ଏହାସହ ସିଧାସଳଖ ଲଢୁଥିବା ଲୋକଙ୍କୁ ଆମେ କରୋନା ଯୋଦ୍ଧା ବୋଲି କହୁଛୁ। ହେଲେ ଏହି କରୋନା ଯୋଦ୍ଧା କେତେ ସୁରକ୍ଷିତ ତାହା ବେଳେ ବେଳେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ମଧ୍ୟପ୍ରଦେଶର ଭୋପାଳରେ ଦେଖିବାକୁ ମିଳିଛି ଏମିତି କିଛି ଚିତ୍ର ଯାହା କରୋନା ଯୋଦ୍ଧାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। ସଫେଇ କର୍ମଚାରୀମାନେ କରୋନା ଯୋଦ୍ଧାର ମାନ୍ୟତା ପାଇଛନ୍ତି ସତ କିନ୍ତୁ ନା ସେମାନଙ୍କ ପାଖରେ ଅଛି ସାନିଟାଇଜର ନା ଅଛି ହ୍ୟାଣ୍ଡ ଗ୍ଲୋଭ୍ସ। ପୂର୍ବପରି ଏମାନେ ଘରର ଆବର୍ଜ୍ଜନା ଉଠାଇବା ସହ ହସ୍ପିଟାଲର ଆବର୍ଜନା ମଧ୍ୟ ଖାଲି ହାତରେ ଉଠାଉଥିବା ଦେଖାଯାଇଛି। ତାହାପୁଣି ଦିନକୁ ମାତ୍ର ୧୮୬ ଟଙ୍କା ପାରିଶ୍ରମିକରେ। ଏମାନଙ୍କର ମାସିକ ଦରମା ୫,୬୦୦ରହିଛି। ସବୁଠାରୁ ବଡକଥା ହେଲା ପାରିଶ୍ରମିକ ପୂର୍ବ ନିର୍ଦ୍ଧାରିତ ଥିବା ବେଳେ ଏମାନଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ପ୍ରଥମେ ଆମକୁ କରୋନା ଭୟ ଥିଲା କିନ୍ତୁ ଏବେ ଆଉ ଡର ଲାଗୁନି ବୋଲି କୁହନ୍ତି କେତେଜଣ ସଫେଇ କର୍ମଚାରୀ। ତେବେ ଘର ଚଳାଇବା ପାଇଁ କାମ କରିବା ଆବଶ୍ୟକ ବୋଲି ସେମାନେ ପୂର୍ବପରି ସକାଳୁ ଆସି କାମରେ ଲାଗି ଯାଆନ୍ତି ବୋଲି କୁହନ୍ତି। ଏବେ କରୋନାକୁ ନେଇ ଦେଶରେ ଲକ୍‌ଡାଉନ ଚାଲିଥିବାରୁ ସବୁ ଦୋକାନ ବଜାର ବନ୍ଦ। ତେଣୁ କାମ କରିବା ସମୟରେ ଏମାନେ ପାଣି ଟିକେ ମଧ୍ୟ କାହାକୁ ମାଗି ପାରୁ ନାହାନ୍ତି ବୋଲି କୁହନ୍ତି। ପୋଲିସ ଓ ସ୍ବାସ୍ଥ୍ୟକର୍ମୀମାନଙ୍କ ଭଳି ଏମାନେ ମଧ୍ୟ କରୋନା ଯୁଦ୍ଧରେ ଲଢୁଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋମୱାର୍କ ପାଇଁ ଚାପୁଡ଼ା ମାରିଲେ କ୍ଲାସ୍ ଟିଚର: ଅଚେତ ହୋଇ ଟଳି ପଡ଼ିଲା ୬ ବର୍ଷର ଶିଶୁ, ଡାକ୍ତରଖାନାରେ ମୃତ୍ୟୁ

ବିଶାଖାପାଟଣା, ୨୦।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର କୋମଳମତି ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ହୋମୱାର୍କ ପୂରା କରି ନ ଥିବା…

ସୁଡ଼ଙ୍ଗ ଭିତରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ମୃତ, ୭ ଆହତ

ଚଣ୍ଡିଗଡ଼, ୨୦।୮: କିରାତପୁର-ମନାଲି ଜାତୀୟ ରାଜପଥ ଦାଓ୍ବାଡ଼ା ସୁଡ଼ଙ୍ଗ ଭିତରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ…

ଶୁକ୍ରବାରଠୁ ସପ୍ତାହେ ଯାଏ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୦ା୮(ବନ୍ଦନା ସେଠୀ) – ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

ଅସହାୟ ପରିବାରର କରୁଣ କାହାଣୀ: ବାପାଙ୍କ ଦଶାହ କାର୍ଯ୍ୟ ପାଇଁ ଭିକ୍ଷା ମାଗୁଛନ୍ତି ଦୁଇ ଝିଅ-ପୁଅ

ଦିଗପହଣ୍ଡି,୨୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା (୪୯)ଙ୍କ ଗତ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri