କରୋନା ଯୋଦ୍ଧା ଦିନକୁ ୧୮୬ ଟଙ୍କା ପାରିଶ୍ରମିକରେ ଲଗାଉଛନ୍ତି ଜୀବନକୁ ବାଜି

ଭୋପାଳ,୨୩।୪: କରୋନା ଭାଇରସ ସାରା ଦେଶର ଚିନ୍ତାକୁ ବଢାଇ ଚାଲିଥିବା ବେଳେ ଏବେ ଏହାସହ ସିଧାସଳଖ ଲଢୁଥିବା ଲୋକଙ୍କୁ ଆମେ କରୋନା ଯୋଦ୍ଧା ବୋଲି କହୁଛୁ। ହେଲେ ଏହି କରୋନା ଯୋଦ୍ଧା କେତେ ସୁରକ୍ଷିତ ତାହା ବେଳେ ବେଳେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ମଧ୍ୟପ୍ରଦେଶର ଭୋପାଳରେ ଦେଖିବାକୁ ମିଳିଛି ଏମିତି କିଛି ଚିତ୍ର ଯାହା କରୋନା ଯୋଦ୍ଧାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। ସଫେଇ କର୍ମଚାରୀମାନେ କରୋନା ଯୋଦ୍ଧାର ମାନ୍ୟତା ପାଇଛନ୍ତି ସତ କିନ୍ତୁ ନା ସେମାନଙ୍କ ପାଖରେ ଅଛି ସାନିଟାଇଜର ନା ଅଛି ହ୍ୟାଣ୍ଡ ଗ୍ଲୋଭ୍ସ। ପୂର୍ବପରି ଏମାନେ ଘରର ଆବର୍ଜ୍ଜନା ଉଠାଇବା ସହ ହସ୍ପିଟାଲର ଆବର୍ଜନା ମଧ୍ୟ ଖାଲି ହାତରେ ଉଠାଉଥିବା ଦେଖାଯାଇଛି। ତାହାପୁଣି ଦିନକୁ ମାତ୍ର ୧୮୬ ଟଙ୍କା ପାରିଶ୍ରମିକରେ। ଏମାନଙ୍କର ମାସିକ ଦରମା ୫,୬୦୦ରହିଛି। ସବୁଠାରୁ ବଡକଥା ହେଲା ପାରିଶ୍ରମିକ ପୂର୍ବ ନିର୍ଦ୍ଧାରିତ ଥିବା ବେଳେ ଏମାନଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ପ୍ରଥମେ ଆମକୁ କରୋନା ଭୟ ଥିଲା କିନ୍ତୁ ଏବେ ଆଉ ଡର ଲାଗୁନି ବୋଲି କୁହନ୍ତି କେତେଜଣ ସଫେଇ କର୍ମଚାରୀ। ତେବେ ଘର ଚଳାଇବା ପାଇଁ କାମ କରିବା ଆବଶ୍ୟକ ବୋଲି ସେମାନେ ପୂର୍ବପରି ସକାଳୁ ଆସି କାମରେ ଲାଗି ଯାଆନ୍ତି ବୋଲି କୁହନ୍ତି। ଏବେ କରୋନାକୁ ନେଇ ଦେଶରେ ଲକ୍‌ଡାଉନ ଚାଲିଥିବାରୁ ସବୁ ଦୋକାନ ବଜାର ବନ୍ଦ। ତେଣୁ କାମ କରିବା ସମୟରେ ଏମାନେ ପାଣି ଟିକେ ମଧ୍ୟ କାହାକୁ ମାଗି ପାରୁ ନାହାନ୍ତି ବୋଲି କୁହନ୍ତି। ପୋଲିସ ଓ ସ୍ବାସ୍ଥ୍ୟକର୍ମୀମାନଙ୍କ ଭଳି ଏମାନେ ମଧ୍ୟ କରୋନା ଯୁଦ୍ଧରେ ଲଢୁଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘EVM ଉପରେ ପ୍ରଶ୍ନ ଉଠାଇଥିବାରୁ କଂଗ୍ରେସ କ୍ଷମା ମାଗିବା ଉଚିତ୍‌’

ଗୋଆ,୨୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ୍‌।...

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ...

ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ବି ମିଳିଲା ନାହିଁ ଜାମିନ୍‌

ରାଞ୍ଚି,୨୭।୪: ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ...

ପୁଣି ଆହତ ହେଲେ ମମତା ବାନାର୍ଜୀ, ହେଲିକପ୍ଟର ଚଢ଼ିବା ବେଳେ ଗୋଡ଼ ଖସିଲା…

କୋଲକାତା,୨୭।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ଗୋଡ ଖସିଯିବା ଯୋଗୁ ସେ ପଡିଯାଇଥିଲେ ।...

‘କଂଗ୍ରେସ ମୁସଲମାନଙ୍କ ଭୋଟ୍‌ ଚାହୁଁଛି ହେଲେ ପ୍ରାର୍ଥୀ ନୁହେଁ’

ନୂଆଦିଲ୍ଲୀ,୨୭।୪: ଲୋକ ସଭା ନିର୍ବାଚନରେ କଂଗ୍ରେସ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ନ ଦେବାରୁ ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ କଂଗ୍ରେସ ନେତା ଆରିଫ...

ଧନଞ୍ଜୟ ସିଂଙ୍କୁ ଝଟକା: ଜାମିନ ମଞ୍ଜୁର, ହେଲେ ଲଢିପାରିବେନି ନିର୍ବାଚନ

ପ୍ରୟାଗରାଜ,୨୭।୪: ଆହ୍ଲାବାଦ ହାଇକୋର୍ଟ ଜୈନପୁରର ପୂର୍ବତନ ଏମପି ଧନଞ୍ଜୟ ସିଂଙ୍କ ଜାମିନକୁ ଅନୁମୋଦନ କରିଛନ୍ତି କିନ୍ତୁ ତାଙ୍କ ଦଣ୍ଡାଦେଶ ଶୁଣାଣିକୁ ମନା କରି ଦେଇଛନ୍ତି। ଏହି...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

‘ଜୟ ଶ୍ରୀରାମ’ ଲେଖି ପରୀକ୍ଷାରେ ପାସ୍‌, ମିଳିଛି ୬୦% ମାର୍କ

ଲକ୍ଷ୍ନୌ,୨୭।୪: ପରୀକ୍ଷା ଖାତାରେ କିଛି ଛାତ୍ରୀଛାତ୍ର ଗୀତ କିମ୍ବା ଫିଲ୍ମ ସମ୍ପର୍କରେ ଲେଖିଥିବା ମାମଲା ନିଶ୍ଚୟ ଶୁଣିଥିବେ। ଆଉ ଏହି ପରୀକ୍ଷା ଖାତା ଭାଇରାଲ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri