କରୋନା ମଲ୍‌

ବାରାଣସୀ: ପିଲାଙ୍କ ଲାଗି ଫ୍ୟାନି୍ସ କଲର ମାସ୍କ, ବିଭିନ୍ନ ଡିଜାଇନ୍‌ ମାସ୍କ, ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବ୍ସ, ସାବୁନ, ଗାମୁଛା ଓ ଭିନ୍ନ ଧରଣର ଫେସ୍‌ କଭର ଆଦି ସମସ୍ତ କରୋନା ସମ୍ପର୍କିତ ଜିନିଷ ଗୋଟିଏ ଛାତ ତଳେ ମିଳୁଛି। ଏଠାକୁ ଲୋକଙ୍କ ଲମ୍ବାଲାଇନ ମଧ୍ୟ ଲାଗିଛି। ପ୍ରାଣଘାତୀ କରୋନାର ପ୍ରକୋପ ବଢ଼ି ବଢ଼ି ଚାଲିଥିବା ବେଳେ ଏହାର ପ୍ରକୋପରୁ ନିଜକୁ ରକ୍ଷାକରିବା ଲାଗି ଏହି ମଲ୍‌କୁ ସମସ୍ତେ ଛୁଟି ଆସୁଛନ୍ତି। ଏହି ମଲ୍‌ର ନାମ ରହିଛି କରୋନା ମଲ୍‌। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ତଥା ଉତ୍ତରପ୍ରଦେଶର ବାରାଣସୀ ଅନ୍ତର୍ଗତ ସିଗ୍ରା ଅଞ୍ଚଳରେ ରହିଛି। ମଲ୍‌ର ୟୁନିକ୍‌ ନାମକୁ ନେଇ ଲୋକଙ୍କ ମଧ୍ୟରେ ଯେତିକି ଚର୍ଚ୍ଚା, ତା’ଠାରୁ ବ୍ୟବସାୟ ଯଥେଷ୍ଟ ଅଧିକ ରହିଛି। ଛୋଟ ମଲ୍‌ ଥିବାରୁ ଏହି ଦୋକାନର ନାମକରଣ ଏଥିଲାଗି ଆମେ କରୋନା ମଲ୍‌ ରଖିଛୁ ବୋଲି କହିଛନ୍ତି ମଲ୍‌ ମାଲିକ।
କରୋନା ମଲ୍‌ ମାଲିକ ଅଶୋକ ସିଂ କୁହନ୍ତି, କରୋନାକୁ ନେଇ ଲୋକମାନେ ଭୟଭୀତ ଥିବାବେଳେ ସଂକ୍ରମଣ ରୋକିବା ଲାଗି ଆବଶ୍ୟକ ସମସ୍ତ ଉପକରଣ କରୋନା ମଲ୍‌ରେ ରଖାଯାଇଛି। ମାସ୍କ, ସାବୁନ, ହ୍ୟାଣ୍ଡ ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବ୍ସ ଆଦି ଭଲ ବିକ୍ରି ହେଉଥିବା ସେ ପ୍ରକାଶ କରିଛନ୍ତି। କରୋନା ରୋକିବାକୁ ସମସ୍ତ ଆବଶ୍ୟକ ଜିନିଷ ଏଠାରେ ଉପଲବ୍ଧ। ଏଥିସହ ଟନେଲ ମେଶିନ, ଅଟୋମେଟିକ ସାନିଟାଇଜର ମେଶିନ, ଥର୍ମାଲ ସ୍କାନର ଭଳି ହାଇଟେକ୍‌ ମେଶିନ ମଧ୍ୟ ଏଠାରେ ଉପଲବ୍ଧ। ଜାଲ୍‌ ଜିନିଷ ଏଠାରେ ଜମା ମିଳେନା, ତେଣୁ ଲୋକମାନେ ମଲ୍‌ ଗହଳି ଥିଲେ ବି ଭୟ ନ କରି ଏଠାକୁ ଛୁଟିଆସନ୍ତି ବୋଲି ସିଂ କହିଛନ୍ତି। ସପ୍ତାହକ ମଧ୍ୟରେ ଏହି ମଲ୍‌ ବେଶ୍‌ ନାମ କରିପାରିଛି ବୋଲି ବାରାଣସୀର ଜଣେ ଗ୍ରାହକ ପ୍ରକାଶ କରିଛନ୍ତି। ଭଲ ଭଲ ବ୍ରାଣ୍ଡେଡ୍‌ ଜିନିଷ ଗୋଟିଏ ଜାଗାରୁ ମିଳିଲେ, ଏଭଳି ସୁଯୋଗକୁ ହାତଛଡ଼ା ବା କିଏ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri