କରୋନା ବିରୋଧୀ ଲଢେଇ: ଜୁନ ୩୦ ଯାଏ ବଢିଲା ଆଇଟି ରିଟର୍ନ ଅବଧି, ବିନା ଚାର୍ଜରେ ବ୍ୟବହାର କରିହେବ ବିଭିନ୍ନ ଏଟିଏମ୍‌

ନୂଆଦିଲ୍ଲୀ,୨୪-୩: କରୋନା ପ୍ରତିରୋଧ ଲାଗି ଏବେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏଥିଲାଗି ଦେଶର ଅର୍ଥ ବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହେଉଛି। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି କେନ୍ଦ୍ର ସରକାର ଶୀଘ୍ର ଏକ ଆର୍ଥତ୍କ ପ୍ୟାକେଜ ଆଣିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ସୂଚନା ଦେଇଛନ୍ତି। ଏ ନେଇ ସରକାର ଶୀଘ୍ର ଘୋଷଣା କରିବେ। ସେହିଭଳି ସୀତାରାମନ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ଆୟକର(ଆଇଟି) ରିଟର୍ନର ଶେଷ ତାରିଖକୁ ଜୁନ ୩୦ ଯାଏ ବୃଦ୍ଧି କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏହାବାଦ ବିଳମ୍ବ ରିଟର୍ନ ପଇଠ କ୍ଷେତ୍ରରେ ସୁଧକୁ ୧୨ ଓ ୧୮% ରୁ ୯%କୁ ଖସାଯାଇଛି। ସେହିଭଳି ଆଧାର-ପାନ୍‌ ଲିଙ୍କ୍‌ କରାଇବାର ଶେଷ ସୀମାକୁ ଜୁନ ୩୦ ଯାଏ ବୃଦ୍ଧି କରାଯାଇଛି। ପରୋକ୍ଷ ଟିକସ କ୍ଷେତ୍ରରେ ବିବାଦ ସମାଧାନ ଲାଗି ଆସିଥିବା ‘ବିବାବ ସେ ବିଶ୍ୱାସ’ ସ୍କିମକୁ ମଧ୍ୟ ଜୁନ ୩୦ ଯାଏ ବୃଦ୍ଧି କରାଯାଇଥିବା ବେଳେ କୌଣସି ଅତିରିକ୍ତ ଚାର୍ଜ ଏଥି ଲାଗି ସରକାର ଲାଗୁ କରାଇବେ ନାହିଁ। ୨୦୨୦ ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସର ଜିଏସ୍‌ଟି ରିଟର୍ନ ଏବଂ କମ୍ପୋଜିଶନ ସ୍କିମ ରିଟର୍ନ ଫାଇଲ କରିବାର ଶେଷ ସୀମା ଜୁନ ୩୦ ଯାଏ ବଢାଯାଇଛି। ୫ କୋଟି ଟଙ୍କାରୁ କମ୍‌ କାରବାର କରୁଥିବା କମ୍ପାନୀଗୁଡିକ ଲାଗି କୌଣସି ସୁଧ କିମ୍ବା ପେନାଲଟି ଲାଗୁ କରାଯିବନାହିଁ। ୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ କାରବାର କରୁଥିବା ବଡ କମ୍ପାନୀଙ୍କ ଲାଗି ସୁଧକୁ ୯%କୁ ହ୍ରାସ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳଚଞ୍ଚଳ କ୍ୟାମ୍ପସ  ସରିଲା ନାମାଙ୍କନ, ବୈଧ ପ୍ରାର୍ଥୀ ତାଲିକାକୁ ଅପେକ୍ଷା

ଖୋର୍ଦ୍ଧା,୯।୧୦(ପ୍ରଭାତ ପାଣିଗ୍ରାହୀ): ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଉଠିଛି। ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସ୍‌ରେ ଛାତ୍ର ସଂସଦନିବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ…

ଛାତ୍ର ନିର୍ବାଚନରେ ବଢୁଛି ଉତ୍ସାହ: ଅତାବିରା କଲେଜରେ ୨୪ଜଣଙ୍କ ନାମାଙ୍କନ ଦାଖଲ

ଅତାବିରା,୯।୧୦(ଯୁଧିଷ୍ଠିର ମହାପାତ୍ର): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ଅତାବିରା କଲେଜରେ ନିର୍ବାଚନୀ ଉତ୍ସାହ ଦେଖିବାକୁ ମିଳିଛି। କଲେଜର…

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

୮ ବର୍ଷ ପରେ ବାୟାବାବା କଲେଜରେ ନିର୍ବାଚନ ଉଷ୍ଣତା: ବିଜେଡି-ଏବିଭିପି ଜୋର୍‌ଦାର ଲଢ଼େଇ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ସଦରମହକୁମାଠାରେ ଶ୍ରୀ ଶ୍ରୀ ବାୟାବାବା କଲେଜରେ ୮ ବର୍ଷ ପରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା…

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍‌କା

ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି…

ନାନା ପାଟେକରଙ୍କ ମୃତ୍ୟୁ ପରେ ବି ତାଙ୍କୁ ଛାଡ଼ିଲେନି ତନୁଶ୍ରୀ: କହିଦେଲେ ଏମିତି କଥା, ତାତିଲେ ପ୍ରଶଂସକ

ବଲିଉଡ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ନାଁ ନ ନେଇ ଇନ୍‌ଷ୍ଟାଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?