କଅଁଳ କାନ୍ଧରେ ୪ ପ୍ରାଣୀଙ୍କ ଗୁଜୁରାଣ ଭାର

କଟକ ଅଫିସ,୫ା୬: ତେର ବର୍ଷର ବାଳକ ରାଜରୋଶନ ଠାକୁର। ପଢ଼ାବହି ବଦଳରେ ତାଙ୍କ କାନ୍ଧରେ ଏବେ ୪ ପ୍ରାଣୀଙ୍କ ଗୁଜୁରାଣ ଭାର। ୨ବର୍ଷ ହେବ ନିଜ ପରିବାର ପାଇଁ ସେ ହିଁ ସାହାରା ପାଲଟିଛନ୍ତି। ବାପା ରମେଶ ଠାକୁର ଦୁଇବର୍ଷ ହେବ ପକ୍ଷାଘାତରେ ଆକ୍ରାନ୍ତ ହୋଇ ଘରେ ପଡ଼ିରହିଛନ୍ତି। ଅସୁସ୍ଥ ଥିବା ମା’ ସଞ୍ଜୁ ଦେବୀ ଏସ୍‌ସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ନେଫ୍ରୋଲୋଜି ବିଭାଗରେ ୧୮ଦିନ ହେବ ଚିକିତ୍ସିତ ହେଉଛନ୍ତି। ମା’ ଓ ବାପାଙ୍କ ଚିକିତ୍ସା ସମେତ ଦୁଇ ଯାଆଁଳା ଭଉଣୀ ପାୟଲ ଓ ପରୀଙ୍କ ଦାୟିତ୍ୱ ଭାର ମଧ୍ୟ ରାଜରୋଶନଙ୍କ କାନ୍ଧରେ ରହିଛି।
ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ରାଜରୋଶନଙ୍କ ଘର। ବାପା ରମେଶ ଗୁପଚୁପ ବିକି ପରିବାର ଚଳାଉଥିଲେ। ୨ବର୍ଷ ତଳେ ହଠାତ୍‌ ସେ ଅସୁସ୍ଥ ହୋଇପଡ଼ିଲେ। ଅନେକ ଦିନ ଧରି ମେଡ଼ିକାଲରେ ଚିକିତ୍ସା ସତ୍ତ୍ୱେ ସେ ପକ୍ଷାଘାତରେ ଶଯ୍ୟାଶାୟୀ ପାଲଟିଗଲେ। ଏହାପରେ ରାଜରୋଶନ ଓ ମା’ ସଞ୍ଜୁଙ୍କ ଉପରେ ପରିବାର ଦାୟିତ୍ୱ ପଡ଼ିଥିଲା। ରାଜରୋଶନ ଭିକ୍ଷାବୃତ୍ତି କରି ପରିବାର ଚଳାଉଥିଲେ। ସେହି ଅର୍ଥରେ ବାପାଙ୍କ ପଥି, ଦୁଇ ଭଉଣୀଙ୍କ ପଢ଼ାଖର୍ଚ୍ଚ ଉଠୁଥିଲା। ଏହି ପରିବାରର ଦୁଃଖ ଲୋକଲୋଚନକୁ ଆସିବା ପରେ ଯାଜପୁର ଜିଲାପାଳ ସେମାନଙ୍କ ପାଇଁ ମାସିକ ୨ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ। କିନ୍ତୁ ରାଶନ କାର୍ଡ଼ କିମ୍ବା ଅନ୍ୟ କୌଣସି ସରକାରୀ ସୁବିଧା ସେମାନଙ୍କୁ ମିଳୁନାହିଁ। ବହୁ କଷ୍ଟରେ ଥିବାବେଳେ ଏବେ ମା’ ସଞ୍ଜୁ ଦେବୀ ଅସୁସ୍ଥ ହୋଇ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ଘରେ ଦୁଇ ଭଉଣୀ ବାପାଙ୍କ ସେବାରେ ଲାଗିଥିବା ବେଳେ କଟକରେ ମା’ଙ୍କ ପାଖରେ ଅଛନ୍ତି ରାଜରୋଶନ। ସରକାରୀ ସହାୟତା ପାଇଁ ଏବେ ରାଜରୋଶନ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!

ଇସଲାମବାଦ,୧୦।୬: ପାକିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏକ ପାକିସ୍ତାନ ସେନା ଆଭିଏସନ୍ Mi-17 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ଫଳରେ ଏଥିରେ…

ଧାନ ଚୋରି କରି ନେଇଯାଉଥିବା ବେଳେ ଦୁର୍ଘଟଣା ହେଲା ଟ୍ରକ, ଚାଳକ….

ଅତାବିରା,୧୦।୬(ଯୁଧିଷ୍ଠିର ମହାପାତ୍ର): ରାଜ୍ୟରେ ରବି ଧାନ କିଣାବିକା ଅବଧି ଯେତେ ବିତୁଛି, ସେତିକି ଚାଷୀ ସମସ୍ୟା ବଢ଼ିବାରେ ଲାଗିଛି । କେତେବେଳେ ଟୋକନ ତ ଆଉ କେତେବେଳେ…

ଧକ୍କା ଦେଇ ସ୍କୁଟିକୁ ଘୋଷାଡ଼ି ନେଲା ପିକ୍‌ଅପ୍‌, ଆଉ ତା’ ପରେ…

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଖଦାଲପଡ଼ା ସୁରୁଚି ମାର୍କେଟ ସମ୍ମୁଖ ରାସ୍ତାରେ ବୁଧବାର ଘଟିଛି ଏକ ସଡ଼କ ଦୁର୍ଘଟଣା। ଏକ ପିକ୍‌ଅପ୍‌ ଗାଡ଼ି ଜଣେ ଓକିଲଙ୍କ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କାର୍ଯ୍ୟ ଶେଷ କରିବାକୁ ହିତାଧିକାରୀଙ୍କୁ ନିର୍ଦ୍ଦେଶ

କେସିଙ୍ଗା,୧୦ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ସଭାପତିତ୍ୱରେ ପୌର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ୧.୦ ମାଧ୍ୟମରେ କାର୍ଯ୍ୟ ସମ୍ପୂର୍ଣ୍ଣ କରୁ…

ଦୁର୍ଘଟଣାରେ ମା’-ଝିଅଙ୍କ ମୃତ୍ୟୁକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀନଗରପଡ଼ା ୨୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ମା’ ଝିଅଙ୍କ ମୃତ୍ୟୁ ଘଟିଥିଲା।…

ଶସ୍ତା ହେଲା ସୁନା; ୪ହଜାରରୁ ଅଧିକ ହ୍ରାସ, ଜାଣନ୍ତୁ କେତେ ରହିଛି ୨୨-୨୪ କ୍ୟାରେଟର ଦାମ୍

ନୂଆଦିଲ୍ଲୀ,୧୦।୬: ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ…

ସୂର୍ଯ୍ୟବଂଶୀଙ୍କୁ ପୁଣି ବଡ଼ ସୁଯୋଗ? ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ରେ ମିଳିବ…

ନୂଆଦିଲ୍ଲୀ,୧୦।୬: ତିଲକ ବର୍ମାଙ୍କ ଅଧିନାୟକତ୍ୱରେ, ଭାରତ ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରି-ସିରିଜର ଏକ ଚମତ୍କାର ଆରମ୍ଭ କରିଛି। ଭାରତୀୟ ଦଳ ସେମାନଙ୍କର ପ୍ରଥମ ମ୍ୟାଚରେ ଆୟୋଜକ ଶ୍ରୀଲଙ୍କା ଏ…

ସାଙ୍ଗମାନଙ୍କ ସହ ଗାଧୋଇବାବେଳେ ପାଣିରେ ବୁଡ଼ି ୨ ଜଣଙ୍କ ଜୀବନ ଗଲା

ନୀଳଗିରି,୧୦ା୬(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ରାଧାକିଶୋରପୁର ପଞ୍ଚାୟତ ସୋନ ନଦୀ ରଣିତ ଘାଟରେ ଘଟିଛି ଅଘଟଣ। ବୁଧବାର ମଧ୍ୟାହ୍ନରେ ଦୁଇ ସାଙ୍ଗ ଜାମୁକୋଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri