Posted inଜାତୀୟ

କଂଗ୍ରେସର ଯୋଜନା, ମୋଦିଙ୍କ ଶ୍ରେୟ

ନୂଆଦିଲ୍ଲୀ,୨୦ା୫: କଂଗ୍ରେସ ଏକ ଜନମଙ୍ଗଳକାରୀ ଢାଞ୍ଚାର ଉପାଦାନଗୁଡ଼ିକୁ ପ୍ରସ୍ତୁତ କରିଥିଲା। ପ୍ରଧାନମନ୍ତ୍ରୀ ସେଗୁଡ଼ିକୁ ଫେଣ୍ଟାଫେଣ୍ଟି କରି ସେଥିରେ ମୋଦି ‘ତଡ୍‌କା’ ଯୋଡ଼ିଦେଲେ କେବଳ ନିଜସ୍ବ ବୋଲି ବାହାବା ନେବା ପାଇଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧୀରେ ଧୀରେ କିନ୍ତୁ ତୀକ୍ଷ୍ଣ ନଜର ଓ ରାଜନୈତିକ କୌଶଳରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାରଙ୍କ ଜନମଙ୍ଗଳ ଲିଗାସିକୁ ହାତେଇ ନେଲେ। ଆଧାରରୁ ଆରମ୍ଭ କରି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଯୋଜନା ଏବଂ ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ଏମ୍‌ଜିଏନ୍‌ଆର୍‌ଇଜିଏ)ରୁ ଗ୍ରାମ୍ୟ ଗୃହନିର୍ମାଣ ଯାଏ ସବୁକିଛି ହେଉଛି କଂଗ୍ରେସ ସରକାର ଅମଳର ଯୋଜନା। ଏସବୁରେ ମୋଦି ସରକାର କିଛି କିଛି ପରିବର୍ତ୍ତନ ଆଣି ନିଜସ୍ବ ଯୋଜନାରେ ପରିଣତ କଲେ। ଫଳରେ ପୂର୍ବରୁ ବ୍ରାହ୍ମଣ-ବଣିଆଙ୍କ ଦଳ ଭାବେ ଛବି ରହିଥିବା ଭାଜପାକୁ ଗ୍ରାମାଞ୍ଚଳ ଭାରତର ତ୍ରାଣକର୍ତ୍ତା ରୂପେ ନିଜକୁ ଉପସ୍ଥାପନ କରିବା ସୁଯୋଗ ମିଳିଲା।
ଉପା-୧ ସରକାରଙ୍କ ଦ୍ୱାରା ଏମ୍‌ଜିଏନ୍‌ଆର୍‌ଇଜିଏର ପରିକଳ୍ପନା ଓ ଆରମ୍ଭ ହୋଇଥିଲା। ଏଥିରେ ଗ୍ରାମାଞ୍ଚଳର ପରିବାରଗୁଡ଼ିକୁ ୧୦୦ ଦିନର କର୍ମନିଯୁକ୍ତି ପ୍ରଦାନ ପାଇଁ ସୁନିଶ୍ଚିତ କରାଯାଇଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ସଦ୍ୟ ଗ୍ରାମାଞ୍ଚଳ ବୁଷ୍ଟର୍‌ ଶଟ୍‌ରେ ଏମ୍‌ଜିଏନ୍‌ଆର୍‌ଇଜିଏକୁ ଅତିରିକ୍ତ ୪୦,୦୦୦ କୋଟି ଟଙ୍କା ଦେବାକୁ ଘୋଷଣା କରାଯାଇଛି। ଏହାଦ୍ୱାରା ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଉକ୍ତ ଯୋଜନା ପ୍ରତି ନିଜ ପ୍ରତିଶ୍ରୁତିବଦ୍ଧତାକୁ ରେଖାଙ୍କିତ କରିବା ସହ ଏକ ଅଭୂତପୂର୍ବ ସଙ୍କଟ ସମୟରେ ଏହାର ବିସ୍ତାରପୂର୍ବକ ଉପଯୋଗ କରିଛନ୍ତି।
ଦେଶର ଗ୍ରାମାଞ୍ଚଳରେ କଂଗ୍ରେସର ପ୍ରଭାବ ଏହାକୁ ଏକ ଜାତୀୟ ଦଳ ଭାବେ ଶକ୍ତି ପ୍ରଦାନ କରିଥିଲା। ପୂର୍ବରୁ ଅଧିକ ସହର କୈନ୍ଦ୍ରୀକ ଥିବା ଭାଜପା ଗାଁ ଗହଳି ଉପରେ ନଜର ଦେବା ପରେ ଗ୍ରାମାଞ୍ଚଳରୁ କଂଗ୍ରେସର ପ୍ରଭାବ କ୍ରମଶଃ ହ୍ରାସ ପାଇବାରେ ଲାଗିଲା। କିନ୍ତୁ ଏହି ପ୍ରତୀକାମତ୍କ ଧାରାର ନିର୍ବାଚନୀ ଓ ରାଜନୈତିକ ପ୍ରଭାବଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଂଗ୍ରେସର ପଦକ୍ଷେପଗୁଡ଼ିକୁ ବ୍ୟବହାର କରି ମୋଦି ନିଜର ଜନମଙ୍ଗଳକାରୀ ଭାବମୂର୍ତ୍ତି ଗଠନ ଲାଗି ମୂଳଦୁଆ ପକାଇଲେ। ଏହା କିପରି ସମ୍ଭବ ହେଲା? କଂଗ୍ରେସ ନିଜେ ଗଢ଼ିଥିବା ଯୋଜନାଗୁଡ଼ିକୁ ତ୍ୟାଗ କରି କିମ୍ବା ସେଗୁଡ଼ିକୁ ଏକ ସ୍ଥାୟୀ ଲିଗାସି ଭାବେ ମାର୍କେଟିଂ ନ କରି ବୋକାମୀ କଲା। ଅନ୍ୟପକ୍ଷରେ ମୋଦି ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ପଦକ୍ଷେପଗୁଡ଼ିକୁ ଅତି ଚାଲାକ ଭାବେ ବ୍ୟବହାର କରିବାର ମହତ୍ତ୍ୱକୁ ବୁଝିପାରିଥିଲେ। ସେ ସେସବୁକୁ ଜନସାଧାରଣଙ୍କ ଆଗରେ ନିଜ ମାନସ ସନ୍ତାନ ଭାବେ ପ୍ରତିପାଦିତ କରିବାରେ ସଫଳ ହେଲେ।

କିପରି ହାତେଇଲେ ଏସବୁ ଯୋଜନା

୨୦୧୪ରେ କ୍ଷମତାକୁ ଆସିବା ପରଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପୂର୍ବସୁରୀମାନଙ୍କ ପ୍ରବର୍ତ୍ତନଗୁଡ଼ିକୁ ଉଚିତ ଢଙ୍ଗରେ ଗ୍ରହଣ କଲେ, ଯାହାକି ତାଙ୍କର ଜନକଲ୍ୟାଣକାରୀ ଶାସନ ମଡେଲକୁ ବିଶେଷ ସହାୟକ ହେଲା। ମୋଦି କ୍ଷମତାକୁ ଆସିବା ମାତ୍ରେ ଆଧାରକୁ ଧୂଳିପୂର୍ଣ୍ଣ ଷ୍ଟୋର୍‌ରୁମ୍‌ରୁ କାଢ଼ିଆଣିଥିଲେ। ଏହାସହ ଅନେକ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ପଷ୍ଟ କଲେ ଯେ, ଏହି ଏକକ ପରିଚୟ ସଂଖ୍ୟା ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବାକୁ ପଡ଼ିବ। ନନ୍ଦନ ନିଲେକାନିଙ୍କ ନେତୃତ୍ୱ ଓ ଦୂରଦୃଷ୍ଟିରେ ଆଧାରକୁ ଆଣିଥିବା ଉପା ସରକାର ଏହାକୁ ଆବଶ୍ୟକ ଆଇନଗତ ବୈଧତା ପ୍ରଦାନ କରିପାରି ନ ଥିଲେ। ମୋଦି ସରକାର ହିଁ ଏହି ଯୋଜନା ସହ ଛିଡ଼ା ହୋଇ ସମର୍ଥନ ଦେବା ଲାଗି ଏକ ଆଇନ ପ୍ରଣୟନ କରିଥିଲେ ଏବଂ ଏହାର ସପକ୍ଷରେ ଏକ ବଡ଼ ଆଇନଗତ ଲଢ଼େଇ ଲଢ଼ିଥିଲେ। ଏଥିଯୋଗୁ ଉପାର ମାନସ ସନ୍ତାନ ଆଧାର ପ୍ରତ୍ୟେକ ବ୍ୟବହାରିକ ଉଦ୍ଦେଶ୍ୟ ଲାଗି ସବୁଦିନ ପାଇଁ ମୋଦିଙ୍କର ହୋଇଗଲା।
ସେହିପରି ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ବା ଡିବିଟି ମଧ୍ୟ ୨୦୧୩ରେ କଂଗ୍ରେସ ବହୁ ଆଡ଼ମ୍ବରେ ଆରମ୍ଭ କରିଥିଲା। ଆଧାର ସହ କଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନକୁ ତ୍ୱରାନ୍ବିତ କରିଥିବା ଡିବିଟିକୁ ମଧ୍ୟ ମୋଦି ଗରିବ ସପକ୍ଷବାଦୀ ନୀତିଗୁଡ଼ିକର ପ୍ରଣୟନରେ ବହୁଳ ଭାବେ ଉପଯୋଗ କରିଥିଲେ। ସେଥିମଧ୍ୟରୁ ଗୋଟିଏ ହେଉଛି କରୋନା ଭାଇରସ୍‌ ମହାମାରୀ ବେଳେ ଗରିବମାନଙ୍କୁ ନଗଦ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ନେଇ ସଦ୍ୟ ଘୋଷଣା। ଅନୁରୂପ ଭାବେ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ଲାଗି ଇନ୍ଦିରା ଆବାସ ଯୋଜନାରେ କାର୍ଯ୍ୟକାରିତା ସଂକ୍ରାନ୍ତ ଅନେକ ତ୍ରୁଟିବିଚ୍ୟୁତି ରହିଥିଲା। ମୋଦି ଏହି ଯୋଜନାର ଗୁରୁତ୍ୱକୁ ବୁଝିପାରିଥିଲେ। ୨୦୧୫ରେ ସେ ଏହାର ନାମ ପରିବର୍ତ୍ତନ କରି ନିଜର କରିନେଲେ। ଏହାସହିତ ଏଥିରେ କେତେକ ପରିବର୍ତ୍ତନ ଆଣିଲେ, ଯାହା ଏହି ଯୋଜନାକୁ ଅଧିକ ପ୍ରଭାବଶାଳୀ ଓ ଲୋକପ୍ରିୟ କଲା। ‘ମୋଦିଜୀ ଆମକୁ ଏକ ଘର ଦେଇଛନ୍ତି’ ଥିଲା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏକ ସାଧାରଣ ଘୋଷା। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁନଃ ନିର୍ବାଚିତ ହେବା ପାଇଁ ଅନେକ ମାତ୍ରାରେ ସହାୟକ ହୋଇଥିଲା। ଏବେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପାଇଁ ଏକ ବଡ଼ଧରଣର ଆବଣ୍ଟନ କରି ପ୍ରଧାନମନ୍ତ୍ରୀ ଏହି ସ୍କିମ୍‌କୁ ନିଜର କରିନେଇଛନ୍ତି, ଯଦିଓ ୨୦୧୫ରେ ସେ ପାର୍ଲାମେଣ୍ଟରେ ଏହାକୁ ଉପା ବିଫଳତାର ଏକ ଜୀବନ୍ତ ସ୍ମାରକୀ ବୋଲି ଅଭିହିତ କରିଥିଲେ। ୨୦୧୧ରେ ଉପା ସରକାର ଅମଳରେ ଆରମ୍ଭ ହୋଇଥିବା ସାମାଜିକ-ଅର୍ଥନୈତିକ ଜାତି ଗଣନା (ଏସ୍‌ଇସିସି)ର ନିଷ୍କର୍ଷ ଶେଷରେ ୨୦୧୫ରେ ବାହାରିଥିଲା। ସେବେଠୁ ଏହା ହିତାଧିକାରୀଙ୍କୁ ଚିହ୍ନଟ ଓ ସୁବିଧା ପ୍ରଦାନ କ୍ଷେତ୍ରରେ ମୋଦି ସରକାରଙ୍କ ଜନମଙ୍ଗଳକାରୀ ନୀତିଗୁଡ଼ିକର ଆଧାରଶିଳା ହୋଇ ରହିଛି।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ମୋଦି ପ୍ରଥମ ପାଳିରେ ହୃଦୟଙ୍ଗମ କରିଥିଲେ ଯେ, ‘ସୁଟ୍‌ ବୁଟ୍‌ କୀ ସରକାର’ ଭାବମୂର୍ତ୍ତି ତାଙ୍କ ଅମଙ୍ଗଳ କରିପାରେ। ତେଣୁ ସେ ସଙ୍ଗେ ସଙ୍ଗେ ‘ଜନକଲ୍ୟାଣ’ ଆଡ଼କୁ ଢଳିଥିଲେ। ତାଙ୍କୁ ବେଶି କିଛି କରିବାକୁ ପଡ଼ିଲା ନାହିଁ। କାରଣ କଂଗ୍ରେସ ତାଙ୍କ ପାଇଁ ଅନେକ ଉପାଦାନ ସାଉଁଟି ରଖିଥିଲା। ମୋଦି କେବଳ ସେଗୁଡ଼ିକୁ ଏକତ୍ରିତ କରି ନିଜ ରେସିପି ଅନୁସାରେ ମିଶ୍ରଣ କରିଥିଲେ, ଯାହାକୁ କୁହାଗଲା ମୋଦି ତଡ୍‌କା। ତେବେ ଏହି ଯୋଜନାଗୁଡ଼ିକର ମହତ୍ତ୍ୱ ବୁଝି ସେଥିରେ ନିବେଶର ଆବଶ୍ୟକତାକୁ ପ୍ରଧାନମନ୍ତ୍ରୀ ମୋଦି ହିଁ ବୁଝିଛନ୍ତି ବୋଲି ପରିଶେଷରେ ମାନିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

T20Iରେ ସବୁଠୁ ଦ୍ରୁତ ଅର୍ଦ୍ଧଶତକ କାହା ନାଁରେ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ, ବୈଭବ-ଅଭିଷେକଙ୍କ ପାଇଁ ବି ରେକର୍ଡ ଭାଙ୍ଗିବା କଷ୍ଟକର

ନୂଆଦିଲ୍ଲୀ,୧୫।୯: ଭାରତୀୟ କ୍ରିକେଟ୍ର ନୂଆ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଦେଖି କ୍ରିକେଟ୍‌ପ୍ରେମୀଙ୍କ ମନରେ ଗୋଟିଏ ପ୍ରଶ୍ନT20…

ଭାରତୀୟ ଟିମ ନେଲାନି ଟ୍ରଫି, ଏବେ ନକଭିଙ୍କ ପଦ ଉପରେ ସଙ୍କଟ? BCCI ନେବ…

ନୂଆଦିଲ୍ଲୀ,୧୫।୯: ଏସିଆ କପ ଟ୍ରଫି ପ୍ରେଜେଣ୍ଟେସନ୍‌କୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ମୁଖ୍ୟ ତଥା ଏସିଆନ କ୍ରିକେଟ କାଉନସିଲ (ACC) ଅଧ୍ୟକ୍ଷ ମୋହସିନ ନକଭିଙ୍କୁ ନେଇ…

ପାଣିରେ ପାଦ ଦେଉ ଦେଉ ମହିଳାଙ୍କୁ ଟାଣିନେଲା ବଉଳା କୁମ୍ଭୀର, ଏକ କିଲୋମିଟର ଦୂରରେ ଘଟିଲା…..

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡା ଜିଲାର ନଦୀରେ ମାଳ ମାଳ କୁମ୍ଭୀରମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥି ପାଇଁ ବନ ବିଭାଗ ଅଧିକାରୀଙ୍କ…

ପିତୃପକ୍ଷରେ ବଦଳିବ ଭାଗ୍ୟ! ଲକ୍ଷ୍ମୀନାରାୟଣ ଯୋଗରେ ୪ ରାଶିଙ୍କୁ ମିଳିବ ଫାଇଦା ହିଁ ଫାଇଦା, ବ୍ୟବସାୟରେ ଲାଭ ସହ ଧନବର୍ଷା

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଯୁତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଶୁଭ ଗ୍ରହ ଏକାଠି ଆସିଲେ ଏହାର ପ୍ରଭାବ ବିଭିନ୍ନ ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ।…

ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ଼ ଭବିଷ୍ୟବାଣୀ!

ନୂଆଦିଲ୍ଲୀ,୧୫।୯: ଗତ କିଛି ଦିନ ମଧ୍ୟରେ ସୁନା ଓ ରୂପା ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦୀର୍ଘ ସମୟ ଧରି ଦର ବୃଦ୍ଧି ପରେ…

ଭାରତ ସରକାରଙ୍କ ପଦକ୍ଷେପ ଆଗରେ ମୁଣ୍ଡ ନୁଆଁଇଲା ମେଟା (Meta), ପିଲାମାନଙ୍କ ସମ୍ବନ୍ଧୀୟ ବିସ୍ତୃତ ସୂଚନା ପ୍ରଦାନ କରିବାକୁ ସହମତ

ନୂଆଦିଲ୍ଲୀ,୧୫।୯: ଭାରତ ସରକାର ପିଲାମାନଙ୍କୁ ଅନଲାଇନ ଯୌନ ଶୋଷଣ ଏବଂ କ୍ଷତିକାରକ ବିଷୟବସ୍ତୁରୁ ସୁରକ୍ଷା ଦେବା ପାଇଁ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ଉପରେ ନିୟମାବଳୀ କଠୋର କରିବାକୁ…

ବିଏସଏଫ ଯବାନ ତୁଷାର ବାଗଙ୍କୁ ଥୁଆମୂଳ ରାମପୁରରେ ଭବ୍ୟ ସମ୍ବର୍ଦ୍ଧନା

ଥୁଆମୂଳ ରାମପୁର,୧୫।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଜଣେ ଶ୍ରମିକ ଦିନ ମଜୁରିଆଙ୍କ ପୁଅ ତୁଷାର ବାଗ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ରେ…

ଦେଶର ପଞ୍ଚମ ସର୍ବାଧିକ ମହଙ୍ଗା ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା; ଚିନ୍ତା ବଢ଼ାଇଛି ଚିନି-ପିଆଜର ଦର ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର,୧୫।୯: ଓଡ଼ିଶା ଦେଶର ଅନ୍ୟତମ ମହଙ୍ଗା ବଜାର ଭାବରେ ଉଭା ହୋଇଛି। କ୍ରମାଗତ ଭାବେ ବୃଦ୍ଧି ପାଉଥିବା ମୂଲ୍ୟ ଯୋଗୁ, ଅଗଷ୍ଟ ମାସରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?