Posted inଖେଳ

‘ଓସିଏଲ୍‌’ ପାଇଁ ପ୍ରସ୍ତୁତ ହେଉଛି ଓସିଏ

କଟକ ଅଫିସ,୨୯ା୧୧- ପେସାଦାର କ୍ରିକେଟ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଫର୍ମାଟକୁ ଓହ୍ଲାଇବ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)। ପୂର୍ବରୁ ଏଭଳି ଏକ ପଦକ୍ଷେପ ନିଆଯାଇଥିଲା। ୨୦୧୧ ମସିହାରେ ଓସିଏ ପକ୍ଷରୁ ଓଡ଼ିଶା ପ୍ରିମିୟର ଲିଗ(ଓପିଏଲ) ଆରମ୍ଭ ହୋଇଥିବା ବେଳେ ମାତ୍ର ଗୋଟିଏ ସଂସ୍କରଣରେ ହିଁ ଏହି ଟୁର୍ନାମେଣ୍ଟର ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଏହାଛଡ଼ା ଟୁର୍ନାମେଣ୍ଟକୁ ନେଇ ଅନେକ ବାଦବିବାଦ ମଧ୍ୟ ଦେଖାଦେଇଥିଲା। ପୁଣି ଥରେ ଏଭଳି ଏକ ଟୁର୍ନାମେଣ୍ଟ ଆରମ୍ଭ କରିବାକୁ ଚେଷ୍ଟା କରୁଛି ଓସିଏ। ଏହାର ନାଁ ଓଡ଼ିଶା କ୍ରିକେଟ ଲିଗ୍‌(ଓସିଏଲ) ରଖାଯିବାକୁ ସ୍ଥିର କରାଯାଇଛି। ଓସିଏର ବରିଷ୍ଠ ପଦାଧିକାରୀମାନେ ଏ ନେଇ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଟୁର୍ନାମେଣ୍ଟ ଆୟୋଜନ ଓ ପରିଚାଳନା ନେଇ ନିଷ୍ପତ୍ତି ମଧ୍ୟ ଆଗେଇଲାଣି। ଆସନ୍ତା ଜାନୁୟାରୀରୁ ଓସିଏଲ ପାଇଁ ପ୍ରସ୍ତୁତି ଜୋରଦାର ହେବ ବୋଲି କୁହାଯାଇଛି।
ରାଜ୍ୟ କ୍ରିକେଟରମାନଙ୍କୁ ଚର୍ଚ୍ଚା ପରିସରଭୁକ୍ତ କରିବାର ଆବଶ୍ୟକତା ରହିଛି। କେବଳ ରାଜ୍ୟ ନୁହେଁ ସମଗ୍ର ଦେଶରେ ଓଡ଼ିଆ ଖେଳାଳିଙ୍କ ପ୍ରଦର୍ଶନକୁ ପ୍ରଦର୍ଶିତ କରିବାର ସମୟ ପହଞ୍ଚିଲାଣି। ଅନ୍ୟ ରାଜ୍ୟଗୁଡ଼ିକରେ ଏବେ ବହୁଳ ଭାବେ ପେସାଦାର କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ କରାଯାଉଛି। ଓସିଏଲ ଆରମ୍ଭ ହେଲେ ଅନେକ ପ୍ରତିଭା ସାମ୍ନାକୁ ଆସିବେ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ଅନ୍ୟପକ୍ଷରେ ଓସିଏଲର ପ୍ରାୟୋଜକ ପାଇଁ ଦିଲ୍ଲୀର ଏକ ସଂସ୍ଥା ସହ ଆଲୋଚନା କରାଯାଇଥିବା ଜଣାପଡ଼ିଛି। ଏପରିକି ଏହି ଟୁର୍ନାମେଣ୍ଟର ସିଧାପ୍ରସାରଣ ନିମନ୍ତେ ଏକ ଜାତୀୟ ଗଣମାଧ୍ୟମ ସହ ଯୋଗାଯୋଗ କରାଯାଇଛି। ଓସିଏଲ ଆୟୋଜନ କରିବାକୁ ଓସିଏ ପ୍ରସ୍ତୁତ ହେଉଛି ବୋଲି ସମ୍ପାଦକ ସଞ୍ଜୟ କହିଛନ୍ତି। ସୂଚନା ଥାଉକି, ୨୦୧୧ ମସିହାରେ ଓପିଏଲ ଟୁର୍ନାମେଣ୍ଟ ହେବା ଦ୍ୱାରା ଅନେକ ପ୍ରତିଭା ପରିଚୟ ପାଇଥିଲେ। ଜଗତସିଂପୁର ସ୍ପାର୍କସ, ୱେଷ୍ଟର୍ନ ସମୁରାଇ ରାଉରକେଲା, ଅନୁଗୋଳ ଟସ୍କର୍ସ, ପୁରୀ ଏମ୍ପରର୍ସ, ବ୍ରହ୍ମପୁର ଭଞ୍ଜବୀର୍ସ, କଟକ ବାରବାଟୀ ଟାଇଗର୍ସ, ବାଲେଶ୍ୱର ବାଘାସ୍‌, କୋଅପରେଟିଭ କିଙ୍ଗସ ଢ଼େଙ୍କାନାଳ, ଭୁବନେଶ୍ୱର ଜାଗୁଆର୍ସ ଓ କାସ୍‌ଭି ପାୱାର ରେଞ୍ଜର୍ସ କେନ୍ଦୁଝର ଦଳ ପ୍ରତିଯୋଗିତାରେ ଭାଗ ନେଇଥିଲେ। ୫ଟି ଗ୍ରେଡ୍‌ରେ ଖେଳାଳିମାନେ ନିଲାମରେ ଅଂଶ ଗ୍ରହଣ କରିଥିଲେ। ୧୦ହଜାର ଟଙ୍କାରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ନିଲାମ ରାଶି ଧାର୍ଯ୍ୟ କରାଯାଇଥିଲା। ଓସିଏ ରାଜ୍ୟର ୩୪୧ଜଣ ଖେଳାଳିଙ୍କ ନାମ ନିଲାମରେ ସାମିଲ କରାଇଥିଲା। ଓସିଏଲ ହେଲେ ପୁଣି ଥରେ ରାଜ୍ୟ ଖେଳାଳିମାନଙ୍କ ଭିତରେ ଉତ୍ସାହ ଦେଖାଦେବ। ଶର୍ଟଫର୍ମାଟ କ୍ରିକେଟରେ ନିଜ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ରାଜ୍ୟର ଶହଶହ କ୍ରିକେଟର ପାଇବେ ଓ ନିଲାମରେ ମଧ୍ୟ ଭାଗ ନେବେ। ଓସିଏଲ ନିମନ୍ତେ ସମସ୍ତ କାର୍ଯ୍ୟସୂଚୀ ଖୁବଶୀଘ୍ର ପ୍ରକାଶ କରାଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଜିଙ୍କ୍ୟ ରାହାଣେଙ୍କ ସନ୍ନ୍ୟାସରେ ଚକିତ ହୋଇଯାଇଥିଲେ ସଚିନ! ଦୁହିଁଙ୍କ କଥାବାର୍ତ୍ତାର ହେଲା ଖୁଲାସା

ନୂଆଦିଲ୍ଲୀ, ୧୧।୮: ଗତ କିଛି ସପ୍ତାହ ଧରି ଅଜିଙ୍କ୍ୟ ରାହାଣେ ବେଶ ଚର୍ଚ୍ଚାରେ ଅଛନ୍ତି। ଗତ ଜୁଲାଇ ୩୦ ତାରିଖରେ ସେ ଅବସର ଘୋଷଣା କରିଥିଲେ। ଏହାସହ…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

ଗାଙ୍ଗୁଲିଙ୍କ ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

ପୈତୃକ ଗାଁରେ ଘର କାମ ଆରମ୍ଭ କଲେ ରିଷଭ ପନ୍ତ

ପିଥୋରାଗଡ଼(ଉତ୍ତରାଖଣ୍ଡ),୧୦ା୮: ରିଷଭ ପନ୍ତଙ୍କ ମା’ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ନିଜ ପୈତୃକ ଗାଁକୁ ଫେରିବା ପରେ ସେମାନଙ୍କ ଘରର ପୁନଃ ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ…

କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲରେ ଥ୍ରୋ ବଲ ପ୍ରତିଯୋଗିତା ଅନୁଷ୍ଠିତ

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ) : ଛତ୍ରପୁର ସ୍ଥିତ କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ସିଆଇସିଏସଇ ସ୍ପୋଟର୍‌ସ ଏଣ୍ଡ ଗେମ୍ସ ପକ୍ଷରୁ ଦିନିକିଆ ଆଞ୍ଚଳିକ…

ବୈଭବ ସୂର୍ଯ୍ୟବଂଶୀଙ୍କ ବୟସକୁ ନେଇ ଏମିତି ବୟାନ ଦେଲେ ବ୍ରେଟ ଲି, ସଭିଏଁ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୮: ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କମ ବୟସରେ ତାଙ୍କ ଖେଳ ଦ୍ୱାରା କ୍ରିକେଟ ଜଗତର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏବେ, ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ…

CWG: କମନ ଓ୍ବେଲଥ ଚାମ୍ପିୟନଙ୍କୁ ଭେଟି ବଡ଼ କଥା କହିଲେ ମୋଦି, ‘ଲାଗୁଥିଲା ଯେମିତି ପ୍ରତି ବୁନ୍ଦା ଲୁହରୁ ଝରୁଥିଲା ସ୍ବର୍ଣ୍ଣ ପଦକ’

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟଗୋଷ୍ଠୀ କ୍ରୀଡା ଚାମ୍ପିୟନମାନଙ୍କୁ ଭେଟିଥିଲେ। ସେ ରବିବାର ଖେଳାଳିମାନଙ୍କୁ ଭେଟିଥିଲେ ଏବଂ ଇନଷ୍ଟାଗ୍ରାମରେ ଆଲୋଚନାର ଏକ ଭିଡିଓ ଶେୟାର କରିଥିଲେ। ସେ ଖେଳାଳିମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri