Posted inଫୁରସତ

ଓଡ଼ିଶାର ସର୍ବବୃହତ୍‌ ପରିବାର: ଗୟାବନ୍ଧ ଗ୍ରାମର ଶ୍ରୀଚନ୍ଦନ ପରିବାର, ସଦସ୍ୟ ୧୨୩; ପାଲଟିଛି ଦୃଷ୍ଟାନ୍ତ

ଆଜିର ସମୟରେ ପରିବାର ଛୋଟରୁ ଛୋଟ ହୋଇ ଚାଲିଥିବାବେଳେ ଶ୍ରୀଚନ୍ଦନ ପରିବାର କିନ୍ତୁ ବ୍ୟତିକ୍ରମ। ୧୨୩ ସଦସ୍ୟ ବିଶିଷ୍ଟ ଏହି ପରିବାର ସମସ୍ତଙ୍କ ପାଇଁ ପାଲଟିଛି ଦୃଷ୍ଟାନ୍ତ…

ଖୋର୍ଦ୍ଧା ସହରଠାରୁ ୧୬ ନଂ. ଜାତୀୟ ରାଜପଥରେ ବ୍ରହ୍ମପୁର ଆଡ଼କୁ ଗଲେ ୧୫ କି.ମି. ପରେ ପଡ଼ିବ ଗୟାବନ୍ଧ ଛକ। ସେଠାରୁ ଡାହାଣ ପଟକୁ ପଡ଼ିଥିବା ରାସ୍ତାରେ ୧ କି.ମି ଗଲେ ପଡ଼ିବ ଗୟାବନ୍ଧ ଗ୍ରାମ। ସେହି ଗାଁରେ ରହିଛି ଓଡ଼ିଶାର ସବୁଠୁ ବଡ଼ ପରିବାର ‘ଶ୍ରୀଚନ୍ଦନ ପରିବାର’। ଗୋଟିଏ ପଟେ ନଡ଼ିଆ ବାରି, ଅନ୍ୟ ପଟେ ପୋଖରୀ। ପୁଣି ଅପର ପାର୍ଶ୍ୱରେ ଆମ୍ବ ପଣସର ବଗିଚା ଭିତରେ ଶ୍ରୀଚନ୍ଦନ ପରିବାରର ଘର। ଯାହାକୁ ଦେଖିଲେ ସ୍ବତଃ ମନରେ ଆସିବ “ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର…”। କାହିଁକି ନା ଏଇ କଥାକୁ ଏଇ ପରିବାରର ସଦସ୍ୟମାନେ ନିହାତି ଭାବରେ ଧେୟ କରିଛନ୍ତି, ନଚେତ୍‌ ସ୍ନେହ ବିନା ଏତେ ବଡ଼ ପରିବାରର କଳ୍ପନା କେବେବି କରିି ହୁଅନ୍ତାନି।

ଏହି ବଡ଼ ପରିବାରର ମୂଳଦୁଆ ପଡ଼େ ଭରତ ଶ୍ରୀଚନ୍ଦନଙ୍କଠାରୁ। ତାଙ୍କର ହେଉଛନ୍ତି ପାଞ୍ଚପୁଅ। ବିଦ୍ୟାଧର ଶ୍ରୀଚନ୍ଦନ, ବୈରାଗୀ ଶ୍ରୀଚନ୍ଦନ, ଗିରିଧାରୀ ଶ୍ରୀଚନ୍ଦନ, ଗଦାଧର ଶ୍ରୀଚନ୍ଦନ ଓ ସଦାନନ୍ଦ ଶ୍ରୀଚନ୍ଦନ। ସେମାନଙ୍କର ପିଲାମାନେ ଓ ତାଙ୍କ ପିଲାଙ୍କର ପିଲାମାନଙ୍କୁ ନେଇ ଏବେର ପରିବାର। ଏବେ ପରିବାରର ସବୁଠୁ ବୟୋଜ୍ୟେଷ୍ଠା ସଦସ୍ୟା ହେଲେ ବିଦ୍ୟାଧର ଶ୍ରୀଚନ୍ଦନଙ୍କ ପତ୍ନୀ ଶ୍ରୀମତୀ କନକ ମଞ୍ଜରୀ ଶ୍ରୀଚନ୍ଦନ। ତେବେ ପରିବାରର ମୁଖିଆ ହେଲେ ବିଦ୍ୟାଧରଙ୍କ ବଡ଼ପୁଅ ରାସ ବିହାରୀ ଶ୍ରୀଚନ୍ଦନ। ଯାହାଙ୍କ ନୀତି ନିର୍ଦ୍ଦେଶ, ମୁରବିପଣିଆ ଆଉ ସ୍ନେହମମତା ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଛି। ପରିବାରର ସମସ୍ତେ ତାଙ୍କୁ ଯଥେଷ୍ଟ ସମ୍ମାନ ଦେବା ସହିତ ତାଙ୍କରି ନିର୍ଦ୍ଦେଶରେ ହିଁ ପରିବାରର ପରିଚାଳନା ହୁଏ।

କେମିତି ଚାଲେ ପରିବାର: ପରିବାରକୁ ସୁଖଶାନ୍ତିରେ ଚଳେଇବା ପାଇଁ ସ୍ନେହ ମମତାକୁ ବାଦ୍‌ ଦେଲେ ଆଉ ଯାହା ନିହାତି ଆବଶ୍ୟକ, ତାହାହେଲା ଅର୍ଥ ବା ରୋଜଗାର। ତେଣୁ ଏତେବଡ଼ ପରିବାରକୁ ସୁରୁଖୁରୁରେ ଚଳେଇବା କେବେବି ସାମାନ୍ୟ କଥା ନୁହେଁ। କିନ୍ତୁ ଶ୍ରୀଚନ୍ଦନ ପରିବାର ପାଇଁ ଏହା କେବେବି ସମସ୍ୟା ନୁହେଁ। କାରଣ ଏହି ପରିବାର ହେଉଛି କୃଷିଭିତ୍ତିକ ପରିବାର। କାଜୁରୁ ବର୍ଷକୁ ଦୁଇ ତିନି ଲକ୍ଷ ଟଙ୍କା ଆୟ ହେଉଥିବାବେଳେ ଆମ୍ବ ପଣସରୁ ଲକ୍ଷ ଲକ୍ଷ ଟଙ୍କା; ପୁଣି ଧାନ, ନଡ଼ିଆ, ପନିପରିବା ଆଦି ବି ରହିଛି, ଯେଉଁଥିରୁ ବେଶ୍‌ ଅର୍ଥ ଉପାର୍ଜନ ହୋଇଥାଏ। ଚାଷବାସରୁ ହେଉଥିବା ଆୟରୁ ଘର ଚଳେଇବା ପାଇଁ ଗୋଟିଏ ଅଲଗା ପାଣ୍ଠି ରହିଛି। ସେଥିରୁ ପ୍ରତିଦିନର ଘର ଖର୍ଚ୍ଚ ସହ ପର୍ବପର୍ବାଣି, ଦେବାନେବା, ଦେହମୁଣ୍ଡ, ବନ୍ଧୁବେଭାର ଆଦି ହୋଇଥାଏ। ପରିବାର ବାହାରେ ରହୁଥିବା ସଦସ୍ୟମାନେ ବି ଘରକୁ ଟଙ୍କା ପଠାନ୍ତି। ଆଉ ସେସବୁ ବି ଏହି ପାଣ୍ଠିରେ ରୁହେ, ଯାହାକୁ ରାସ ବିହାରୀ ଶ୍ରୀଚନ୍ଦନ ପରିଚାଳନା କରନ୍ତି। ଆଉ ଏ ପର୍ଯ୍ୟନ୍ତ ସବୁ ସୁରୁଖୁରୁରେ ଚାଲିଆସିଛି।

ଏକାଠି ଖାଉ, ଏକାଠି ରହୁ- ଉକ୍ତ ପରିବାରରେ ଚାଳିଶ ବଖରା ଘର। ୧୨୩ ସଦସ୍ୟରୁ କିଛି ସଦସ୍ୟ ବାହାରେ ରହୁଛନ୍ତି। ତେବେ ପ୍ରାୟ ୯୮ଜଣ ଗୟାବନ୍ଧ ଗାଁ ଘରେ ରହୁଛନ୍ତି। ସକାଳ ୬ଟାରେ ଚା ପର୍ବ ଆରମ୍ଭ ହୁଏ। ଘରର ବଡ଼ ଆଉ କାମ କରୁଥିବା ଲୋକ ମିଶି ପ୍ରାୟ ୫୦ଜଣ ଚା ପିଅନ୍ତି। ୮ଟା ବେଳକୁ ଜଳଖିଆ। ଜଳଖିଆରେ ଉପମା, ହାଲୁଆ, ନଚେତ୍‌ ମାଣ୍ଡିଆ। ପିଲାମାନେ ବି ସେଇ ଜଳଖିଆ ଖାଆନ୍ତି। କେହିକେହି ପଖାଳ ବି ଖାଆନ୍ତି। ଖରାବେଳ ପାଇଁ ଭାତ, ଡାଲମା, ଶାଗ, ଖଟା କିମ୍ବା ପରିବା ଭଜା ଥାଏ। ଆମିଷ ଦିନ ଅଧିକାଂଶ ସମୟରେ ଡାଲମା ସହ ଚିଙ୍ଗୁଡ଼ି ଘାଣ୍ଟ ହୁଏ। ମାଛ, ମାଂସ ବହୁତ କମ୍‌, ମାସରେ ଥରେ ଦୁଇଥର ହୁଏ। ସେମିତି ସନ୍ଧ୍ୟାରେ ମୁଢ଼ି ଚୁଡ଼ା ଭଜା, ରାତିରେ ରୁଟି କି ପଖାଳ। ତେବେ ସବୁଦିନ ରୋଷେଇ ହଣ୍ଡାରେ, ଆଉ ଖାଇବା ଖଲିପତ୍ରରେ ହୁଏ। ନନା ରୋଷେଇ କରୁଥିବାବେଳେ ଘରର ବୋହୂମାନେ ପରିବାପତ୍ର କଟାକଟିଠାରୁ ଆରମ୍ଭ କରି ବଢ଼ାବଢ଼ିଯାଏ ସବୁ କରନ୍ତି। ପ୍ରଥମ ଥରରେ ୪୦/୫୦ ଜଣ ସଦସ୍ୟ ଏକାବେଳେ ବସି ଖାଆନ୍ତି। ତା’ପରେ ଯିଏ ଆସିଲା ଖାଇଲା।

ତେବେ ପର୍ବପର୍ବାଣି କି ବାହାଘର ଆଦିରେ ବନ୍ଧୁବାନ୍ଧବ ଆସିଲେ ପ୍ରାୟ ୩୦୦ ଲୋକଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା ହୁଏ। ଏହି ପରିବାରର ଜଣେ ବରିଷ୍ଠ ସଦସ୍ୟ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ କୁହନ୍ତି- “ପଞ୍ଚତାରକା ହୋଟେଲରେ ଚିକେନ ଚାଉମିନ୍‌ ଖାଇବାରେ ଯେଉଁ ମଜା ନ ଥାଏ, ସେତିକି ସ୍ବାଦିଷ୍ଠ ଲାଗେ ଆମ ଘରେ ସମସ୍ତଙ୍କ ସହିତ ବସି ଭାତ ଡାଲମା ଖାଇବାରେ।” ସେ ମନେପକାନ୍ତି ତାଙ୍କ ଜେଜେ ଥରେ କହିଥିଲେ- “ଘର ଭିତରେ କେବେ ବି ପାଚେରି ଉଠିବନି କି ବିଲ ଭିତରେ କେବେ ନୂଆ ହିଡ଼ ହେବନି।” ଯାହାକୁ ତାଙ୍କ ପରିବାରର ପ୍ରତ୍ୟେକ ସଦସ୍ୟ ଏଯାଏ ମାନି ଆସିଛନ୍ତି।

ଏକାଠି ହେବାର ସମୟ ଭୁଲିହୁଏନା-
‘ପରିବାର ଦିବସ’ରେ ଆମ ପରିବାରର ସମସ୍ତେ ଏକାଠି ହୁଅନ୍ତି। ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ସମସ୍ତେ ଘରକୁ ଆସନ୍ତି। ଶ୍ରୀଚନ୍ଦନ ପରିବାରର ଏକ ଗୀତ ଅଛି-

‘ଆମେ ଶ୍ରୀଚନ୍ଦନ ପରିବାର, ଗୋଟିଏ ଆମର ସ୍ବର,
ଏକାଠି ଖାଉ ଆମେ ଏକାଠି ରହୁ, ଭେଦଭାବ ନାହିଁ ଆମ ଭିତରେ, ଆମେ ଶ୍ରୀଚନ୍ଦନ ପରିବାର.. ଗୋଟିଏ ଆମର ସ୍ବର।’

ଏହି ଗୀତକୁ ପରିବାରର ସମସ୍ତେ ଗାଆନ୍ତି। ତେବେ ଏହି ଗୀତକୁ ନେଇ ପିଲାମାନଙ୍କ ଭିତରେ ପ୍ରତିଯୋଗିତା ହୁଏ। ଯିଏ ଭଲ ଗାଏ, ପୁରସ୍କାର ପାଏ। ଯେଉଁ ପିଲା ସେ ବର୍ଷ ସବୁଠୁ ଭଲ ନମ୍ବର ରଖିଥାଏ, ତାକୁ ସେ ବର୍ଷର ଶ୍ରେଷ୍ଠ ଛାତ୍ର ପୁରସ୍କାର ଦିଆଯାଏ। ପୁଣି ଯେଉଁ ବୋହୂ ବଡ଼ମାନଙ୍କ ଦାୟିତ୍ୱ ସହ ଘରର ଦାୟିତ୍ୱ ଭଲ ଭାବରେ ନେଇଥାଏ, ତାକୁ ଶ୍ରେଷ୍ଠ ବୋହୂର ମାନ୍ୟତା ବି ମିଳେ। ଅତିଥି ଆସି ପୁରସ୍କାର ଦିଅନ୍ତି। ପରିବାର ସଦସ୍ୟଙ୍କୁ ଉତ୍ସାହିତ କରିବା ପାଇଁ ଏ ସବୁ କରାଯାଏ। ପୁଣି ପ୍ରତିବର୍ଷ ଦୁଇଥର ପରିବାରର ସମସ୍ତେ ଏକାଠି ହୋଇ ପିକ୍‌ନିକ୍‌ କରିବାକୁ ଯାଆନ୍ତି। ଘରେ ରହିଛି ୧୫ଟିଭି ଓ ୧୩ଟି କାର୍‌। ହସଖୁସିରେ ଚାଲିଥିବା ଏହି ପରିବାରରେ ଯେବେବି କୌଣସି କାରଣରୁ ମନୋମାଳିନ୍ୟ ହୋଇଛି, ସେ କଥା ଘର ଭିତରେ ହିଁ ସମାଧାନ ହୋଇଛି।

ଭାଇମାନଙ୍କ କଥା ଭାଇମାନେ ସମାଧାନ କରୁଥିବାବେଳେ ଝିଅ ବୋହୂଙ୍କ କଥା ଶାଶୁ ବୋହୂମାନେ ମିଶି ସମାଧାନ କରିଦିଅନ୍ତି। ଘରେ ଝିଅ ବୋହୂଙ୍କୁ ସମାନ ଦୃଷ୍ଟିରେ ଦେଖାଯାଏ।
ତେବେ ଏତେବଡ଼ ପରିବାର ଏକାଠି ହସଖୁସିରେ ରହିବାର ଆଉ ଗୋଟିଏ ମୁଖ୍ୟ କାରଣ ହେଲା ପରସ୍ପରକୁ ସାହାଯ୍ୟ କରିବାର ମନୋଭାବ। କାହାର କିଛି ବି ସମସ୍ୟା ଆସିଲେ ଅନ୍ୟମାନେ ତା’ ସହିତ ଛିଡ଼ା ହୁଅନ୍ତି। ଯେଉଁଥିପାଇଁ ଶ୍ରୀଚନ୍ଦନ ପରିବାର ଆଜି ଓଡ଼ିଶାର ସର୍ବବୃହତ୍‌ ପରିବାର ହେବାର ଗୌରବ ଅର୍ଜନ କରିପାରିଛି।

– ରୋଜାଲିନ୍‌ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?