Posted inଫୁରସତ

ଏହିସବୁ କଥା ପ୍ରତି ଧ୍ୟାନ ଦେଲେ ଦାମ୍ପତ୍ୟ ଜୀବନ ହେବ ସୁଖମୟ

ସମସ୍ତେ ଚାହିଁଥାନ୍ତି ଦାମ୍ପତ୍ୟ ଜୀବନ କେମିତି ହସଖୁସିରେ କଟୁ। କିନ୍ତୁ ବେଳେ କିଛି କଥାକୁ ନେଇ ପରିବାରରେ ଝଡ଼ ସୃଷ୍ଟି ହୋଇଥାଏ। ଫଳରେ ବିଚ୍ଛେଦ ପର୍ଯ୍ୟନ୍ତ କଥା ଯାଇଥାଏ। ତେଣୁ କେତୋଟି କଥା ପ୍ରତି ଧ୍ୟାନ ଦେଲେ ଦାମ୍ପତ୍ୟ ଜୀବନ ସୁଖମୟ ହେବ।

– ବିବାହ ପରେ ସ୍ତ୍ରୀ ହୁଅନ୍ତୁ କି ସ୍ବାମୀ। ପୂର୍ବରୁ କାହା ସହ ଥିବା ପ୍ରେମସମ୍ପର୍କକୁ କେବେ ଆଲୋଚନା ନ କରି ଭୁଲିଯିବା ଉଚିତ୍‌। କାରଣ ଆଲୋଚନା କଲେ ମନରେ ସନ୍ଦେହ ସୃଷ୍ଟି ହେବ। ସନ୍ଦେହ ମନରେ ଥରେ ପ୍ରବେଶ କଲେ ଏହା ସହଜରେ ଯିବ ନାହିଁ। ତେଣୁ ଯଥା ସମ୍ଭବ ଏଥିରୁ ଦୂରେଇ ରୁହନ୍ତୁ।

– କିଛି ଲୋକଙ୍କର ଲେଖାଲେଖିରେ ଅଭ୍ୟାସ ଥାଏ। ତେଣୁ ଲେଖିଥିବା ଗପ କିମ୍ବା କବିତା ବେଳେବେଳେ ସାଥୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଥାଏ। ଲେଖିବା ପୂର୍ବରୁ ଏ ବିଷୟରେ ପରସ୍ପର ଆଲୋଚନା କରିନିଅନ୍ତୁ। ଯାହାଦ୍ୱାରା ନିଜର ଭାବନାତ୍ମକ ଲେଖା ସାଥୀଙ୍କୁ କଷ୍ଟ ଦେବ ନାହିଁି କି ମନରେ ସନ୍ଦେହ ସୃଷ୍ଟି ହେବ ନାହିଁ।

– କର୍ମଜୀବୀ ହୋଇଥିଲେ ମିଟିଂ ପାର୍ଟି ଆଦି ନିଶ୍ଚିତ ରହିବ। ତେଣୁ ପରସ୍ପର ଏ ସମ୍ପର୍କରେ ଜାଣିନେବା ଉଚିତ୍‌। ଏଣୁ ବାହାରେ ଥିବାବେଳେ ପାର୍ଟନରଙ୍କ ସହ କଣ୍ଟାକ୍ଟରେ ରୁହନ୍ତୁ। କେବେ କେବେ ଟୁର୍‌ ପଡ଼ୁଥିଲେ ସାଥୀ ହୋଇ ଯାଆନ୍ତୁ। ଅଫିସ କାମ ସରିବା ପରେ ପରିବାର ଲୋକଙ୍କ ସହ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ।

– ବର୍ତ୍ତମାନ ଅଧିକାଂଶ ସମୟ ମୋବାଇଲରେ ବିତାଉଛନ୍ତି ଲୋକେ। ଫୋନକୁ ନେଇ ସ୍ତ୍ରୀ- ସ୍ବାମୀଙ୍କ ମଧ୍ୟରେ ବେଳେବେଳେ ଝଗଡ଼ା ସୃଷ୍ଟି ହୋଇଥାଏ। ଅତି ଆବଶ୍ୟକ ନ ଥିଲେ ଫୋନ୍‌ ବ୍ୟବହାର ଠାରୁ ଦୂରରେ ରୁହନ୍ତୁ। ଏମିତି କିଛି ଛୋଟମୋଟ କଥା ପ୍ରତି ଧ୍ୟାନ ଦେଲେ ଦାମ୍ପତ୍ୟ ଜୀବନ ସୁଖମୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?