Posted inଫୁରସତ

ଏହିସବୁ କଥା ପ୍ରତି ଧ୍ୟାନ ଦେଲେ ଦାମ୍ପତ୍ୟ ଜୀବନ ହେବ ସୁଖମୟ

ସମସ୍ତେ ଚାହିଁଥାନ୍ତି ଦାମ୍ପତ୍ୟ ଜୀବନ କେମିତି ହସଖୁସିରେ କଟୁ। କିନ୍ତୁ ବେଳେ କିଛି କଥାକୁ ନେଇ ପରିବାରରେ ଝଡ଼ ସୃଷ୍ଟି ହୋଇଥାଏ। ଫଳରେ ବିଚ୍ଛେଦ ପର୍ଯ୍ୟନ୍ତ କଥା ଯାଇଥାଏ। ତେଣୁ କେତୋଟି କଥା ପ୍ରତି ଧ୍ୟାନ ଦେଲେ ଦାମ୍ପତ୍ୟ ଜୀବନ ସୁଖମୟ ହେବ।

– ବିବାହ ପରେ ସ୍ତ୍ରୀ ହୁଅନ୍ତୁ କି ସ୍ବାମୀ। ପୂର୍ବରୁ କାହା ସହ ଥିବା ପ୍ରେମସମ୍ପର୍କକୁ କେବେ ଆଲୋଚନା ନ କରି ଭୁଲିଯିବା ଉଚିତ୍‌। କାରଣ ଆଲୋଚନା କଲେ ମନରେ ସନ୍ଦେହ ସୃଷ୍ଟି ହେବ। ସନ୍ଦେହ ମନରେ ଥରେ ପ୍ରବେଶ କଲେ ଏହା ସହଜରେ ଯିବ ନାହିଁ। ତେଣୁ ଯଥା ସମ୍ଭବ ଏଥିରୁ ଦୂରେଇ ରୁହନ୍ତୁ।

– କିଛି ଲୋକଙ୍କର ଲେଖାଲେଖିରେ ଅଭ୍ୟାସ ଥାଏ। ତେଣୁ ଲେଖିଥିବା ଗପ କିମ୍ବା କବିତା ବେଳେବେଳେ ସାଥୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଥାଏ। ଲେଖିବା ପୂର୍ବରୁ ଏ ବିଷୟରେ ପରସ୍ପର ଆଲୋଚନା କରିନିଅନ୍ତୁ। ଯାହାଦ୍ୱାରା ନିଜର ଭାବନାତ୍ମକ ଲେଖା ସାଥୀଙ୍କୁ କଷ୍ଟ ଦେବ ନାହିଁି କି ମନରେ ସନ୍ଦେହ ସୃଷ୍ଟି ହେବ ନାହିଁ।

– କର୍ମଜୀବୀ ହୋଇଥିଲେ ମିଟିଂ ପାର୍ଟି ଆଦି ନିଶ୍ଚିତ ରହିବ। ତେଣୁ ପରସ୍ପର ଏ ସମ୍ପର୍କରେ ଜାଣିନେବା ଉଚିତ୍‌। ଏଣୁ ବାହାରେ ଥିବାବେଳେ ପାର୍ଟନରଙ୍କ ସହ କଣ୍ଟାକ୍ଟରେ ରୁହନ୍ତୁ। କେବେ କେବେ ଟୁର୍‌ ପଡ଼ୁଥିଲେ ସାଥୀ ହୋଇ ଯାଆନ୍ତୁ। ଅଫିସ କାମ ସରିବା ପରେ ପରିବାର ଲୋକଙ୍କ ସହ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ।

– ବର୍ତ୍ତମାନ ଅଧିକାଂଶ ସମୟ ମୋବାଇଲରେ ବିତାଉଛନ୍ତି ଲୋକେ। ଫୋନକୁ ନେଇ ସ୍ତ୍ରୀ- ସ୍ବାମୀଙ୍କ ମଧ୍ୟରେ ବେଳେବେଳେ ଝଗଡ଼ା ସୃଷ୍ଟି ହୋଇଥାଏ। ଅତି ଆବଶ୍ୟକ ନ ଥିଲେ ଫୋନ୍‌ ବ୍ୟବହାର ଠାରୁ ଦୂରରେ ରୁହନ୍ତୁ। ଏମିତି କିଛି ଛୋଟମୋଟ କଥା ପ୍ରତି ଧ୍ୟାନ ଦେଲେ ଦାମ୍ପତ୍ୟ ଜୀବନ ସୁଖମୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri