Posted inଫୁରସତ

ଏହି ଜେଲ୍‌ରେ ନୂଆ କଏଦୀଙ୍କ ସହ ରହିବାକୁ ମନାକଲେ ପୁରୁଣା କଏଦୀ, ଜାଣନ୍ତୁ କାରଣ

କାନପୁର,୧୮ା୩: କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ଜେଲ୍‌ର ଚାରିକାନ୍ଥ ମଧ୍ୟରେ ରହୁଥିବା କଏଦୀମାନେ। ସେମାନେ ବି ଏହି ଭାଇରସ୍‌କୁ ନେଇ ବେଶ୍‌ ସଚେତନ। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାନପୁର ଜେଲ୍‌ରେ। ଏଠାରେ ଥିବା ପୁରୁଣା କଏଦୀମାନେ ନୂଆ କଏଦୀମାନଙ୍କ ସହ ରହିବାକୁ ସ୍ପଷ୍ଟ ମନା କରିଦେଇଛନ୍ତି। ପୁରୁଣା କଏଦୀମାନଙ୍କ ମତରେ ନୂଆ କଏଦୀମାନେ ସାଙ୍ଗରେ କରୋନା ଭାଇରସ୍‌ ଆଣିଥାଇପାରନ୍ତି। କିନ୍ତୁ କାନପୁର ଜେଲ୍‌ରେ ଏପର୍ଯ୍ୟନ୍ତ କୌଣସି କରୋନା ସନ୍ଦିଗ୍ଧ ନଜରକୁ ଆସିନାହାନ୍ତି।
ଜେଲ୍‌ର ଅଧୀକ୍ଷକ ଆଶିଷ ତିଓ୍ବାରୀ ଜେଲ୍‌ରେ ଥିବା ପୁରୁଣା କଏଦୀମାନଙ୍କୁ ବହୁତ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଛନ୍ତି। ଜେଲର ଅନ୍ତେବାସୀମାନେ ମଧ୍ୟ ଚାହାନ୍ତି କି ସେମାନଙ୍କର ହାଜର ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ହେଉ। କାରଣ ସେମାନେ କୋର୍ଟ ଯିବା ଦ୍ୱାରା କରୋନା ଭାଇରସ୍‌ ସଂକ୍ରମଣ କରିପାରେ। ଜଣେ ଜେଲ୍‌ ଅଧିକାରୀ କହିଛନ୍ତି, ଏହା ସମ୍ପର୍କରେ କିଛି ନିଷ୍ପତ୍ତି ନେଇହେବ ନାହିଁ। ଏନେଇ କୋର୍ଟଙ୍କୁ ଅନୁରୋଧ କରାଯିବ। ତା’ପରେ ଯାହା ନିଷ୍ପତ୍ତି ନିିଆଯିବ।
ଜେଲ୍‌ ଅଧୀକ୍ଷକ କହିଛନ୍ତି, କଏଦୀଙ୍କୁ ମାସ୍କ ଦିଆଯାଉଛି। ବିନା ମାସ୍କରେ କୌଣସି କଏଦୀଙ୍କୁ ବାହାରେ ବୁଲିବାକୁ ଅନୁମତି ଦିଆଯାଇନାହିଁ। କଏଦୀମାନେ କିପରି ସଫାସୁତରା ରହିବେ ସେନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ସେମାନଙ୍କ ପାଇଁ ସାବୁନ ମଧ୍ୟ ଉପଲବ୍ଧ। କରୋନା ଭାଇରସ୍‌କୁ ନେଇ ଦିଆଯାଇଥିବା ପରାମର୍ଶ କାରାଗାର କାନ୍ଥରେ ମଧ୍ୟ ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?