ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଘୁଞ୍ଚିବା ପ୍ରସଙ୍ଗ: ଶ୍ରେଷ୍ଠ ଦଳଗୁଡିକ ବିରୋଧରେ ପ୍ରସ୍ତୁତିରେ ସହାୟ ହେବ: ବରୁଣ

ବେଙ୍ଗାଲୁରୁ,୨୭।୪(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌କୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ତେବେ ଏହା ଆମ ପାଇଁ ଲାଭ ଦାୟକ ହେବ । ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ବିଶ୍ୱର ଶ୍ରେଷ୍ଠ ଦଳଗୁଡିକ ବିରୋଧରେ ପ୍ରସ୍ତୁତି ହେବାରେ ଏହା ସହାୟକ ହେବ ବୋଲି ଭାରତୀୟ ତାରକା ଡିଫେଣ୍ଡର ବରୁଣ କୁମାର କହିଛନ୍ତି। ଅନ୍ତର୍ଜାତୀୟ ହକି ଫେଡେରେଶନ ଗତ ସପ୍ତାହରେ ହକି ପ୍ରୋ ଲିଗ୍‌ର ଦ୍ୱିତୀୟ ସଂସ୍କରଣକୁ ଗୋଟିଏ ବର୍ଷ ଅର୍ଥାତ ୨୦୨୧ ଜୁନ୍‌ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ମଧ୍ୟ ଏହି ମହାମାରୀ କାରଣରୁ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଥିଲା।
ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିବାରୁ ବହୁତ୍‌ କିଛି ପରିବର୍ତ୍ତନ ହେବା ସ୍ବାଭାବିକ। କେବେ ଆଉଟ ଡୋର ଟ୍ରେନିଂ ଆରମ୍ଭ କରିବୁ ତାହା ଆମେ ଜାଣିନାହୁଁ। ତେଣୁ କେବେ ପ୍ରତିଯୋଗିତାମୂଳକ ହକି ଫେରିବ ସେ ନେଇ ଏବେ କିଛି କହିପାରିବୁ ନାହିଁ ବୋଲି ବରୁଣ କହିଛନ୍ତି। ତେବେ ପ୍ରୋ ଲିଗ୍‌ ପାଖାପାଖି ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିବାରୁ ଆମ ପାଖରେ ପର୍ଯ୍ୟାପ୍ତ ସମୟ ଅଛି। ଏହି ସମୟରେ ଆମେ ବିଶ୍ୱର ଶ୍ରେଷ୍ଠ ଦଳଗୁଡିକ ବିରୋଧରେ ଖେଳିବା ପାଇଁ ପ୍ରସ୍ତୁତି କରିପାରିବୁ ଓ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପ୍ରୟାସ କରିବୁ। ତେଣୁ ଟୋକିଓ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଆମେ ପ୍ରସ୍ତୁତ ବୋଲି ବରୁଣ କହିଛନ୍ତି।
ଡାହାଣ ହାଥରେ ଇଞ୍ଜୁରି କାରଣରୁ ବରୁଣ ଅଲିମ୍ପିକ କ୍ୱାଲିଫାୟର୍ସ ଖେଳିପାରି ନ ଥିଲେ। ତେବେ ସେ ଟୋକିଓ ଅଲିମ୍ପିକ୍ସ ପାଇଁ ୧୬ ଜଣିଆ ଦଳରେ ସ୍ଥାନ ପାଇଛନ୍ତି। ଅଲିମ୍ପିକ କ୍ୱାଲିଫାୟର୍ସ ପୂର୍ବରୁ ଭୁବନେଶ୍ୱରରେ ଆମର ଏକ ଦୀର୍ଘ ଜାତୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ରୁଷିଆ ବିପକ୍ଷ ମ୍ୟାଚ୍‌ ପାଇଁ ପ୍ରସ୍ତୁତି କରୁଥିବା ବେଳେ ଅସୁସ୍ଥ ହୋଇପଡିଥିଲି। ଇଞ୍ଜୁରି କାରଣରୁ ମୋତେ ଦଳ ବାହାରେ ବସିବାକୁ ପଡିଥିଲା। ଏବେ ଫିଟ୍‌ନେସ ଉପରେ ଫୋକସ କରି ଅଲିମ୍ପିକ୍ସ ଅନ୍ତିମ ଦଳରେ ସାମିଲ ହେବାକୁ ବରୁଣ ଲକ୍ଷ୍ୟ ରଖିଛନ୍ତି। ଇଞ୍ଜୁରି ମୁକ୍ତ ହେବା ପରେ ବରୁଣ ଜାନୁୟାରୀରେ କ୍ୟାମ୍ପରେ ଯୋଗ ଦେଇଥିଲେ। ଅଲିମ୍ପିକ୍ସରେ ପଦକ ହାସଲ କରିବା ଆମର ମୂଳ ଲକ୍ଷ୍ୟ ବୋଲି ବରୁଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓପିଟିସିଏଲ୍‌ର ସବୁ କର୍ମଚାରୀଙ୍କ ଛୁଟି ବାତିଲ: ମୁଖ୍ୟାଳୟ ଛାଡ଼ିବେନି କର୍ମଚାରୀ

ଭୁବନେଶ୍ୱର,୨୫।୫(ସୁନିତ୍‌ ମିଶ୍ର): ରାଜ୍ୟରେ ଘନ ଘନ ବିଦ୍ୟୁତ୍‌ କାଟ୍‌ ଲୋକଙ୍କୁ ଅସ୍ତବ୍ୟସ୍ତ କଲାଣି। ପ୍ରାୟ ସବୁ ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ବିଜୁଳି କାଟ ଏବେ ଏକ…

ସରକାର ଆଗୁଆ ସମୀକ୍ଷା କରିଥିଲେ ବିଜୁଳି ସଙ୍କଟ ହୋଇ ନ ଥାଆନ୍ତା: କଂଗ୍ରେସ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ସରକାରଙ୍କ ଅପରିଣାମଦର୍ଶିତା ଓ ଦୂରଦର୍ଶିତା ଅଭାବ ଯୋଗୁ ମେ ମାସର ପ୍ରଚଣ୍ଡ ଗରମରେ ରାଜ୍ୟବାସୀଙ୍କୁ ହଇରାଣ ହେବାକୁ ପଡୁଛି। ଯଦି ସରକାର ପୂର୍ବରୁ…

ପେଟ୍ରୋଲ, ଡିଜେଲ ଉପରୁ ଭାଟ୍‌ ହ୍ରାସ ଦାବିକଲେ ବିରୋଧୀ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ରାଜ୍ୟରେ ତେଲ ଦର ବାରମ୍ବାର ବୃଦ୍ଧି ପାଇବାରେ ଲାଗିଛି। ଗତ ୧୦ ଦିନ ମଧ୍ୟରେ ତେଲ ଦର ୩ ଥର ବୃଦ୍ଧି ପାଇବାକୁ…

୩ ବର୍ଷ ପୂର୍ବେ ବିବାହ କରିଥିଲେ ପୁଅ ଅକାଳରେ ଚାଲିଗଲା ଜୀବନ: ଶେଷକୁ ବାପା କରିଦେଲେ ଏମିତି କାମ …

ଦଶରଥପୁର,୨୪।୫(ସୁଶାନ୍ତ କୁମାର ବେହୁରିଆ): ରୋଜଗାରିଆ ପୁଅର ଅକାଳ ମୃତ୍ୟୁକୁ ସହ୍ୟ କରିପାରିଲେନି ବାପା। ବେକରେ ଗାମୁଛା ଭିଡ଼ି ଆତ୍ମହତ୍ୟା କରିଦେଲେ। ଏଭଳି ଦୁଃଖଦ ଘଟଣା ଯାଜପୁର ଜିଲା…

ହୁମା ଓଭରବ୍ରିଜ ନିକଟରେ ପୁଣି ଦୁର୍ଘଟଣା: ବସ ସହ ଆଇଜର ଟ୍ରକର ମୁହାଁମୁହିଁ ଧକ୍କା

ଗଞ୍ଜାମ,୨୪।୫(ଅନାଥ ତରାଇ/ବିଦ୍ୟାଧର ସାହୁ): ଆଉ କେତେ ଦୁର୍ଘଟଣା ଘଟିଲେ ଏବଂ କେତେ ଲୋକଙ୍କ ପ୍ରାଣହାନି ହେଲେ ସରକାର ଓ ଜିଲ୍ଲା ପ୍ରଶାସନର ଚେତନା ଜାଗ୍ରତ ହେବ? ଏହି…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri