Posted inଖେଳ

ଏଫଆଇଏଚ୍‌ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି: ଦୀପ୍‌ଗ୍ରେସ୍‌, ଲିଲିମା ଓ ନମିତାଙ୍କୁ ସୁଯୋଗ; କଳିଙ୍ଗରେ ଭାରତୀୟ ମହିଳା ହକି କ୍ୟାମ୍ପ

ଭୁବନେଶ୍ୱର, ୧୩।୧୦(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୧ ଓ ୨ ତାରିଖରେ ଏଫଆଇଏଚ୍‌ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି ମ୍ୟାଚ ଖେଳାଯିବ। ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳ କଳିଙ୍ଗରେ ମ୍ୟାଚ ଖେଳିବେ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ପାଇଁ କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ମହିଳା ଦଳର କ୍ୟାମ୍ପ ଆସନ୍ତା ୧୪ ତାରିଖରୁ ଆରମ୍ଭ କରିବା ପାଇଁ ହକି ଇଣ୍ଡିଆ ନିଷ୍ପତ୍ତି ନେଇଛି। ଏହି ପରିପ୍ରେକ୍ଷୀରେ ଶନିବାର ୨୨ ଜଣିଆ ଖେଳାଳି ତାଲିକା ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ୩ ଖେଳାଳି ସାମିଲ ଅଛନ୍ତି। ସେମାନେ ହେଲେ ଦୀପ୍‌ ଗ୍ରେସ୍‌ ଏକ୍କା, ଲିଲିମା ମିଞ୍ଜ ଓ ନମିତା ଟପ୍ପୋ।
ଭାରତୀୟ ମହିଳା ଦଳ ଆମେରିକା ବିପକ୍ଷରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଖେଳିବାର ଅଛି। ନଭେମ୍ବର ଆରମ୍ଭରେ ହେବାକୁଥିବା ୨ ମ୍ୟାଚର ବିଜେତା ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ। ଆଗାମୀ ଗରୁତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ ଭାରତୀୟ ମହିଳା ହକି ଦଳ ଇଂଲଣ୍ଡ ଗସ୍ତରେ ଯାଇ ୫ ମ୍ୟାଚ ବିଶିଷ୍ଟ ସିରିଜ ଖେଳିଥିଲା। ଏଥିରୁ ଗୋଟିଏ ମ୍ୟାଚରେ ୨-୧ ଗୋଲରେ ବିଜୟୀ ହୋଇଥିବାବେଳେ ଗୋଟିଏ ମ୍ୟାଚକୁ ୧-୩ ଗୋଲରେ ହାରିଥିଲା। ଅନ୍ୟ ତିନୋଟି ମ୍ୟାଚକୁ ୧-୧, ୦-୦ ଓ ୨-୨ ଗୋଲରେ ଡ୍ର କରିଥିଲା। ଏହା ଏକ ବଢ଼ିଆ ଗସ୍ତ ଥିଲା। କାରଣ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ଆମେ ଶକ୍ତିଶାଳୀ ଗ୍ରେଟ୍‌ ବ୍ରିଟେନ ବିପକ୍ଷରେ ଖେଳି ନିଜର ଶକ୍ତି ପରଖିଥିଲୁ। ପ୍ରତି ମ୍ୟାଚରେ ଆମେ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ହେଁ ଦକ୍ଷତାର ସହିତ ତାହାକୁ ମୁକାବିଲା କରିଥିଲୁ। ଏକ ସପ୍ତାହ ବିଶ୍ରାମ ପରେ ଖେଳାଳିମାନେ କ୍ୟାମ୍ପକୁ ଆସୁଛନ୍ତି। ତେଣୁ ସେମାନେ ମାନସିକ ଓ ଶାରୀରିକ ସ୍ତରରେ ସତେଜ ଥିବେ ବୋଲି କୋଚ୍‌ ଜୋର୍ଡ ମାରିଜନେ ଆଶାପୋଷଣ କରିଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ଭାରତୀୟ ପୁରୁଷ ଦଳ କଳିଙ୍ଗରେ ଏକାଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଥିବାବେଳେ ମହିଳା ଦଳ ପ୍ରଥମଥରପାଇଁ ଖେଳିବ। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ କଳିଙ୍ଗ ଷ୍ଟାଡିୟମ ସର୍ବଦା ଦର୍ଶକରେ ଭରପୂର ହେଉଥିବାରୁ ମହିଳା ଦଳ ଏଠାରେ ଖେଳିବାକୁ ବ୍ୟଗ୍ରଥିବା ମାରିଜନେ କହିଛନ୍ତି। କ୍ୟାମ୍ପ ଅବସରରେ ଷ୍ଟାଡିୟମର ସର୍ଫେସରେ ପିଲାମାନେ ଖେଳିବାରେ ଅଭ୍ୟସ୍ତ ହେବେ। କ୍ୱାଲିଫାୟର୍ସ ପୂର୍ବରୁ ଅଭ୍ୟାସ ମ୍ୟାଚ ମାଧ୍ୟମରେ ଦଳକୁ ପ୍ରସ୍ତୁତ କରାଯିବ ବୋଲି ମାରିଜନେ ପ୍ରକାଶ କରିଛନ୍ତି।
ମହିଳା ଦଳ ପରି ଭାରତୀୟ ପୁରୁଷ ଦଳ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବ। ପୁରୁଷ ବିଭାଗ ମ୍ୟାଚ ମଧ୍ୟ ନଭେମ୍ବର ୧ ଓ ୨ ତାରିଖରେ ଅନୁଷ୍ଠିତ ହେବ। ପୁରୁଷ ବିଭାଗରେ ଭାରତର ପ୍ରତିଦ୍ୱନ୍ଦ୍ୱୀ ହେଉଛି ରୁଷିଆ। କ୍ୟାମ୍ପ ପାଇଁ ଭାରତୀୟ ମହିଳା ହକି ଦଳର ସଦସ୍ୟାମାନେ ରବିବାର ପର୍ଯ୍ୟାୟକ୍ରମେ ଭୁବନେଶ୍ୱରରେ ପହଞ୍ଚତ୍ବା କାର୍ଯ୍ୟକ୍ରମ ରହିଛି। ତେଣୁ ସୋମବାରଠାରୁ କଳିଙ୍ଗ ଷ୍ଟାଡିୟମର ହକି କମ୍ପେକ୍ସ ପୁଣି ଚଳଚଞ୍ଚଳ ହେବା ନିଶ୍ଚିତ ହୋଇଛି।
କ୍ୟାମ୍ପ ପାଇଁ ମନୋନୀତ ଖେଳାଳି
ସବିତା, ରଜନୀ ଏଟିମାରପୁ, ଦୀପ୍‌ ଗ୍ରେସ୍‌ ଏକ୍କା, ରୀନା ଖୋଖର, ସାଲିମା ଟେଟେ, ଗୁରଜିତ କୌର, ଉଦିତା, ନିକ୍କି ପ୍ରଧାନ, ନିଶା, ସୁଶିଳା ଚାନୁ ପୋଖରମବାମ୍‌, ମୋନିକା, ଲିଲମା ମିଞ୍ଜ, ନେହା ଗୋୟଲ, ନମିତା ଟପ୍ପୋ, ସୋନିକା, ରାଣୀ ରାମପାଲ, ନଭନୀତ କୌର, ଲାଲରେମସିଆମି, ନଭଜୋତ କୌର, ଶର୍ମିଳା ଦେବୀ, ଜ୍ୟୋତି ଓ ବନ୍ଦନା କାଟରିଆ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?