ଅସୁରକ୍ଷିତ ଐତିହ୍ୟ: ଦିନେ ଏହା ଥିଲା ରାଜାଙ୍କ ସଭାଗୃହ

କେନ୍ଦୁଝର, ୧୩ା୧୦ (ସ୍ବ.ପ୍ର.)- ଗଡ଼ଜାତ ଶାସନ ସମୟରେ ନିର୍ମିତ ପୁରାତନ ଐତିହ୍ୟ ସମ୍ପନ୍ନ କୋଠାରେ ଚାଲିଛି କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ। ଗଡ଼ଜାତ ଶାସନବେଳେ ଏହାକୁ ରାଜା ସଭାଗୃହ ଭାବେ ବ୍ୟବହାର କରୁଥିଲେ। ଦେଶ ସ୍ବାଧୀନ ହେବା ପରେ ଏହି ସଭାଗୃହ କୋଠାରେ ଜିଲାପାଳଙ୍କ କାର୍ଯ୍ୟାଳୟ ଖୋଲିଥିଲା। ସେବେଠାରୁ ଆବଶ୍ୟକ ରକ୍ଷଣା ବେକ୍ଷଣ ଓ ମରାମତି କାର୍ଯ୍ୟ କରା ନ ଯିବରୁ ଏହି ପୁରାତନ କୋଠା କ୍ରମେ ଅସୁରକ୍ଷିତ ହୋଇପଡୁଛି। ଏହି କୋଠାର ଚାରିପାଖରେ ଥିବା ପାଚେରି କେତେକ ସ୍ଥାନରେ ଭାଙ୍ଗି ପଡିଥିଲେ ବି ମରାମତି କରାଯାଉନାହିଁ। କେବଳ ଜିଲାପାଳଙ୍କ କାର୍ଯ୍ୟାଳୟ ନୁହେଁ ଏହି କୋଠା ପରିସରରେ ଅନ୍ୟ କେତେକ ବିଭାଗର ଜିଲା ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ରହିଛି। ଗଡ଼ଜାତ ଶାସନ ସମୟରେ ନିର୍ମିତ ଏହି କୋଠା ଆଗକୁ ଶହେବର୍ଷ ପୂରଣ କରିବାକୁ ଯାଉଥିବାବେଳେ ଏହି ଐତିହ୍ୟର ସୁରକ୍ଷା ପାଇଁ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଉ ନ ଥିବାରୁ ସହରବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ପୁରାତନ କୋଠାର ରକ୍ଷଣାବେକ୍ଷଣ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା କରାଯାଉ ବୋଲି ଦାବି ହେଉଥିଲାବେଳେ ପୂର୍ତ୍ତ ବିଭାଗ ନାମକୁ ମାତ୍ର ମରାମତି କାମ କରି ଦାୟିତ୍ୱ ଶେଷ କରିଦେଉଛି।
ଉଲ୍ଲେଖନୀୟ ଯେ, ଜିଲାପାଳଙ୍କ କାର୍ଯ୍ୟାଳୟ ଚାଲୁଥିବା ଏହି କୋଠାର ଅନେକ ସ୍ଥାନରୁ ପ୍ଲାଷ୍ଟର ଖସିପଡ଼ିଥିବା ଦେଖିବାକୁ ମିଳିଛି। କେତେକ ସ୍ଥାନରେ କାନ୍ଥରେ ମଧ୍ୟ ଗଛ ଉଠିଛି। ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ନିକଟରେ ଥିବା ଏକ କୋଠାର ଛାତରେ ବାଦୁଡି ରହୁଥିବା ଦେଖିବାକୁ ମିଳୁଛି। ଏସବୁ ସ୍ଥାନକୁ ସଫେଇ କରାଯାଉ ନ ଥିବାରୁ ଦୁର୍ଗନ୍ଧ ହେଉଛି ା ଜିଲାପାଳ ଓ ଅନ୍ୟ ବିଭାଗୀୟ କାର୍ଯ୍ୟାଳୟକୁ ଦୈନିକ ବହୁ ସଂଖ୍ୟାରେ ଲୋକ ଆସୁଥିଲେ ବି ଏହା ପରିସରରେ ବିଶ୍ରାମାଗାର ଓ ଶୌଚାଳୟ ବ୍ୟବସ୍ଥା କରାଯାଇ ନାହିଁ ା କିଛିବର୍ଷ ତଳେ ନିର୍ମିତ ଏକ ଶୌଚାଳୟ କୋଠାକୁ ତାଲା ପକାଇ ରଖାଯାଇଛି। ସେହିପରି ଦୁଇଟି ପୁରୁଣା ସାଇକେଲ ଷ୍ଟାଣ୍ଡ ଅସୁରକ୍ଷିତ ଅବସ୍ଥାରେ ରହିଛି ା ଡ୍ରେନ୍‌ ସଫେଇ ହେଉ ନ ଥିବାରୁ ଅନାବନା ଗଛ ଉଠି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଜମିଜମା ପଞ୍ଜୀକରଣ କାର୍ଯ୍ୟାଳୟରେ ପୂର୍ବରୁ ଏକାଧିକ ବାର ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ସେହିପରି କେତେକ ଅଫିସରୁ ବାରମ୍ବାର ଚୋରି ହେବା ଘଟଣା ପଦାକୁ ଆସିଥିଲା। ଏଭଳି ସ୍ଥିତିରେ ଏବେ ରାତି ୧୦ଟା ପରେ ମୁଖ୍ୟ ଗେଟ୍‌ରେ ତାଲା ପକାଯାଇ ଜଣେ ଜଗୁଆଳିଙ୍କୁ ରଖାଯାଇଛି। ମୁଖ୍ୟ ଫାଟକ ଓ ସମ୍ମୁଖ ଭାଗରେ ଥିବା ପାଚେରିର ଦୁଇଟି ସ୍ଥାନରେ ଲୁହା ଗ୍ରୀଲ୍‌ ଭାଙ୍ଗି ଯାଇଥବାରୁ ଅସାମାଜିକ ଲୋକେ ରାତିରେ ସେହି ସ୍ଥାନରେ ପାଚେରି ଡେଇଁ ଭିତରକୁ ପ୍ରବେଶ କରୁଥିବା ଅଭିଯୋଗ ହେଉଛି ା ଏହି ଏତିହ୍ୟସମ୍ପନ୍ନ କୋଠାର ଉପଯୁକ୍ତ ରକ୍ଷଣାବେକ୍ଷଣ ସହ ଏହାର ପରିବେଶରେ ପରିମଳ ସମସ୍ୟାର ପ୍ରତିକାର କରିବାକୁ ସହରବାସୀ ଦୀର୍ଘଦିନରୁ ଦାବି କରିଆସୁଥିଲେ ମଧ୍ୟ କାହିଁକି ଏହାକୁ ଅବହେଳା କରାଯାଉଛି ବୁଝାପଡୁନାହିଁ। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ଡ. ଭକ୍ତ ଚରଣ ପ୍ରଧାନଙ୍କୁ ପଚାରିବାରୁ ଏହି କୋଠାର ମରାମତି କାମ ପୂର୍ତ୍ତ ବିଭାଗ କରୁଛି, ଯଦି କିଛି ଅଧିକ ଭାଙ୍ଗିଥାଏ ତେବେ ତାହାର ମରାମତି କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର କୁମାର ପାଣି କହିଛନ୍ତି ଯେ, କୋଠା ମରାମତି ପାଇଁ କୌଣସି ନିର୍ଦ୍ଦିଷ୍ଟ ଫୋନ ଆସି ନାହିଁ, ଯାହା କାମ ଆସେ ସେହି ହିସାବରେ ମରାମତି କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିବେଣୀ କମ୍ପାନୀରୁ ୧୨ ଲକ୍ଷ ଟଙ୍କା ହେର୍‌ଫେର୍‌, ଇସ୍ତଫା ଦେଇଥିବା କର୍ମଚାରୀ କେନ୍ଦ୍ରାପଡ଼ାରୁ ଗିରଫ

ବଡ଼ବିଲ,୨୨ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିସ୍ଥିତ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀରୁ ୧୨ଲକ୍ଷ ଟଙ୍କା ହେର୍‌ଫେର୍‌ କରିଥିବା ଅଭିଯୋଗରେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ...

ଶିକାର ପାଇଁ ଅଭୟାରଣ୍ୟରେ ନିଆଁ

ହାଟଡିହୀ,୨୨l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ହସ୍ତୀ ଅଭୟାରଣ୍ୟର ୯ଟି ପଏଣ୍ଟରେ ଲାଗିଛି ନିଆଁ। ନିଆଁ ଅତି ବ୍ୟାପକ ହୋଇନି। ଗଛରୁ ଝଡି ତଳେ...

ତ୍ରିମୁଖୀ ଲଢେଇ ଦେଖିବେ ଭୋଟର

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ଶନିବାର ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପର୍ଯ୍ୟାୟରେ ଆନନ୍ଦପୁର ନିର୍ବାଚନମଣ୍ଡଳୀ...

ସୁବିଧାବାଦୀ ଛାମୁଆ ନେତାଙ୍କ ଶେଷ ଆଶା ସୌମ୍ୟରଞ୍ଜନ 

ଘସିପୁରା,୨୧।୪(ନିରଞ୍ଜନ ସାହୁ)-ଚଳିତ ନିର୍ବାଚନ ପାଇଁ ଘସିପୁରା ନିର୍ବାଚନମଣ୍ଡଳୀରେ ଲାଗିରହିଥିବା ଅସ୍ପଷ୍ଟ ପ୍ରାର୍ଥୀ ଚିତ୍ରକୁ ନେଇ ଏକ ନିର୍ଦ୍ଦିଷ୍ଟ ଦଳର ସୁବିଧାବାଦୀ ଛାମୁଆ ନେତାଙ୍କର ଶେଷ ଆଶା...

ଘର ଭାଙ୍ଗିଲା, ଧାନ ଚାଉଳ ଖାଇ ନଷ୍ଟ କଲା ଗୋଠଛଡ଼ା ଦନ୍ତା

ପାଟଣା,୨୧ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍‌କୁ ଶନିବାର ବିଳମ୍ବିତ ରାତିରେ ଘଟଗାଁ ରେଞ୍ଜରୁ ଗୋଠଛଡ଼ା ଦନ୍ତା ହାତୀ ପ୍ରବେଶ କରିଛି। ମଲ୍ଲୀପଶି...

ମା’ଙ୍କ ଆଶୀର୍ବାଦ ନେଇ ପ୍ରଚାରକୁ ବାହାରିଲେ ଅଖିଳ

କେନ୍ଦୁଝର,୨୧ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାର ପାଟଣା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଅଖିଳ ନାୟକ ରବିବାର ଘଟଗାଁ ମା’ ତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା କରି ବିଧିବଦ୍ଧ ଭାବେ...

ଓଲଟିଲା ଆଶ୍‌ ବୋଝେଇ ଟ୍ରକ୍‌

ପାଟଣା,୨୧ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଗୁଲୁଦୀ ପଶି ଡ଼ିମିରିଡିହା ରାସ୍ତାର ବୁଲାଣି ନିକଟରେ ରବିବାର ଏକ ଆଶ୍‌ ବୋଝେଇ ୧୪ ଚକିଆ ଟ୍ରକ୍‌...

ମିଶିବା ଆଗରୁ ସନାତନଙ୍କୁ ବିଜେଡି ଟିକେଟ

କେନ୍ଦୁଝର,୨୧ା୪ (ନରେଶ ଚନ୍ଦ୍ର ପଟ୍ଟନାୟକ)ଚମ୍ପୁଆ ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି ସହଯୋଗୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri