Posted inଭଦ୍ରକ

ଅବାଧରେ ଚାଲିଛି ବେଆଇନ କାଠମିଲ୍‌, ଡିପୋ

ଭଦ୍ରକ ଅଫିସ, ୧୩।୧୦- ଭଦ୍ରକ ଜିଲାରେ ଚୋରା କାଠ ବେପାରୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଜିଲାର ବିଭିନ୍ନ ଅଞ୍ଚଳରେ ବେଆଇନ କାଠ ମିଲ୍‌ ଓ ଡିପୋ ଅବାଧରେ ଚାଲିଥିବା ବେଳେ ବନ ବିଭାଗ ବେପାରୀଙ୍କୁ କାବୁ କରିପାରୁ ନ ଥିବା ଅଭିଯୋଗ ହେଉଛି। ବନ ବିଭାଗର କେତେକ ଅସାଧୁ ଅଧିକାରୀଙ୍କ ସହ କାଠ ବେପାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ଗଛ ସଂଖ୍ୟା କମିବାରେ ଲାଗିଛି। କାଠ ମିଲ୍‌ ଓ ଡିପୋଗୁଡ଼ିକ ଦୃଷ୍ଟି ଆଢୁଆଳରେ ରହିଛି। ଭଦ୍ରକ ସହରରେ ବେଆଇନ କାଠ ମିଲ୍‌ ଦିନରାତି କାର୍ଯ୍ୟ କରୁଛି। ସହରର ଠାଏ ଠାଏ ବେଆଇନ କାଠ ଡିପୋ ସତେ ଯେପରି କୁଟୀରଶିଳ୍ପ ପାଲଟିଛି ବୋଲି କୁହାଯାଉଛି। ହେଲେ ଏ ସମ୍ପର୍କରେ ବନ ବିଭାଗ ପାଖରେ କୌଣସି ଖବର ନ ଥିବା ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
କରତ କଳ ଉପରେ ସରକାରୀ ସ୍ତରରେ କଟକଣା ରହିଥିଲେ ମଧ୍ୟ ଜିଲା ପ୍ରଶାସନ ଓ ପୋଲିସ ମୁଖ୍ୟାଳୟ ଆଗ ଦେଇ ଦୈନିକ ବେଆଇନ ଭାବେ କାଠ ଚାଲାଣ ସାଙ୍ଗକୁ କାଠ କଟାଯାଇ ଜିଲା ବାହାରକୁ ପଠାଯାଉଛି। ବନ ବିଭାଗର ଛତ୍ରଛାୟା ତଳେ ରହିଛନ୍ତି କାଠ ବେପାରୀ ଓ ବେଆଇନ କାଠ ଡିପୋ। ସହରରେ ଶତାଧିକ କାଠ ଡିପୋ ଓ ୧୦ରୁ ଊର୍ଦ୍ଧ୍ୱ କରତକଳ ଚାଲୁଥିବା ବେଳେ ପୋଲିସ କିମ୍ବା ବନ ବିଭାଗ ଚଢ଼ାଉ ନ କରିବା କାଠ ବେପାରୀଙ୍କ ସହ ସଲାସୁତରାକୁ ପଦାରେ ପକାଉଥିବା ଚର୍ଚ୍ଚା ହେଉଛି। କାଠ ଡିପୋଗୁଡ଼ିକ ଦୈନିକ ଲକ୍ଷାଧିକ ଟଙ୍କାର ବ୍ୟବସାୟ କରିଆସୁଥିବା, ବେଆଇନ କାଠ ମିଲ୍‌ଗୁଡ଼ିକ କାହା ଇଙ୍ଗିତରେ କାର୍ଯ୍ୟ କରୁଛି ସେ ନେଇ ତଦନ୍ତ କରାଯାଉ ବୋଲି ଦାବି ହେଉଛି। ଉଲ୍ଲେଖନୀୟ ଯେ, ଯେଉଁ ମିଲ୍‌ରେ ଥରେ ଚଢ଼ାଉ ହେଉଛି ତାହାର ୬ ମାସ ପରେ ପୁଣି ପୂର୍ବଭଳି ଚାଲୁଛି। ସେହିପରି ଦୈନିକ ଜିଲା ବାହାରୁ ୨୦ରୁ ଊର୍ଦ୍ଧ୍ୱ ଟ୍ରିପ୍‌ କାଠ ସହରରେ ଥିବା ବିଭିନ୍ନ ମିଲ୍‌କୁ ବେଆଇନ ଭାବେ ଆସୁଛି ଓ ସାଇଜ କାଠ କଟାଯାଇ ନିଆଯାଉଛି। ଏ ସମ୍ପର୍କରେ ଭଦ୍ରକ ବନାଞ୍ଚଳ ଅଧିକାରୀ ରଞ୍ଜିତ ମହାନ୍ତିଙ୍କୁ ପଚାରିବାରୁ ପ୍ରଶାସନ, ପୋଲିସ ଓ ବନ ବିଭାଗର ସମନ୍ବୟ ରହିଲେ ଚୋରା କରତକଳ ଓ କାଠ ଡିପୋଗୁଡ଼ିକୁ ସିଲ୍‌ କରାଯାଇପାରିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପୁନରୁଦ୍ଧାର ଅପେକ୍ଷାରେ କୁଣ୍ଡିନଈ

ତିହିଡ଼ି,୨୧।୪(ସଞ୍ଜିତ ବଳ)ଦିନ ଥିଲା କୁଣ୍ଡିନଈ ପାଇଁ ୯ ପଞ୍ଚାୟତ ଶସ୍ୟଶ୍ୟାମଳା ହେଉଥିଲା। ପାର୍ଶ୍ୱବର୍ତ୍ତୀ ଗଁାର ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିଲା ଏହି ନଦୀ।...

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

ଭଦ୍ରକ ଲୋକ ସଭା କ୍ଷେତ୍ର: ରଣାଙ୍ଗନରେ ଅନନ୍ତ, ଅଭିମନ୍ୟୁ, ମଞ୍ଜୁଲତା

ଭଦ୍ରକ,୧୫ା୪(ସନାତନ ରାଉତ): ଭଦ୍ରକ ଲୋକ ସଭା ଆସନରେ ଭାଜପା ଓ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ କଂଗ୍ରେସ ଶନିବାର ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ...

ଡିଭାଇଡର୍‌ ଉପରେ ଚଢ଼ିଗଲା କାର୍‌, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର

ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍‌ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ବ୍ରିଜ୍‌ରୁ ଖସିଲା କଦଳୀ ବୋଝେଇ ଟ୍ରକ୍‌

ଭଦ୍ରକ,୧୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଓଭର ବ୍ରିଜରୁ ତଳକୁ ଶୁକ୍ରବାର ଖସି ପଡ଼ିଛି କଦଳୀ ବୋଝେଇ ଟ୍ରକ୍‌। ଟ୍ରକର ଆଗ...

ସମୂହ ନମାଜ ପାଠ କଲେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ

ଭଦ୍ରକ,୧୧ା୪(ସନାତନ ରାଉତ): ଶାନ୍ତି, ମୈତ୍ରୀ, ତ୍ୟାଗ ଓ ସମର୍ପଣର ପର୍ବ ଇଦ୍‌ ଅବସରରେ ଗୁରୁବାର ଭଦ୍ରକ ଇଦ୍‌ଗାହାଠାରେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ ସମୂହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri