Posted inଖେଳ

ଏଫଆଇଏଚ୍‌ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି: ଦୀପ୍‌ଗ୍ରେସ୍‌, ଲିଲିମା ଓ ନମିତାଙ୍କୁ ସୁଯୋଗ; କଳିଙ୍ଗରେ ଭାରତୀୟ ମହିଳା ହକି କ୍ୟାମ୍ପ

ଭୁବନେଶ୍ୱର, ୧୩।୧୦(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୧ ଓ ୨ ତାରିଖରେ ଏଫଆଇଏଚ୍‌ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି ମ୍ୟାଚ ଖେଳାଯିବ। ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳ କଳିଙ୍ଗରେ ମ୍ୟାଚ ଖେଳିବେ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ପାଇଁ କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ମହିଳା ଦଳର କ୍ୟାମ୍ପ ଆସନ୍ତା ୧୪ ତାରିଖରୁ ଆରମ୍ଭ କରିବା ପାଇଁ ହକି ଇଣ୍ଡିଆ ନିଷ୍ପତ୍ତି ନେଇଛି। ଏହି ପରିପ୍ରେକ୍ଷୀରେ ଶନିବାର ୨୨ ଜଣିଆ ଖେଳାଳି ତାଲିକା ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ୩ ଖେଳାଳି ସାମିଲ ଅଛନ୍ତି। ସେମାନେ ହେଲେ ଦୀପ୍‌ ଗ୍ରେସ୍‌ ଏକ୍କା, ଲିଲିମା ମିଞ୍ଜ ଓ ନମିତା ଟପ୍ପୋ।
ଭାରତୀୟ ମହିଳା ଦଳ ଆମେରିକା ବିପକ୍ଷରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଖେଳିବାର ଅଛି। ନଭେମ୍ବର ଆରମ୍ଭରେ ହେବାକୁଥିବା ୨ ମ୍ୟାଚର ବିଜେତା ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ। ଆଗାମୀ ଗରୁତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ ଭାରତୀୟ ମହିଳା ହକି ଦଳ ଇଂଲଣ୍ଡ ଗସ୍ତରେ ଯାଇ ୫ ମ୍ୟାଚ ବିଶିଷ୍ଟ ସିରିଜ ଖେଳିଥିଲା। ଏଥିରୁ ଗୋଟିଏ ମ୍ୟାଚରେ ୨-୧ ଗୋଲରେ ବିଜୟୀ ହୋଇଥିବାବେଳେ ଗୋଟିଏ ମ୍ୟାଚକୁ ୧-୩ ଗୋଲରେ ହାରିଥିଲା। ଅନ୍ୟ ତିନୋଟି ମ୍ୟାଚକୁ ୧-୧, ୦-୦ ଓ ୨-୨ ଗୋଲରେ ଡ୍ର କରିଥିଲା। ଏହା ଏକ ବଢ଼ିଆ ଗସ୍ତ ଥିଲା। କାରଣ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ଆମେ ଶକ୍ତିଶାଳୀ ଗ୍ରେଟ୍‌ ବ୍ରିଟେନ ବିପକ୍ଷରେ ଖେଳି ନିଜର ଶକ୍ତି ପରଖିଥିଲୁ। ପ୍ରତି ମ୍ୟାଚରେ ଆମେ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ହେଁ ଦକ୍ଷତାର ସହିତ ତାହାକୁ ମୁକାବିଲା କରିଥିଲୁ। ଏକ ସପ୍ତାହ ବିଶ୍ରାମ ପରେ ଖେଳାଳିମାନେ କ୍ୟାମ୍ପକୁ ଆସୁଛନ୍ତି। ତେଣୁ ସେମାନେ ମାନସିକ ଓ ଶାରୀରିକ ସ୍ତରରେ ସତେଜ ଥିବେ ବୋଲି କୋଚ୍‌ ଜୋର୍ଡ ମାରିଜନେ ଆଶାପୋଷଣ କରିଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ଭାରତୀୟ ପୁରୁଷ ଦଳ କଳିଙ୍ଗରେ ଏକାଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଥିବାବେଳେ ମହିଳା ଦଳ ପ୍ରଥମଥରପାଇଁ ଖେଳିବ। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ କଳିଙ୍ଗ ଷ୍ଟାଡିୟମ ସର୍ବଦା ଦର୍ଶକରେ ଭରପୂର ହେଉଥିବାରୁ ମହିଳା ଦଳ ଏଠାରେ ଖେଳିବାକୁ ବ୍ୟଗ୍ରଥିବା ମାରିଜନେ କହିଛନ୍ତି। କ୍ୟାମ୍ପ ଅବସରରେ ଷ୍ଟାଡିୟମର ସର୍ଫେସରେ ପିଲାମାନେ ଖେଳିବାରେ ଅଭ୍ୟସ୍ତ ହେବେ। କ୍ୱାଲିଫାୟର୍ସ ପୂର୍ବରୁ ଅଭ୍ୟାସ ମ୍ୟାଚ ମାଧ୍ୟମରେ ଦଳକୁ ପ୍ରସ୍ତୁତ କରାଯିବ ବୋଲି ମାରିଜନେ ପ୍ରକାଶ କରିଛନ୍ତି।
ମହିଳା ଦଳ ପରି ଭାରତୀୟ ପୁରୁଷ ଦଳ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବ। ପୁରୁଷ ବିଭାଗ ମ୍ୟାଚ ମଧ୍ୟ ନଭେମ୍ବର ୧ ଓ ୨ ତାରିଖରେ ଅନୁଷ୍ଠିତ ହେବ। ପୁରୁଷ ବିଭାଗରେ ଭାରତର ପ୍ରତିଦ୍ୱନ୍ଦ୍ୱୀ ହେଉଛି ରୁଷିଆ। କ୍ୟାମ୍ପ ପାଇଁ ଭାରତୀୟ ମହିଳା ହକି ଦଳର ସଦସ୍ୟାମାନେ ରବିବାର ପର୍ଯ୍ୟାୟକ୍ରମେ ଭୁବନେଶ୍ୱରରେ ପହଞ୍ଚତ୍ବା କାର୍ଯ୍ୟକ୍ରମ ରହିଛି। ତେଣୁ ସୋମବାରଠାରୁ କଳିଙ୍ଗ ଷ୍ଟାଡିୟମର ହକି କମ୍ପେକ୍ସ ପୁଣି ଚଳଚଞ୍ଚଳ ହେବା ନିଶ୍ଚିତ ହୋଇଛି।
କ୍ୟାମ୍ପ ପାଇଁ ମନୋନୀତ ଖେଳାଳି
ସବିତା, ରଜନୀ ଏଟିମାରପୁ, ଦୀପ୍‌ ଗ୍ରେସ୍‌ ଏକ୍କା, ରୀନା ଖୋଖର, ସାଲିମା ଟେଟେ, ଗୁରଜିତ କୌର, ଉଦିତା, ନିକ୍କି ପ୍ରଧାନ, ନିଶା, ସୁଶିଳା ଚାନୁ ପୋଖରମବାମ୍‌, ମୋନିକା, ଲିଲମା ମିଞ୍ଜ, ନେହା ଗୋୟଲ, ନମିତା ଟପ୍ପୋ, ସୋନିକା, ରାଣୀ ରାମପାଲ, ନଭନୀତ କୌର, ଲାଲରେମସିଆମି, ନଭଜୋତ କୌର, ଶର୍ମିଳା ଦେବୀ, ଜ୍ୟୋତି ଓ ବନ୍ଦନା କାଟରିଆ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri