Posted inଜାତୀୟ

ଏଡ୍‌ସ ଆକ୍ରାନ୍ତଙ୍କ ଉପରେ କୋଭିଡ୍‌ ବିପତ୍ତି

ନୂଆଦିଲ୍ଲୀ: ଦୀର୍ଘ ୫ମାସ ହେଲା ପୃଥିବୀବାସୀଙ୍କୁ କଲବଲ କରୁଛି କରୋନା। ଏହାର ଭୟଙ୍କର ପ୍ରକୋପରେ ଆଣ୍ଠେଇବାକୁ ବାଧ୍ୟ ହୋଇଛନ୍ତି ଆମେରିକା, ରୁଷିଆ, ଜର୍ମାନୀ, ସ୍ପେନ୍‌, ବ୍ରିଟେନ୍‌ ଭଳି ମହାଶକ୍ତି। ଭୂତାଣୁର ପରିବର୍ତ୍ତନଶୀଳ ପ୍ରକୃତି ଲାଗି ଆଗାମୀ ଦିନରେ କରୋନା ପ୍ରତିଷେଧକ ବାହାରିବ କି ନାହଁ, ତାହାକୁ ନେଇ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ଏପରି ସମୟରେ ଏଡ୍‌ସ ରୋଗୀଙ୍କୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ନୂଆ ତଥ୍ୟ ଦେଇଛି। ନୋଭେଲ କରୋନା ଭାଇରସ୍‌ ଲାଗି ଆଫ୍ରିକୀୟ ଦେଶରେ ୫ ଲକ୍ଷ ଏଡ୍‌ସ ଆକ୍ରାନ୍ତଙ୍କ ଜୀବନ ଯାଇପାରେ ବୋଲି ଏକ ଷ୍ଟଡି ରିପୋର୍ଟରେ କୁହାଯାଇଛି।
ଡବ୍ଲ୍ୟଏଚ୍‌ଓ ଏବଂ ୟୁଏନ୍‌ଏଡ୍‌ସ ପକ୍ଷରୁ ପ୍ରସ୍ତୁତ ମଡେଲରେ ଅନୁମାନ କରାଯାଇଛି ଯେ, ଆସନ୍ତା ୬ମାସ ଭିତରେ ୪୬ ଆଫ୍ରିକୀୟ ଦେଶର ହାରାହାରି ୫ ଲକ୍ଷ ଏଡ୍‌ସ ଆକ୍ରାନ୍ତ ରୋଗୀ ମୃତ୍ୟୁମୁଖରେ ପଡ଼ିବେ। ଯଦି ଏହି ଅନୁମାନ ଠିକ୍‌ ହୁଏ, ତା’ହେଲେ ୨୦୦୮ର ଏଡ୍‌ସ ଆକ୍ରାନ୍ତଜନିତ ମୃତ୍ୟୁସଂଖ୍ୟା ରେକର୍ଡ ଭାଙ୍ଗିବ। ଏହାର କାରଣ ସମ୍ପର୍କରେ ରିପୋର୍ଟରେ ଦର୍ଶାଯାଇଛି, ୨୦୧୮ରେ ଦକ୍ଷିଣ ଆଫ୍ରିକୀୟ (ସବ୍‌-ସାହାରା) ଦେଶଗୁଡ଼ିକରେ ଆନୁମାନିକ ୨କୋଟି ୫୭ ଲକ୍ଷ ଲୋକ ଏଡ୍‌ସ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬୪% ଲୋକ ଆଣ୍ଟିରେଟ୍ରୋ ଭାଇରାଲ୍‌ (ଏଆର୍‌ଭି) ଥେରାପି ନେଉଥିଲେ। ହେଲେ କରୋନା ଭାଇରସ୍‌ ପ୍ରକୋପ ଯୋଗୁ ଏବେ ଅଧିକାଂଶ ଏଚ୍‌ଆଇଭି କ୍ଲିନିକ୍‌ ବନ୍ଦ ହୋଇଯାଇଛି। ଫଳରେ ଏଡ୍‌ସ ଆକ୍ରାନ୍ତ ନିଜର ଥେରାପି ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ଯଦି ଏପରି କିଛିଦିନ ଲାଗି ରହେ ତେବେ ରୋଗୀଙ୍କ ଶରୀରରେ ଭୂତାଣୁ ମାଡ଼ିଯିବେ। ଏହି ସମୟରେ ସଂକ୍ରମିତ ବ୍ୟକ୍ତି ଅନ୍ୟ କାହାର ସଂସ୍ପର୍ଶରେ ଆସିଲେ ସଂକ୍ରମଣ ମାମଲା ଭୟଙ୍କର ଭାବେ ବୃଦ୍ଧି ପାଇବ। ସଂଖ୍ୟାଧିକ ରୋଗୀ ଆବଶ୍ୟକ ଚିକିତ୍ସା ସୁବିଧା ନ ପାଇ ମୃତ୍ୟୁମୁଖରେ ପଡ଼ିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ଗତ ଦଶନ୍ଧି ମଧ୍ୟରେ ଆଫ୍ରିକୀୟ ଶିଶୁଙ୍କ ମଧ୍ୟରେ ଏଚ୍‌ଆଇଭି ସଂକ୍ରମଣ ହାର ୪୩ ପ୍ରତିଶତ ହ୍ରାସ ପାଇଛି। ଏହି ସଫଳତାର ଶ୍ରେୟ ଏଆର୍‌ଭିକୁ ଦିଆଯାଉଛି। ହେଲେ ଏଆର୍‌ଭି ଥେରାପି ନ ମିଳିଲେ ମୋଜାମ୍ବିକ୍‌ରେ ୩୭%, ମଲାଓ୍ବିରେ ୭୮%, ଜିମ୍ବାଓ୍ବେରେ ୭୮% ଏବଂ ଉଗାଣ୍ଡାରେ ୧୦୪% ଶିଶୁ ଏଚ୍‌ଆଇଭି ଆକ୍ରାନ୍ତ ହେବେ ବୋଲି ଆଶଙ୍କା କରାଯାଉଛି। ଏ ସମ୍ପର୍କରେ ୟୁଏନ୍‌ଏଡ୍‌ସର କାର୍ଯ୍ୟକାରୀ ନିର୍ଦ୍ଦେଶକ ବିନି ବୟାନିମା କୁହନ୍ତି, କୋଭିଡ୍‌-୧୯ ମହାମାରୀ ଲାଗି ଏଚ୍‌ଆଇଭିକୁ ଅଣଦେଖା କରାଯିବା ଅନୁଚିତ। ସେହିପରି ଡବ୍ଲ୍ୟଏଚ୍‌ଓ ପକ୍ଷରୁ କୁହାଯାଇଛି, ଏଡ୍‌ସ, ଯକ୍ଷ୍ମା, ମ୍ୟାଲେରିଆ ସମେତ ଅନ୍ୟ ଘାତକ ରୋଗରେ ପୀଡ଼ିତ ରୋଗୀଙ୍କ ଲାଗି କରୋନା ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ଜଟିଳ ରୋଗରେ ଆକ୍ରାନ୍ତ ରୋଗୀ କରୋନା ସଂକ୍ରମଣରୁ ହୁଏତ ବର୍ତ୍ତିଯାଇପାନ୍ତି, ହେଲେ ସେମାନେ ଊଣା ଅଧିକେ ନିଶ୍ଚିତ ଭାବେ ପ୍ରଭାବିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri