Posted inଜାତୀୟ

ଏଡ୍‌ସ ଆକ୍ରାନ୍ତଙ୍କ ଉପରେ କୋଭିଡ୍‌ ବିପତ୍ତି

ନୂଆଦିଲ୍ଲୀ: ଦୀର୍ଘ ୫ମାସ ହେଲା ପୃଥିବୀବାସୀଙ୍କୁ କଲବଲ କରୁଛି କରୋନା। ଏହାର ଭୟଙ୍କର ପ୍ରକୋପରେ ଆଣ୍ଠେଇବାକୁ ବାଧ୍ୟ ହୋଇଛନ୍ତି ଆମେରିକା, ରୁଷିଆ, ଜର୍ମାନୀ, ସ୍ପେନ୍‌, ବ୍ରିଟେନ୍‌ ଭଳି ମହାଶକ୍ତି। ଭୂତାଣୁର ପରିବର୍ତ୍ତନଶୀଳ ପ୍ରକୃତି ଲାଗି ଆଗାମୀ ଦିନରେ କରୋନା ପ୍ରତିଷେଧକ ବାହାରିବ କି ନାହଁ, ତାହାକୁ ନେଇ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ଏପରି ସମୟରେ ଏଡ୍‌ସ ରୋଗୀଙ୍କୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ନୂଆ ତଥ୍ୟ ଦେଇଛି। ନୋଭେଲ କରୋନା ଭାଇରସ୍‌ ଲାଗି ଆଫ୍ରିକୀୟ ଦେଶରେ ୫ ଲକ୍ଷ ଏଡ୍‌ସ ଆକ୍ରାନ୍ତଙ୍କ ଜୀବନ ଯାଇପାରେ ବୋଲି ଏକ ଷ୍ଟଡି ରିପୋର୍ଟରେ କୁହାଯାଇଛି।
ଡବ୍ଲ୍ୟଏଚ୍‌ଓ ଏବଂ ୟୁଏନ୍‌ଏଡ୍‌ସ ପକ୍ଷରୁ ପ୍ରସ୍ତୁତ ମଡେଲରେ ଅନୁମାନ କରାଯାଇଛି ଯେ, ଆସନ୍ତା ୬ମାସ ଭିତରେ ୪୬ ଆଫ୍ରିକୀୟ ଦେଶର ହାରାହାରି ୫ ଲକ୍ଷ ଏଡ୍‌ସ ଆକ୍ରାନ୍ତ ରୋଗୀ ମୃତ୍ୟୁମୁଖରେ ପଡ଼ିବେ। ଯଦି ଏହି ଅନୁମାନ ଠିକ୍‌ ହୁଏ, ତା’ହେଲେ ୨୦୦୮ର ଏଡ୍‌ସ ଆକ୍ରାନ୍ତଜନିତ ମୃତ୍ୟୁସଂଖ୍ୟା ରେକର୍ଡ ଭାଙ୍ଗିବ। ଏହାର କାରଣ ସମ୍ପର୍କରେ ରିପୋର୍ଟରେ ଦର୍ଶାଯାଇଛି, ୨୦୧୮ରେ ଦକ୍ଷିଣ ଆଫ୍ରିକୀୟ (ସବ୍‌-ସାହାରା) ଦେଶଗୁଡ଼ିକରେ ଆନୁମାନିକ ୨କୋଟି ୫୭ ଲକ୍ଷ ଲୋକ ଏଡ୍‌ସ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬୪% ଲୋକ ଆଣ୍ଟିରେଟ୍ରୋ ଭାଇରାଲ୍‌ (ଏଆର୍‌ଭି) ଥେରାପି ନେଉଥିଲେ। ହେଲେ କରୋନା ଭାଇରସ୍‌ ପ୍ରକୋପ ଯୋଗୁ ଏବେ ଅଧିକାଂଶ ଏଚ୍‌ଆଇଭି କ୍ଲିନିକ୍‌ ବନ୍ଦ ହୋଇଯାଇଛି। ଫଳରେ ଏଡ୍‌ସ ଆକ୍ରାନ୍ତ ନିଜର ଥେରାପି ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ଯଦି ଏପରି କିଛିଦିନ ଲାଗି ରହେ ତେବେ ରୋଗୀଙ୍କ ଶରୀରରେ ଭୂତାଣୁ ମାଡ଼ିଯିବେ। ଏହି ସମୟରେ ସଂକ୍ରମିତ ବ୍ୟକ୍ତି ଅନ୍ୟ କାହାର ସଂସ୍ପର୍ଶରେ ଆସିଲେ ସଂକ୍ରମଣ ମାମଲା ଭୟଙ୍କର ଭାବେ ବୃଦ୍ଧି ପାଇବ। ସଂଖ୍ୟାଧିକ ରୋଗୀ ଆବଶ୍ୟକ ଚିକିତ୍ସା ସୁବିଧା ନ ପାଇ ମୃତ୍ୟୁମୁଖରେ ପଡ଼ିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ଗତ ଦଶନ୍ଧି ମଧ୍ୟରେ ଆଫ୍ରିକୀୟ ଶିଶୁଙ୍କ ମଧ୍ୟରେ ଏଚ୍‌ଆଇଭି ସଂକ୍ରମଣ ହାର ୪୩ ପ୍ରତିଶତ ହ୍ରାସ ପାଇଛି। ଏହି ସଫଳତାର ଶ୍ରେୟ ଏଆର୍‌ଭିକୁ ଦିଆଯାଉଛି। ହେଲେ ଏଆର୍‌ଭି ଥେରାପି ନ ମିଳିଲେ ମୋଜାମ୍ବିକ୍‌ରେ ୩୭%, ମଲାଓ୍ବିରେ ୭୮%, ଜିମ୍ବାଓ୍ବେରେ ୭୮% ଏବଂ ଉଗାଣ୍ଡାରେ ୧୦୪% ଶିଶୁ ଏଚ୍‌ଆଇଭି ଆକ୍ରାନ୍ତ ହେବେ ବୋଲି ଆଶଙ୍କା କରାଯାଉଛି। ଏ ସମ୍ପର୍କରେ ୟୁଏନ୍‌ଏଡ୍‌ସର କାର୍ଯ୍ୟକାରୀ ନିର୍ଦ୍ଦେଶକ ବିନି ବୟାନିମା କୁହନ୍ତି, କୋଭିଡ୍‌-୧୯ ମହାମାରୀ ଲାଗି ଏଚ୍‌ଆଇଭିକୁ ଅଣଦେଖା କରାଯିବା ଅନୁଚିତ। ସେହିପରି ଡବ୍ଲ୍ୟଏଚ୍‌ଓ ପକ୍ଷରୁ କୁହାଯାଇଛି, ଏଡ୍‌ସ, ଯକ୍ଷ୍ମା, ମ୍ୟାଲେରିଆ ସମେତ ଅନ୍ୟ ଘାତକ ରୋଗରେ ପୀଡ଼ିତ ରୋଗୀଙ୍କ ଲାଗି କରୋନା ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ଜଟିଳ ରୋଗରେ ଆକ୍ରାନ୍ତ ରୋଗୀ କରୋନା ସଂକ୍ରମଣରୁ ହୁଏତ ବର୍ତ୍ତିଯାଇପାନ୍ତି, ହେଲେ ସେମାନେ ଊଣା ଅଧିକେ ନିଶ୍ଚିତ ଭାବେ ପ୍ରଭାବିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri