ଏକ୍‌ଜିଟ ପୋଲ୍‌:ଉଛୁଳିଲା ବଜାର

ମୁମ୍ବାଇ,୨୧-୫: ଦେଶର ସାଧାରଣ ନିର୍ବାଚନ ଫଳାଫଳ ୨୩ରେ ଆସିବାକୁ ଥିବା ବେଳେ କେନ୍ଦ୍ରରେ ପୁଣି ଥରେ ଏନ୍‌ଡିଏ ସରକାର ଶାସନ କ୍ଷମତାକୁ ଫେରିବା ନେଇ ଏକ୍‌ଜିଟ ପୋଲ୍‌ କହିସାରିଛି। ଏପରିସ୍ଥିତିରେ ସୋମବାର ଏହାର ପ୍ରଭାବ ଶେୟାର ବଜାର ଉପରେ ପରିଲକ୍ଷିତ ହୋଇଛି। ନିବେଶକଙ୍କ ମଧ୍ୟରେ ଉତ୍ସାହ ଯୋଗୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ)ରେ ସୂଚକାଙ୍କ ୧୪୨୧.୯୦ ପଏଣ୍ଟ (୩.୭୫%) ବୃଦ୍ଧି ଘଟିଛି, ଯାହା କି ରେକର୍ଡ ଭାଙ୍ଗିଛି। ବିଏସ୍‌ଇ ସେନ୍‌ସେକ୍ସ ୩୯,୩୫୨.୬୭ ପଏଣ୍ଟ ସ୍ତର ଛୁଇଁଥିବା ବେଳେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ୪୨୧.୧୦ ପଏଣ୍ଟ( ୩.୬୯%) ବୃଦ୍ଧି ଘଟି ୧୧,୮୨୮.୨୫ ସ୍ତରରେ ବନ୍ଦ ହୋଇଛି। ୩୦ ସୂଚକାଙ୍କ ବିଶିଷ୍ଟ ବିଏସ୍‌ଇରେ ସୋମବାର ଦୈନିକ କାରବାର ଗତ ୬ ବର୍ଷର ସର୍ବୋଚ୍ଚ ସ୍ତରରେ ରହିବା ସହ ଇଣ୍ଟ୍ରାଡେ ରେକର୍ଡ ୩୯,୪୧୨.୫୬ ପଏଣ୍ଟ ସ୍ତର ଛୁଇଁବାକୁ ସକ୍ଷମ ହୋଇଥିଲା। ସେହିଭଳି ନିଫ୍ଟି ଏହାର ଦୈନିକ କାରବାରରେ ୧୦ ବର୍ଷର ରେକର୍ଡକୁ ଭାଙ୍ଗିଥିବା ଜଣାପଡିଛି। ଏହି ସମୟରେ ବିଏସ୍‌ଇ ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣରେ ୫.୩୩ ଲକ୍ଷ କୋଟି ବୃଦ୍ଧି ଘଟିଥିବା ବେଳେ ନିବେଶକଙ୍କୁ ୫.୩୩ ଲକ୍ଷ କୋଟି ଟଙ୍କା ଲାଭ ହୋଇଥିବା ଷ୍ଟକ ବଜାର ସୂତ୍ରରୁ ଜଣାଯାଇଛି।
ବିଏସ୍‌ଇରେ ଏସ୍‌ବିଆଇ, ଇଣ୍ଡସଇଣ୍ଡ ବ୍ୟାଙ୍କ,ଟାଟା ମୋଟର୍ସ, ଏଲ ଆଣ୍ଡ ଟି, ୟେସ୍‌ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି,ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ମାରୁତି, ଓଏନ୍‌ଜିସି, ରିଲାଏନ୍ସ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କ ଭଳି କମ୍ପାନୀଗୁଡିକର ଷ୍ଟକ କାରବାର ଉନ୍ନତ ରହିଛି। ଉକ୍ତ କମ୍ପାନୀଗୁଡିକର ଷ୍ଟକରେ ପ୍ରାୟ ୮.୫୧% ବୃଦ୍ଧି ଘଟିଛି। ଏହି ସମୟରେ ବଜାଜ ଅଟୋ ଏବଂ ଇନଫୋସିସର କାରବାର ୧.୦୪% ହ୍ରାସ ଘଟିଛି। ବିଏସ୍‌ଇର ମିଡ୍‌ କ୍ୟାପ ଏବଂ ସ୍ମଲ କ୍ୟାପ ସୂଚକାଙ୍କରେ କାରବାର ପ୍ରାୟ ୩.୫୭% ବଢିଛି।
ଏହାବାଦ ନିଫ୍ଟିରେ ପିଏସ୍‌ୟୁ ବ୍ୟାଙ୍କ, ରିୟଲିଟି, ଫାଇନାନ୍ସିଆଲ ସର୍ଭିସ,ବ୍ୟାଙ୍କିଙ୍ଗ ଷ୍ଟକ ଭଲ ପ୍ରଦର୍ଶନ କରିବା ସହ ୭.୮୮% ଉଚ୍ଚ ସ୍ତରରେ ରହିଛି। ରବିବାର ପ୍ରକାଶିତ ଏକ୍‌ଜିଟ ପୋଲ ଫଳାଫଳରେ କେନ୍ଦ୍ରର ଶାସନାଧୀନ ଏନ୍‌ଡିଏକୁ ୩୦୦ରୁ ଅଧିକ ଆସନ ମିଳିବ ବୋଲି କୁହାଯାଇଛି। ଲୋକସଭାରେ ସଂଖ୍ୟା ଗରିଷ୍ଠତା କୁହାଯାଉଥିବା ୨୭୨ ଆସନ ଠାରୁ ଏନ୍‌ଡିଏ ଅଧିକ ଆସନ ଲାଭ କରିବାକୁ ସକ୍ଷମ ହେବ ଆକଳନ କରାଯାଇଛି। ଏନ୍‌ଡିଏ ସରକାର ପୁଣି କ୍ଷମତାକୁ ଆସିଲେ ସଂସ୍କାର ଧାରା ଜାରି ରଖିବେ ବୋଲି ବଜାର ବିଶେଷଜ୍ଞ ମାନେ କହିଛନ୍ତି। ଏନ୍‌ଡିଏକୁ ସଂଖ୍ୟା ଗରିଷ୍ଠତା ମିଳିବା ନେଇ ଆକଳନ ହୋଇଥିବାରୁ ଏହାର ପ୍ରଭାବ ପୁଞ୍ଜି ବଜାର ଉପରେ ପଡିଥିବା ଏମ୍‌କେ ଓ୍ବେଲଥ ମ୍ୟାନେଜମେଣ୍ଟ ରିସର୍ଚ୍ଚର ମୁଖ୍ୟ ଯୋଶେପ ଥୋମାସ କହିଛନ୍ତି। ସେହିଭଳି ଦିନ ମଧ୍ୟରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ୪୯ ପଇସା ବୃଦ୍ଧି ଘଟିଛି। ଏହା ବାଦ ବ୍ରେଣ୍ଟ କ୍ରୁଡ ମୂଲ୍ୟ ମଧ୍ୟ ବ୍ୟାରେଲ ପିଛା ୭୨.୬୧ ଡଲାର ରହିଛି। ଏଥିରେ ୧.୪୦% ବୃଦ୍ଧି ଘଟିଥିବା ବଜାର ସୂତ୍ରରୁ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ...

ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ...

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ...

ଏପିକ୍‌ ନ୍ୟୁ ସ୍ବିଫ୍ଟର ପ୍ରି-ବୁକିଂ ଆରମ୍ଭ

ଭୁବନେଶ୍ୱର,୭।୫: ମାରୁତି ସୁଜୁକୀ ଇଣ୍ଡିଆ ଲିମିଟେଡ୍‌ ବା ଏମ୍‌ଏସ୍‌ଆଇଏଲ୍‌ର ବହୁ ପ୍ରତୀକ୍ଷିତ ତଥା ୪ର୍ଥ ପିଢ଼ିର ନୂତନ ମଡେଲ ‘ଏପିକ୍‌ ନ୍ୟୁ ସ୍ବିଫ୍ଟ’ର ଓ୍ବାର୍ଲଡ ପ୍ରିମିୟର (ଟ୍ରିଜର)...

ଗୃହଋଣରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୭।୫(ଅନୁରାଧା ମହାରଣା): କ୍ରମାଗତ ଭାବେ ଗୃହଋଣରେ ଉଲ୍ଲେଖନୀୟ ଅଭିବୃଦ୍ଧି ହେଉଛି। ଏପରିକି ଦେଶରେ ଗୃହ ଋଣ ପରିମାଣ ଆଶ୍ଚର୍ଯ୍ୟଜନକ ଭାବେ ବଢ଼ିବାରେ ଲାଗିଛି। ଗତ ୨...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଉଚ୍ଚତର ଶିକ୍ଷା,ଗବେଷଣାକୁ ୟୁଜିସିର ପ୍ରାଧାନ୍ୟ

ଭୁବନେଶ୍ୱର,୬।୫: ରାଜ୍ୟରେ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପ୍ରାଧାନ୍ୟ ଦେଉଛି, ଏଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ...

ଆଇଡିବିଆଇର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୬।୫: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri