ଏଇ ଭାରତରେ

ଆଇଆଇଟି ଏବଂ ଆଇଆଇଏମ୍‌ରୁ ଶିକ୍ଷାପ୍ରାପ୍ତ ୪ ଜଣ ଯୁବକ ଚାକିରି ପଛରେ ନ ଧାଇଁ ଗ୍ରାମାଞ୍ଚଳ ବିକାଶରେ ଲାଗିଥିବା ଏକ ପ୍ରେରଣାଦାୟକ ଖବର ସାମ୍‌ନାକୁ ଆସିଛି। ଏମାନେ ଗ୍ରାମ୍‌ଫୋନ୍‌ ଷ୍ଟାର୍ଟଅପ୍‌ ମାଧ୍ୟମରେ କୃଷିଭିତ୍ତିକ ଖର୍ଚ୍ଚ କମାଉଛନ୍ତି। ଦାମୀ ସାରର ଅନାବଶ୍ୟକ ଉପଯୋଗ କମ୍‌ କରି କୃଷକଙ୍କ ଆୟ ବୃଦ୍ଧି କରୁଛନ୍ତି। ୨୦୧୬ରେ ଇନ୍ଦୋରରେ ଗ୍ରାମ୍‌ଫୋନ୍‌ର କାର୍ଯ୍ୟାଳୟ ଖୋଲି ତୌସିକ ଖାନ, ନିଶାନ୍ତ ବତ୍ସ, ହର୍ଷିତ ଗୁପ୍ତା ଓ ଆଶିଷ ସିଂ ୫୦ଜଣିଆ ଟିମ୍‌କୁ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ। ଏମାନେ ପ୍ରଥମେ ମଧ୍ୟପ୍ରଦେଶର କୃଷକମାନଙ୍କୁ ଏଥିରେ ଯୋଡିଥିଲେ। କେଉଁ ଫସଲକୁ କେଉଁ କୀଟନାଶକ କେତେ ମାତ୍ରାରେ ପ୍ରୟୋଗ କରାଯିବ ସେ ସମ୍ପର୍କରେ ଚାଷୀମାନଙ୍କୁ ବୁଝାଉଛନ୍ତି। ଚାଷୀମାନେ ଏମାନଙ୍କ ଉପାୟରେ ଚାଷ କରିବା ପରେ ପ୍ରଥମ ଉପତ୍ାଦନ ୪୦ ପ୍ରତିଶତ ବୃଦ୍ଧି ଘଟିଥିଲା। ଚାଷ ବାବଦ ଖର୍ଚ୍ଚ ୨୦ ପ୍ରତିଶତ କମ୍‌ ବି ହୋଇଗଲା। କୃଷକମାନଙ୍କୁ ସବୁବେଳେ ସେମାନଙ୍କ ପ୍ରଶ୍ନର ଉତ୍ତରଦେବା ଲାଗି ଏମାନେ କଲ୍‌ ସେଣ୍ଟର ଖୋଲିଛନ୍ତି। ଆର୍ଟିଫିସିଆଲ୍‌ ବେଷ୍ଟ୍‌ ଆପ୍‌ ମଧ୍ୟ ରଖାଯାଇଛି। ଏମାନେ କେବଳ ମଧ୍ୟପ୍ରଦେଶ ନୁହେଁ ଛତିଶଗଡ଼, ରାଜସ୍ଥାନ, ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ପାଖାପାଖି ୨.୫୦ ଲକ୍ଷ କୃଷକଙ୍କୁ ଯୋଡି ସାରିଲେଣି। ତିନିବର୍ଷ ମଧ୍ୟରେ ୬ ଲକ୍ଷ କୃଷକଙ୍କୁ ଲାଭ ପହଞ୍ଚାଯାଇଛି। ପ୍ରତିଦିନ ୩ ହଜାରରୁ ଊର୍ଦ୍ଧ୍ୱ କୃଷକ କୃଷି ସମ୍ବନ୍ଧିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହା ସହ ସମ୍ପର୍କ କରୁଛନ୍ତି। ଯେଉଁ କୃଷକ ସ୍ମାର୍ଟ ଫୋନ୍‌ ବ୍ୟବହାର ଜାଣି ନାହାନ୍ତି ସେମାନେ ସାଧାରଣ ଫୋନ୍‌ରେ ମିସ୍‌ଡ କଲ୍‌ ଦେଲେ ସେମାନଙ୍କୁ ସମାଧାନର ଉପାୟ ସମ୍ପର୍କରେ ଜଣାଇ ଦିଆଯାଉଛି। ତିନିବର୍ଷ ପୂର୍ବରୁ ମାତ୍ର ୬ ଲକ୍ଷ ଟଙ୍କାରେ ଆରମ୍ଭ କରାଯାଇଥିବା ଏହି ଗ୍ରାମ୍‌ଫୋନ୍‌ ଷ୍ଟାର୍ଟଅପ୍‌ ଏବେ ୧୦୦ କୋଟି ଟପିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri