ଏଇ ଭାରତରେ

ସ୍କୁଲ୍‌ ଫି ଦେଇ ନ ପାରି ପଢା ଛାଡି ନିଜ ଗୋଡରେ ଛିଡା ହୋଇ କୋଲକାତାର ବିଶ୍ୱନାଥ ନାରୁ ଅଭାବୀ ପିଲାମାନଙ୍କ ପାଇଁ ସ୍କୁଲ୍‌ ଗଢିଛନ୍ତି। ଦୈନନ୍ଦିନ କାର୍ଯ୍ୟରୁ ସମୟ ବାହାର କରି ସେମାନଙ୍କୁ ଶିକ୍ଷାଦାନ କରୁଛନ୍ତି। ୪୦ ବର୍ଷ ହେବ ସେ ଏହି ସେବାରେ ଲାଗିଛନ୍ତି। ମାତ୍ର ୬ ମାସର ହୋଇଥିବାବେଳେ ବିଶ୍ୱନାଥଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା। ମା’ ଅନ୍ୟମାନଙ୍କ ଘରେ କାମ କରି ତାଙ୍କୁ ଓ ତାଙ୍କ ଭଉଣୀଙ୍କୁ ଲାଳନପାଳନ କରିଥିଲେ। ବହୁ କଷ୍ଟରେ ବିଶ୍ୱନାଥ ଓ ତାଙ୍କ ଭଉଣୀ ୧୦ମ ଯାଏ ପଢିପାରିଥିଲେ। ସ୍କୁଲ୍‌ ଫି ନ ଦେଇପାରିବାରୁ ତାଙ୍କ ପଢା ବନ୍ଦ ହୋଇଗଲା। ବିଶ୍ୱନାଥ ପ୍ରଥମେ ଏକ ମାଛ ଦେକାନରେ କାମ କରୁଥିଲେ ଓ ପରେ ନିଜେ କୋଲକାତାର ଦମ୍‌ଦମ୍‌ ପାର୍କ ବଜାରରେ ଦୋକାନ କରି ମାଛ ବିକ୍ରି କଲେ। ମାଛରୁ ଯାହା ଆୟ ହୁଏ ସେଥିରେ ପରିବାର ଚଳାଇବା ସହ ଛୋଟ ପିଲାମାନଙ୍କ ପାଇଁ ନନ୍ଦିପୁରରେ ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ଆରମ୍ଭ କରିଥିଲେ। ଏହି ସ୍କୁଲ୍‌ରେ ଏବେ ରିକ୍ସାଚାଳକ, ଦିନମଜୁରିଆ ଓ ଅନ୍ୟମାନଙ୍କ ଘରେ କାମ କରୁଥିବା ଲୋକଙ୍କ ପିଲାମାନଙ୍କୁ ହିଁ ପଢାଉଛନ୍ତି। ବିଶ୍ୱନାଥ ପିଲାମାନଙ୍କୁ ନିଜସ୍ବ ରୋଜଗାରରେ ବହି କିଣି ଯୋଗାଉଛନ୍ତି। ୬୬ ବର୍ଷୀୟ ବିଶ୍ୱନାଥ ୧୦ଟା ଭିତରେ ମାଛ ବିକ୍ରି ସାରିଦେଇ ସ୍କୁଲରେ ଠିକ୍‌ ସମୟରେ ପହଞ୍ଚିଯାନ୍ତି । ପିଲାମାନଙ୍କୁ ସେ ଗଣିତ ଓ ବିଜ୍ଞାନ ପଢାନ୍ତି। ଏହାପରେ ବଳକା ସମୟ ସେ ପିଲାମାନଙ୍କ ସହ ଖେଳନ୍ତି କିମ୍ବା ଏକ୍ସଟ୍ରା କ୍ଲାସ୍‌ ମଧ୍ୟ ନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri