ଋଷିକୁଲ୍ୟା ସହ ସଂଯୋଗୀକରଣ ହେଉନି ମହାନଦୀ : କେନ୍ଦ୍ର ଅବହେଳାକୁ ଦାୟୀ

ବ୍ରହ୍ମପୁର ଅଫିସ,୧୯ା୫-କୃଷି ପ୍ରଧାନ ଗଞ୍ଜାମ ଜିଲାର ବହୁବର୍ଷର ଦାବି ଋଷିକୁଲ୍ୟା ଓ ମହାନଦୀ ସଂଯୋଗୀକରଣ ହୋଇପାରିଲା ନାହିଁ। ବିଜେଡି ଓ ଭାଜପା ମେଣ୍ଟ ସରକାର ଅମଳରୁ ଏହି ପ୍ରସଙ୍ଗ ଉଠିଛି ା ଦାବିପୂରଣ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଖି ବୁଜି ଦିଆଯାଇଛି। ବିରୋଧୀ ଭାଜପାରେ ଥିବା ବେଳେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନଦୀ ସଂଯୋଗୀକରଣ ଲାଗି ତୀବ୍ର ସ୍ବର ଉତ୍ତୋଳନ କରିଥିଲେ ଏବଂ କାର୍ଯ୍ୟକାରୀ ହେଉ ନ ଥିବାରୁ ବିଜେଡି ସରକାର ଉପରେ ବର୍ଷୁଥିଲେ। ଘଟଣାଚକ୍ରରେ ଦଳ ବଦଳ କରି ପଣ୍ଡା ବିଜେଡିରେ ଯୋଗ ଦେଇ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ହେବା ସହ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଛନ୍ତି । ଏବେ ଦୁଇ ନଦୀ ସଂଯୋଗୀକରଣ ପାଇଁ କେନ୍ଦ୍ର ଅବହେଳାକୁ ସେ ଦାୟୀ କରିଛନ୍ତି। ଧରିତ୍ରୀ ସହ ଆଲୋଚନା ପ୍ରସଙ୍ଗରେ ପଣ୍ଡା ଏହା କହିଛନ୍ତି ।
ସୂଚନାଯୋଗ୍ୟ, ଏହି ଜିଲାର ସମୁଦାୟ ଜନସଂଖ୍ୟା ମଧ୍ୟରୁ ୭୦ ରୁ ୮୦ ପ୍ରତିଶତ କୃଷି କାର୍ଯ୍ୟକ୍ରମ ଉପରେ ନିର୍ଭର କରନ୍ତି । ୪.୧୧ ଲକ୍ଷ ହେକ୍ଟର ଚାଷ ଜମି ମଧ୍ୟରୁ ଏକ ଚତୁର୍ଥାଂଶକୁ ସେଚ ବ୍ୟବସ୍ଥା ହୋଇଛି ଏବଂ ଅବଶିଷ୍ଟ ଜମିକୁ ସଙ୍କଟ ଲାଗି ରହିଛି। ଶୀତ ଓ ଗ୍ରୀଷ୍ମ ଋତୁରେ ଋଷିକୁଲ୍ୟା ଶୁଷ୍କ ହୋଇଯାଉଛି ଏବଂ ବର୍ଷା ଋତୁରେ ବନ୍ୟାଜଳ ବଙ୍ଗୋପସାଗରକୁ ଯାଉଛି। ତେଣୁ ମହାନଦୀ ସହ ସଂଯୋଗୀକରଣ ହେଲେ ଋଷିକୂଲ୍ୟା ଚିରସ୍ରୋତା ହେବ ଓ କୃଷି ପାଇଁ ସେଚ ସୁବିଧା ସାଙ୍ଗକୁ ପିଇବା ପାଣି ସଙ୍କଟର ସ୍ଥାୟୀ ସମାଧାନ ହୋଇପାରିବ । କେବଳ ସେତିକି ନୁହେଁ ନଦୀ ସଂଯୋଗୀକରଣ ଦ୍ୱାରା ବନ୍ୟାଜଳ ମଧ୍ୟ ନିୟନ୍ତ୍ରଣ ହୋଇପାରିବ। ଋଷିକୁଲ୍ୟା ନଦୀ ଗଞ୍ଜାମ ଜିଲାର ଜୀବନ ରେଖା ହୋଇଥିବାରୁ ଏହାର ବିକାଶ ପାଇଁ ରାମ ପଣ୍ଡା ଗର୍ଜନ କରୁଥିଲେ।
ନଦୀ ସଂଯୋଗୀକରଣ ଦାବି ନେଇ ୨୦୦୭ ନଭେମ୍ବର ୩ରେ ଭାଜପା କୃଷକ ମୋର୍ଚ୍ଚା ବ୍ୟାନରରେ ଜିଲାର ସଦର ମହକୁମା ଛତ୍ରପୁରରେ ରାମ ପଣ୍ଡାଙ୍କ ନେତୃତ୍ୱରେ ବିଶାଳ କୃଷକ ରାଲି ଅନୁଷ୍ଠିତ ହୋଇଥିଲା। ହଜାର ହଜାର ଚାଷୀ ଏଥିରେ ସାମିଲ ହୋଇଥିଲେ। ଦ୍ୱିତୀୟ ମେଣ୍ଟ ସରକାରର କେତେକ ଭାଜପା ମନ୍ତ୍ରୀ ଓ ନେତା ବସ୍‌ଷ୍ଟାଣ୍ଡରେ ହୋଇଥିବା ସମାବେଶରେ ଉପସ୍ଥିତ ଥିଲେ। ଋଷିକୁଲ୍ୟା ସହ ମହାନଦୀ ସଂଯୋଗୀକରଣ ତୁରନ୍ତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହି ସମାବେଶରେ ସମୁଦ୍ରକୁ ଯାଉଥିବା ଋଷିକୁଲ୍ୟା ବନ୍ୟା ଜଳ ରୋକିବା ନିମନ୍ତେ ଉପନଦୀ ଖରଖରିରେ ଆନିକଟ ନିର୍ମାଣ ଲାଗି ଦାବି ହୋଇଥିଲା। ଏହାଦ୍ୱାରା ସବୁ ବର୍ଷର ମରୁଡ଼ି ଦାଉରୁ ରକ୍ଷା ମିଳିବାର ଦର୍ଶାଯାଇଥିଲା । କୃଷକ ସ୍ବାର୍ଥ ସମ୍ବଳିତ ସମସ୍ୟା ପ୍ରତି ରାଜ୍ୟ ସରକାର ଅଣଦେଖା କରୁଥିବା କଟାକ୍ଷ ମଧ୍ୟ କରାଯାଇଥିଲା। ମେଣ୍ଟ ସରକାରର ଭାଜପା ମନ୍ତ୍ରୀ ଓ ନେତାଙ୍କ ଏହି ଅଭିଯୋଗ ବେଶ୍‌ ରୋଚକ ହୋଇଥିଲା।
ବର୍ତ୍ତମାନର ଯୋଜନା ବୋର୍ଡ ସଦସ୍ୟ ପଣ୍ଡା ୨୦୦୦ ନିର୍ବାଚନରେ ଛତ୍ରପୁର ସେଗମେଣ୍ଟରୁ ଭାଜପା ପ୍ରାର୍ଥୀ ଭାବେ ଲଢ଼ି ବିଧାୟକ ହୋଇଥିଲେ। ଭାଗୁଆଳି ଶାସନ ଯୋଗୁ ବିଜେଡିରୁ ବାଚସ୍ପତି ଏବଂ ଉପବାଚସ୍ପତି ପଦ ଭାଜପା ଭାଗରେ ପଡ଼ିବାରୁ ସେ ପାଇଥିଲେ। ଦୁଇ ନଦୀ ସଂଯୋଗୀକରଣ ଲାଗି ସେ ବିଧାସଭାରେ ପ୍ରସଙ୍ଗ ଉଠାଇଥିଲେ। କେବଳ ସେତିକି ନୁହେଁ ସେତେବେଳର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦରବାର ପର୍ଯ୍ୟନ୍ତ ପଣ୍ଡା ଯାଇଥିଲେ। ତତ୍କାଳୀନ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ମଙ୍ଗଳା କିଷାନ ସଂଯୋଗୀକରଣ କରାଯିବା ସପକ୍ଷରେ ବିଧାନସଭାରେ ୨୦୦୩ ମାର୍ଚ୍ଚ ୨୫ରେ ଉତ୍ତର ରଖିଥିଲେ। ଏହାର ୧୫ ବର୍ଷ ବିତିଛି ଏବଂ ଯୋଜନାର ନଁା ଗନ୍ଧ ନ ଥିବାରୁ ଅନିଶ୍ଚିତ ହୋଇଯାଇଛି। ରାମ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ହୋଇଥିବାରୁ ସଂଯୋଗୀକରଣ ବାଟ ଫିଟିବାର ଆଶା କରାଯାଇଥିଲା। ତେବେ କେନ୍ଦ୍ରକୁ ଦୋଷ ଦେଇ ଏବେ ଚୁପ୍‌ ହୋଇଯାଇଥିବା ଚର୍ଚ୍ଚାର ବିଷୟ ପାଲଟିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ହୃଦ୍‌ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?