ଉପାନ୍ତ ଅଞ୍ଚଳରେ ଡାକ୍ତର ଅଭାବ : ରୋଗୀଙ୍କ ଜୀବନ ସହିତ ଚାଲିଛି ଖେଳ

କୁଆଁରମୁଣ୍ଡା, ୨୭।୧୨(ଡି.ଏନ.ଏ.)-ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବୋଗା, ଅଣ୍ଡାଳି-ଜାମବାହାଲ, କାଦୋବାହାଲ ଇତ୍ୟାଦି ଅଞ୍ଚଳରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି। ଫଳରେ ଏହି ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଫାର୍ମାସିଷ୍ଟମାନେ ନିଜକୁ ଡାକ୍ତର ବୋଲାଇବା ସହ ଘରୋଇ କ୍ଲିନିକ ଖୋଲି ସାଧାରଣ ଲୋକଙ୍କୁ ଚିକିତ୍ସା ସେବା ନାଁରେ ଲୁଟୁଛନ୍ତି। ଏହା ସହ ରାଜ୍ୟ ବାହାର କେତେକ ବ୍ୟକ୍ତି ଡାକ୍ତର ସାଜି ଲୋକଙ୍କ ଚିକିତ୍ସା କରୁଛନ୍ତି। ଏହି କ୍ୱାକ୍‌ମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ସାଧାରଣ ଜ୍ୱରଟିଏ ହେଲେ ବି ଅତିକମ୍‌ରେ ହଜାରେ ଟଙ୍କାର ଔଷଧ ଦେଉଛନ୍ତି। ଏହି ଅଞ୍ଚଳରେ ମୁଖ୍ୟତଃ ଗରିବ ଜନଜାତି/ଜାତିିବର୍ଗର ଲୋକେ ବସବାସ କରିଥାଆନ୍ତି। ନିରକ୍ଷର ଓ ଅଜ୍ଞତା କାରଣରୁ ସେମାନଙ୍କୁ ସ୍ବାସ୍ଥ୍ୟସେବା ନାଁରେ ଲୁଟୁଛନ୍ତି ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଓ କ୍ୱାକ୍‌ମାନେ। ରାଏବୋଗା, ଅଣ୍ଡାଳି, ଜାମବାହାଲ, ସଲଙ୍ଗାବାହାଲ, କାଦୋବାହାଲ, ଝୁନମୂର ଇତ୍ୟାଦି ପଞ୍ଚାୟରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଘୁରି ବୁଲୁଛନ୍ତି ଏହି କ୍ୱାକମାନେ। ସେମାନଙ୍କର ନାଁ ଅଛି ଶିକ୍ଷାଗତ ଯୋଗ୍ୟତା ନାଁ ପ୍ରମାଣପତ୍ର। ରାତିପାହି ସକାଳ ହେଲେ ଉକ୍ତ ଅଞ୍ଚଳଗୁଡିକରେ କ୍ୱାକମାନେ ବୁଲି ବୁଲି ରୋଗୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମନଇଛା ଔଷଧ ଦେଇ ସେମାନଙ୍କୁ ଲୁଟୁଛନ୍ତି। ଏପରିକି ସେମାନଙ୍କ ଦ୍ୱାରା ଚିକିତ୍ସିତ ରୋଗୀ ଅଧିକାଂଶ ସମୟରେ ଭଲ ଆରୋଗ୍ୟ ହେବା ପରିବର୍ତ୍ତେ ମୃତ୍ୟୁବରଣ କରିଥାଏ। ଏହିଭଳି ଅନେକ ରୋଗୀ ଏହି ବ୍ଲକର ଉପାନ୍ତ ଅଞ୍ଚଳରେ ମୃତ୍ୟୁବରଣ କରୁଥିବା ବେଳେ ପରିବାର ଲୋକେ କ୍ୱାକମାନଙ୍କୁ ଦୋଷ ନ ଦେଇ ନିଜ ଭାଗ୍ୟର ଦୋଷ ଦେଇଥାଆନ୍ତି। ସେମାନଙ୍କର ଏହି ନିରୀହପଣ ଯୋଗୁ ଦିନକୁ ଦିନ କ୍ୱାକମାନଙ୍କ ଦୌରାମତ୍‌ୟ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟ ପକ୍ଷରେ ଉକ୍ତ ଅଞ୍ଚଳରେ ଥିବା ଡାକ୍ତରଖାନାରେ ଡାକ୍ତର ଅଭାବ କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି ସେମାନଙ୍କୁ ବରଦାନ ପାଲଟୁଛି। ରୋଗୀଙ୍କ ଜୀବନ ସହିତ ଚାଲିଛି ଖେଳ। ରାଏବୋଗା ଓ ଏହାର ଆଖପାଖ ଅଞ୍ଚଳରେ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବକୁ ଦୃଷ୍ଟିରେ ରଖି ଔଷଧ ଦୋକାନ ସହ ବେଆଇନ କ୍ଲିନିକ୍‌ ଖୋଲି ରୋଗୀମାନଙ୍କୁ ମୋଟା ଅଙ୍କରେ ଲୁଟୁଛନ୍ତି। ଖୋଦ୍‌ ରାଏବୋଗାରେ ଜନୈକ କ୍ୱାକଙ୍କ କ୍ଲିନିକ୍‌ରେ ରୋଗୀ ଚିକିସତ୍ିତ ହେଲେ ସର୍ବନିମ୍ନ ୩ଶହ ଟଙ୍କା ଫିସ୍‌ ଦେବାକୁ ପଡୁଥିବା ଅଭିଯୋଗ ହେଉଛି। ସାଧାରଣ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ନାଁରେ ଲୁଟି କ୍ୱାକମାନେ ବିତଶାଳୀ ହେଉଛନ୍ତି। ସରକାରୀ ଡାକ୍ତରଖାନାକୁ ଯଦି କେହି ଡାକ୍ତର ପୋଷ୍ଟିଂ ହେଲେ ତେବେ ତାଙ୍କ ବିରୋଧରେ ଲୋକଙ୍କୁ ମତାଇ କ୍ୱାକମାନେ ଡାକ୍ତରମାନଙ୍କୁ ରଖାଇ ଦେଉନାହାନ୍ତି। ବିନା ଲାଇସେନ୍ସରେ ରୋଗୀ ସେବା ଓ ଔଷଧ ଦୋକାନ ଖୋଲୁଥିବା ଉକ୍ତ କ୍ୱାକମାନଙ୍କ ଉପରେ ସରକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଏହାର ପ୍ରମୁଖ କାରଣ ହେଉଛି ଡ୍ରଗ୍ସ ଇନ୍ସପେକ୍ଟରଙ୍କର ନିୟମିତ ଏହି ଅଞ୍ଚଳଗୁଡିକ ପରିଦର୍ଶନ ହେଉନାହିଁ। ଅବଶ୍ୟ ଏହା ପଛରେ ବିଭାଗୀୟ ଅଧିକାରୀମାନଙ୍କୁ ଯେ ଭିତିରି ମୋଟା ଅଙ୍କର ହାତଗୁଞ୍ଜା ମିଳିଯାଉଥିବା କଥାକୁ ମଧ୍ୟ ଅସ୍ବୀକାର କରିହେବ ନାହିଁ। ମୋଟାମୋଟି ଭାବେ ସ୍ବାସ୍ଥ୍ୟ ବିଭାଗର ଉଚ୍ଚ ଅଧିକାରୀ ସୀମାନ୍ତବର୍ତ୍ତୀ ଏହି ଅଞ୍ଚଳର ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ସରକାରୀ ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ କରିବା ସହ କ୍ୱାକମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସାଧାରଣ ଲୋକେ ନିଶ୍ଚିତଭାବେ ଉପକୃତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଖରିଫ ଚାଷ ପାଇଁ ଚାଷୀ ତତ୍ପର, ଧାନରୁଆ ଆରମ୍ଭ

ଗଞ୍ଜାମ,୨୬ା୭(ବିଦ୍ୟାଧର ସାହୁ): ଖରିଫ ଚାଷ ପାଇଁ ଚଳିତବର୍ଷ ଋଷିକୂଲ୍ୟା ଜଳସେଚନ ଉପବିଭାଗ ପକ୍ଷରୁ ହିରାଧାରବାଟି କେନାଲରେ ପାଣି ଛଡ଼ାଯାଇଛି। ପୂର୍ବବର୍ଷ ଗୁଡିକ ଅପେକ୍ଷା ଚଳିତବର୍ଷ ୧ ମାସ…

ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଛାତ୍ରୀଛାତ୍ରଙ୍କ ଉତ୍ସାହିତ କଲେ ବିଧାୟକ, ଉପଜିଲାପାଳ; ଭବିଷ୍ୟତ ଗଠନ ପାଇଁ…

ଭଞ୍ଜନଗର/ବେଲଗୁଣ୍ଠା,୨୬/୭(ବାବୁଲା ପ୍ରଧାନ ): ଗଞ୍ଜାମ ଜିଲା, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ୪୩ତମ ପ୍ରତିଷ୍ଠା ଦିବସ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri