Posted inଖେଳ

ଇଣ୍ଡିଆନ ସୁପରଲିଗ୍‌ରେ ଓଡ଼ିଶା ଏଫସି: ହ୍ୟାଟ୍ରିକ ଡ୍ର ପରେ ବିଜୟ ଲକ୍ଷ୍ୟ

ପୁଣେ, ୪।୧୨-ସ୍ଥାନୀୟ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ବୁଧବାର ଓଡ଼ିଶା ଏଫସି ଏବଂ ଗତଥରର ଚାମ୍ପିୟନ ବେଙ୍ଗାଲୁରୁ ଏଫସି ମଧ୍ୟରେ ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ) ମ୍ୟାଚ ହେବ। ଓଡ଼ିଶା ଏଫସି ଗତ ତିନୋଟି ମ୍ୟାଚରେ ପଏଣ୍ଟ ଭାଗକରି ଡ୍ରରେ ହ୍ୟାଟ୍ରିକ କରିଛି। ଜୋସେଫ ଗାମ୍ବାଉଙ୍କ ପ୍ରଶିକ୍ଷଣପ୍ରାପ୍ତ ଦଳ ଏଟିକେ ଏବଂ କେରଳ ବ୍ଲାଷ୍ଟର୍ସ ବିପକ୍ଷରେ ଗୋଲଶୂନ୍ୟ ଏବଂ ଚେନ୍ନାଇନ୍‌ ଏଫସି ବିପକ୍ଷରେ ୨-୨ରେ ମ୍ୟାଚ ଡ୍ର ରଖିଥିଲା। ତେଣୁ ଆଗାମୀ ମ୍ୟାଚରେ ଶକ୍ତିଶାଳୀ ବେଙ୍ଗାଲୁରୁ ବିପକ୍ଷରେ ଭଲ ଖେଳି ଦଳ ବିଜୟ ପଥକୁ ଫେରିବା ଲକ୍ଷ୍ୟ ରଖିଛି।
ଦେଖିବାକୁ ଗଲେ ଓଡ଼ିଶା ଏଫସି ଗତ କେତୋଟି ମ୍ୟାଚରେ ଉନ୍ନତ ପ୍ରଦର୍ଶନ କରି ଆସିଛି। ବଲ୍‌କୁ ଅଧିକ ସମୟରେ ନିଜ ନିୟନ୍ତ୍ରଣରେ ରଖିବା ସହ ପାସିଂରେ ମଧ୍ୟ ପରସ୍ପର ମଧ୍ୟରେ ସମନ୍ବୟକୁ ଦେଖାଇଛି। ତେବେ ଚାପ ସମୟରେ ଠିକ୍‌ଭାବେ ଫିନିଶିଂ କରିପାରି ନାହିଁ। ଫଳରେ ମ୍ୟାଚ ଫଳାଫଳକୁ ନିଜ ସପକ୍ଷରେ ନେବାରେ ବିଫଳ ହୋଇଛି। ବେଙ୍ଗାଲୁରୁ ଏକ ଶକ୍ତିଶାଳୀ ଦଳ। ଏହାର ରକ୍ଷଣଭାଗ ଅତ୍ୟନ୍ତ ଦୃଢ଼ ଥିବାରୁ ଖେଳିଥିବା ୬ ମ୍ୟାଚରୁ ଏପର୍ଯ୍ୟନ୍ତ ମାତ୍ର ୨ଟି ଗୋଲ ବରଣ କରିଛି ଏବଂ ଅପରାଜୟ ରହିଛି। ”ବେଙ୍ଗାଲୁରୁ ବର୍ତ୍ତମାନର ଚାମ୍ପିୟନ ଏବଂ ଲିଗ୍‌ର ଅନ୍ୟତମ ଶ୍ରେଷ୍ଠ ଦଳ। ତେବେ ଉଭୟ ଦଳ ସମାନ ଷ୍ଟାଇଲରେ ଖେଳୁଥିବାରୁ ଆଗାମୀ ମ୍ୟାଚକୁ ନେଇ ଉତ୍କଣ୍ଠା ରହିଛି। ଆମ ଦଳର ପ୍ରସ୍ତୁତିରେ ମୁଁ ସନ୍ତୁଷ୍ଟ। ବେଙ୍ଗାଲୁରୁକୁ ଆମେ କଡ଼ା ଚ୍ୟାଲେଞ୍ଜ ଦେଇ ପାରିବୁ“ ବୋଲି ଗାମ୍ବାଉ ପ୍ରକାଶ କରିଛନ୍ତି।
ଓଡ଼ିଶା ଏଫସି ମୁଖ୍ୟତଃ ଆଡ୍ରିଆନ ସାଣ୍ଟାନାଙ୍କ ଉପରେ ନିର୍ଭର କରିବ। ସେ ୪ଟି ଗୋଲ ସ୍କୋର କରି ସାରିଥିବାରୁ ବେଙ୍ଗାଲୁରୁ ରକ୍ଷଣଭାଗ ଭେଦ କରିବା ଭାର ତାଙ୍କ ଉପରେ ରହିବ। ପ୍ଲେ ମେକର କିସ୍କୋ ହର୍ନାଣ୍ଡେଜଙ୍କ ନିକଟରେ ମଧ୍ୟ ଏହି ଦକ୍ଷତା ଅଛି। ୩ଟି ଗୋଲ ଦେଇ ସାରିଥିବା ଏହି ସ୍ପାନିଶ ଖେଳାଳି ନିଜ ପୂର୍ବତନ ଦଳ ବିପକ୍ଷରେ ଖେଳିବାକୁ ଯାଉଥିବାରୁ ବଡ଼ ଭୂମିକା ତୁଲାଇବା ଆଶା କରାଯାଉଛି। ଓଡ଼ିଶା ଏଫସି ବିପକ୍ଷ ମ୍ୟାଚ ରୋମାଞ୍ଚକ ହେବ ବୋଲି ବେଙ୍ଗାଲୁରୁ ଟିମ୍‌ କୋଚ୍‌ କାଲର୍‌ସ କ୍ୱାଡର୍ଟ ମଧ୍ୟ ପୂର୍ବାନୁମାନ କରିଛନ୍ତି। ”ବଲ୍‌କୁ ନିୟନ୍ତ୍ରଣରେ ରଖିବା ପାଇଁ ଓଡ଼ିଶା ଏଫସି ନିଶ୍ଚିତ ଆମସହିତ ଲଢ଼େଇ କରିବ। ଗାମ୍ବାଉ ଜଣେ କଠିନ ପରିଶ୍ରମୀ ଭଦ୍ରଲୋକ ଏବଂ ଉତ୍ତମ କୋଚ୍‌। ସେ ଆକ୍ରମଣାତ୍ମକ ଫୁଟବଲ ଖେଳିବାକୁ ଭଲ ପାଆନ୍ତି। ତେଣୁ ମ୍ୟାଚରେ ନିଶ୍ଚିତ ଉତ୍କଣ୍ଠା ରହିବ“ ବୋଲି କ୍ୱାଡର୍ଟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାହିଁକି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ, ଜଣାପଡିଲା ଅସଲ କାରଣ, ଏବେ ବାଛିଛନ୍ତି…

ନୂଆଦିଲ୍ଲୀ,୮।୮: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବିଶ୍ୱର ବିଭିନ୍ନ ଲିଗରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ସହିତ,…

ଅବସର ପରେ ମଧ୍ୟ, ବିରାଟ-ଧୋନିଙ୍କୁ ଟକ୍କର ଦେଉଛନ୍ତି ସଚିନ

ନୂଆଦିଲ୍ଲୀ,୮।୮: ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ଏକ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି; ସେ ନଭେମ୍ବର ୧୬, ୨୦୧୩ରେ ଖେଳକୁ ବିଦାୟ ଦେଇଥିଲେ। ବର୍ଷ…

‘ଦୟାକରି ମୋତେ ସାହାଯ୍ୟ କରନ୍ତୁ’, ମୁଖ୍ୟମନ୍ତ୍ରୀଙ୍କୁ ଏମିତି ଅନୁରୋଧ କଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟର ରିଷଭ ପନ୍ତ ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଏକ ଅନୁରୋଧ କରିଛନ୍ତି। ସେ ସୋସିଆଲ ମିଡିଆରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ…

କେଉଁ ଦଳରେ ଯୋଗଦେବେ ହାର୍ଦ୍ଦିକ ପାଣ୍ଡ୍ୟା? କେତେ ମୂଲ୍ୟରେ…ଅଶ୍ୱିନ୍ କଲେ ବଡ଼ ଖୁଲାସା

ଚେନ୍ନାଇ,୭।୮: ଆଇପିଏଲ୍ ୨୦୨୬ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ଅନ୍ୟ କୌଣସି ଦଳରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଜାରି ରହିଛି। କିଛି ଲୋକଙ୍କ ମତରେ…

IND vs SL: ବଦଳିଲେ ଟିମ ଇଣ୍ଡିଆର ଅଧିନାୟକ, ଶୁବମନ ଗିଲଙ୍କ ସ୍ଥାନ ନେଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୭।୮: ଶ୍ରୀଲଙ୍କା ଏକାଦଶ ଟସ ଜିତି ଅଭ୍ୟାସ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା; ଫଳରେ, କଲମ୍ବୋରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ…

ହାର୍ଦ୍ଦିକ ପାଣ୍ଡ୍ୟାକୁ ନେଇ ଆସିଲା ଚମକାଇଦେଲା ଭଳି ଖବର: କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ, ୭।୮: IPL ୨୦୨୬ ସିଜନ ଶେଷ ହେବା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। IPL ୨୦୨୪ରେ…

ଗିଲଙ୍କୁ ନେଇ ବଢିଲା ଟିମ ଇଣ୍ଡିଆର ଟେନସନ! ଶ୍ରୀଲଙ୍କା ଟେଷ୍ଟ ସିରିଜ ପୂର୍ବରୁ…

ନୂଆଦିଲ୍ଲୀ,୬।୮: ଶୁବମନ ଗିଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଅଗଷ୍ଟ ୧୫ରୁ ଶ୍ରୀଲଙ୍କାରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି। ଏହା ପୂର୍ବରୁ, ‘ମେନ ଇନ…

ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ସହ କ୍ରିକେଟରଙ୍କ କଥାବାର୍ତ୍ତକୁ ନେଇ ହେଉଛି ଆଲୋଚନା, ଭାଇରାଲ ହେଲାଣି ଭିଡ଼ିଓ

ନୂଆଦିଲ୍ଲୀ,୬।୮: ଭାରତୀୟ କ୍ରିକେଟର ତିଲକ ବର୍ମା ଏବେ ଏବେ ଜିମ୍ବାୱେରୁ ଫେରିଛନ୍ତି, ଯେଉଁଠାରେ ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ 3-0ରେ ଜିତିଥିଲା। ଯଦିଓ ତିଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri