Posted inଖେଳ

ଇଣ୍ଡିଆନ ସୁପରଲିଗ୍‌: ଓଡିଶା ଏଫ୍‌ସିର ପ୍ରଥମ ବିଜୟ

ଭୁବନେଶ୍ୱର, ୧।୧୧(କ୍ରୀଡ଼ା ପ୍ରତିନିଧି)-ଚଳିତ ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ରେ ଓଡ଼ିଶା ଏଫସି ଗୁରୁବାର ପ୍ରଥମ ବିଜୟ ସ୍ବାଦ ଚାଖିଛି। ମୁମ୍ବାଇ ଫୁଟବଲ ଏରେନାରେ ଅନୁଷ୍ଠିତ ଲିଗର ଦ୍ୱାଦଶ ମ୍ୟାଚରେ ଘରୋଇ ମୁମ୍ବାଇ ସିଟି ଏଫସିକୁ ୪-୨ ଗୋଲରେ ହରାଇ ନବାଗତ ଓଡ଼ିଶା ଏଫସି ଚମକ ସୃଷ୍ଟି କରିଛି। କ୍ରମାଗତ ଦୁଇଟି ପରାଜୟ ପରେ ଓଡିଶା ଏଫସିର ଏହା ପ୍ରଥମ ବିଜୟ l ଅନ୍ୟ ପକ୍ଷରେ କେରଳ ବ୍ଲାଷ୍ଟର୍ସ ଏଫ୍‌ସି ଏବଂ ଚେନ୍ନାଇନ ଏଫସି ବିପକ୍ଷରେ କ୍ରମାଗତ ଦୁଇଟି ବାହାର ମ୍ୟାଚ ଖେଳି ସିଜନ ଆରମ୍ଭ କରିଥିବା ମୁମ୍ବାଇ ସିଟିର ଏହା ପ୍ରଥମ ପରାଜୟ। କୋଚିଠାରେ ସେମାନେ ପୁରା ତିନି ପଏଣ୍ଟ ପାଇଥିବା ବେଳେ ଚେନ୍ନାଇ ଠାରେ ଗୋଟିଏ ପଏଣ୍ଟରେ ସନ୍ତୁଷ୍ଟ ହୋଇଥିଲେ l
ଗୁରୁବାର ମ୍ୟାଚରେ ଦୁଇଟି ଗୋଲ ଦେଇ ଓଡିଶା ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଆରିଡେନ ସାଣ୍ଟାନା l ଓଡିଶା ଏଫସି ସମ୍ପୁର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ମଧ୍ୟାନ୍ତର ସୁଦ୍ଧା ୩-୦ ଗୋଲରେ ଆଗୁଆ ରହିଥିଲା l ଦଳ ପକ୍ଷରୁ ପ୍ରଥମ ଗୋଲ ସିସ୍କୋ ହର୍ନାଣ୍ଡେଜ ଷଷ୍ଠ ମିନିଟରେ ସ୍କୋର କରିଥିଲେ l ଏହି ଗୋଲ ପାଇଁ ତାଙ୍କୁ ପାସ ଦେଇଥିଲେ ସାଣ୍ଟାନା l ଖେଳର ୨୧ତମ ମିନିଟରେ ସାଣ୍ଟାନା ତାଙ୍କର ପ୍ରଥମ ଗୋଲ ଦେଇ ଓଡିଶା ଦଳକୁ ୨-୦ରେ ଅଗ୍ରଣୀ କରିଥିଲେ l ଦଳ ପକ୍ଷରୁ ତୃତୀୟ ଗୋଲ ୪୧ତମ ମିନିଟରେ ସ୍କୋର କରିଥିଲେ ଜେରୀ ମାଅମିଙ୍ଗଥାଙ୍ଗା l ପ୍ରଥମାର୍ଦ୍ଧରେ ସମ୍ପୁର୍ଣ୍ଣ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ କରିଥିବା ମୁମ୍ବାଇ ସିଟି ଦଳ ଦ୍ୱିତୀୟାର୍ଦ୍ଧରେ ମହମଦ ଲାର୍ବିଙ୍କ ଗୋଲ ବଳରେ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା l ୫୧ତମ ମିନିଟରେ ପେନାଲଟି କିକ ଯୋଗେ ଏହି ଗୋଲ ସ୍କୋର କରିଥିଲେ ଲାର୍ବି l ତେବେ ୭୩ତମ ମିନିଟରେ ସାଣ୍ଟାନାଙ୍କ ଦ୍ୱିତୀୟ ଗୋଲ ବଳରେ ଓଡିଶା ଏଫସି ଅଗ୍ରଣୀ ବ୍ୟବଧାନ ୪-୧କୁ ବୃଦ୍ଧି କରିଥିଲା l ମ୍ୟାଚର ଅନ୍ତିମ ମିନିଟରେ ମୁମ୍ବାଇ ସିଟି ପକ୍ଷରୁ ବିପିନ ସିଂ ଗୋଟିଏ ଗୋଲ ଦେଇ ପରାଜୟ ବ୍ୟବଧାନ ୨-୪କୁ ହ୍ରାସ କରିଥିଲେ। ଏହି ମ୍ୟାଚରେ ମାରୁତି ସୁଜୁକି ଲିମିଟଲେସ ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ଓଡିଶା ଏଫସିର ଡିଫେଣ୍ଡର ଶୁଭମ ଷଢଙ୍ଗିଙ୍କୁ ଏବଂ ହିରୋ ଅଫ ଦି ମ୍ୟାଚ ପୁରସ୍କାର ତାଙ୍କ ଦଳର ଜେରୀ ମାଓ୍ବିମିଙ୍ଗଥାଙ୍ଗାଙ୍କୁ ପ୍ରଦାନ କରାଯାଇଥିଲା l ଆଇସଏଲ ଇମର୍ଜିଂ ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ମଧ୍ୟ ଓଡିଶା ଦଳକୁ ଯାଇଥିଲା ଏବଂ ଏହା ଗ୍ରହଣ କରିଥିଲେ ନନ୍ଦକୁମାର ସେକର l

ପୁରସ୍କାର
ଲିମିଟଲେସ ପ୍ଲେୟର ଅଫ ଦି ମ୍ୟାଚ: ଶୁଭମ ଷଢଙ୍ଗି
ହିରୋ ଅଫ ଦି ମ୍ୟାଚ: ଜେରୀ ମାଓ୍ବିମିଙ୍ଗଥାଙ୍ଗା
ଇମର୍ଜିଂ ପ୍ଲେୟର ଅଫ ଦି ମ୍ୟାଚ : ନନ୍ଦକୁମାର ସେକର


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?