ଇଟାଭାଟିରେ ମା’ବାପା, ଆବାସିକ କେନ୍ଦ୍ରରେ ଶିଶୁ

ନୂଆପଡ଼ା ଅଫିସ,୭ା୩ : ନୂଆପଡ଼ା ଭଳି ଦାଦନ ପ୍ରବଣ ଜିଲାରୁ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକ ପରିବାର ଶିଶୁଙ୍କୁ ଏକ ସ୍ବତନ୍ତ୍ର ଆବାସିକ କେନ୍ଦ୍ରରେ ରଖି ସୁରକ୍ଷିତ ଏବଂ ଶୃଙ୍ଖଳିତ ଢଙ୍ଗରେ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି । ଗୋଟିଏ ପଟେ ମା’ବାପା ଅନ୍ୟ ରାଜ୍ୟ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶର ଇଟାଭାଟିରେ ଦିନରାତି ଇଟା ଗଢାକାମରେ ନିୟୋଜିତ ଥିବାବେଳେ ଏପଟେ ଶିଶୁମାନେ ସୁରକ୍ଷିତ ଭାବେ ରହି ପାଠ ପଢୁଛନ୍ତି। ସେହି ପିଲାମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସମ୍ପ୍ରତି ଜିଲାରେ ଥିବା ମୋଟ ୬୨ ଆବାସିକ କେନ୍ଦ୍ରରେ ସମୁଦାୟ ୨୫୪୩ ଜଣ ଶିଶୁ ରହୁଛନ୍ତି । ସେମାନଙ୍କ ମଧ୍ୟରୁ ୧୧୧୬ଜଣ ଛାତ୍ରୀ, ୧୪୨୭ ଛାତ୍ର ଥିବା ଜଣାପଡିଛି। ଏହି ଛାତ୍ରୀଛାତ୍ରମାନଙ୍କ ମଧ୍ୟରୁ ଅଧିକାଂଶ କୃତିତ୍ୱର ସହ ପାସ୍‌ କରୁଥିବା ବି ନଜିର ରହିଛି। ବେସରକାରୀ ଭାବେ କରାଯାଇଥିବା ଏକ ସର୍ଭେ ଅନୁଯାୟୀ ନୂଆପଡ଼ା ଜିଲାରୁ ବାର୍ଷିକ ୩୦ ହଜାରରୁ ଊର୍ଦ୍ଧ୍ୱ ପରିବାର ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥାନ୍ତି। ପ୍ରତିବର୍ଷ ଅକ୍ଟୋବର/ନଭେମ୍ବରରେ ସେମାନେ ସର୍ଦ୍ଦାରଙ୍କଠାରୁ ଅଗ୍ରିମ ଟଙ୍କା ନେଇଥାନ୍ତି। ଏହାପରେ ସେମାନେ ପରିବାର ସହ ରାଜ୍ୟ ବାହାରକୁ ଯିବା ଆରମ୍ଭ କରିଥାନ୍ତି। ଏଥିପାଇଁ ପ୍ରତିବର୍ଷ ଅଧାରୁ ପାଠପଢା ଛାଡୁଥିବା ଶିଶୁଙ୍କ ସଂଖ୍ୟା ବଢିବାରେ ଲାଗିଛି । କମି ଚାଲିଛି ଜିଲାରେ ଥିବା ବିଭିନ୍ନ ସ୍କୁଲର ଉପସ୍ଥାନ। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ କେତେକ ସ୍ବେଚ୍ଛାସେବୀ ସଙ୍ଗଠନ ଆବାସିକ କେନ୍ଦ୍ର ଖୋଲି ଦାଦନ ଶ୍ରମିକଙ୍କ ପିଲାମାନଙ୍କୁ ପାଠ ପଢାଇବାର ବ୍ୟବସ୍ଥା କରିଥିଲେ। ଯାହା କିଛିଦିନ ମଧ୍ୟରେ ସଫଳତା ପାଇବା ପରେ ସେହି ବ୍ୟବସ୍ଥାକୁ ରାଜ୍ୟ ସରକାର ଆପଣେଇ ନେଇଛନ୍ତି। ବଲାଙ୍ଗୀର, ନୂଆପଡା ଭଳି ଦାଦନ ପ୍ରବଣ ଜିଲାରେ ୨୦୧୦-୧୧ରୁ ସରକାର ଆବାସିକ କେନ୍ଦ୍ର ଖୋଲି ଦାଦନ ଶ୍ରମିକମାନଙ୍କ ପିଲାଙ୍କୁ ରଖି ପଢାଇବାର ବ୍ୟବସ୍ଥା କରିଛନ୍ତି । ଏହି କେନ୍ଦ୍ର ପ୍ରତିବର୍ଷ ନଭେମ୍ବରରୁ ଆରମ୍ଭ ହୋଇ ଜୁନ/ଜୁଲାଇ କିମ୍ବା ଶିଶୁଙ୍କ ମା’ବାପା ଘରକୁ ଫେରିବା ଯାଏଁ ଚାଲିଥାଏ । ପ୍ରତି କେନ୍ଦ୍ରରେ ୨୦ରୁ ୫୦ ଜଣ ଶିଶୁ ରହି ପାଠ ପଢ଼ୁଛନ୍ତି। ସେମାନଙ୍କ ଯତ୍ନ ନେବା ପାଇଁ ୨ଜଣ ଲେଖାଏଁ ମହିଳା ପୁରୁଷ ପ୍ରଯତ୍ନକାରୀ ନିୟୋଜିତ ହୋଇଛନ୍ତି । ସେହି କେନ୍ଦ୍ରରେ ପିଲାଙ୍କ ପାଇଁ ଉନ୍ନତମାନର ବିଛଣା, ଖଟ, ମାଗଣା ବହି ପତ୍ର, ସ୍କୁଲ ବ୍ୟାଗ, ଜଳପାନଠାରୁ ଖାଇବା ବ୍ୟବସ୍ଥା କରାଯାଇଛି । ଇତିମଧ୍ୟରେ ଉକ୍ତ କେନ୍ଦ୍ରର ୨ ଅନ୍ତୋବାସୀ ନବୋଦୟ, ୧୪ଜଣ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷା ଦେଇ କୃତିତ୍ୱ ସହ ପାସ୍‌ କରି ନାମଲେଖାର ସୁଯୋଗ ପାଇଛନ୍ତି ।
ତେବେ କେତେକ ଆବାସିକ କେନ୍ଦ୍ର ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଅଭିଯୋଗ ହୋଇଛି। ଅଧିକାଂଶ କେନ୍ଦ୍ରରେ ବିଜୁଳି ବ୍ୟବସ୍ଥା ଠିକ୍‌ ନ ଥିବାରୁ ପିଲାମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। କାଗଜକଲମରେ ଗୋଟିଏ କେନ୍ଦ୍ରରେ ଯେତେ ସଂଖ୍ୟକ ପିଲା ରହୁଛନ୍ତି ବୋଲି ଦର୍ଶାଯାଉଛି ପ୍ରକୃତପକ୍ଷେ ସେତିକ ରହୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ହେଲେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ସୁବିଧା ସୁଯୋଗକୁ ପିଲାମାନେ ପ୍ରଶଂସା କରିଛନ୍ତି ।
ଏ ସଂକ୍ରାନ୍ତରେ ଜିଲା ଯୋଜନା ସଂଯୋଜକ ପ୍ରିୟଦର୍ଶିନୀ ମିଶ୍ରଙ୍କୁ ପଚାରିବାରୁ କେନ୍ଦ୍ରଗୁଡିକର ସୁପରିଚାଳନା ସକାଶେ ପ୍ରତି ମାସରେ ବ୍ଲକ ଶିକ୍ଷାଧିକାରୀ, ସ୍କୁଲ ପରିଚାଳନା କମିଟି, ସିଆର୍‌ସିସି, ଜିଲା ସଂଯୋଜକ ବୁଲି ଦେଖୁଛନ୍ତି । ପିଲାଙ୍କ ସବୁ ପ୍ରକାର ଅଭାବ ଅସୁବିଧା ପ୍ରତି ଧ୍ୟାନ ଦିଆଯାଉଥିବା ସେ କହିଛନ୍ତି । ସେହିଭଳି ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ହେମନ୍ତ କୁମାର ଭୋଇ କହିଛନ୍ତି, ଆବାସିକ କେନ୍ଦ୍ରରେ ପିଲାଙ୍କୁ ସୁରକ୍ଷିତ ରଖିବା ସହ ସେମାନଙ୍କ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ଏପରି ସୁବିଧା ପରେ ବି ଜିଲାର ୫ରୁ ୧୦ ହଜାର ଶିଶୁ ପ୍ରତିବର୍ଷ ମା’ବାପାଙ୍କ ସହ ମିଶି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିବା ଜଣାପଡିଛି। ସେମାନଙ୍କ ପରିବାରକୁ ସଚେତନ କରିବା ସହିତ ଶିକ୍ଷାର ମୁଖ୍ୟସ୍ରୋତରେ ସେହି ପିଲାମାନଙ୍କୁ ସାମିଲ କରିବା ଉପରେ ଜିଲା ପ୍ରଶାସନ ଗୁରୁତ୍ୱ ଦେବାକୁ ଦାବି ହୋଇଛି।
ଆବାସିକ କେନ୍ଦ୍ର ସଂକ୍ରାନ୍ତରେ ଅଧିକ ପ୍ରଚାର ପ୍ରସାରର ଅଭାବ ରହୁଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଆଗାମୀ ଦିନରେ ଏଥିପ୍ରତି ଦୃଷ୍ଟି ଦେବା ସହିତ ଆବାସିକ କେନ୍ଦ୍ର ସଂଖ୍ୟା ବୃଦ୍ଧି ହେଲେ ଅଧିକ ସଂଖ୍ୟକ ଛାତ୍ରୀଛାତ୍ର ସେଠାରେ ରହି ପାଠ ପଢ଼ି ପାରିବେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

ଶାଳପଡା ହାଟପଡ଼ିଆରେ ପୋଲିସର ଚଢ଼ାଉ: ବ୍ରାଉନ୍ ସୁଗାର ସହ ଯୁବକ ଗିରଫ

ହାଟଡିହୀ/ଆନନ୍ଦପୁର/ବଞ୍ଚୋ , ୩୦।୫ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ…

ଛତ୍ରପୁରରେ ମାତିଛନ୍ତି ‘ଭ୍ୟାନିଟି ବ୍ୟାଗ୍’ ଲୁଟେରା: ଠାକୁରାଣୀଙ୍କ ଯାତ୍ରା ଗହଳିରୁ ଚୋରି କରୁଥିବା ଗ୍ୟାଙ୍ଗ୍‌ର ୪ ଗିରଫ…

ଛତ୍ରପୁର, ୩୦।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା  ସଦର ମହକୁମା ଛତ୍ରପୁର ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ସପ୍ତାହ ହେବ ମା’ ଠାକୁରାଣୀଙ୍କ ଯାତ୍ରା…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ: ପ୍ରବଳ ଝଡ଼ବର୍ଷା ଯୋଗୁ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ, ଗରମରୁ…

ଭଞ୍ଜନଗର, ୩୦।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିଛି। ସନ୍ଧ୍ୟା ପ୍ରାୟ ୬ଟା…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri