Posted inଖେଳ

ଇଞ୍ଜିନିୟରଙ୍କ ଅଭିଯୋଗକୁ ଅନୁଷ୍କାଙ୍କ ଖଣ୍ଡନ

ନୂଆଦିଲ୍ଲୀ,୧।୧୧(ପି.ଟି.)- ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପ୍‌ବେଳେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କୁ ଚୟନକର୍ତ୍ତା ଚା’ ପରଷି ଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ପୂର୍ବତନ ଉଇକେଟକିପର ଫାରୁକ୍‌ ଇଞ୍ଜିନିୟର। ବଲିଉଡ ଅଭିନେତ୍ରୀ ଅନୁଷ୍କା ଏହାକୁ ଖଣ୍ଡନ କରିବା ସହ ଖରାପ ମନୋଭାବ ରଖି ମିଛ କୁହାଯାଇଥିବା କହିଛନ୍ତି। ୮୨ ବର୍ଷୀୟ ଇଞ୍ଜିନିୟର ଏକ ଖବରକାଗଜକୁ ସାକ୍ଷାତ୍‌କାର ଦେଇ ୫ ଜଣିଆ ଜାତୀୟ ଚୟନ କମିଟିକୁ ଉପହାସ କରିଛନ୍ତି। ଏମ୍‌ଏସକେ ପ୍ରସାଦଙ୍କ ନେତୃତ୍ୱାଧୀନ କମିଟିରେ ସରନ୍ଦୀପ ସିଂ, ଯତୀନ ପରଞ୍ଜପେ, ଗଗନ ଖୋଡା ଓ ଦବଙ୍ଗ ଗାନ୍ଧୀ ସଦସ୍ୟ ରହିଛନ୍ତି। ଦେଶ ପାଇଁ ୪୬ ଟେଷ୍ଟ ଖେଳିଥିବା ପୂର୍ବତନ କ୍ରିକେଟର ଦାବି କରିଛନ୍ତି, ୫ ଜଣିଆ କମିଟିର ଜଣେ ସଦସ୍ୟ ଇଂଲଣ୍ଡରେ ଖେଳାଯାଇଥିବା ବିଶ୍ୱକପ୍‌ବେଳେ ଅନୁଷ୍କାଙ୍କୁ ଚା’ ଦେଇଥିବା ଦେଖିଛନ୍ତି। ତେବେ ଉକ୍ତ ଚୟନକର୍ତ୍ତାଙ୍କ ନାମ ପ୍ରକାଶ କରିନାହାନ୍ତି। ବିଶ୍ୱକପ୍‌ବେଳେ କୌଣସି ଚୟନକର୍ତ୍ତା ବକ୍ସରେ ବସି ନ ଥିଲେ। ହେଲେ ସେଠାରେ ଭାରତୀୟ ଅଧିନାୟକଙ୍କ ପତ୍ନୀ ବସିଥିଲେ। ଏହାକୁ ବେକାର ଓ ଦୁର୍ବ୍ୟବହାରପୂର୍ଣ୍ଣ କଥା ବୋଲି ଚୟନ କମିଟିର ଜଣେ ସଦସ୍ୟ କହିଛନ୍ତି। ଅନ୍ୟପକ୍ଷରେ ଅନୁଷ୍କା ଭାରତୀୟ କ୍ରିକେଟ ସମ୍ପର୍କିତ ବିବାଦ ମଧ୍ୟକୁ ତାଙ୍କ ନାମକୁ ନ ଟାଣିବା ପାଇଁ କହିଛନ୍ତି। ବିଶ୍ୱକପ୍‌ର କେବଳ ଗୋଟିଏ ମ୍ୟାଚ୍‌ ମୁଁ ଦେଖିଥିଲି। ତାହା ପୁଣି ଫ୍ୟାମିଲି ବକ୍ସରେ ବସିଥିଲି ଓ ମୁଁ ଚୟନକର୍ତ୍ତାଙ୍କ ବକ୍ସକୁ ଯାଇ ନାହିଁ। ଯଦି କାହାର ଚୟନକର୍ତ୍ତାଙ୍କ ଯୋଗ୍ୟତା ସମ୍ପର୍କରେ କମେଣ୍ଟ କରିବାର ଅଛି, ସେ କରିପାରନ୍ତି। ଏହା ବ୍ୟକ୍ତିଗତ ମତାମତ। ମାତ୍ର ମୋ ନାମକୁ ବ୍ୟବହାର କରି ମତାମତକୁ ଅତିରଞ୍ଜିତ କରାଯାଉଛି। ଏଭଳି ବିବାଦକୁ ମୋତେ ଟାଣିବାକୁ ମୁଁ କାହାରିକୁ ଅନୁମତି ଦେଇ ନାହିଁ ବୋଲି ଅନୁଷ୍କା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହରାଇଲା ଭାରତ

ନୂଆଦିଲ୍ଲୀ,୩।୫: ବାର୍ଷିକ ଅପଡେଟ୍ ପରେ ଆଇସିସି ପୁରୁଷ ମାନ୍ୟତାରେ ଅଷ୍ଟ୍ରେଲିଆ ଭାରତକୁ ଗୋଟିଏ ସ୍ଥାନ ପଛକୁ ଠେଲି ଏକ ନମ୍ବର ମାନ୍ୟତା ହାସଲ କରିଛି। ଯଦିଓ...

ମେ’୨୫ ଶେଷ ତାରିଖ, ଆଇପିଏଲରେ ଖରାପ ପଦର୍ଶନ କଲେ ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଏହି ସବୁ ଖେଳାଳି ପଡିବେ ବାଦ୍‌

ନୂଆଦିଲ୍ଲୀ,୩।୫: ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟଦଳ ଘୋଷଣା ହୋଇସାରିଛି। ଭଲ ପ୍ରଦର୍ଶନ କରୁଥିବା ଅନେକ ଖେଳାଳିଙ୍କୁ ଏଥର ସୁଯୋଗ ମିଳିନାହିଁ। ଯାହାକୁ ନେଇ ପ୍ରଶଂସକମାନେ...

ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଗଲା ଅନେକ ରେକର୍ଡ

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ପ୍ରବଳ ରନ୍‌ ବର୍ଷା ହୋଇଥିଲା। ଏହି ଗୋଟିଏ ମ୍ୟାଚରେ ଅନେକ ରେକର୍ଡ କରାଯାଇଥିଲା। ଏହି ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ...

ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ଏହି ଘାତକ ସ୍ପିନର୍‌: ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ନେଇଥିଲେ ୩ ଉଇକେଟ୍‌

ଲଣ୍ଡନ,୩।୫: ଇଂଲଣ୍ଡ କ୍ରିକେଟର ଜୋଶ ବେକର ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। କାଉଣ୍ଟି କ୍ରିକେଟରେ ୱର୍କେଷ୍ଟେଶାୟାର୍‌ ପାଇଁ ବେକର୍‌ ଖେଳିଥିଲେ। ମୃତ୍ୟୁର...

ଶେଷ ୩ ଓଭରରେ ଥିଲା ମାତ୍ର ୨୭ ରନ୍‌: ବିଶ୍ୱକପ୍‌ ଦଳରେ ଚୟନ ହୋଇ ନ ଥିବା ବୋଲର୍‌ ପଲଟାଇଦେଲେ ବାଜି

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ୧-୦ରେ ପରାସ୍ତ କରିଛି। ଜିତିବା ପାଇଁ ୨୦୨ ରନ୍‌ର ଟାର୍ଗେଟକୁ ପିଛା କରି...

ରାଜସ୍ଥାନ ହାତରୁ ମ୍ୟାଚ୍‌ ଛଡାଇ ଆଣିଲା ହାଇଦ୍ରାବାଦ

ହାଇଦ୍ରାବାଦ,୩ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଗୁରୁବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧ ରନ୍‌ର ରୋମାଞ୍ଚକ ବିଜୟ ହାସଲ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ...

ଜଲଓ୍ବା ଦେଖାଇଲେ ୨୦ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୩।୫: ଆଇପିଏଲ ୨୦୨୪ର ୫୦ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧ ରନ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପ୍ରଥମେ ବ୍ୟାଟିଂ...

ବାଂଲାଦେଶକୁ ହରାଇଲା ଭାରତ

ସିଲ୍‌ହେଟ୍‌,୨ା୫:ବାଂଲାଦେଶ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri