Posted inଭଦ୍ରକ

ଆୟୁଷ ଡାକ୍ତରଙ୍କ ହାତରେ ସ୍ବାସ୍ଥ୍ୟସେବା

ଭଦ୍ରକ ଅଫିସ, ୧୩।୩- ଭଦ୍ରକ ଜିଲାର ବିଭିନ୍ନ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲା ଚିକିତ୍ସାଳୟକୁ ମିଶାଇ ଜିଲାରେ ପ୍ରାୟ ୬୩ଟି ଡାକ୍ତରଖାନା ରହିଛି। ଯାହା ଉପରେ ଲକ୍ଷାଧିକ ଲୋକ ସ୍ବାସ୍ଥ୍ୟସେବା ଲାଗି ନିର୍ଭରଶୀଳ। ହେଲେ ସବୁଠି ଡାକ୍ତର ଅଭାବ କାରଣରୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି। କେଉଁଠି ଫାର୍ମାସିଷ୍ଟ ରୋଗୀ ଦେଖୁଛନ୍ତି ତ ଆଉ କେଉଁଠି ସୁଇପରଙ୍କ ହାତରେ ସ୍ବାସ୍ଥ୍ୟସେବା। ସେହିପରି ଅଧିକାଂଶ ଡାକ୍ତରଖାନାରେ ଆୟୁଷ ଡାକ୍ତର ହିଁ ଭରସା। ଏଭଳି ସ୍ଥିତିରେ ରୋଗୀମାନେ ଉପଯୁକ୍ତ ସେବା ପାଇପାରୁ ନାହାନ୍ତି। ଏହାକୁ ନେଇ ବିଭିନ୍ନ ସମୟରେ ଅସନ୍ତୋଷ ପ୍ରକାଶ ପାଉଛି।
ପ୍ରକାଶ ଯେ, ଜିଲାରେ ୧୩୯ ଡାକ୍ତର ପଦବୀ ଖାଲି ପଡ଼ିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏବେ ୨୯ଜଣ ନୂଆ ଡାକ୍ତର ଏହି ଜିଲାରେ ନିଯୁକ୍ତି ଲାଗି ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଅଦ୍ୟାବଧି କେହି ଜଣେ ମଧ୍ୟ ଡାକ୍ତର ନିଯୁକ୍ତ ହୋଇନାହାନ୍ତି। ଜିଲାରେ ମୋଟ ୫୮ଜଣ ଆୟୁଷ ଡାକ୍ତରଙ୍କ ଜରିଆରେ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି। ସରକାରୀ ଭାବେ ଡାକ୍ତର ପଦବୀ ସଂଖ୍ୟା୨୧୫ ହୋଇଥିବାବେଳେ ଅଛନ୍ତି ମାତ୍ର ୭୬ଜଣ। ସେହିଭଳି ଜିଲା ମୁଖ୍ୟ ଚିକିତ୍ସାଳୟରେ ୭୬ ଡାକ୍ତରଙ୍କ ସ୍ଥାନରେ ମାତ୍ର ୨୮ ଜଣ ଅଛନ୍ତି। ୪୮ ଡାକ୍ତର ପଦବୀ ଖାଲିପଡ଼ିଛି। ଜିଲା ମୁଖ୍ୟ ଚିକିତ୍ସାଳୟକୁ ଦୈନିକ ଆଉଟଡୋର ଓ ଇନ୍‌ଡୋରରେ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ରୋଗୀ ଆସୁଥିବାବେଳେ ସେମାନଙ୍କୁ ସେବା ଯୋଗାଇ ଦେବାକୁ ଆବଶ୍ୟକ ଡାକ୍ତର ଏବଂ ଷ୍ଟାଫ୍‌ ନାହାନ୍ତି। ସକାଳେ ଡ୍ୟୁଟିରେ ଥିବା ଡାକ୍ତର ଦୈନିକ କ୍ଷମତାଠାରୁ ଅଧିକ ରୋଗୀ ଦେଖୁଥିବାରୁ ଉପରବେଳା ଅଧିକାଂଶ ଡାକ୍ତର କାର୍ଯ୍ୟକୁ ଆସୁ ନ ଥିବା ଜଣାପଡ଼ିଛି। ଅପରପକ୍ଷେ ଜିଲାରେ ଅତ୍ୟାଧୁନିକ ୩ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କରାଯିବାକୁ ଘୋଷଣା କରାଯାଇଥିବାବେଳେ ଡାକ୍ତର ନିଯୁକ୍ତି ପ୍ରତି ଆଖି ବୁଜି ଦେଇଥିବା ଅଭିଯୋଗ ହେଉଛି। ଏପରିକି ଜିଲା ହସ୍ପିଟାଲରେ ବହୁ ୱାର୍ଡ ଖୋଲାଯାଇ ପାରୁ ନ ଥିବାବେଳେ ଆଉ କେତେକ ୱାର୍ଡ ସପ୍ତାହରେ ଦିନେ କିମ୍ବା ଦୁଇଦିନ ଲାଗି କାର୍ଯ୍ୟକ୍ଷମ କରାଯାଉଛି। କେବଳ ସେତିକି ନୁହେଁ ଡାକ୍ତରଖାନା ଆଉଟଡୋର ଓ ଇନ୍‌ଡୋରରେ ବର୍ଦ୍ଧିତ ରୋଗୀଙ୍କୁ ଆବଶ୍ୟକ ଶଯ୍ୟା ଯୋଗାଇ ଦେବାକୁ ଜାଗା ନ ଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ୱାର୍ଡଠାରୁ ଆରମ୍ଭ କରି ମେଡିସିନ ଏବଂ ସର୍ଜରୀ ୱାର୍ଡ ବାରଣ୍ଡାରେ ଗଡୁଛନ୍ତି ଶହ ଶହ ରୋଗୀ। ଏ ସମ୍ପର୍କରେ ଜିଲା ଅତିରିକ୍ତ ଚିକିତ୍ସାଧିକାରୀ ପ୍ରଦୀପ ଖୁଣ୍ଟିଆଙ୍କୁ ପଚାରିବାରୁ କହିଛନ୍ତି ଯେ, ଏ ନେଇ ଅନେକ ଥର ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଲିଖିତ ଭାବେ ଜଣାଯାଇଛି। ଏବେ ୨୯ ଜଣ ନୂଆ ଡାକ୍ତର ନିଯୁକ୍ତ ହେବେ ବୋଲି ନିର୍ଦ୍ଦେଶ ରହିଛି। ଚଳିତ ମାସ ଭିତରେ ସେମାନେ ଜଏନ୍‌ କରିପାରନ୍ତି। ଏହାପରେ କେତେକାଂଶରେ ସମସ୍ୟାରେ ସୁଧାର ଆସିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

କେତନ ହତ୍ୟା ମାମଲାର ନାଟକୀୟ ମୋଡ଼: ୪ ମାସ ପୂର୍ବରୁ ଚେତନଙ୍କୁ ଗୋପନରେ ବାହା ହୋଇଥିଲେ ସିୟା

ପୁଣେ,୮ା୭: ପୁଣେ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ଅଗ୍ରଓ୍ବାଲ ହତ୍ୟା ମାମଲାର ତଦନ୍ତ ଏକ ନାଟକୀୟ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ତାଙ୍କ ଭାବୀ…

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

ଭଙ୍ଗା ଦଦରା ଘରେ ବିତୁଛି ଦିନ: ଆବାସ ଯୋଜନାରୁ ବଞ୍ଚିତ ଦମ୍ପତି

ଲୋଇସିଂହା,୮।୭(ସୁଶାନ୍ତ ବାରିକ):ସମାଜର ତଳ ସ୍ତରର ଲୋକଙ୍କୁ ସରକାରୀ ଯୋଜନାରେ ପ୍ରାଥମିକତା ଦେବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା…

ହର୍ମୁଜ୍‌ରେ ୩ ଟ୍ୟାଙ୍କର ଉପରେ ଆକ୍ରମଣ

ତେହରାନ୍‌,୮ା୭: ଇରାନରେ ପୂର୍ବତନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଚାଲିଥିବାବେଳେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ୩ଟି ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri