ଆସୁଛି ବାତ୍ୟା ଅମ୍ଫନ: ଅସ୍ଥାୟୀ କୋଭିଡ୍‌ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ସ୍ଥାନାନ୍ତର ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୪ ଉପକୂଳବର୍ତ୍ତୀ ଜିଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ସର୍ବାଧିକ ପ୍ରଭାବିତ ହେବ। ଏହି ଜିଲାଗୁଡ଼ିକରେ ସମୁଦ୍ର କୂଳଠାରୁ ୩ କି.ମି. ମଧ୍ୟରେ ଥିବା ଅସ୍ଥାୟୀ କୋଭିଡ୍‌ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ସ୍ଥାନାନ୍ତର କରିବା ପାଇଁ ସମ୍ପୃକ୍ତ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେଠାରେ ରହୁଥିବା ସମସ୍ତ ପ୍ରବାସୀଙ୍କୁ ୧୮ ତାରିଖ ସୁଦ୍ଧା ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ଏଥିସହ ଏହି ଜିଲାଗୁଡ଼ିକରେ ଥିବା ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଡିଜେଲ, ଜେନେରେଟର, ଔଷଧ, ସାପ କାମୁଡ଼ା ଔଷଧ, ବ୍ଲିଚିଂ ପାଉଡର ମହଜୁଦ ଅଛି। ପରିସ୍ଥିତି ଉପରେ ଦୃଷ୍ଟି ରଖିବା ନିମନ୍ତେ ସ୍ବତନ୍ତ୍ର ମେଡିକାଲ ଟିମ୍‌ ଗଠନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ତେବେ କୋଭିଡ୍‌ ସମୟରେ ବାତ୍ୟା ଆସୁଛି ବୋଲି ଲୋକେ ଭୟଭୀତ ହୁଅନ୍ତୁ ନାହିଁ। ବିଶେଷକରି ଏହି ୪ ଜିଲାବାସୀ କୌଣସି ପ୍ରକାର ଚିନ୍ତା କରନ୍ତୁ ନାହିଁ। ରାଜ୍ୟ ସରକାର ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି ବୋଲି ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପେଲିସର ‘ଅପରେଶନ ଅନ୍ୱେଷଣ–୩’: ନିଖୋଜ ବ୍ୟକ୍ତିମାନଙ୍କୁ ବିଭିନ୍ନ ରାଜ୍ୟରୁ ….

ଛତ୍ରପୁର୨୫।୭(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ପେଲିସ ଜିଲାରେ ‘ଅପରେଶନ ଅନ୍ୱେଷଣ–୧’ ଓ ‘ଅପରେଶନ ଅନ୍ୱେଷଣ–୨’ର ବିପୁଳ ସଫଳତା ପରେ ଚଳିତ ମାସ ୧୮ ତାରିଖରୁ ୨୨ ତାରିଖ…

ହୃଦ୍‌ଘାତରେ ପ୍ରାଣ ହରାଇଲେ ବରିଷ୍ଠ ଶିକ୍ଷକ

କଲ୍ୟାଣସିଂହପୁର,୨୫ା୭(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତର ଶିରିପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଶିକ୍ଷକ ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ପରଲୋକରେ…

କିଏ ହେବେ ପରବର୍ତ୍ତି ଶିକ୍ଷା ମନ୍ତ୍ରୀ? ସଞ୍ଜୟ ରାଉତ କଲେଣି ବଡ଼ ଦାବି

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ, ଉଦ୍ଧବ ଗୋଷ୍ଠୀର ବରିଷ୍ଠ ନେତା ସଞ୍ଜୟ ରାଉତ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମ୍ପର୍କରେ ଏକ…

ଖାଲି ଧର୍ମେନ୍ଦ୍ରଙ୍କ ଇସ୍ତଫା ଚଳିବ ନାହିଁ, ଆମର ଆଉ ୨ ଦାବି ଏବେ ବି ବାକି ଥିବା କହି CJP…

ନୂଆଦିଲ୍ଲୀ,୨୫ା୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କକ୍ରୋଚ୍‌ ଜନତା ପାର୍ଟି (ସିଜେପି) ମୁଖ୍ୟ ଅଭିଜିତ୍‌ ଦୀପ୍‌କେ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଗଣତନ୍ତ୍ରରେ…

କ୍ୟାଟ୍ରିନାଙ୍କୁ ମିଳିଲା ବଡ଼ ଅଫର୍‌

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସ୍ପିରିଟ’ ଆଜିକାଲି ଚର୍ଚ୍ଚାରେ ରହିଛି। କିଛି ମାସ ପୂର୍ବରୁ ଦୀପିକା ପାଦୁକୋନ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ। ତୃପ୍ତି ଡିମରି…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ ଅଭିଜିତ ଦିପ୍‌କେ, ସିଧା କହିଦେଲେ ଏମିତି…ଜାତୀୟ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୫।୭:ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। Gen-Z ଆଗରେ ନଇଁଲେ କେନ୍ଦ୍ରମନ୍ତ୍ରୀ। ଯୁବପିଢ଼ିଙ୍କ ଆକାଂକ୍ଷାକୁ ସମ୍ମାନ ଦେଇ…

ଦିଲ୍ଲୀ ଛାତ୍ର୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ଗଣଧାରଣା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି…

ବଲାଙ୍ଗୀର,୨୫ା୭(ସୁନିଲ କୁମାର ମହାନ୍ତି): ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନ ସମର୍ଥନରେ ଶନିବାର…

ଜୁଆଆଡ୍ଡାରେ ଚଢ଼ାଉ: ୫ ଜଣଙ୍କୁ ଗିରଫ କଲା ପୋଲିସ, ସୁଯୋଗ ନେଇ ଅନ୍ୟମାନେ…

ଦିଗପହଣ୍ଡି୨୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଟିମ୍‌ ପୋଡ଼ାମାରି ଗ୍ରାମ ନିକଟ ଏକ କୁକୁଡ଼ାଫାର୍ମରେ ଚାଲିଥିବା ଜୁଆଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri