ଆଶା ଓ ଆଶ୍ୱାସନାର ବର୍ଷ ୨୦୨୧

ଦାଶରଥି ଶତପଥୀ

ଏ ସଂସାର ଅନିତ୍ୟ, ଜୀବନ ଅନିତ୍ୟ। ସଂସାରରେ କେବଳ ନିତ୍ୟ ହେଉଛି ପରିବର୍ତ୍ତନତା। ଏହି ପରିବର୍ତ୍ତନତାକୁ ଆଧାର କରି ସମୟ ଚକ୍ରରେ ଦୁନିଆ ଚାଲିଥାଏ ଉତ୍ଥାନ ଓ ପତନ ଦେଇ। ସେହିପରି ଏକ ନିରାଶାର ବର୍ଷ ଥିଲା ୨୦୨୦। କରୋନା ମହାମାରୀ ସହ ବଡ଼ ବଡ଼ ଘଟଣା ସମଗ୍ର ପୃଥିବୀକୁ କବଳିତ କରି ବିପର୍ଯ୍ୟୟ ସୃଷ୍ଟି କରିବା ସହ ଦୁଃଖ, ଯନ୍ତ୍ରଣା ଦେଇଥିଲା ମାନବ ସମାଜକୁ। କରୋନା ମହାମାରୀର ପ୍ରଭାବ ଓ ତାହାର ଭୟାବହତା ମନକୁ ଆସିଲେ ରୁମ ଟାଙ୍କୁରି ଉଠେ। ମହାମାରୀ କରୋନା ଆମେରିକା, ରୁଷିଆ, ବ୍ରିଟେନ, ଫ୍ରାନ୍ସ ଭଳି ପ୍ରଗତିଶୀଳ ଦେଶଗୁଡ଼ିକର ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଛି, ଅବଶ୍ୟ ଏହାର ପ୍ରଭାବ ବହୁ ପରିମାଣରେ ହ୍ରାସ ପାଇ ଆୟତ୍ତ ଭିତରକୁ ଆସିପାରିଛି। ଏହାର ଏକମାତ୍ର କାରଣ ହେଉଛି ସରକାରଙ୍କର ତତ୍ପରତା ସହିତ ଜନସାଧାରଣଙ୍କ ସହଯୋଗ, ସତର୍କତା ଓ ସାବଧାନତା।
କୋଭିଡ୍‌-୧୯ (କରୋନା ମହାମାରୀ)କୁ ବାଦ୍‌ ଦେଲେ ପୃଥିବୀର ବଡ଼ ବଡ଼ ଘଟଣା ଭିତରେ ବହୁ ଦୁଃଖଦ ପରିସ୍ଥିତି ଘଟଣା ଜନସାଧାରଣଙ୍କୁ ମ୍ରିୟମାଣ କରିଥିଲା। ଗତ ବର୍ଷ ଜାନୁୟାରୀ ୧ ତାରିଖରେ ସିଲିୱାଙ୍ଗ ଓ ସିସାଡେନ୍‌ ନଦୀର ବନ୍ୟା ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାକୁ ବୁଡ଼ାଇ ଦେଇଥିଲା। ଏଥିରେ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ ଓ ବହୁ ଲୋକ ମୃତ୍ୟୁବରଣ କରିଥିଲେ। ମେ ମାସରେ ଆସାମରେ ବନ୍ୟା, ତୁର୍କୀ, ଗ୍ରୀସ୍‌, ଚାଇନା, ରୁଷିଆ, ଭାରତରେ ଭୂକମ୍ପ ସହିତ ତୁର୍କୀ ଓ ଗ୍ରୀସ୍‌ରେ ଭୂକମ୍ପ ସହିତ ସୁନାମି, ଆମାଜନ ଜଙ୍ଗଲରେ ନିଆଁ ଲାଗି ଶ୍ରୀହୀନ ହେବା, କରାଚୀ ବିମାନ ଦୁର୍ଘଟଣା, ଫିଲିଫାଇନ୍ସରେ ଲାଭା ଉଦ୍‌ଗିରଣ, ପଙ୍ଗପାଳ ଦୌରାତ୍ମ୍ୟ, ପୂର୍ବ ଆଫ୍ରିକା ଓ ଭାରତ ସମେତ ବିଭିନ୍ନ ରାଜ୍ୟର କୃଷି ଉପରେ ଆକ୍ରମଣ, ଦକ୍ଷିଣ ଆଫ୍ରିକାର ହାତୀ ମଡ଼କ ଆଦି ଜାତୀୟ ବିପର୍ଯ୍ୟୟ ସମସ୍ତଙ୍କର ଚିନ୍ତା ବଢାଇ ଦେଇଥିଲା।
କରୋନାଜନିତ ଅନିଶ୍ଚିତତା ମଧ୍ୟରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ, ରାଜନେତା, କଣ୍ଠଶିଳ୍ପୀ, ବିଶିଷ୍ଟ କ୍ରୀଡ଼ାବିତଙ୍କ ପରଲୋକରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ସତ, କିନ୍ତୁ କୋଭିଡ୍‌ ଯୋଦ୍ଧାମାନଙ୍କର ଏପରି ପରିସ୍ଥିତିରେ ଯେପରି ଧୈର୍ଯ୍ୟ, ସେବା ଜନସାଧାରଣ ଭୁଲିବାର ନାହିଁ; ଯାହାଫଳରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ରାଜ୍ୟର କୋଭିଡ୍‌ ପରିଚାଳନାକୁ ସମଗ୍ର ବିଶ୍ୱରେ ଜନସହଯୋଗ ଓ ଅଭୂତପୂର୍ବ ଉଦାହରଣ ଭାବେ ଅଭିହିତ କରି ସରକାରଙ୍କ ସହ ଓଡ଼ିଶାବାସୀଙ୍କ ସହଯୋଗର ଭୂୟସୀ ପ୍ରଶଂସା କରିଛନ୍ତି। ସମସ୍ତଙ୍କର ନିଷ୍ଠା ଓ ସାଧନା ବଳରେ କୋଭିଡ୍‌ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସମସ୍ତ ସୁବିଧା ରାଜ୍ୟ ସରକାର ବହନ କରିବା ଓ ମୃତ୍ୟୁ ହାରକୁ ସର୍ବନିମ୍ନସ୍ତରରେ ସୀମିତ ରଖିବାରେ ଓଡ଼ିଶା ରାଜ୍ୟ ଅଗ୍ରଣୀ ହୋଇପାରିଛି।
ବର୍ତ୍ତମାନ ଉପଯୁକ୍ତ ସମୟ ଆସିଛି ଭାଇଚାରାରେ ବାନ୍ଧି ହୋଇ ସମସ୍ତେ ସମସ୍ତଙ୍କର ଦୁଃଖ, ସୁଖରେ ଭାଗୀଦାର ହୋଇ ପରସ୍ପରକୁ ସାହାଯ୍ୟ କରିବା ପାଇଁ। ଶିଶୁଠାରୁ ଯୁବବର୍ଗ ପର୍ଯ୍ୟନ୍ତ ସମସ୍ତଙ୍କୁ ଶିକ୍ଷା ସହ ଉଚିତ ମାର୍ଗ ଦର୍ଶନ ପାଇଁ ସରକାରଙ୍କ ସହ ମିଶି ଯେଉଁ ଅନୁଷ୍ଠାନ, ସ୍ବେଚ୍ଛାସେବୀ, ଯୁବବର୍ଗ, ଶିକ୍ଷକ ସମାଜ ଓ ସାମାଜିକ କର୍ମୀ କରୋନା ମହାମାରୀରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ସମୟରେ ଶିକ୍ଷାଦୀକ୍ଷା ଓ ଆତ୍ମନିର୍ମାଣ ପାଇଁ ସଚେତନତା ସହ ମାନସିକ ଭାରାକ୍ରାନ୍ତକୁ ଦୂର କରିବା ଲାଗି ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ଚଳାଇ ଆସୁଛନ୍ତି ସେମାନେ ଅଶେଷ ଧନ୍ୟବାଦର ପାତ୍ର। ନିକଟରେ ବ୍ରିଟେନର କରୋନା ଭୂତାଣୁର ନୂଆ ଷ୍ଟ୍ରେନ ଭୟଙ୍କର ରୂପ ନେଇଥିବାରୁ ଏଥିରେ କେନ୍ଦ୍ର ସରକାରଙ୍କ ସତର୍କତା ପରେ ରାଜ୍ୟ ସରକାର ଅବିଳମ୍ବେ ସତର୍କତା ଅବଲମ୍ବନ କରି ଏହାର ପ୍ରତିକାର ପାଇଁ ଦୃଢ ସଂକଳ୍ପ ନେବା ସହିତ ତାଙ୍କର କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ୨୦୨୦ ଡିସେମ୍ବର ୨୪ ତାରିଖରେ କୋଭିଡ୍‌ ସଚେତନତା ରଥ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ୟୁନିସେଫ ପକ୍ଷରୁ ଗୁରୁବାର ସଂସ୍କୃତି ଭବନ ପରିସରରେ ସଚେତନତା ରଥ ସାତଟି ଜିଲା ପରିଭ୍ରମଣ କରି ସଚେତନତା ସୃଷ୍ଟି କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଶୀତ ଋତୁ ସହ ସମ୍ଭାବ୍ୟ ନୂଆ ଷ୍ଟ୍ରେନକୁ ରୋକିବାରେ ଏହି ରଥ ପ୍ରମୁଖ ଭୂମିକା ଗ୍ରହଣ କରିବା ନେଇ ଦୃଢ଼ ଆଶା ରହିଛି।
ଦୀର୍ଘଦିନ ପରେ ଗତବର୍ଷ ଡିସେମ୍ବର ୨୩ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର। ରତ୍ନ ବେଦିରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଲୌକିକ ଦୃଶ୍ୟକୁ ଦର୍ଶନ କରିଛନ୍ତି ଓଡ଼ିଶାବାସୀ । ସେହିପରି ଏକାମ୍ର କ୍ଷେତ୍ରରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ୨୭ ତାରିଖରୁ ଖୋଲାଯାଇଥିବାରୁ ସମଗ୍ର ଓଡ଼ିଶାରେ ଆନନ୍ଦର ଲହରି ଖେଳିଯାଇଛି। ପ୍ରଥମେ ସେବାୟତ, ପୂଜକ ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଦର୍ଶନ କରିବା ପାଇଁ ନିୟମ ଥିବାବେଳେ ନୂଆ ବର୍ଷରେ ଜାନୁୟାରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ସେବାୟତଙ୍କ ପରିବାର ପର୍ଯ୍ୟନ୍ତ ରାଜଧାନୀବାସୀ ଏବଂ ୬ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଠାକୁରଙ୍କ ଦର୍ଶନ ନୂତନ ଆହ୍ବାନ, ନୂତନ ସଂଦେଶ ଓ ନୂତନ ଚିନ୍ତାଧାରା ଆଣିଦେବ ସମସ୍ତଙ୍କ ପାଇଁ।
ଗତ ଡିସେମ୍ବର ୨୨ ତାରିଖରେ ରାଜ୍ୟର ଶତାଧିକ ବିଧାୟକ, ଏମ୍‌ପି, ଐତିହାସିକ ପାରାଦୀପ ବନ୍ଦର ଗସ୍ତରେ ଆସି ସମସ୍ତ କୋଭିଡ୍‌ ନିୟମ ମାନି ଭାରତୀୟ ନୌସେନାର ଦ୍ୱିତୀୟ ବୃହତ୍‌ ଯୁଦ୍ଧ ଜାହାଜ INS(ଆଇଏନଏସ) ଜଲାସ୍ବରେ ବୁଲିଛନ୍ତି। ଏହା ନୌସେନା ଇତିହାସରେ ପ୍ରଥମ ବୋଲି କାର୍ଯ୍ୟକ୍ରମ ଶେଷରେ ରିୟଲ ଆଡ୍‌ମିରାଲ ସଂଜୟ ଭଟ୍ଟ ସାୟାନ କହିଛନ୍ତ। ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନାର ପ୍ରମୁଖ ଭୂମିକା ଥିଲା ଚଳିତବର୍ଷ ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ, ଏହାକୁ ସ୍ମରଣ କରିବା ପାଇଁ ନୌସେନାର ଏହି କାର୍ଯ୍ୟକ୍ରମ କରାଯାଇଥିଲା।
ସୂଚନା ଏହି କି ଯେ ଗତ ୧୯୭୧ ମସିହା ଭାରତ ପାକିସ୍ତାନ ଯୁଦ୍ଧରେ ପାକିସ୍ତାନ ଦୁଇ ଭାଗ ହୋଇ ପୂର୍ବ ପାକିସ୍ତାନ ବଙ୍ଗଳା ଦେଶ ଭାବେ ସ୍ବୀକୃତି ପାଇବା ଏବଂ ଭାରତର ବିଜୟ ଏକ ଉଲ୍ଲେଖନୀୟ ଘଟଣା ଥିଲା ସତ, କିନ୍ତୁ ଏହି ଯୁଦ୍ଧର ଭୟାବହତା ସହ ପରିବେଶ ଦୂଷିତ ହୋଇ ବଙ୍ଗଳାଦେଶ ସହ ସମଗ୍ର ପୂର୍ବଭାରତର ରାଜ୍ୟଗୁଡ଼ିକରେ ଆଖି ଧରା ରୋଗ ଚହଳ ପକାଇ ଦେଇଥିଲା। ସେତେବେଳେ ବିଜୁବାବୁଙ୍କ ନେତୃତ୍ୱରେ ଗଠିତ ଉତ୍କଳ କଂଗ୍ରେସ ଓ ସ୍ବତନ୍ତ୍ର ଦଳ ମିଶି ପ୍ରଗତି ସରକାର ସେତେବେଳର ଏହି ପ୍ରାକୃତିକ ବିପର୍ଯ୍ୟୟକୁ ଦୃଢଭାବେ ମୁକାବିଲା କରିଥିଲେ। ସେହିଭଳି ଆତ୍ମବିଶ୍ୱାସ ଓ ସ୍ବାଭିମାନକୁ ମନେ ପକାଇ ସମସ୍ତଙ୍କୁ ଚେତାଇ ଦେବାର ସମୟ ଆଜି ଉପନୀତ, ଯେପରି ଗତବର୍ଷର ଲକ୍‌ ଡାଉନ ଆମକୁ ଶିକ୍ଷା ଦେଇଥିଲା ନିଜ ଗୋଡରେ ଠିଆ ହୋଇ ସମସ୍ତ ନୀତି ନିୟମ ମାନି ସମାଜରେ ଶୃଙ୍ଖଳାର ସହିତ ତିଷ୍ଠି ରହି ନୂତନ ଆହ୍ବାନକୁ ଗ୍ରହଣ କରି ସମସ୍ତ ପରିବେଶ ଓ ପରିସ୍ଥିତିକୁ ସାମନା କରିବାକୁ ପଡ଼ିବ।
ନବ ବର୍ଷରେ ଆଜିର ସମାଜ ଶିକ୍ଷା, ସଂସ୍କୃତି, ନୈତିକ ମୂଲ୍ୟବୋଧ ସହ ମାନବିକ ଧର୍ମ ପାଳନ କରି ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଆତ୍ମବିଶ୍ୱାସରେ ଭରପୂର ଓ କର୍ମଠ ହେଲେ ହିଁ ଆମ ବୈଭବଶାଳୀ ଦେଶ ଓ ରାଜ୍ୟର ସ୍ବପ୍ନ ସାକାର ହେବ। ଜାଣିବାକୁ ହେବ ଏଠି ମଣିଷ ବି ଈଶ୍ୱର, ସକଳ ଦେହେ ନାରାୟଣ, ଦେଖି ସନ୍ତୋଷ ଭଗବାନ। ଏହି ବିଶ୍ୱାସ ଏଠାରେ ରହିଛି ଏହା ପରମ ଶାସ୍ତ୍ର ଭାଗବତରେ ବର୍ଣ୍ଣିତ।
ସଚିବ, ଓଡ଼ିଶା ବିଧାନସଭା


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?