ଏସବୁ ସେଲିବ୍ରିଟିଙ୍କ ପାଇଁ ୨୦୨୦ର ସ୍ମୃତି ମଧୁର, ମିଳିଛି ପ୍ରେମକୁ ସ୍ବୀକୃତି

ବମ୍ବେ: ଶେଷ ହୋଇଛି ବର୍ଷ ୨୦୨୦। ହେଲେ ତାର ସ୍ମୃତି ସର୍ବଦା ଅଭୂଲା ହୋଇ ରହିବ। ଲକ୍‌ଡାଉନ୍‌ ଯୋଗୁ କିଛି ମାସ ପର୍ଯ୍ୟନ୍ତ ଲୋକେ ପାର୍ଟି ତଥା ଉତ୍ସବ ମନାଇପାରି ନ ଥିଲେ। ଏହି ସମୟରେ ବିବାହ ଉପରେ କଟକଣା ଲାଗିଥିଲା। ହେଲେ ବର୍ଷ ଶେଷ ଆଡକୁ ଏହା କୋହଳ ହେବା ପରେ ହାତକୁ ଦୁଇହାତ ହୋଇଥିଲେ ଅନେକ ସେଲିବ୍ରିଟି ଯୋଡ଼ି। ଏଇ ଯେମିତି ଗୌହର ଖାନ୍‌-ଜୈଦ ଦରବାର,ପୁନିତ ପାଠକ-ନିଧି ସିଂହ, ନେହା କକ୍କଡ-ରୋହନପ୍ରିତ ସିଂହ, ଆଦିତ୍ୟ ନାରାୟଣ-ଶ୍ୱେତା ଅଗ୍ରଓ୍ବାଲ, ମନିଷ ରାୟସିଂଘମ-ସଂଗୀତା ଚୌହାନ, ପୂଜା ବାନାର୍ଜୀ-କୁନାଲ ବର୍ମା, ନୀତି ଟେଲର-ପରୀକ୍ଷିତ ବାଓ୍ବା, ସନା ଖାନ-ମୁଫ୍‌ତି ଅନସ ସାୟେଦ, ବଲରାଜ-ଦିପ୍ତି ତୁଲୀ, ରାଜଶ୍ରୀ ରାନୀ-ଗୌରବ ଜୈନ ପ୍ରମୁଖ ବିବାହ କରିଛନ୍ତି। ଏବେ ସେମାନେ ନୂଆବର୍ଷକୁ ନିଜର ଜୀବନସାଥୀଙ୍କ ସହ ପାଳନ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି।

ପ୍ରଥମେ ଗୋଟିଏ ପରେ ଗୋଟିଏ ଅଭିନେତାଙ୍କ ବିଦାୟକୁ ନେଇ ଭାଙ୍ଗିପଡ଼ିଥିବା ସିନେଇଣ୍ଡଷ୍ଟ୍ରୀ ଲକ୍‌ଡାଉନ୍‌ ଉଠିବା ପରେ ବିବାହକୁ ନେଇ ଚର୍ଚ୍ଚାରେ ରହିଆସୁଛି। ପୁରୁଣା ବର୍ଷର ସ୍ମୃତିକୁ ମଧୁର କରିବା ଲାଗି ସେଲିବ୍ରିଟିମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇ ପ୍ରଶଂସକଙ୍କ ସହ ଖୁସି ବାଣ୍ଟୁଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ସେମାନଙ୍କୁ ଢ଼େର ସାରା ଭଲପାଇବା ମିଳୁଥିବା ଦେଖାଯାଉଛି। ଏବେ ନୂଆ ବର୍ଷରେ ଆଉ କେଉଁ ନୂଆ ଯୋଡ଼ିଙ୍କ ପ୍ରେମକୁ ସ୍ବୀକୃତି ମିଳୁଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

କିଏ ସେହି ଯୁବତୀ, ଯାହାଙ୍କ ପ୍ରେମରେ ଉବୁଟୁବୁ ଗୋବିନ୍ଦା

ଅଭିନେତା ଗୋବିନ୍ଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସ୍ତ୍ରୀ ସୁନିତା ଆହୁଜା ତାଙ୍କ ନାଁରେ ଅନୈତିକ ସମ୍ପର୍କ ରଖିଥିବାର ଅଭିଯୋଗ ଆଣିଛନ୍ତି। ନିକଟରେ ଗୋବିନ୍ଦା…

ବିନାଶ କାଳେ ବିପରୀତ ବୁଦ୍ଧି.. କାହିଁକି ଏମିତି କହିଲେ ସୁନୀତା

ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଅଭିନେତ୍ରୀ କୋମଲ ରାଣୀ ସ୍ବର୍ଣ୍ଣକରଙ୍କ ସହ ଦେଖାଯାଇଥିଲା। ଆଗାମୀ ଚଳଚ୍ଚିତ୍ର ‘ରୂପା’ରେ ଗୋବିନ୍ଦାଙ୍କ ସହ-ଅଭିନେତ୍ରୀ ଭାବେ କୋମଲ…

ଧୋକା ଦେଇଛନ୍ତି ରାହୁଲ ଗାନ୍ଧୀ: କାହିଁକି ଏମିତି କହିଲେ କଙ୍ଗନା ରାଣାଓ୍ବତ

ନୂଆଦିଲ୍ଲୀ,୧୧।୮: ସଂସଦର ମକର ଦ୍ୱାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିତର୍କ ଏଡାଇବା ଅଭିଯୋଗରେ ଏନଡିଏ ଏମ୍‌ପିମାନେ ମଙ୍ଗଳବାର ପ୍ରତିବାଦ ପ୍ରଦର୍ଶନ କରିଥିଲେ। ପ୍ଲାକାର୍ଡ ଧରି…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

ନାକ ଫୁଲ ଗିଳି ଦେଲେ ଶେହନାଜ: ଶୁଟିଂ ସେଟ୍‌ରେ ଘଟିଲା…

ଚୁଲବୁଲି ଅଭିନେତ୍ରୀ ଶେହନାଜ ଗିଲଙ୍କ ସହ ଏକ ଦୁର୍ଘଟଣା ଘଟିଛି। ଶୁଟିଂ କରୁଥିବା ସମୟରେ ସେ ଭୁଲବଶତଃ ତାଙ୍କ ନାକ ଫୁଲ ଗିଳିଦେଇଛନ୍ତି। ଏହି ଘଟଣା ସେଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri