‘ଆରମ୍ଭ ହୋଇସାରିଛି ଗୋଷ୍ଠୀ ସଂକ୍ରମଣ’

ନୂଆଦିଲ୍ଲୀ,୧୪ା୬(ପି.ଟି./ସ୍ବ.ପ୍ର.): ଭାରତରେ କରୋନା ସଂକ୍ରମଣ ସମ୍ପ୍ରତି କାୟା ମେଲିଚାଲିଛି। ପ୍ରତିଦିନ ୧୦ ହଜାରରୁ ଊର୍ଦ୍ଧ୍ୱ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହେଉଛି। କିନ୍ତୁ ଦେଶରେ ଗୋଷ୍ଠୀ ସଂକ୍ରମଣ(କମ୍ୟୁନିଟି ଟ୍ରାନ୍ସମିିଶନ) ପର୍ଯ୍ୟାୟ ଆରମ୍ଭ ହୋଇଥିବା କଥାକୁ ସରକାର ମାନିବାକୁ ପ୍ରସ୍ତୁତ ନୁହନ୍ତି। ବିଶେଷଜ୍ଞମାନଙ୍କ ଅନୁଯାୟୀ, ଦେଶର ଅନେକ ସ୍ଥାନରେ ଆରମ୍ଭ ହୋଇସାରିଲାଣି ଗୋଷ୍ଠୀ ସଂକ୍ରମଣ। ଏହି ସତ୍ୟକୁ ଗ୍ରହଣ ନ କରିବାକୁ ସରକାର ଜିଦ୍‌ଖୋର ମନୋଭାବ ପୋଷଣ କରୁଛନ୍ତି। ସରକାର ସତ୍ୟକୁ ସ୍ବୀକାର କଲେ ଲୋକମାନେ ଅସାବଧାନତାରୁ ରକ୍ଷା ପାଇପାରିବେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଅନ୍ୟପକ୍ଷରେ ଇଣ୍ଡିଆନ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର)ର ସେରୋ-ସର୍ଭେ ରିପୋର୍ଟକୁ ଆଧାରରେ ଭିନ୍ନ ଗଣିତ ସାମ୍ନାକୁ ଆସିଛି। ତଦନୁଯାୟୀ ଭାରତରେ ଏବେ ପ୍ରାୟ ୧୫ କୋଟି ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଆଖିବୁଜିଲେଣି। ଏହା ଯଦି ସତ୍ୟ ହୁଏ ତା’ହେଲେ ସ୍ଥିତି ଅତି ଭୟାବହ।
ଓ୍ବାଲର୍‌ଡଓମିଟର୍ସ.ଇନ୍‌ଫୋ ଓ୍ବେବ୍‌ସାଇଟ୍‌ ଅନୁଯାୟୀ, କରୋନା ସଂକ୍ରମଣ ମାମଲାରେ ଶୁକ୍ରବାର ସୁଦ୍ଧା ଆମେରିକା (୨୧,୧୬,୯୨୨) ପ୍ରଥମ ସ୍ଥାନରେ ଥିବାବେଳେ ବ୍ରାଜିଲ୍‌ (୮,୨୯,୯୦୨) ଦ୍ୱିତୀୟ ସ୍ଥାନରେ ଏବଂ ରୁଷିଆ (୫,୧୧, ୪୨୩) ତୃତୀୟ ସ୍ଥାନରେ ରହିଛି। ୩ ଲକ୍ଷ ୯ ହଜାର ୬୦୩ ମାମଲା ସହ ଭାରତ ଏବେ ବିଶ୍ୱର ୪ର୍ଥ ସ୍ଥାନରେ ରହିଛି। ଗତ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଆଇସିଏମ୍‌ଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ସେରୋ-ସର୍ଭେ ରିପୋର୍ଟ ପ୍ରକାଶ କରି କହିଛନ୍ତି ଯେ, ଭାରତ ଏପର୍ଯ୍ୟନ୍ତ କରୋନାର ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଞ୍ଚି ନାହିଁ। ଦେଶରେ କରୋନା ଭୂତାଣୁ ସଂକ୍ରମଣର ଧାରା ଜାଣିବା ଲାଗି ପ୍ରଥମଥର ପାଇଁ ସେରୋ-ସର୍ଭେ କରାଯାଇଥିଲା। ୮୩ ଜିଲାର ୨୬,୪୦୦ ଲୋକଙ୍କ ମଧ୍ୟରେ କରାଯାଇଥିବା ସର୍ଭେରେ ୦.୭୩% ଜଣ କରୋନାରେ ସଂକ୍ରମିତ ଥିବା ଏଥିରୁ ଜଣାପଡ଼ିଥିଲା। କିନ୍ତୁ ଭାଇରୋଲୋଜି, ପବ୍ଲିକ୍‌ ହେଲ୍‌ଥ ଏବଂ ମେଡିସିନ କ୍ଷେତ୍ରର ବିଶେଷଜ୍ଞମାନେ ସରକାରଙ୍କ ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବା ଦାବିରେ ସହମତ ନୁହନ୍ତି।
ଦିଲ୍ଲୀ ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଡ. ଏମ୍‌.ସି. ମିଶ୍ରଙ୍କ କହିବାନୁଯାୟୀ, ଦେଶର ଅନେକ ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେବା ନେଇ କୌଣସି ସନ୍ଦେହ ନାହିଁ। ପ୍ରବାସୀଙ୍କ ବଡ଼ଧରଣର ଗଣପଳାୟନ ଏବଂ ଲକ୍‌ଡାଉନ୍‌ କଟକଣା କୋହଳ ହେବା ଦ୍ୱାରା କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଛି। ବର୍ତ୍ତମାନ ଏହି ରୋଗ ସେହିସବୁ ଅଞ୍ଚଳରେ ବ୍ୟାପିଛି, ଯେଉଁଠାରେ ପୂର୍ବରୁ କୌଣସି ମାମଲା ନ ଥିଲା। ସରକାର ଗୋଷ୍ଠୀ ସଂକ୍ରମଣ ସତ୍ୟକୁ ଗ୍ରହଣ କରିବା ସମୟ ଆସିଛି, ଯଦ୍ଦ୍ବାରା ଲୋକମାନେ ଅଧିକ ସଚେତନ ହେବେ ଏବଂ ଏହାକୁ ହାଲୁକା ଭାବେ ଗ୍ରହଣ କରିବେ ନାହିଁ ବୋଲି ମିଶ୍ର କହିଛନ୍ତି। ଆଇସିଏମ୍‌ଆର୍‌ ସେରୋ-ସର୍ଭେ ବିଷୟରେ ସେ କହିଛନ୍ତି ଯେ, ୨୬,୪୦୦ ଲୋକଙ୍କ ନମୁନା ସଂଗ୍ରହ କରାଯାଇଥିଲା। କରୋନାର ବ୍ୟାପକ ସଂକ୍ରମଣକୁ ଦେଖିଲେ ତାହା ପର୍ଯ୍ୟାପ୍ତ ନୁହେଁ। ଭାରତର ବୃହତ୍‌ ଜନସଂଖ୍ୟା ଏବଂ ବିବିଧତାକୁ ଦୃଷ୍ଟିରେ ରଖି ଏହି ସର୍ଭେ ଦେଶରେ କରୋନାର ବାସ୍ତବ ଚିତ୍ର ପ୍ରକାଶ କରୁ ନାହିଁ ବୋଲି ମିଶ୍ର କହିଛନ୍ତି।
ବିଶିଷ୍ଟ ଭାଇରୋଲୋଜିଷ୍ଟ ଶହିଦ୍‌ ଜାମେଲ୍‌ କହିଛନ୍ତି ଯେ, ବହୁ ପୂର୍ବରୁ ଭାରତ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଞ୍ଚତ୍ସାରିଛି। କିନ୍ତୁ ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଏହାକୁ ସ୍ବୀକାର କରୁନାହାନ୍ତି। ଆଇସିଏମ୍‌ଆର୍‌ର ଏସ୍‌ଏଆର୍‌ଆଇ(ସିଭିୟର ଆକ୍ୟୁଟ୍‌ ରେସ୍ପିରାଟୋରି ଇଲ୍‌ନେଶ୍‌) ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ଯେ, ପ୍ରାୟ ୪୦% କରୋନା ସଂକ୍ରମିତ ବିଦେଶ ଯାତ୍ରା କରିନାହାନ୍ତି କି ଅନ୍ୟ କୌଣସି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିନାହାନ୍ତି। ଯଦି ଏହା ଗୋଷ୍ଠୀ ସଂକ୍ରମଣ ନୁହେଁ ତେବେ କ’ଣ ବୋଲି ଜାମେଲ୍‌ ପ୍ରଶ୍ନ କରିଛନ୍ତି।
ଦିଲ୍ଲୀର ସାର୍‌ ଗଙ୍ଗାରାମ ଡାକ୍ତରଖାନାର ବିଶିଷ୍ଟ ସର୍ଜନ ଡ. ଅରବିନ୍ଦ କୁମାର କହିଛନ୍ତି ଯେ, ଆଇସିଏମ୍‌ଆର୍‌ ଯୁକ୍ତିକୁ ଗ୍ରହଣ କରାଗଲେ ମଧ୍ୟ ଦିଲ୍ଲୀ, ଅହମ୍ମଦାବାଦ ଏବଂ ମୁମ୍ବାଇ ଭଳି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ କଥାକୁ ଅସ୍ବୀକାର କରାଯାଇପାରିବ ନାହିଁ। ଭାରତ ଏକ ବଡ଼ ଦେଶ ଏବଂ ପ୍ରତ୍ୟେକ ରାଜ୍ୟରେ ଭିନ୍ନ ସ୍ଥିତି ରହିଛି। ବିଭିନ୍ନ ସମୟରେ ସଂକ୍ରମଣ ମାମଲା ଶୀର୍ଷରେ ପହଞ୍ଚୁଛି। ଆଣ୍ଟିବଡିଗୁଡିକ ବିକାଶ ପାଇଁ ଦୁଇ ସପ୍ତାହ ଲାଗେ। ଆଇସିଏମ୍‌ଆର୍‌ ସର୍ଭେ ଏପ୍ରିଲର କରୋନା ସ୍ଥିତିକୁ ସୂଚାଉଛି, ଯେତେବେଳେ କି ଆମେ ସର୍ବୋତ୍ତମ ସ୍ଥିତିରେ ଥିଲୁ। ଏପ୍ରିଲର ତଥ୍ୟରୁ ଦାବି କରିବା ଭୁଲ୍‌ ଯେ, ଆମେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ନାହୁଁ ବୋଲି ଅରବିନ୍ଦ କହିଛନ୍ତି।

ଭାରତରେ ୧୫ କୋଟି ସଂକ୍ରମିତ, ଲକ୍ଷାଧିକ ମୃତ: ଗାଣିତିକ ତଥ୍ୟ
ଆଇସିଏମ୍‌ଆର୍‌ ସର୍ଭେ ଦୁଇଟି ଭାଗରେ ହୋଇଥିବାବେଳେ ତାହା ଏପ୍ରିଲ ୩୦ ସୁଦ୍ଧା ଦେଶର ସ୍ଥିତି ଉପରେ ପର୍ଯ୍ୟବସିତ। ସର୍ଭେର ପ୍ରଥମ ଭାଗ ଶେଷ ହୋଇଥିବାବେଳେ ଦ୍ୱିତୀୟ ଭାଗ ଜାରି ରହିଛି। ପ୍ରଥମ ଭାଗ ସର୍ଭେରେ ଦେଶର ସାଧାରଣ ଜନସଂଖ୍ୟା ମଧ୍ୟରୁ କରୋନାରେ ସଂକ୍ରମିତ ହୋଇଥିବା କେତେଜଣ ବ୍ୟକ୍ତିଙ୍କୁ ନେଇ ଆକଳନ କରାଯାଇଥିବାବେଳେ ଦ୍ୱିତୀୟ ଭାଗ ହଟ୍‌ସ୍ପଟ୍‌ ତଥା କଣ୍ଟେନ୍‌ମେଣ୍ଟ ଅଞ୍ଚଳର କେତେଜଣ ସଂକ୍ରମିତଙ୍କୁ ନେଇ ଆକଳନ କରାଯାଉଛି। ହେଲେ ପ୍ରଥମ ଭାଗ ରିପୋର୍ଟକୁ ଆଧାରକରି ସାମାଜିକ କର୍ମୀ, ନିର୍ବାଚନ ବିଶ୍ଲେଷକ ତଥା ସ୍ବରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବ ଏକ ଗାଣିତିକ ତଥ୍ୟ ଟୁଇଟ୍‌ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ, ଭାରତର ମୋଟ ଜନସଂଖ୍ୟା ପାଖାପାଖି ୧୩୮ କୋଟି (ଓ୍ବାଲର୍‌ଡଓମିଟର୍ସ.ଇନ୍‌ଫୋ ଓ୍ବେବ୍‌ସାଇଟ୍‌ ଅନୁଯାୟୀ)। ପ୍ରଥମ ଭାଗ ସେରୋ-ସର୍ଭେ ଅଞ୍ଚଳ (ନନ୍‌ ହଟ୍‌ସ୍ପଟ୍‌ ଏରିଆ)ରେ ଜନସଂଖ୍ୟା ହେଉଛି ୧୩୩ କୋଟି। ସେହିପରି ଦ୍ୱିତୀୟ ଭାଗ ସର୍ଭେ ଅଞ୍ଚଳ (ହଟ୍‌ସ୍ପଟ୍‌/କଣ୍ଟେନ୍‌ମେଣ୍ଟ ଏରିଆ)ରେ ଜନସଂଖ୍ୟା ହେଉଛି ୫ କୋଟି। ଯଦି ପ୍ରଥମ ଭାଗ ସର୍ଭେରେ ୦.୭୩% ବ୍ୟକ୍ତି ସଂକ୍ରମିତ ଥିବା କୁହାଯାଉଛି ତା’ହେଲେ ୧୩୩ କୋଟି ଜନସଂଖ୍ୟାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ଲକ୍ଷ ହେବ। ଦ୍ୱିତୀୟ ଭାଗ ରିପୋର୍ଟ ଏ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। କିନ୍ତୁ ପ୍ରଘଟ ହୋଇଥିବା ଏ ସମ୍ପର୍କିତ ଖବର ଅନୁଯାୟୀ ୧୫-୩୦% ବ୍ୟକ୍ତି ସଂକ୍ରମିତ ହୋଇଥିବା କୁହାଯାଉଛି। ଏଭଳି କ୍ଷେତ୍ରରେ ଯଦି ୧୫%କୁ ଧରାଯାଏ, ତା’ହେଲେ ଦ୍ୱିତୀୟ ଭାଗର ୫ କୋଟି ଜନସଂଖ୍ୟାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ଲକ୍ଷ ହେବ। ପ୍ରଥମ ଓ ଦ୍ୱିତୀୟ ଭାଗ ରିପୋର୍ଟକୁ ମିଶାଇଲେ ଏପ୍ରିଲ ୩୦ ସୁଦ୍ଧା ଦେଶରେ ୧.୭୨ କୋଟି ଲୋକ ସଂକ୍ରମିତ ହୋଇଛନ୍ତି। କିନ୍ତୁ ସରକାରୀ ଭାବେ ଏପ୍ରିଲ ୩୦ ବେଳକୁ ସଂକ୍ରମିତଙ୍କ ସଂଖ୍ୟା ୩୪ ହଜାର ୮୬୩ ଦର୍ଶାଯାଇଥିଲା। ସେହିପରି ଜୁନ୍‌ ୧୧ ସୁଦ୍ଧା ସରକାରୀ ଭାବେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୮ ହଜାର ୨୮୩ ଦର୍ଶାଯାଇଛି। ଏପ୍ରିଲ ୩୦ଠାରୁ ଜୁନ୍‌ ୧୧ ଯାଏ ସରକାରୀ ତଥ୍ୟକୁ ଆଧାର କଲେ ସଂକ୍ରମିତଙ୍କ ସଂଖ୍ୟା ୮.୫୫ ଗୁଣ ଅଧିକ ହୋଇଛି। ଏହି ହିସାବରେ ସେରୋ-ସର୍ଭେକୁ ଦେଖିଲେ ଜୁନ୍‌ ୧୧ ସୁଦ୍ଧା ଦେଶରେ ୧୪.୭ କୋଟି(୮.୫୫x ୧.୭୨ କୋଟି) ଲୋକ ସଂକ୍ରମିତ ହୋଇଛନ୍ତି ବୋଲି ଯୋଗେନ୍ଦ୍ର ଅଙ୍କ କଷିଛନ୍ତି। ସେହିପରି ମୃତ୍ୟୁସଂଖ୍ୟାକୁ ଦେଖିଲେ, ସଂକ୍ରମିତଙ୍କ ମଧ୍ୟରୁ ୦.୦୮%ଙ୍କ ମୃତ୍ୟୁ ଘଟିଥିବା ସେରୋ-ସର୍ଭେର ପ୍ରଥମ ଭାଗ ରିପୋର୍ଟରେ ଦର୍ଶାଯାଇଛି। ଏ କ୍ଷେତ୍ରରେ ଯୋଗେନ୍ଦ୍ରଙ୍କ ଗଣିତକୁ ଦେଖିଲେ ଜୁନ୍‌ ୧୧ ସୁଦ୍ଧା ଦେଶରେ ୧ ଲକ୍ଷ ୧୭ ହଜାର ୭୨୮(୧୪.୭ କୋଟି x୦.୦୮%) ସଂକ୍ରମିତଙ୍କ ମୃତ୍ୟୁ ଘଟିଥ୍‌ତ୍ବା ଜଣାପଡ଼ୁଛି। ଯଦି ଦ୍ୱିତୀୟ ଭାଗ ରିପୋର୍ଟରେ ମୃତ୍ୟୁହାର କମ୍‌ ରହେ ତା’ହେଲେ ମୃତ୍ୟୁ ସଂଖ୍ୟା ମଧ୍ୟ କମ୍‌ ହେବ ବୋଲି ଯୋଗେନ୍ଦ୍ର ଟୁଇଟ୍‌ରେ ଯୁକ୍ତି ବାଢ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ପାଳିତ ହେଲା ନୂଆଁଖାଇ; ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୧୫।୯(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

ନନ୍ଦିଗ୍ରାମ ଉପନିର୍ବାଚନ ପାଇଁ BJPର ମାଷ୍ଟରଷ୍ଟ୍ରୋକ, ଜାଣନ୍ତୁ କାହାକୁ କଲା ପ୍ରାର୍ଥୀ: ଟିଏମ୍‌ସି ପ୍ରାର୍ଥୀଙ୍କ ସହ ହେବ ଜୋରଦାର୍‌ ଲଢେଇ

କୋଲକାତା,୧୫।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନର ଉପନିର୍ବାଚନକୁ ନେଇ ଭାଜପା ବଡ଼ ଦାଉ ଖେଳିଛି। ଦଳ ଏହି ଆସନ ପାଇଁ ହାସିରାଣୀ ରଥଙ୍କୁ ପ୍ରାର୍ଥୀ କରିଛି। ହାସିରାଣୀ…

ରାସ୍ତାରେ ଭିକ ମାଗୁଥିବା ଭାଜପା ବିଧାୟକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଜାଣିଲେ ଚମକି ପଡ଼ିବେ, ହେଲେ ରାସ୍ତାରେ…

ମୁମ୍ବାଇ,୧୫।୯: ମୁମ୍ବାଇର ଘାଟକୋପର ପୂର୍ବ ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପରାଗ ଶାହାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫,୦୦୦ କୋଟି ଟଙ୍କା। ଟଙ୍କା ଦ୍ୱାରା କିଣାଯାଇପାରୁଥିବା ସମସ୍ତ…

ଭାରସାମ୍ୟ ହରାଇ ବାଇକ ସହ ଗଛରେ ପିଟିହେଲେ ଯୁବକ, ତାପରେ…..

ଉଦଳା,୧୫।୯(ସନ୍ତୋଷ ବାଛିନୀ): ଭୟଙ୍କର ଦୁର୍ଘଟଣା। ଦୃତଗତିରେ ବାଇକ ଚଲାଇ ଆସୁଥିବା ବେଳେ ଏକ ଗଛରେ ପିଟି ହୋଇ ତଳେ ପଡିଯାଇଥିଲେ ଯୁବକ । ଦୁର୍ଘଟଣା ଏତେ ଭୟଙ୍କର…

‘ମୋ ପତ୍ନୀ ବି ଚିତ୍କାର କରିବାକୁ ଲାଗିଲେ’, ବୈଭବଙ୍କ ସହ ଏମିତି କ’ଣ ହେଲା? ପ୍ରଶ୍ନ ଉଠାଇଲେ ପୂର୍ବତନ ଖେଳାଳି

ନୂଆଦିଲ୍ଲୀ,୧୫।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ T20 ମ୍ୟାଚ ଆରମ୍ଭ ହେବାକୁ ଯାଉଛି। ତେବେ ଏହା ପୂର୍ବରୁ ପ୍ରଥମ T20ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନ୍‌ରୁ…

ଭାରତୀୟ କ୍ରିକେଟ ପାଇଁ ସୁନୀଲ ଗାଭାସ୍କରଙ୍କ ବଡ଼ ଅନୁରୋଧ; କଲେ ଏମିତି ଦାବି

ନୂଆଦିଲ୍ଲୀ,୧୫।୯: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଏକ ସୁବର୍ଣ୍ଣଯୁଗ ଦେଇ ଗତି କରୁଛି ଏବଂ ବିଶ୍ୱ କ୍ରିକେଟରେ ଏହାର ପ୍ରଭାବଶାଳୀ ସ୍ଥିତି ରହିଛି; ତଥାପି, ପୂର୍ବତନ କିମ୍ବଦନ୍ତୀ…

ଦଧିବାମନ ମନ୍ଦିରରେ ଲାଗି ହେଲା ନବାନ୍ନ, ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରି…

ଭବାନୀପାଟଣା,୧୫।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ସହରର ସର୍ବ ପୁରାତନ ଦଧିବାମନ ଜୀଉଙ୍କ ମନ୍ଦିରରେ ନବାନ୍ନ ଲାଗି ହୋଇଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନ…

ଦିନକୁ କେତେ କୋଟି ରୋଜଗାର କରନ୍ତି ବୈଭବ? ୧୫ ବର୍ଷର ଷ୍ଟାରଙ୍କ ଆୟ ଜାଣିଲେ ଉଡ଼ିଯିବ ହୋସ!

ନୂଆଦିଲ୍ଲୀ,୧୫।୯: ଭାରତୀୟ କ୍ରିକେଟର ଯୁବ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ଏବେ ବିଶ୍ୱ କ୍ରିକେଟର ସବୁଠୁ ଚର୍ଚ୍ଚିତ ଖେଳାଳିଙ୍କ ମଧ୍ୟରେ ଜଣେ। ମାତ୍ର ୧୫ ବର୍ଷ ବୟସରେ ଫ୍ରାଞ୍ଚାଇଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?