Posted inଜାତୀୟ

ଆମ କୃଷକଙ୍କ ଦାବି ପୂରଣ କର : ଦିଲଜୀତ

ନୂଆଦିଲ୍ଲୀ,୫।୧୨: କୃଷି ଆଇନକୁ ବିରୋଧ କରୁଥିବା କୃଷକଙ୍କ ସପକ୍ଷରେ ବାହାରିଛନ୍ତି ପଞ୍ଜାବୀ ସିଙ୍ଗର ଓ ଆକ୍ଟର ଦିଲଜୀତ ଦୋସାଞ୍ଜ। ସେ ଶନିବାର ଦିଲ୍ଲୀ-ହରିୟାଣା ସୀମା (ସିଙ୍ଘୁ ସୀମା)ଠାରେ ଆନ୍ଦୋଳନରତ କୃଷକଙ୍କୁ ଭେଟିଥିଲେ। କୃଷକଙ୍କୁ ସମ୍ବୋଧନ କରି ଦିଲଜୀତ କହିଛନ୍ତି, ସମସ୍ତ କୃଷକ ଭାଇଙ୍କୁ ସଲ୍ୟୁଟ। ଆପଣମାନେ ଇତିହାସ ସୃଷ୍ଟି କରିଛନ୍ତି। ଏହାକୁ ଭବିଷ୍ୟତର ପୀଢ଼ି ମନେ ରଖିବେ। କୃଷକଙ୍କ ଉପରୁ କେହି ଧ୍ୟାନ ହଟାଇବାକୁ ଚେଷ୍ଟା କରିବା ଅନୁଚିତ। କେନ୍ଦ୍ର ସରକାରଙ୍କୁ ଆମର ଗୋଟିଏ ଅନୁରୋଧ। କୃଷକଙ୍କ ଦାବି ପୂରଣ କର। ସମସ୍ତେ ଶାନ୍ତିପୂର୍ଣ୍ଣ ଭାବେ ଏଠାରେ ଆନ୍ଦୋଳନ କରୁଛନ୍ତି। ପୂରା ଦେଶ କୃଷକଙ୍କ ସହ ଛିଡ଼ା ହୋଇଛି। ସୋସିଆଲ ମିଡିଆରେ କୃଷକଙ୍କ ଆନ୍ଦୋଳନ ନେଇ କିଛି ମିଥ୍ୟା ଖବର ପ୍ରଚାର କରାଯାଉଛି। ଏଠାରେ କେହି ହିଂସା ଘଟାଉ ନାହାନ୍ତି। ସୂଚନାଥାଉ କି, ଦିଲଜୀତ କ୍ରମାଗତ ଭାବେ କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ଦମ୍ପତିଙ୍କ ସହ ଚାଲିଗଲା ୪ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୧୪ା୯: ମଣିପୁରର ତାମେଙ୍ଗଲୋଙ୍ଗ ଜିଲାରେ ରବିବାର ୨ଟି ଘଟଣାରେ ସଶସ୍ତ୍ର ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ ୬ ବର୍ଷର ବାଳକ ଆହତ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ଦୁର୍ଗାପୂଜା ପୂର୍ବରୁ TMCରେ ବଡ଼ ହଲଚଲ: ଭାଜପାରେ ସାମିଲ ହେବେ ୧୭ ବିଦ୍ରୋହୀ ସାଂସଦ, ଦାବି କଲେ…

କୋଲକାତା,୧୪।୯: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (TMC) ଛାଡ଼ି ନ୍ୟାସନାଲିଷ୍ଟ ସିଟିଜେନ ପାର୍ଟି ଅଫ ଇଣ୍ଡିଆ (NCPI)ରେ ଯୋଗ ଦେଇଥିବା କୁଚବିହାର ସାଂସଦ ଜଗଦୀଶ ଚନ୍ଦ୍ର ବର୍ମା…

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

ମୁମ୍ବାଇର ‘ସବୁଠୁ ଧନୀ ଗଣେଶ’; ୬୬ କେଜି ସୁନାରେ ସଜ୍ଜିତ ଗଣପତି; ୭୦୩ କୋଟିରୁ ଅଧିକ ଟଙ୍କାର ବୀମା

ମୁମ୍ବାଇ,୧୪।୯: ମୁମ୍ବାଇର ଗଣେଶୋତ୍ସବ କଥା ଉଠିଲେ ଲାଲବାଗଚା ରାଜାଙ୍କ ନାଁ ନିଶ୍ଚିତ ଭାବେ ଆସେ। ତେବେ ମାୟାନଗରୀରେ ଆଉ ଜଣେ ଗଣପତି ଅଛନ୍ତି, ଯାହାଙ୍କ ଦରବାରରେ ଭକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?