ଆବାସ ଯୋଜନା ବାଟ୍‌ବନା: ପଲିଥିନ ତଲେ ମୁଡ଼ ଗୁଁଜିଛନ୍‌ ୫ ପରାନୀ କୁଟୁମ

ପଲମ, ୨୫।୧ (ଡି.ଏନ୍‌.ଏ.)-
କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗରିବ୍‌ ଦୁଖିକର ଲାଗି ଯୋଜନା ଉପରେ ଯୋଜନା ତିଆର କରି ଫିବଛର କୋଟି କୋଟି ଟଁକା ସାରୁଛନ୍‌। ହେଲେ ଅନେକ ଜାଗାରେ ଇ ସରକାରୀ ଯୋଜନାମାନକର ସୁଫଲ ଗରିବ୍‌ ଦୁଖି ହକ୍‌ଦାର ହିତାଧିକାରୀକଁର ପାସକେ ପୁହୁଁଚି ନାଇଁପାରବାର। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ଗିଗନା ପଁଚେତ୍‌ ସଦର ଗଁାରେ।
ସୂଚନା ହିସାବେ ଗିଗନା ଗଁାର ଇନ୍ଦ୍ରମଣି ହେର୍ଣ୍ଣା(୪୦)। ପରିବାର କହେଲେ ମାଏକିନା ମଞ୍ଜୁରୀ(୩୮), ଦୁଇ ପୁଓ ମୁନା(୨୦), ଛୁଟୁ(୧୮) ଆର ଝି’ ଅନିତା(୧୭)କେ ନେଇ ସଁସାର। ଇନ୍ଦ୍ରମଣି ଝନେ ନିହାତି ଗରିବ୍‌ ଲୋକ୍‌, ଜମିବାଡ଼ି ବଲି କିଛି ନାଇଁ। ଦାଦନ ଯାଇ କୁଟୁମ ପୁଷୁଥିଲେ। ଆଏଜ୍‌କେ ୫ ବଛର ତଲେ ସେ ଗଁାକେ ଫିରିଥିଲେ। ଦୁଖ୍‌ସୁଖ କରି ଗଁାର ଝନ୍‌କରନୁ ୫ ଡେସିମିଲ ଘରଡିହ ଘିନିଛନ୍‌। ହେଲେ ଅଭାବ ଅନାଟନ ଲାଗି ସେ ଭଲ ଘରଟେ ତିଆରି ନାଇଁପାରବାର। ଏନ୍‌ତାଥି ଝାଟିମାଟିର କୁରିଆଟେ କରି ଉପରେ ପଲିଥିନ୍‌ ଢାପି ପରିବାରଟା ବଡ଼ା ଗୁଲ୍‌ଗୁଲା ହେଇ ରହୁଛନ୍‌। ଇନ୍ଦ୍ରମଣି ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ଗିଗନା ପଁଚେତ୍‌ ପିଇଓ ଶନିଶ୍ଚର ସୂରାଜ ଆର ନର୍ଲା ବିଡିଓ ବ୍ୟାସଦେବ ବେହେରାକୁଁ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ସରକାରୀ ସାହାଯ୍‌ କହେଲେ ଫିମାସ ପଁଚେତ୍‌ରୁ ମିଲୁଥିବାର ୨୫ କେ.ଜି. ଚାଉଲ ନ ସାହାଭରସା। ଏନ୍‌ତା ପରିସ୍ଥିତିରେ ସେ ଗଣମାଧ୍ୟମ ଜରିଆରେ ଜିଲାପାଳକୁଁ ସରକାରୀ ଯୋଜନାରେ ପକାଘର ଖଁଡ଼େ ଯୁଗେଇ ଦେବାକେ ଅନୁରୋଧ କରିଛନ୍‌। ଇ ବାବ୍‌ଦେ ଗିଗନା ପଁଚେତ୍‌ର ପିଇଓ ଶନିଶ୍ଚର ସୂରାଜକୁଁ ପଚ୍‌ରାଲାରୁ ବରଷା ଦିନେ ତାକର ଘର ଭାଂଗି ଯାଇଥିଲା। ତାହାକୁ ପଲିଥିନ୍‌ ଯୁଗେଇ ଦିଆଯାଇଛେ। ଏସ୍‌ଇସିସି ତାଲିକାରେ ତାକର ନଁା ନଁାଇଁନ। ସେ ସରକାରୀ ଯୋଜନାରେ ଯେନ୍‌ଥେଇ ଘରଖଁଡ଼େ ପାଇପାରବେ ତାର ବେବସ୍‌ତା କରବାକେ ବିଡିଓ ବି କଥା ଦେଇଛନ୍‌ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ଦାଦନ ଦୁଃଖ, କର୍ନାଟକରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

କୋକସରା,୧୮ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାମ ଅନ୍ବେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକ ଯାଇଥିବା କଳାହାଣ୍ଡି ଜିଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଶରଧାପୁର ଗ୍ରାମର ଜଣେ…

କେସିଙ୍ଗାର ଜଣଙ୍କ ପରେ ଜଣେ ଝିଅ ଆଣୁଛନ୍ତି ସୁନାମ, ଏବେ ଅଞ୍ଚଳ ପାଇଁ ଗୌରବ ଆଣିଲେ ଅନିନ୍ଦିତା

କେସିଙ୍ଗା,୧୮ା୭(ତୁମେଶ୍ୱର ସାହୁ): କିଛିଦିନ ତଳେ କେସିଙ୍ଗାର ଦୁଇ ଝିଅ ଓପିଏସ୍‌ସିରେ ଉତ୍ତୀର୍ଣ୍ଣ ହୋଇ ସମଗ୍ର ଜିଲା ତଥା ରାଜ୍ୟରେ ଚହଳ ପକାଇଥିବାବେଳେ ଆଉ ଜଣେ ଆସିଷ୍ଟାଣ୍ଟ ପ୍ରଫେସର…

ମୁଖ୍ୟ ରାସ୍ତା ଶୋଚନୀୟ: ଯାତାୟାତରେ ନାହିଁ ସୁବିଧା, ପାଲଟିଛି ମରଣଯନ୍ତା

ରିଷିଡା, ୧୮।୭ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଗ୍ରାମର ମୁଖ୍ୟ ରାସ୍ତା ବର୍ତ୍ତମାନ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପହଞ୍ଚିଛି। ରାସ୍ତାଟି ସମ୍ପୂର୍ଣ୍ଣ…

ମହାପ୍ରଭୁଙ୍କ କଚ୍ଛପ ଅବତାର ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼

ରିଷିଡ଼ା,୧୮ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ମାଉସୀମା’ ମନ୍ଦିରଠାରେ ଦଶ ଅବତାର ବେଶ ଅନୁଷ୍ଠିତ ହେଉଥିବା ବେଳେ ମହାପ୍ରଭୁଙ୍କ ଦ୍ବିତୀୟ ଦିନରେ କଚ୍ଛପ ଅବତାର…

ଧରିତ୍ରୀ ପୋର୍ଟାଲ ପ୍ରଭାବ: ଫୁଲତୁଲାଙ୍କୁ ମିଳିଲା ପଲିଥିନ

କର୍ଲାମୁଣ୍ଡା,୧୮ା୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହଜାରିପଡ଼ାର ଅସହାୟ ବୃଦ୍ଧା ଫୁଲତୁଲା ସାହୁ( ୭୫)ଙ୍କ ଘର ବର୍ଷା ଯୋଗୁ ଜରାଜୀର୍ଣ୍ଣ ଅବସ୍ଥାରେ…

କଳାହାଣ୍ଡିରେ ୭୧୧ମିମି ବର୍ଷା ରେକର୍ଡ: ଧାନ କଟା ମେଶିନ ଉପରେ ପଡ଼ିଲା ବିରାଟ ଗଛ

ଭବାନୀପାଟଣା,୧୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡିର ବିଭିନ୍ନ ବ୍ଲକରେ ଗୁରୁବାର ଠାରୁ ଲଗାଣ ବର୍ଷା ଜାରି ରହିଛି। ଯାହାଫଳରେ ଗରମ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିଥିବାବେଳେ ଖରିଫ ଚାଷ ପାଇଁ…

ଲଣ୍ଡନରେ ପ୍ରଦର୍ଶନ ହେବ ସୁଜିତ ମେହେରଙ୍କ ହାବସପୁରୀ ପାଟ

ଭବାନୀପାଟଣା,୧୮ା୭(ଉତ୍ତମ କୁମାର ଦାଶ): ବିଶ୍ୱର ସର୍ବଶ୍ରେଷ୍ଠ ଫ୍ୟାଶନ ଶୋ ‘ଲଣ୍ଡନ ଫ୍ୟାଶନ ୱିକ୍‌’ ପାଇଁ ଡିଜାଇନ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ବିଭିନ୍ନ ଦେଶର ବଡ଼…

ବର୍ଷା ବିପତ୍ତି: ରାତ୍ରି ଭୋଜନ କରୁଥିବା ବେଳେ ଘର ଉପରେ ଭାଙ୍ଗିପଡ଼ିଲା ବିରାଟ ପଣସ ଗଛ, ଭୟଙ୍କର ଦୁର୍ଘଟଣାରେ…

ଥୁଆମୂଳ ରାମପୁର, ୧୭।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ଗୋପୀନାଥପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଳ ଚୋବରୀ ଗ୍ରାମରେ ଏକ ବଡ଼ ବିପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri