ଆନ୍ଧ୍ରରୁ ସାଇକେଲରେ ବ୍ରହ୍ମଗିରି ଫେରିଲେ ୭ ଶ୍ରମିକ: ୭୫୦ କି.ମିକୁ ଲାଗିଲା ୭ ଦିନ

ବ୍ରହ୍ମଗିରି,୨୯ା୪(ଡି.ଏନ.ଏ): ପୁରୀ ଜିଲା ବ୍ରହ୍ମଗିରି ଅଞ୍ଚଳର ୭ଜଣ ଶ୍ରମିକ ଗାଁ ଛାଡ଼ିି ଆନ୍ଧ୍ରପ୍ରଦେଶକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। କିନ୍ତୁ ସେମାନଙ୍କ ପାଇଁ ଦୁର୍ଦ୍ଦଶା ଆଣିଲା କରୋନା। ମାସେ ହେଲା ସାରା ଦେଶ ଲକ୍‌ଡାଉନ। ଏଥିଯୋଗୁ ଶିଳ୍ପ, କାରଖାନା ଓ ଜୀବନ ଜୀବିକା ସବୁ ଠପ୍‌ ହୋଇପଡ଼ିିଛି। ଫଳରେ ସେମାନେ କାମଧନ୍ଦା ହରାଇବା ସହ ରୋଜଗାର ବନ୍ଦ ହୋଇଯିବାରୁ ବହୁ କଷ୍ଟରେ କିଛିଦିନ ଚଳିବା ପରେ ନିଜ ଭିଟାମାଟିକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସାଇକେଲ ଯୋଗେ ଏହି ୭ଜଣ ଶ୍ରମିକ ଆନ୍ଧ୍ରପ୍ରଦେଶରୁ ଓଡ଼ିଶାର ବିଭିନ୍ନ ଗଳାବାଟ ଦେଇ ଦୀର୍ଘ ୭୫୦ କିଲୋମିଟର ଅତିକ୍ରମ କରି ବୁଧବାର ନିଜ ଗ୍ରାମରେ ପହଞ୍ଚିଛନ୍ତି। ଏବେ ଗ୍ରାମରେ ସମସ୍ତଙ୍କୁ ଆଇସୋଲେଶନ ସେଣ୍ଟରରେ ରଖାଯାଇଛି।
ସୂଚନା ଅନୁଯାୟୀ, ପୁରୀ ଜିଲା ବ୍ରହ୍ମଗିରି ବ୍ଲକର ଏହି ୭ଜଣ ଓଡ଼ିିଆ ଶ୍ରମିକ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲା ଗୁଡ଼ିଭାଡ଼ା ଅଞ୍ଚଳର ଏକ ରାଇସ୍‌ ମିଲରେ କାମ କରୁଥିଲେ। ଲକ୍‌ଡାଉନ ପ୍ରଭାବରୁ କାମ ବନ୍ଦ ପରେ ସେମାନଙ୍କ ପକ୍ଷେ ଚଳିବା କଷ୍ଟକର ହୋଇପଡ଼ିଥିଲା। ପାଖରେ ଥିବା ଖାଦ୍ୟ ସାମଗ୍ରୀ ଓ ପଇସାପତ୍ର ସରିଯିବାରୁ ଏମାନେ ଶେଷରେ ବାଧ୍ୟ ହୋଇ ନିଜ ଗାଁକୁ ଗତ ୨୩ ତାରିଖରେ ସାଇକେଲ ଯୋଗେ ବାହାରିଥିଲେ। ବୁଧବାର ଏମାନେ ନିଜ ନିଜ ଗ୍ରାମରେ ପହଞ୍ଚିଥିଲେ। ଏହି ଖବର ପାଇ ବ୍ରାହ୍ମଣିଆ, ବଡବେଣାକୁଦି, ଭୁବନପୁର ଓ ନିଆଜପୁର ଗ୍ରାମପଞ୍ଚାୟତର ସରପଞ୍ଚମାନେ ସେମାନଙ୍କୁ ନେଇ ସମ୍ପୃକ୍ତ ପଞ୍ଚାୟତରେ ହୋଇଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ୧୪ଦିନ ପାଇଁ ରଖାଇବା ବ୍ୟବସ୍ଥା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣ ମାସରେ ମଟନ୍ ଖାଇବାକୁ ଜିଦ୍ କଲେ ପୁଅ, ପିଟିପିଟି ମାରିଦେଲେ ବାପା

ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ପୁଣେରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଶ୍ରାବଣ ମାସରେ ମଟନ ଖାଇବାକୁ ଜିଦ୍‌ କରିବାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା।…

ସୂର୍ଯ୍ୟ-ବୁଧଙ୍କ ଶୁଭ ଯୁତି: ଖୋଲିବ ୪ ରାଶିର ଭାଗ୍ୟ, ହେବ ପ୍ରଚୁର ଧନଲାଭ!

ଆଜି ଅଗଷ୍ଟ ୨୭ ତାରିଖ ରାତି ୧୦ଟା ୩୧ ମିନିଟରେ ସୂର୍ଯ୍ୟ ଏବଂ ବୁଧ ଗ୍ରହ ଦୁହେଁ ୦ ଡିଗ୍ରୀକୁ ଆସିବେ। ଏହି ସମୟରେ ଯୁତି ଦୃଷ୍ଟି…

‘ମାତା-ପିତାଙ୍କ ସେବା ପୁଅ-ଝିଅଙ୍କ ଦାୟିତ୍ୱ, ବୋହୂ-ଜ୍ୱାଇଁଙ୍କର ନୁହେଁ‘: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୭।୮: ମାତା-ପିତାଙ୍କ ସେବା କରିବା ପୁଅ ଏବଂ ଝିଅର ଦାୟିତ୍ୱ, ବୋହୂ ଏବଂ ଜ୍ୱାଇଁ ଏଥିପାଇଁ ଦାୟୀ ନୁହଁନ୍ତି। କୌଣସି ବ୍ୟକ୍ତି ନିଜ ସ୍ତ୍ରୀକୁ କିମ୍ୱା କୌଣସି…

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୭।୮: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆସୁଛି। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ପାର୍ଶବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ସକ୍ରିୟ ଥିବା ଜଣାପଡ଼ିଛି। ଏହାର ପ୍ରଭାବରେ…

ନେପାଳରେ ବନ୍ୟା ତାଣ୍ଡବ: ୨୮୮ ଭାରତୀୟଙ୍କ ମିଳୁନି ପତ୍ତା,୨୧ ଉଦ୍ଧାର

ନୂଆଦିଲ୍ଲୀ,୨୭।୮: ନେପାଳରେ ବନ୍ୟା ପରେ ୨୮୮ ଜଣ ଭାରତୀୟ ନିଖୋଜ ଥିବା ରିପୋର୍ଟ ହୋଇଛି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବୈଦେଶିକ ମନ୍ତ୍ରଣାଳୟର…

ନିଆରା ରାକ୍ଷୀପୂର୍ଣ୍ଣିମା: ଗଛକୁ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ଛାତ୍ରୀଛାତ୍ର

ଭଞ୍ଜନଗର, ୨୭।୮(ବାବୁଲା ପ୍ରଧାନ): ଗଛ ଓ ମଣିଷର ସମ୍ପର୍କକୁ ଦୃଢ଼ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଲକ୍ଷ୍ୟରେ ରାକ୍ଷୀପୂର୍ଣ୍ଣିମା ଅବସରରେ ଭଞ୍ଜନଗର କବି ସମ୍ରାଟ…

ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି କରିବାକୁ ଚାଷୀଙ୍କ ଦାବି, ବାକି ଅଛନ୍ତି…

ବଡ଼ଗାଁ,୨୭।୮(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକରେ ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ପ୍ରକ୍ରିୟାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ…

ପୁଣି ବନ୍ଦ ହେଲା ୪ ସ୍ଲୁଇସ ଗେଟ: ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରବାର ୍ଯଯଯାହ୍ନରେ ପୁଣି ୪ଟି ସ୍ଲୁଇସ ଗେଟକୁ ବନ୍ଦ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri