ଆନୁଗତ୍ୟ ବୋହୁଛି

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସାମ୍ବିଧାନିକ ସମ୍ପର୍କ ସ୍ଥାପନ ପାଇଁ ଭାରତରେ ରାଜ୍ୟପାଳମାନଙ୍କୁ ନିଯୁକ୍ତ କରାଯାଇଥାଏ। ହେଲେ ଦେଖାଯାଉଛି କେତେକ ରାଜ୍ୟପାଳ ସାମ୍ବିଧାନିକ ସୀମା ଅତିକ୍ରମ କରି ନିର୍ବାଚିତ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି। ସେଥିଲାଗି ସେମାନଙ୍କ ଭୂମିକା ନେଇ ଅନେକ ସମୟରେ ତର୍କ ହୋଇଥାଏ। ଏଥିସହିତ ଉକ୍ତ ପଦବୀର ଆବଶ୍ୟକତା ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୭-୧୮ ଆର୍ଥିକ ବର୍ଷରେ ତତ୍‌କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଉପରାଜ୍ୟପାଳ ଓ ରାଜ୍ୟପାଳଙ୍କ ଦରମା ବୃଦ୍ଧି ସଂକ୍ରାନ୍ତ ବିଲ୍‌ ଆଗତ କରିଥିଲେ। ଉପରାଜ୍ୟପାଳ ୨.୨୫ ଲକ୍ଷ ଟଙ୍କା ଓ ରାଜ୍ୟପାଳ ୩.୫ ଲକ୍ଷ ଟଙ୍କା ଦରମା ପାଇବାର ବ୍ୟବସ୍ଥା କରାଯାଇଥିଲା। ସେହି ସମୟରେ ଲୋକ ସଭାରେ ଏହି ପଦବୀକୁ ନେଇ ଅନେକ ମତ ପ୍ରକାଶ ପାଇଥିଲା। ଭାଜପାର କେତେକ ସଦସ୍ୟ ନିଜ ଭାଷଣରେ କଂଗ୍ରେସ କେଉଁଭଳି ଭାବେ ଏହି ପଦବୀର ଦୁରୁପଯୋଗ କରୁଥିଲା ତାହାର ଅନେକ ଉଦାହରଣ ଦେଇଥିଲେ। କିନ୍ତୁ ପରିସ୍ଥିତିର ପରିବର୍ତ୍ତନ କରିବା ପରିବର୍ତ୍ତେ ଆଜିର ସରକାର ଅଧିକ ଜଟିଳତା ସୃଷ୍ଟି କରିଛନ୍ତି। ୨୩ ନଭେମ୍ବର ୨୦୧୯ରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ୍‌ ସିଂ କୋଶିୟାରୀ ଯେଭଳି ଭାବେ ଦେବେନ୍ଦ୍ର ଫଡ୍‌ନବିସ ଓ ଅଜିତ୍‌ ପାଓ୍ବରଙ୍କୁ ବଡ଼ିଭୋରୁ ଶପଥ ଗ୍ରହଣ କରାଇଦେଇଥିଲେ, ସେଥିରୁ ତାଙ୍କର ରବର ଷ୍ଟାମ୍ପ୍‌ ପରିସ୍ଥିତି ସମ୍ପର୍କରେ ସମଗ୍ର ଦେଶ ଅବଗତ ହୋଇଥିଲା। ପଣ୍ଡିଚେରୀ ଉପରାଜ୍ୟପାଳ ଥିବା କିରଣ ବେଦୀ ଅତୀତରେ ଦେଇଥିବା ଏକ ମନ୍ତବ୍ୟ ଏଠାରେ ମନେପଡ଼େ। ତାଙ୍କର ‘ଛୋଟ ବଳାତ୍କାର’ ମନ୍ତବ୍ୟକୁ ନେଇ ଗଣମାଧ୍ୟମ ଯେଉଁଭଳି ଛବି ଆଙ୍କିଥିଲା, ସେଥିପାଇଁ ସେ ଗଣମାଧ୍ୟମକୁ ସେତେବେଳେ ସମାଲୋଚନା କରିଥିଲେ। ଜଣେ ମହିଳା ଉପରାଜ୍ୟପାଳ ଛୋଟ ବଳାତ୍କାରର ଅର୍ଥ ଦେଶବାସୀଙ୍କୁ ବୁଝାଇବା ଦରକାର। ଏହା ବିଶେଷ ଭାବେ ଗୁରୁତ୍ୱ ଧାରଣ କରୁଛି ଯେ, କିରଣ ବେଦୀ ଜଣେ ପୂର୍ବତନ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀ। ନାରୀଙ୍କ ପ୍ରତି ଜଘନ୍ୟ ଅପରାଧକୁ ଲୋକଲୋଚନକୁ ଆଣି କେଉଁଭଳି ତ୍ରୁଟି ଗଣମାଧ୍ୟମ କରିଛି ସେ ସମ୍ପର୍କରେ କିରଣ ବେଦୀ ଅଧିକ ବ୍ୟସ୍ତତା ପ୍ରକାଶ କରୁଥିବା ଅତ୍ୟନ୍ତ ଅଶୋଭନୀୟ ମନେହେଉଛି। କିରଣଙ୍କ ପରେ ଏବେ କେରଳ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ୍‌ଙ୍କ ମତ ପ୍ରକାଶ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି। ଭାଜପାର ଦୁଇ ଚାରୋଟି କୁକୁଡ଼ାର ମୁକୁଟ ଭଳି ଥିବା ଅରିଫ୍‌ ମହମ୍ମଦ ଖାନ୍‌ ଏବେ ପରିଚିତ ହୋଇଛନ୍ତି। ପୂର୍ବରୁ କଂଗ୍ରେସ, ଜନତା ଦଳ, ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଆଦି ତୁଠକୁ ଅଇଁଠା କରିସାରିବା ପରେ ଭାଜପା ତୁଠରେ ଅରିଫ୍‌ ଗାଧୋଉଛନ୍ତି। ଏଠାରେ ଏକ ଇଂଲିଶ ଢଗ ମନେପଡ଼େ-‘ମୋର୍‌ ଲୟାଲ ଦାନ୍‌ ଦି କିଙ୍ଗ’। ଅର୍ଥାତ୍‌ ରାଜାଙ୍କ ତୁଳନାରେ ଅଧିକ ଆନୁଗତ୍ୟ ଦେଖାଇବା। ସେଥିପାଇଁ ହୁଏତ କେନ୍ଦ୍ର କିଛି କହିବା ପୂର୍ବରୁ ଅରିଫ୍‌ ନିଜର ଆନୁଗତ୍ୟ ପ୍ରଦର୍ଶନ କରିଦେଉଛନ୍ତି।
ସଦ୍ୟ ଘଟଣା ଦେଖିଲେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ କେରଳର ବାମସାମ୍ମୁଖ୍ୟ ସରକାର ଓ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ୍‌ଙ୍କ ମଧ୍ୟରେ ବିବାଦ ଘନୀଭୂତ ହୋଇଛି। କେରଳ ସରକାର ସିଏଏ ବିରୋଧରେ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିବାରୁ ରାଜ୍ୟପାଳ ଏ ନେଇ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି। ସେ ନୀରବ ଦର୍ଶକ ନ ରହି ରାଜ୍ୟରେ ଉକ୍ତ ଆଇନକୁ କାର୍ଯ୍ୟକାରୀ କରିବେ ବୋଲି ଖାନ୍‌ କହିଛନ୍ତି। ରାଜ୍ୟ ସରକାର ତାଙ୍କ ସହ ପରାମର୍ଶ ନ କରି ସର୍ବୋଚ୍ଚ ଅଦାଲତକୁ ଯାଇଥିବାରୁ ସେ ନିଜର ଅସନ୍ତୋଷ ସାଧାରଣରେ ବ୍ୟକ୍ତ କରିଛନ୍ତି।
ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚିତ ସରକାର ସବୁ କିଛି। ରାଜ୍ୟପାଳ କେବଳ ସମ୍ବିଧାନର ରକ୍ଷକ। ସିଏଏ କଥା ଦେଖିଲେ ତାହା ପାର୍ଲାମେଣ୍ଟର ସ୍ବୀକୃତି ପାଇଥିଲେ ମଧ୍ୟ ଏହାର କେତେକ ଦିଗ ନାଗରିକଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରି କେରଳ ଓ ପଞ୍ଜାବ ସରକାର ଏହାର କାର୍ଯ୍ୟକାରିତା ବିରୋଧରେ ସେମାନଙ୍କ ବିଧାନସଭାରେ ପ୍ରସ୍ତାବ ଗୃହୀତ କରିଛନ୍ତି। ଏହି ଦୁଇ ରାଜ୍ୟ ପରେ ରାଜସ୍ଥାନ ସରକାର ସେମାନଙ୍କ ପଦାଙ୍କ ଅନୁସରଣ କରିବ ବୋଲି କହିଛି। ଅବଶ୍ୟ ଏହା ଏକ ତର୍କର ବିଷୟ ଯେ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଦ୍ୱାରା ଅଣାଯାଇଥିବା ଆଇନକୁ ରାଜ୍ୟଗୁଡ଼ିକ କିଭଳି ବିରୋଧ କରିପାରିବେ। ଯେତେବେଳେ କେନ୍ଦ୍ରର କୌଣସି ନିଷ୍ପତ୍ତି ରାଜ୍ୟର ଅଧିକାରକୁ କ୍ଷୁଣ୍ଣ କରୁଥିବ, ସେତେବେଳେ ତାହାର ପ୍ରତିବାଦ କରାଯାଇପାରିବ। ଆଜିର ପରିସ୍ଥିତିରେ ସିଏଏକୁ ନେଇ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ପଡ଼ିରହିଛି। ଏହାର ବୈଧତା ଉପରେ ସର୍ବୋଚ୍ଚ ଅଦାଲତ ରାୟ ଶୁଣାଇ ନ ଥିବାରୁ ଯେଉଁ ରାଜ୍ୟଗୁଡ଼ିକ ସିଏଏକୁ ବିରୋଧ କରୁଛନ୍ତି ସେମାନେ କୋର୍ଟଙ୍କ ଆଶ୍ରୟ ନେବାରେ ଅସୁବିଧା ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏଭଳି ସ୍ଥଳେ କେରଳ ରାଜ୍ୟପାଳ ସେଠାକାର ସରକାରଙ୍କଠାରୁ ରିପୋର୍ଟ ମାଗିବା ହେଉଛି ତାଙ୍କ କାର୍ଯ୍ୟ ପରିସର ବାହାର ବୋଲି ମନେହେଉଛି। ଅବଶ୍ୟ ପୂର୍ବରୁ କେନ୍ଦ୍ରରେ ଶାସନ କରୁଥିବା ଦଳ ତା’ର ନେତାମାନଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତ କରି ରାଜନୈତିକ ଫାଇଦା ଉଠାଇଥିବାର ନଜିର ରହିଛି। ହେଲେ ଆଜିର କେନ୍ଦ୍ର ସରକାର ଦ୍ୱାରା ନିଯୁକ୍ତ ରାଜ୍ୟପାଳମାନେ ଯେଭଳି ଭାବେ ବ୍ୟବହାର ପ୍ରଦର୍ଶନ କରୁଛନ୍ତି ତାହା ଦ୍ୱାରା ସଂଘୀୟ ବ୍ୟବସ୍ଥା ବିପଦରେ ପଡ଼ିଲାଣି। କାରଣ ଏହି ରାଜ୍ୟପାଳମାନେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ପର୍କର ସେତୁ ନ ପାଲଟି ରାଜନୈତିକ ପ୍ରତିନିଧି ଭଳି କାର୍ଯ୍ୟ କରୁଥିବା ପ୍ରତୀୟମାନ ହେଉଛି। ନିକଟ ଅତୀତକୁ ଦେଖିଲେ କର୍ନାଟକ ରାଜ୍ୟପାଳ ବାଜୁଭାଇ ଭାଲା ଓ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଯେଉଁଭଳି ଭାବେ ସମ୍ପୃକ୍ତ ରାଜ୍ୟଗୁଡ଼ିକର ବିଧାନସଭା ନିର୍ବାଚନ ପରେ ନିଜର ଭୂମିକା ପ୍ରଦର୍ଶନ କରିଥିଲେ, ତାହା ସେହି ପଦବୀକୁ ଅସମ୍ମାନିତ କରିଥିଲା। ଯେତେବେଳେ ରାଜ୍ୟପାଳମାନେ ସାମ୍ବିଧାନିକ ମର୍ଯ୍ୟାଦା ଅତିକ୍ରମ କରିବା ସହିତ ଦେଶର ମୌଳିକ ଚରିତ୍ର ଅର୍ଥାତ୍‌ ସଂଘୀୟ ଢାଞ୍ଚାକୁ ଆଘାତ ଦେଇଥାଆନ୍ତି, ସେତେବେଳେ ଉକ୍ତ ପଦବୀର ଗରିମା ହ୍ରାସ ପାଇଥାଏ। ଏଭଳି ରାଜ୍ୟପାଳମାନଙ୍କ କାର୍ଯ୍ୟକୁ ଦେଖିଲେ ମନେହେଉଛି ସତେଯେପରି ସେମାନେ କେନ୍ଦ୍ର ସରକାରଙ୍କ ସ୍ବାର୍ଥକୁ ଜଗିବା ପରିବର୍ତ୍ତେ ଭାଜପାର ଦଳୀୟ ସ୍ବାର୍ଥକୁ ଗୁରୁତ୍ୱ ଦେଉଛନ୍ତି। ଏହା ଦେଶ ପାଇଁ କ୍ଷତିକାରକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶ୍ରମିକମାନଙ୍କୁ ହଳେ ସ୍ଲିପର ଓ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲାଗି ଦିବ୍ୟାଂଶୁ ଉପାଧ୍ୟାୟ ଏକ ଅଭିନବ ଅଭିଯାନ ଚଳାଇଛନ୍ତି। ଦିବ୍ୟାଂଶୁ ରହୁଛନ୍ତି ଉତ୍ତରପ୍ରଦେଶ ବନାରସରେ। ସେ...

ବାଲୁଚିସ୍ତାନ ସହ ବିଶ୍ବାସଘାତକତା

ଲଳିତେନ୍ଦୁ ପଲାଉରୀ ପାକିସ୍ତାନର ପ୍ରମୁଖ ପ୍ରଦେଶ ବାଲୁଚିସ୍ତାନ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରାଷ୍ଟ୍ର ଦାବି କରୁଥିବା ବେଳେ ଦିନକୁ ଦିନ...

ସମ୍ବିଧାନ ବଦଳାଇବାକୁ ନେଇ ଆଶଙ୍କା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ସମ୍ବିଧାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ...

Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri