ଆଦିବାସୀଙ୍କୁ ମିଳିନି ସହାୟତା, ପତ୍ରରେ ତିଆରି ମାସ୍କ ସାହାରା

ଛତ୍ରପୁର,୧୯ା୪(ଡି.ଏନ୍‌.ଏ.)-ଗଞ୍ଜାମ ଜିଲାରେ ଆଦିବାସୀମାନେ ଜଙ୍ଗଲ ଜମି ଅଧିକାରଠାରୁ ଆରମ୍ଭ କରି ପାଣି, ବିଭିନ୍ନ ସରକାରୀ ସହାୟତା ଆଦି ପାଇବାରୁ ବଞ୍ଚିତ ଥିବାବେଳେ ବର୍ତ୍ତମାନର ଲକ୍‌ଡାଉନ ସମସ୍ୟା ଦ୍ୱିଗୁଣିତ କରିଛି। ଏମାନେ କାମ ପାଇଁ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ମହାମାରୀ କରୋନା ସମ୍ପର୍କରେ କେତେଜଣ ମାତ୍ର ଗାଁକୁ ଯାଇ ଲୋକଙ୍କୁ ସଚେତନ କରିଛନ୍ତି। ଆଦିବାସୀଙ୍କ ପାଖରେ ମାସ୍କ ନାହିଁ। ତେଣୁ ପତ୍ରରେ ମାସ୍କ ତିଆରି କରି ପିନ୍ଧୁଛନ୍ତି। ଏବେଠୁ ଆଦିବାସୀମାନେ ଜଳକଷ୍ଟ ଭୋଗିଲେଣି।
ବେଗୁନିଆପଡ଼ା ବ୍ଲକରେ ପାହାଡ଼ ଉପରେ ଥିବା ୧୯ଟି ଆଦିବାସୀ ଗାଁରେ ଥିବା ଲୋକେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ୧୫ କି.ମି. ଦୂର ଯିବାକୁ ପଡ଼ୁଛି। ଆଦିବାସୀଙ୍କ ପ୍ରତି ସରକାରଙ୍କ ଦୃଷ୍ଟି ଦିଅନ୍ତୁ ବୋଲି ନିରଞ୍ଜନ ଶବର, ଜଗବନ୍ଧୁ ଶବର, ବୁଦ୍ଧିଆ ଶବର, ଲକ୍ଷ୍ମଣ ଶବର ପ୍ରମୁଖ ଦାବି କରିଛନ୍ତି। ସେହିପରି ଜଗନ୍ନାଥପ୍ରସାଦ, ବେଗୁନିଆପଡା, ପାତ୍ରପୁର, ସୋରଡ଼ା, ଧରାକୋଟ, ଖଲ୍ଲିକୋଟ, ଦିଗପହଣ୍ଡି, ପୋଲସରା ଆଦି ୧୬ଟି ବ୍ଲକରେ ବସବାସ କରୁଥିବା ଆଦିବାସୀମାନେ ନଦୀ, ଝରଣାରୁ ପିଇବା ପାଣି ଆଣୁଛନ୍ତି। କେତେକ ଆଦିବାସୀ ପରିବାର ରାଶନ, ସରକାରୀ ସହାୟତା ପାଇ ନ ଥିବା ଅଭିଯୋଗ ହୋଇଛି। ଆଧାର ନମ୍ବର ରାଶନ କାର୍ଡ ସହ ଲିଙ୍କ ହୋଇ ନ ଥିବାରୁ କେତେକ ସହାୟତା ପାଇନାହାନ୍ତି। ଏମ୍‌ଜିଏନଜିଆରଏସ୍‌ରେ ପୋଖରୀ ଓ ଜମି କାମ ଏବଂ କୂଅ ଖନନ କାର୍ଯ୍ୟ ଆଦିବାସୀଙ୍କୁ ଯୋଗାଇଦେବାକୁ ଋଷିକୂଲ୍ୟା ରୟତ ମହାସଭାର ସୀମାଞ୍ଚଳ ନାହାକ ଜିଲାପାଳଙ୍କୁ ପଠାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଚାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ବେଳାଭୂମି ଅବକ୍ଷୟ ରୋକିବାକୁ ଦାବିପତ୍ର

ଗଞ୍ଜାମ,୨୪ା୮(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ କନଫରେନ୍ସ ହଲ ଠାରେ ସୋମବାର ଜିଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲାପାଳ ଭି…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

ଭିକ୍ଷା ମାଗି ଜମା କରିଥିଲେ ଲକ୍ଷ ଲକ୍ଷ ଟଙ୍କା; ଘରୁ ମିଳିଲା ୩୦ରୁ ଅଧିକ ବସ୍ତା ନୋଟ୍, ଗଣିଗଣି ସବୁ ହାଲିଆ

ବେଙ୍ଗାଲୁରୁ,୨୪ା୮: କର୍ନାଟକରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସାରା ଜୀବନ ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ମିଳିଛି…

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri