Posted inଖେଳ

ଆଥଲେଟ୍‌ଙ୍କ ଟ୍ରେନିଂ ଆଜିଠାରୁ

ନୂଆଦିଲ୍ଲୀ, ୨୫।୫(ପି.ଟି.)- କରୋନା ଭାଇରସ୍‌ ସଂକ୍ରମଣଜନିତ ଲକ୍‌ଡାଉନ୍‌ ସ୍ଥିତି ଯୋଗୁ ୨ମାସ ଘର ଭିତରେ ରହିବାପରେ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟ୍‌ମାନେ ସୋମବାରଠାରୁ ଆଉଟଡୋର ଟ୍ରେନିଂ ଆରମ୍ଭ କରିବାକୁ ଯାଉଛନ୍ତି। ଆହତ ସମସ୍ୟାଠାରୁ ଦୂରେଇ ରହିବାପାଇଁ ମୁଖ୍ୟତଃ ଫିଟ୍‌ନେସ ଟ୍ରେନିଂ ଉପରେ ଫୋକସ ରହିବ। ଏନଆଇଏସ ପଟିଆଲା, ସାଇ ସେଣ୍ଟର ବେଙ୍ଗାଲୁରୁ ଏବଂ ଉଟିଠାରେ ଆଉଟଡୋର ଫିଟ୍‌ନେସ ଟ୍ରେନିଂ ସୋମବାରଠାରୁ ଆରମ୍ଭ ହେବ ବୋଲି ଆଥଲେଟିକ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ ସଭାପତି ଆଡିଲ ସୁମାରିଓ୍ବାଲା ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଚଳିତମାସ ୧୭ ତାରିଖରେ ସରକାର ବିନା ଦର୍ଶକରେ ଗାଇଡଲାଇନ୍‌ ଅନୁସାରେ ଷ୍ଟାଡିୟମରେ ଟ୍ରେନିଂ ଆରମ୍ଭ ପାଇଁ ଅନୁମତି ପ୍ରଦାନ କରିଥିଲେ। ଫଳରେ ଆଥଲେଟ୍‌ଙ୍କ ଆଉଟଡୋର ଟ୍ରେନିଂ ପାଇଁ ପଥ ଉନ୍ମୁକ୍ତ ହୋଇଥିଲା। ”ଆଥଲେଟ୍‌ମାନେ ୮ ସପ୍ତାହଧରି ଘରେ ରହିଯିବାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଫିଟ୍‌ନେସ ଟ୍ରେନିଂ ଜରୁରୀ ହୋଇ ପଡ଼ିଛି। ଫିଟ୍‌ନେସ ସ୍ତରରେ ଉନ୍ନତି ଆସିଲେ ସେମାନେ ଟ୍ରାକ୍‌ ଉପରେ ରନିଂ, ନର୍ଦ୍ଦିିଷ୍ଟ ସ୍ଥାନରେ ଥ୍ରୋଇଂ ଆଦି ସ୍ବତନ୍ତ୍ର ଟ୍ରେନିଂ ଆରମ୍ଭ କରିପାରିବେ“ ବୋଲି ସୁମାରିଓ୍ବାଲା କହିଛନ୍ତି।
ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ତାରକା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଆଉଟଡୋର ଟ୍ରେନିଂ ପାଇଁ ବ୍ୟଗ୍ରତା ପ୍ରକାଶ କରିଛନ୍ତି। ” ମୁଁ ଖୁସି ଅନୁଭବ କରୁଛି। ଏହା ଏକ ଧିମା ଆରମ୍ଭ ହୋଇଥିଲେ ହେଁ କିଛି ହେବାକୁ ଯାଉଥିବାରୁ ଭଲ ଲାଗୁଛି“ ବୋଲି ଏନଆଇଏସ ପଟିଆଲାରେ ମାର୍ଚ୍ଚ ୧୮ରୁ ଗୃହାବଦ୍ଧ ହୋଇ ରହିଥିବା ନୀରଜ କହିଛନ୍ତି। ସ୍ପ୍ରିଣ୍ଟର ହିମା ଦାସଙ୍କ ସମେତ ଟ୍ରାକ୍‌ ଧାବକ ଓ ଥ୍ରୋ ଇଭେଣ୍ଟକୁ କ୍ୟାରିୟର କରୁଥିବା ଆଥଲେଟ୍‌ମାନେ ଏନଆଇଏସ ପଟିଆଲା, ରେସ୍‌ ଓ୍ବାକରମାନେ ବେଙ୍ଗାଲୁରୁସ୍ଥିତ ସାଇ(ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ) ସେଣ୍ଟର ଓ ଲଙ୍ଗ ଡିଷ୍ଟାନ୍ସ ରନରମାନେ ତାମିଲନାଡ଼ୁର ଉଟିସ୍ଥିତ କ୍ୟାମ୍ପରେ ରହିଛନ୍ତି। ଓଡ଼ିଶା ସରକାର ଲକ୍‌ଡାଉନ୍‌ ନିୟମ କୋହଳ କରିବାପରେ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆଉଟଡୋର ଟ୍ରେନିଂ ଆରମ୍ଭ କରି ଦେଇଛନ୍ତି। ଏଏଫଆଇ ପ୍ରଣୟନ କରିଥିବା ନିୟମ ଅନୁସାରେ ଆଥଲେଟ୍‌ମାନେ ଟ୍ରେନିଂ ଅବସରରେ କାହା ସହିତ ହାତ ମିଳାଇ ପାରିବେ ନାହିଁ, ଆଲିଙ୍ଗନ କରିପାରିବେ ନାହିଁ, ଛେପ ପକାଇ ପାରିବେ ନାହିଁ କିମ୍ବା ଅଭ୍ୟର୍ଥନା ପ୍ରକୋଷ୍ଟକୁ ଯାଇ ପାରିବେ ନାହିଁ। ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri