Posted inଖେଳ

ଆଥଲେଟ୍‌ଙ୍କ ଟ୍ରେନିଂ ଆଜିଠାରୁ

ନୂଆଦିଲ୍ଲୀ, ୨୫।୫(ପି.ଟି.)- କରୋନା ଭାଇରସ୍‌ ସଂକ୍ରମଣଜନିତ ଲକ୍‌ଡାଉନ୍‌ ସ୍ଥିତି ଯୋଗୁ ୨ମାସ ଘର ଭିତରେ ରହିବାପରେ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟ୍‌ମାନେ ସୋମବାରଠାରୁ ଆଉଟଡୋର ଟ୍ରେନିଂ ଆରମ୍ଭ କରିବାକୁ ଯାଉଛନ୍ତି। ଆହତ ସମସ୍ୟାଠାରୁ ଦୂରେଇ ରହିବାପାଇଁ ମୁଖ୍ୟତଃ ଫିଟ୍‌ନେସ ଟ୍ରେନିଂ ଉପରେ ଫୋକସ ରହିବ। ଏନଆଇଏସ ପଟିଆଲା, ସାଇ ସେଣ୍ଟର ବେଙ୍ଗାଲୁରୁ ଏବଂ ଉଟିଠାରେ ଆଉଟଡୋର ଫିଟ୍‌ନେସ ଟ୍ରେନିଂ ସୋମବାରଠାରୁ ଆରମ୍ଭ ହେବ ବୋଲି ଆଥଲେଟିକ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ ସଭାପତି ଆଡିଲ ସୁମାରିଓ୍ବାଲା ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଚଳିତମାସ ୧୭ ତାରିଖରେ ସରକାର ବିନା ଦର୍ଶକରେ ଗାଇଡଲାଇନ୍‌ ଅନୁସାରେ ଷ୍ଟାଡିୟମରେ ଟ୍ରେନିଂ ଆରମ୍ଭ ପାଇଁ ଅନୁମତି ପ୍ରଦାନ କରିଥିଲେ। ଫଳରେ ଆଥଲେଟ୍‌ଙ୍କ ଆଉଟଡୋର ଟ୍ରେନିଂ ପାଇଁ ପଥ ଉନ୍ମୁକ୍ତ ହୋଇଥିଲା। ”ଆଥଲେଟ୍‌ମାନେ ୮ ସପ୍ତାହଧରି ଘରେ ରହିଯିବାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଫିଟ୍‌ନେସ ଟ୍ରେନିଂ ଜରୁରୀ ହୋଇ ପଡ଼ିଛି। ଫିଟ୍‌ନେସ ସ୍ତରରେ ଉନ୍ନତି ଆସିଲେ ସେମାନେ ଟ୍ରାକ୍‌ ଉପରେ ରନିଂ, ନର୍ଦ୍ଦିିଷ୍ଟ ସ୍ଥାନରେ ଥ୍ରୋଇଂ ଆଦି ସ୍ବତନ୍ତ୍ର ଟ୍ରେନିଂ ଆରମ୍ଭ କରିପାରିବେ“ ବୋଲି ସୁମାରିଓ୍ବାଲା କହିଛନ୍ତି।
ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ତାରକା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଆଉଟଡୋର ଟ୍ରେନିଂ ପାଇଁ ବ୍ୟଗ୍ରତା ପ୍ରକାଶ କରିଛନ୍ତି। ” ମୁଁ ଖୁସି ଅନୁଭବ କରୁଛି। ଏହା ଏକ ଧିମା ଆରମ୍ଭ ହୋଇଥିଲେ ହେଁ କିଛି ହେବାକୁ ଯାଉଥିବାରୁ ଭଲ ଲାଗୁଛି“ ବୋଲି ଏନଆଇଏସ ପଟିଆଲାରେ ମାର୍ଚ୍ଚ ୧୮ରୁ ଗୃହାବଦ୍ଧ ହୋଇ ରହିଥିବା ନୀରଜ କହିଛନ୍ତି। ସ୍ପ୍ରିଣ୍ଟର ହିମା ଦାସଙ୍କ ସମେତ ଟ୍ରାକ୍‌ ଧାବକ ଓ ଥ୍ରୋ ଇଭେଣ୍ଟକୁ କ୍ୟାରିୟର କରୁଥିବା ଆଥଲେଟ୍‌ମାନେ ଏନଆଇଏସ ପଟିଆଲା, ରେସ୍‌ ଓ୍ବାକରମାନେ ବେଙ୍ଗାଲୁରୁସ୍ଥିତ ସାଇ(ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ) ସେଣ୍ଟର ଓ ଲଙ୍ଗ ଡିଷ୍ଟାନ୍ସ ରନରମାନେ ତାମିଲନାଡ଼ୁର ଉଟିସ୍ଥିତ କ୍ୟାମ୍ପରେ ରହିଛନ୍ତି। ଓଡ଼ିଶା ସରକାର ଲକ୍‌ଡାଉନ୍‌ ନିୟମ କୋହଳ କରିବାପରେ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆଉଟଡୋର ଟ୍ରେନିଂ ଆରମ୍ଭ କରି ଦେଇଛନ୍ତି। ଏଏଫଆଇ ପ୍ରଣୟନ କରିଥିବା ନିୟମ ଅନୁସାରେ ଆଥଲେଟ୍‌ମାନେ ଟ୍ରେନିଂ ଅବସରରେ କାହା ସହିତ ହାତ ମିଳାଇ ପାରିବେ ନାହିଁ, ଆଲିଙ୍ଗନ କରିପାରିବେ ନାହିଁ, ଛେପ ପକାଇ ପାରିବେ ନାହିଁ କିମ୍ବା ଅଭ୍ୟର୍ଥନା ପ୍ରକୋଷ୍ଟକୁ ଯାଇ ପାରିବେ ନାହିଁ। ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri