ଆଗକୁ ମିଳିବନି ପର୍ଯ୍ୟାପ୍ତ ଅର୍ଥ: ରାଜ୍ୟଗୁଡ଼ିକୁ କେନ୍ଦ୍ରର ସଙ୍କେତ

ନୂଆଦିଲ୍ଲୀ,୨୦ା୫: କେନ୍ଦ୍ର ସରକାର ଟ୍ୟାକ୍ସ ଓ ଅନ୍ୟ ଦେୟଗୁଡ଼ିକ ଏଯାଏ ଦେଇନାହାନ୍ତି ବୋଲି ରାଜ୍ୟ ସରକାରମାନେ ଅଭିଯୋଗ ଆଣୁଥିବାବେଳେ ସଂଗୃହୀତ ଟିକସର ୧୧୦% ଗତ ଏପ୍ରିଲରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଇଥିବା ବ୍ୟୟ ସଚିବ ଟି.ଭି. ସୋମନାଥନ୍‌ କହିଛନ୍ତି। ସୋମନାଥନ୍‌ଙ୍କ ମତରେ ୪୧% ଅର୍ଥ ଦେବା ପାଇଁ ପଞ୍ଚଦଶ ଅର୍ଥ କମିଶନଙ୍କ ନିର୍ଦ୍ଦେଶ ରହିଥିବାବେଳେ ତା’ଠୁ ୬୯% ଅଧିକ ଅର୍ଥ କେନ୍ଦ୍ର ସରକାର ଦେଇଛନ୍ତି। ରାଜ୍ୟଗୁଡ଼ିକୁ ଗତମାସରେ ୪୬,୦୩୮ କୋଟି ଟଙ୍କା ପ୍ରଦାନ କରାଯାଇଥିବା ନେଇ ରବିବାର ସରକାରଙ୍କ ପକ୍ଷରୁ କୁହାଯାଇଛି। ଚଳିତବର୍ଷ ବଜେଟ ଆକଳନରେ କିଛି ପରିବର୍ତ୍ତନ ନ କରି ଏପରି କରାଯାଇଥିବା ସୋମନାଥନ୍‌ ପ୍ରକାଶ କରିଛନ୍ତି।
ବ୍ୟୟ ସଚିବଙ୍କ ମତରେ ବାସ୍ତବରେ ରାଜ୍ୟଗୁଡ଼ିକର ୧୭,୧୫୯ କୋଟି ଟଙ୍କା ବକେୟା ଥିଲା। ସେହିପରି ଗତ ଏପ୍ରିଲରେ କେନ୍ଦ୍ର ସରକାର ସଂଗ୍ରହ କରିଥିବା ଟିକସ ପରିମାଣ ହେଉଛି ୪୧,୮୫୩ କୋଟି ଟଙ୍କା। ୨୦୧୯ ଏପ୍ରିଲରେ ସରକାର ମୋଟ ୧.୨୧ ଲକ୍ଷ କୋଟି ଟଙ୍କା ଟିକସ ଆକାରରେ ସଂଗ୍ରହ କରିଥିବାବେଳେ ଚଳିତବର୍ଷ ଏହି ପରିମାଣ ଏତେ କମିଯାଇଛି ବୋଲି କଣ୍ଟ୍ରୋଲର ଜେନେରାଲ ଅଫ୍‌ ଆକାଉଣ୍ଟସ୍‌ଙ୍କ ଓ୍ବେବ୍‌ସାଇଟ୍‌ରେ ଏକ ତୁଳନାମତ୍କ ଚିତ୍ର ପ୍ରଦାନ କରାଯାଇଛି। ସୋମନାଥନ୍‌ କହିଛନ୍ତି, ସାଧାରଣତଃ ତିନୋଟି ତ୍ରୈମାସିକ ପାଇଁ ବଜେଟ ଆକଳନକୁ ଭିତ୍ତିକରି ଅର୍ଥ ହସ୍ତାନ୍ତର କରାଯାଇଥାଏ ଏବଂ ଶେଷ ତ୍ରୈମାସିକରେ ସମାଯୋଜନ (ଆଡ୍‌ଜଷ୍ଟମେଣ୍ଟସ) କରାଯାଇଥାଏ। କାରଣ ସେତେବେଳ ଯାଏ ଟିକସ କେତେ ହ୍ରାସ ହେଉଛି ତାହାର ଆକଳନ କରାଯାଇ ପାରି ନ ଥାଏ। ଅର୍ଥ ହସ୍ତାନ୍ତରଣରେ ପରିବର୍ତ୍ତନ କରାଯାଇ ନ ଥିବା ଏବଂ ଆମେ ଆୟ କରିଥିବା ଟିକସର ୧୧୦% ଅର୍ଥ ପଇଠ କରିଥିବା ସତ୍ତ୍ୱେ ରାଜସ୍ବ ହ୍ରାସ ପାଇବାକୁ ଯାଉଛି ବୋଲି ଏବେ ଆମେ ଜାଣିବାକୁ ପାଇଛୁ ବୋଲି ସେ ପ୍ରକାଶ କରିଛନ୍ତି।
କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଅର୍ଥ ହସ୍ତାନ୍ତରଣରେ କାଟଛାଣ୍ଟ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ ସରକାର ମହାମାରୀ କରୋନା ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟଗୁଡ଼ିକୁ ଆର୍ଥତ୍କ ଦୃଷ୍ଟିରୁ ସକ୍ଷମ କରିବାକୁ ଚାହୁଁଛନ୍ତି। ତୈଳ ଉପରେ ଟିକସ ବୃଦ୍ଧି କେବଳ ଆଂଶିକ ଭାବେ ମହାମାରୀ ଯୋଗୁ ରାଜସ୍ବ ବ୍ୟବଧାନକୁ ପୂରଣ କରିବ। କେନ୍ଦ୍ରୀୟ ସାମଗ୍ରୀ ଓ ସେବା କର (ଜିଏସ୍‌ଟି), ଆୟକର ଓ ଆମଦାନୀ ଶୁଳ୍କରେ ବହୁ ପରିମାଣରେ ହ୍ରାସ କରାଯାଇଛି। କିନ୍ତୁ ରାଜ୍ୟଗୁଡ଼ିକୁ ଦିଆଯାଇଥିବା ଅର୍ଥର ପରିମାଣରେ ଜିଏସ୍‌ଟି କ୍ଷତିପୂରଣ ସେସ୍‌କୁ ସାମିଲ କରାଯିବ ନାହିଁ। କ୍ଷତିପୂରଣ ସେସ୍‌ ଜରିଆରେ ପର୍ଯ୍ୟାପ୍ତ ଅର୍ଥ ସଂଗ୍ରହ ହୋଇପାରୁ ନ ଥିବାରୁ କେନ୍ଦ୍ର ସରକାର ଏପରି ଦେୟ ପ୍ରଦାନରେ ବିଳମ୍ବ କରୁଛନ୍ତି।
ଖର୍ଚ୍ଚର ପୁନଃ ପ୍ରାଥମିକୀକରଣ:
ଚଳିତ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ବ୍ୟୟ ଅତିରିକ୍ତ ଋଣ ଓ ପୁନଃ ପ୍ରାଥମିକୀକରଣ ଦ୍ୱାରା ଆଂଶିକ ଭାବେ ଦିଆଯିବ ବୋଲି ସୋମନାଥନ୍‌ କହିଛନ୍ତି। ସରକାର ଚଳିତ ଆର୍ଥିକ ବର୍ଷରେ ୭.୮ ଲକ୍ଷ କୋଟିରୁ ୧୨ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଟାର୍ଗେଟକୁ ବୃଦ୍ଧି କରିଛନ୍ତି। ଏଭଳି ଲକ୍ଷ୍ୟ ରଖାଯିବା ପଛର କାରଣ ହେଉଛି ବର୍ଷ ଆରମ୍ଭରେ ଅତ୍ୟଧିକ ଖର୍ଚ୍ଚ କରା ନ ଯିବା ପାଇଁ ସୁନିଶ୍ଚିତ କରିବା। ତେଣୁ ସୋମନାଥନ୍‌ଙ୍କ ମତରେ ଏହି ବର୍ଷ ଲକ୍ଷ୍ୟ ରଖାଯାଇଛି ଯେ, ଅର୍ଥ ବ୍ୟବସ୍ଥା ଏବଂ ଜନକଲ୍ୟାଣକାରୀ ଯୋଜନାକୁ ଦୀର୍ଘମିଆଦୀ ଭିତ୍ତିରେ ଲାଭ ଦେଉ ନ ଥିଲେ ସେ ଦିଗରେ ବେଶି ଖର୍ଚ୍ଚ କରାଯିବ ନାହିଁ। ସେହିପରି ଯେଉଁ ସାମଗ୍ରୀଗୁଡ଼ିକର ଆମଦାନୀରେ ଅଧିକ ଖର୍ଚ୍ଚ ହେଉଛି ସେଗୁଡ଼ିକର ସଂଖ୍ୟା ମଧ୍ୟ ହ୍ରାସ କରାଯିବ। ତେବେ ସରକାର କେବଳ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଦେଉନାହାନ୍ତି, ଏହାସହ ଯେଉଁ ସରକାରୀ ଖର୍ଚ୍ଚଗୁଡ଼ିକରେ ଦୀର୍ଘମିଆଦୀ ଲାଭ ବେଶି ମିଳିବ ସେହି ଖର୍ଚ୍ଚକୁ ପ୍ରାଥମିକତା ଦେବେ। ବର୍ତ୍ତମାନ ଯେଉଁ ଯୋଜନାଗୁଡ଼ିକ ପାଇଁ ଯେତେ ଅର୍ଥ ବ୍ୟୟବରାଦ ହୋଇଛି ସେଥିରେ ମଧ୍ୟ ପରିବର୍ତ୍ତନ ହୋଇପାରେ ବୋଲି ସୋମନାଥନ୍‌ ସୂଚନା ଦେଇଛନ୍ତି। ସେହିପରି ଅର୍ଥ ମନ୍ତ୍ରଣାଳୟ ସରକାରଙ୍କ ବିଭାଗଗୁଡ଼ିକୁ ୩ ଭାଗରେ ବିଭକ୍ତ କରିବା ସହ ଏପ୍ରିଲ-ଜୁନ୍‌ ପାଇଁ ଖର୍ଚ୍ଚ ନିର୍ଦ୍ଧାରଣ କରିଛି। କେବଳ କୋଭିଡ୍‌-୧୯ ବିରୋଧରେ ଲଢ଼େଇ କରୁଥିବା ବିଭାଗଗୁଡ଼ିକୁ ଏଥିରୁ ବାଦ୍‌ ଦିଆଯାଇଛି। ଏହି ଗାଇଡ୍‌ଲାଇନ୍‌ ଆଗକୁ ମଧ୍ୟ ବଳବତ୍ତର ରହିବ। ତେବେ ବର୍ତ୍ତମାନର ହାରରେ ତାହା ରହିବ ବୋଲି ଜରୁରୀ ନୁହେଁ।
ପିଏସ୍‌ୟୁ ପାଇଁ ନୂଆ ନୀତି: 
ଯେଉଁ କ୍ଷେତ୍ରଗୁଡ଼ିକ ଉପଭୋକ୍ତାଙ୍କ ସ୍ବାର୍ଥ, ଏକଚାଟିଆ କାରବାର ଓ ଜାତୀୟ ସୁରକ୍ଷାକୁ ଧ୍ୟାନ ଦେବା ଜରୁରୀ ସେଗୁଡ଼ିକୁ ସରକାରଙ୍କ ନୂଆ ନୀତିରେ ‘ଷ୍ଟ୍ରାଟେଜିକ୍‌’ ଭାବେ ବର୍ଗୀକରଣ କରାଯିବ ବୋଲି ସୋମନାଥନ୍‌ କହିଛନ୍ତି। ସରକାର ଏବେ କେତେକ ‘ଷ୍ଟ୍ରାଟେଜିକ୍‌ ସେକ୍ଟର’କୁ ପରିଭାଷିତ କରିବେ, ଯାହାକି ଘରୋଇ ସଂସ୍ଥାଗୁଡ଼ିକ ପାଇଁ ସୁଯୋଗ ସୃଷ୍ଟି କରିବ। ସେଥିରେ ସରକାରଙ୍କ ସର୍ବନିମ୍ନ ହସ୍ତକ୍ଷେପ ରହିବ। ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଦ୍ୱାରା ରବିବାର ଘୋଷଣା କରାଯାଇଥିବା ଆମତ୍ନିର୍ଭର ଭାରତ ପ୍ୟାକେଜର ଏକ ଅଂଶବିଶେଷ। ବର୍ତ୍ତମାନ ପବ୍ଲିକ୍‌ ଏଣ୍ଟରପ୍ରାଇଜେସ୍‌ ବିଭାଗ ଦ୍ୱାରା ଜାରି ଗାଇଡ୍‌ଲାଇନ୍‌ରେ ପ୍ରତିରକ୍ଷା, ଆଣବିକ ଶକ୍ତି ଓ ରେଲଓ୍ବେ ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗ(ପିଏସ୍‌ୟୁ)ଗୁଡ଼ିକୁ ଷ୍ଟ୍ରାଟେଜିକ୍‌ ଭାବେ ବର୍ଗୀକୃତ କରାଯାଇଛି। ତେଣୁ ଏଭଳି ସେକ୍ଟର ମଧ୍ୟ ଖାଉଟି ସୁରକ୍ଷା, ଏକଚାଟିଆ ଅଧିକାର ବା ଜାତୀୟ ସୁରକ୍ଷା ଭଳି ସାଧାରଣ ସ୍ବାର୍ଥର ଆବଶ୍ୟକ ଥିବା ଭଳି କ୍ଷେତ୍ରର ଅନ୍ତର୍ଭୁକ୍ତ ହେବ ବୋଲି ସୋମନାଥନ୍‌ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri