ଆଗକୁ ମିଳିବନି ପର୍ଯ୍ୟାପ୍ତ ଅର୍ଥ: ରାଜ୍ୟଗୁଡ଼ିକୁ କେନ୍ଦ୍ରର ସଙ୍କେତ

ନୂଆଦିଲ୍ଲୀ,୨୦ା୫: କେନ୍ଦ୍ର ସରକାର ଟ୍ୟାକ୍ସ ଓ ଅନ୍ୟ ଦେୟଗୁଡ଼ିକ ଏଯାଏ ଦେଇନାହାନ୍ତି ବୋଲି ରାଜ୍ୟ ସରକାରମାନେ ଅଭିଯୋଗ ଆଣୁଥିବାବେଳେ ସଂଗୃହୀତ ଟିକସର ୧୧୦% ଗତ ଏପ୍ରିଲରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଇଥିବା ବ୍ୟୟ ସଚିବ ଟି.ଭି. ସୋମନାଥନ୍‌ କହିଛନ୍ତି। ସୋମନାଥନ୍‌ଙ୍କ ମତରେ ୪୧% ଅର୍ଥ ଦେବା ପାଇଁ ପଞ୍ଚଦଶ ଅର୍ଥ କମିଶନଙ୍କ ନିର୍ଦ୍ଦେଶ ରହିଥିବାବେଳେ ତା’ଠୁ ୬୯% ଅଧିକ ଅର୍ଥ କେନ୍ଦ୍ର ସରକାର ଦେଇଛନ୍ତି। ରାଜ୍ୟଗୁଡ଼ିକୁ ଗତମାସରେ ୪୬,୦୩୮ କୋଟି ଟଙ୍କା ପ୍ରଦାନ କରାଯାଇଥିବା ନେଇ ରବିବାର ସରକାରଙ୍କ ପକ୍ଷରୁ କୁହାଯାଇଛି। ଚଳିତବର୍ଷ ବଜେଟ ଆକଳନରେ କିଛି ପରିବର୍ତ୍ତନ ନ କରି ଏପରି କରାଯାଇଥିବା ସୋମନାଥନ୍‌ ପ୍ରକାଶ କରିଛନ୍ତି।
ବ୍ୟୟ ସଚିବଙ୍କ ମତରେ ବାସ୍ତବରେ ରାଜ୍ୟଗୁଡ଼ିକର ୧୭,୧୫୯ କୋଟି ଟଙ୍କା ବକେୟା ଥିଲା। ସେହିପରି ଗତ ଏପ୍ରିଲରେ କେନ୍ଦ୍ର ସରକାର ସଂଗ୍ରହ କରିଥିବା ଟିକସ ପରିମାଣ ହେଉଛି ୪୧,୮୫୩ କୋଟି ଟଙ୍କା। ୨୦୧୯ ଏପ୍ରିଲରେ ସରକାର ମୋଟ ୧.୨୧ ଲକ୍ଷ କୋଟି ଟଙ୍କା ଟିକସ ଆକାରରେ ସଂଗ୍ରହ କରିଥିବାବେଳେ ଚଳିତବର୍ଷ ଏହି ପରିମାଣ ଏତେ କମିଯାଇଛି ବୋଲି କଣ୍ଟ୍ରୋଲର ଜେନେରାଲ ଅଫ୍‌ ଆକାଉଣ୍ଟସ୍‌ଙ୍କ ଓ୍ବେବ୍‌ସାଇଟ୍‌ରେ ଏକ ତୁଳନାମତ୍କ ଚିତ୍ର ପ୍ରଦାନ କରାଯାଇଛି। ସୋମନାଥନ୍‌ କହିଛନ୍ତି, ସାଧାରଣତଃ ତିନୋଟି ତ୍ରୈମାସିକ ପାଇଁ ବଜେଟ ଆକଳନକୁ ଭିତ୍ତିକରି ଅର୍ଥ ହସ୍ତାନ୍ତର କରାଯାଇଥାଏ ଏବଂ ଶେଷ ତ୍ରୈମାସିକରେ ସମାଯୋଜନ (ଆଡ୍‌ଜଷ୍ଟମେଣ୍ଟସ) କରାଯାଇଥାଏ। କାରଣ ସେତେବେଳ ଯାଏ ଟିକସ କେତେ ହ୍ରାସ ହେଉଛି ତାହାର ଆକଳନ କରାଯାଇ ପାରି ନ ଥାଏ। ଅର୍ଥ ହସ୍ତାନ୍ତରଣରେ ପରିବର୍ତ୍ତନ କରାଯାଇ ନ ଥିବା ଏବଂ ଆମେ ଆୟ କରିଥିବା ଟିକସର ୧୧୦% ଅର୍ଥ ପଇଠ କରିଥିବା ସତ୍ତ୍ୱେ ରାଜସ୍ବ ହ୍ରାସ ପାଇବାକୁ ଯାଉଛି ବୋଲି ଏବେ ଆମେ ଜାଣିବାକୁ ପାଇଛୁ ବୋଲି ସେ ପ୍ରକାଶ କରିଛନ୍ତି।
କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଅର୍ଥ ହସ୍ତାନ୍ତରଣରେ କାଟଛାଣ୍ଟ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ ସରକାର ମହାମାରୀ କରୋନା ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟଗୁଡ଼ିକୁ ଆର୍ଥତ୍କ ଦୃଷ୍ଟିରୁ ସକ୍ଷମ କରିବାକୁ ଚାହୁଁଛନ୍ତି। ତୈଳ ଉପରେ ଟିକସ ବୃଦ୍ଧି କେବଳ ଆଂଶିକ ଭାବେ ମହାମାରୀ ଯୋଗୁ ରାଜସ୍ବ ବ୍ୟବଧାନକୁ ପୂରଣ କରିବ। କେନ୍ଦ୍ରୀୟ ସାମଗ୍ରୀ ଓ ସେବା କର (ଜିଏସ୍‌ଟି), ଆୟକର ଓ ଆମଦାନୀ ଶୁଳ୍କରେ ବହୁ ପରିମାଣରେ ହ୍ରାସ କରାଯାଇଛି। କିନ୍ତୁ ରାଜ୍ୟଗୁଡ଼ିକୁ ଦିଆଯାଇଥିବା ଅର୍ଥର ପରିମାଣରେ ଜିଏସ୍‌ଟି କ୍ଷତିପୂରଣ ସେସ୍‌କୁ ସାମିଲ କରାଯିବ ନାହିଁ। କ୍ଷତିପୂରଣ ସେସ୍‌ ଜରିଆରେ ପର୍ଯ୍ୟାପ୍ତ ଅର୍ଥ ସଂଗ୍ରହ ହୋଇପାରୁ ନ ଥିବାରୁ କେନ୍ଦ୍ର ସରକାର ଏପରି ଦେୟ ପ୍ରଦାନରେ ବିଳମ୍ବ କରୁଛନ୍ତି।
ଖର୍ଚ୍ଚର ପୁନଃ ପ୍ରାଥମିକୀକରଣ:
ଚଳିତ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ବ୍ୟୟ ଅତିରିକ୍ତ ଋଣ ଓ ପୁନଃ ପ୍ରାଥମିକୀକରଣ ଦ୍ୱାରା ଆଂଶିକ ଭାବେ ଦିଆଯିବ ବୋଲି ସୋମନାଥନ୍‌ କହିଛନ୍ତି। ସରକାର ଚଳିତ ଆର୍ଥିକ ବର୍ଷରେ ୭.୮ ଲକ୍ଷ କୋଟିରୁ ୧୨ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଟାର୍ଗେଟକୁ ବୃଦ୍ଧି କରିଛନ୍ତି। ଏଭଳି ଲକ୍ଷ୍ୟ ରଖାଯିବା ପଛର କାରଣ ହେଉଛି ବର୍ଷ ଆରମ୍ଭରେ ଅତ୍ୟଧିକ ଖର୍ଚ୍ଚ କରା ନ ଯିବା ପାଇଁ ସୁନିଶ୍ଚିତ କରିବା। ତେଣୁ ସୋମନାଥନ୍‌ଙ୍କ ମତରେ ଏହି ବର୍ଷ ଲକ୍ଷ୍ୟ ରଖାଯାଇଛି ଯେ, ଅର୍ଥ ବ୍ୟବସ୍ଥା ଏବଂ ଜନକଲ୍ୟାଣକାରୀ ଯୋଜନାକୁ ଦୀର୍ଘମିଆଦୀ ଭିତ୍ତିରେ ଲାଭ ଦେଉ ନ ଥିଲେ ସେ ଦିଗରେ ବେଶି ଖର୍ଚ୍ଚ କରାଯିବ ନାହିଁ। ସେହିପରି ଯେଉଁ ସାମଗ୍ରୀଗୁଡ଼ିକର ଆମଦାନୀରେ ଅଧିକ ଖର୍ଚ୍ଚ ହେଉଛି ସେଗୁଡ଼ିକର ସଂଖ୍ୟା ମଧ୍ୟ ହ୍ରାସ କରାଯିବ। ତେବେ ସରକାର କେବଳ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଦେଉନାହାନ୍ତି, ଏହାସହ ଯେଉଁ ସରକାରୀ ଖର୍ଚ୍ଚଗୁଡ଼ିକରେ ଦୀର୍ଘମିଆଦୀ ଲାଭ ବେଶି ମିଳିବ ସେହି ଖର୍ଚ୍ଚକୁ ପ୍ରାଥମିକତା ଦେବେ। ବର୍ତ୍ତମାନ ଯେଉଁ ଯୋଜନାଗୁଡ଼ିକ ପାଇଁ ଯେତେ ଅର୍ଥ ବ୍ୟୟବରାଦ ହୋଇଛି ସେଥିରେ ମଧ୍ୟ ପରିବର୍ତ୍ତନ ହୋଇପାରେ ବୋଲି ସୋମନାଥନ୍‌ ସୂଚନା ଦେଇଛନ୍ତି। ସେହିପରି ଅର୍ଥ ମନ୍ତ୍ରଣାଳୟ ସରକାରଙ୍କ ବିଭାଗଗୁଡ଼ିକୁ ୩ ଭାଗରେ ବିଭକ୍ତ କରିବା ସହ ଏପ୍ରିଲ-ଜୁନ୍‌ ପାଇଁ ଖର୍ଚ୍ଚ ନିର୍ଦ୍ଧାରଣ କରିଛି। କେବଳ କୋଭିଡ୍‌-୧୯ ବିରୋଧରେ ଲଢ଼େଇ କରୁଥିବା ବିଭାଗଗୁଡ଼ିକୁ ଏଥିରୁ ବାଦ୍‌ ଦିଆଯାଇଛି। ଏହି ଗାଇଡ୍‌ଲାଇନ୍‌ ଆଗକୁ ମଧ୍ୟ ବଳବତ୍ତର ରହିବ। ତେବେ ବର୍ତ୍ତମାନର ହାରରେ ତାହା ରହିବ ବୋଲି ଜରୁରୀ ନୁହେଁ।
ପିଏସ୍‌ୟୁ ପାଇଁ ନୂଆ ନୀତି: 
ଯେଉଁ କ୍ଷେତ୍ରଗୁଡ଼ିକ ଉପଭୋକ୍ତାଙ୍କ ସ୍ବାର୍ଥ, ଏକଚାଟିଆ କାରବାର ଓ ଜାତୀୟ ସୁରକ୍ଷାକୁ ଧ୍ୟାନ ଦେବା ଜରୁରୀ ସେଗୁଡ଼ିକୁ ସରକାରଙ୍କ ନୂଆ ନୀତିରେ ‘ଷ୍ଟ୍ରାଟେଜିକ୍‌’ ଭାବେ ବର୍ଗୀକରଣ କରାଯିବ ବୋଲି ସୋମନାଥନ୍‌ କହିଛନ୍ତି। ସରକାର ଏବେ କେତେକ ‘ଷ୍ଟ୍ରାଟେଜିକ୍‌ ସେକ୍ଟର’କୁ ପରିଭାଷିତ କରିବେ, ଯାହାକି ଘରୋଇ ସଂସ୍ଥାଗୁଡ଼ିକ ପାଇଁ ସୁଯୋଗ ସୃଷ୍ଟି କରିବ। ସେଥିରେ ସରକାରଙ୍କ ସର୍ବନିମ୍ନ ହସ୍ତକ୍ଷେପ ରହିବ। ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଦ୍ୱାରା ରବିବାର ଘୋଷଣା କରାଯାଇଥିବା ଆମତ୍ନିର୍ଭର ଭାରତ ପ୍ୟାକେଜର ଏକ ଅଂଶବିଶେଷ। ବର୍ତ୍ତମାନ ପବ୍ଲିକ୍‌ ଏଣ୍ଟରପ୍ରାଇଜେସ୍‌ ବିଭାଗ ଦ୍ୱାରା ଜାରି ଗାଇଡ୍‌ଲାଇନ୍‌ରେ ପ୍ରତିରକ୍ଷା, ଆଣବିକ ଶକ୍ତି ଓ ରେଲଓ୍ବେ ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗ(ପିଏସ୍‌ୟୁ)ଗୁଡ଼ିକୁ ଷ୍ଟ୍ରାଟେଜିକ୍‌ ଭାବେ ବର୍ଗୀକୃତ କରାଯାଇଛି। ତେଣୁ ଏଭଳି ସେକ୍ଟର ମଧ୍ୟ ଖାଉଟି ସୁରକ୍ଷା, ଏକଚାଟିଆ ଅଧିକାର ବା ଜାତୀୟ ସୁରକ୍ଷା ଭଳି ସାଧାରଣ ସ୍ବାର୍ଥର ଆବଶ୍ୟକ ଥିବା ଭଳି କ୍ଷେତ୍ରର ଅନ୍ତର୍ଭୁକ୍ତ ହେବ ବୋଲି ସୋମନାଥନ୍‌ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

ଆମେ ୨ ପ୍ରଧାନମନ୍ତ୍ରୀ କରୁ କି ୪ ଆମର ଇଚ୍ଛା, ହେଲେ ତାନାଶାହାଙ୍କୁ ଆସିବାକୁ ଦେବୁ ନାହିଁ: ସଞ୍ଜୟ ରାଉତ

ପୁଣେ,୨୮।୪: ଦେଶରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ୨ ପର୍ଯ୍ୟାୟ ଶେଷ...

ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବିଙ୍କ ସହ ଚକି ପେଷୁଛନ୍ତି ରାଜଶ୍ରୀ

ପାଟନା,୨୮।୪: ବିହାରରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦଳ ଏବଂ ବିରୋଧୀ ଦଳର ନେତାମାନେ ନିର୍ବାଚନ ବୈଠକ କରି ସେମାନଙ୍କ ସପକ୍ଷରେ ସର୍ବସାଧାରଣ ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri